ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ବହୁମୁଖୀ ସଂସ୍କାର ପ୍ରଚଳନ କରାଯାଇଛି । ଜନଧନ, ଆଧାର ଓ ମୋବାଇଲ(ଜାମ)ର ଏକ ଅଭିନବ ମିଶ୍ରଣରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡାଇରେକ୍ଟ ଟ୍ରାନ୍ସଫର ବେନଫିଟ)କୁ କାର୍ଯ୍ୟକାରୀ କରି ଭାରତ ପରିବର୍ତ୍ତନଶୀଳ ସୁଧାରକ ଭାବେ ଉଭା ହୋଇଛି । ଏହି ଅଭିନବ ଶୈଳୀ ଦ୍ୱାରା ସୁବିଧା ହସ୍ତାନ୍ତରର ବାଟମାରଣାକୁ ରୋକିବା, ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ, ନଗଦହୀନ କାରବାର ମାଧ୍ୟମରେ କରାଯାଇପାରୁଛି । ଏହା ସବ୍ସିଡି ବାଟମାରଣା ହ୍ରାସ କରାଇଛି କିନ୍ତୁ ସେମାନଙ୍କର ସବ୍ସିଡି ନୁହେଁ ।
ଏନଡିଏ ସରକାର GST(ଜିଏସଟି) ବା ବସ୍ତୁ ଓ ସେବା କର ବିଲ କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଣିଛନ୍ତି ଓ ଜାତୀୟସ୍ତରରେ ସହମତି ପାଇଁ ପ୍ରୟାସ କରୁଛନ୍ତି । ଜିଏସଟି ଦ୍ୱାରା ଏକୀକୃତ ଜାତୀୟ ବଜାର ସୃଷ୍ଟି କରିବା ସହ ଭ୍ରମାତ୍ମକ ଟିକସ ସାରଣୀ ଓ ଏହାର ବ୍ୟାପକ ପ୍ରଭାବକୁ ରୋକିବା ସମ୍ଭବପର ହେବ ।
ସରକାର ଏକ ଅଭିନବ ଯୋଜନା ମାଧ୍ୟମରେ ସାଂସଦମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଏକ ଗାଁର ମାଲିକାନା ନେଇ ତାକୁ ମଡେଲ୍ ଗାଁ ଭାବେ ବିକଶିତ କରାଇବା ନିମନ୍ତେ ‘ସାଂସଦ ଆଦର୍ଶ ଗ୍ରାମ ଯୋଜନା’ ଆରମ୍ଭ କରିଛନ୍ତି । ନିର୍ଦ୍ଦିଷ୍ଟ ଯୋଜନାଗୁଡ଼ିକରୁ ଉପରକୁ ଉଠି ନିଜ ନିର୍ବାଚନମଣ୍ଡଳୀରେ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ଏହା ସାଂସଦମାନଙ୍କୁ ପ୍ରୋତ୍ସାହିତ କରିବ ।
ସାର ଉତ୍ପାଦନକରୁଥିବା ସମସ୍ତ ଗ୍ରୀଡ୍ ର ଗ୍ୟାସଭିତ୍ତିକ କାରଖାନାଗୁଡ଼ିକୁ ପ୍ରାକୃତିକ ଗ୍ୟାସ ଯୋଗାଣର ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି । ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଓ ଶକ୍ତି ମନ୍ତ୍ରଣାଳୟର ମିଳିତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି, ଯାହା ୧୬ହଜାର ମେଗାୱାଟ ଷ୍ଟାଣ୍ଡାର୍ଡ ଗ୍ୟାସ୍ ଆଧାରିତ ପାୱାର ପ୍ଲାଂଟକୁ ପୁନରୁଦ୍ଧାରରେ ସହାୟକ ହେବ ।
ନିବେଶ କ୍ୟାପିଂ ଓ ନିୟନ୍ତ୍ରଣକୁ ସରଳ କରିବା ଦ୍ୱାରା ଭାରତର ପ୍ରତିରକ୍ଷା, ନିର୍ମାଣ ଓ ରେଳବାଇ କ୍ଷେତ୍ର ଏବେ ଆନ୍ତର୍ଜାତିକ ଭାଗିଦାରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ନୀତିକୁ ଉଦାରୀକରଣ କରାଯାଇଛି । ବିଦେଶୀ ପୁଞ୍ଜିନିବେଶ ୨୬%ରୁ ୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ପୋର୍ଟଫୋଲିଓ ନିବେଶର ପରିମାଣକୁ ସ୍ୱୟଂଚାଳିତ ମାର୍ଗରେ ୨୪% ରଖାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ମାମଲାରେ ପ୍ରତିରକ୍ଷାରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ)କୁ ଅନୁମତି ଦିଆଯାଇଛି । ସ୍ଵୟଂଚାଳିତ ମାର୍ଗରେ ଆସୁଥିବା ଏଫଡିଆଇକୁ ନିର୍ଦ୍ଦିଷ୍ଟ ଭାବେ ରେଳ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଅନୁମତି ଦିଆଯାଇଛି ।