Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଭାରତୀୟ ଅର୍ଥନିତିର ଗତି ତୀବ୍ର ହେଲା


ଏନଡିଏ ସରକାର ଅଧୀନରେ ଭାରତ ବିଶ୍ୱର ଦୃତତମ ବିକାଶଶୀଳ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ।

0.02557600_1432482410_1-4 [ PM India 143KB ]

ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ଏକ ଐତିହାସିକ ବର୍ଷ ଥିଲା । କ୍ଷୁଦ୍ର ଅଭିବୃଦ୍ଧି ହାର, ମାତ୍ରାଧିକ ମୁଦ୍ରାସ୍ଫିତି ଏବଂ ହ୍ରାସ ପାଉଥିବା ଉତ୍ପାଦନ ର ବର୍ଷରୁ ଏନଡିଏ ସରକାର କେବଳ ଆମର ବୃହତ୍ ଅର୍ଥବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରଛନ୍ତି ତାହା ନୁହେଁ ବରଂ ଏହାର ଗତିକୁ ଏକ ନୂତନ ବେଗ ପ୍ରଦାନ କରିଛନ୍ତି । ଭାରତର ଜିଡିପି ବୃଦ୍ଧିହାର ୭.୪%କୁ ସ୍ପର୍ଶ କଲା ଯାହା ବିଶ୍ୱର ବୃହତ୍ ଅର୍ଥବ୍ୟବସ୍ଥାମାନଙ୍କ ମଧ୍ୟରେ ଦୃତତମ ।

0.06420500_1432583588_new-finger [ PM India 135KB ]

ଏନଡିଏ ସରକାରଙ୍କ ଅଧୀନରେ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ହାର କ୍ଷିପ୍ର ଗତିରେ ବୃଦ୍ଧି ପାଇବ ବୋଲି ବିଭିନ୍ନ ମୂଲ୍ୟାଙ୍କନକାରୀ ସଂସ୍ଥା ଏବଂ ବିଜ୍ଞ ବ୍ୟକ୍ତିମାନେ ଭବିଷ୍ୟତ ବାଣୀ ଶୁଣାଇଛନ୍ତି । ସୁଦୃଢ ଭିତ୍ତିଭୂମି ଏବଂ ଏନଡିଏ ସରକାରଙ୍କ ଦ୍ୱାରା ନିଆଯାଉଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଭରସା କରି “ମୁଡିଜ୍” ନିକଟ ଅତୀତରେ ଭାରତର ପାହ୍ୟା ସ୍ଥିର ରୁ ପୋଜିଟିଭ କୁ ପରିବର୍ତ୍ତିତ କରିଛନ୍ତି ।

0.08853000_1432482417_1-5 [ PM India 116KB ]

ନିର୍ମାଣ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଜୋର ଦିଆଯିବା ଫଳରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ଗତବର୍ଷର ଋଣାତ୍ମକ ତୁଳନାରେ ଚଳିତ ବର୍ଷ ୨.୧% ହୋଇଛି । ମୁଦ୍ରାସ୍ଫିତି ହାର ଗତ ଏପ୍ରିଲ ୨୦୧୪ର ୫.୫୫% ରୁ ଅନବରତ ଭାବେ ହ୍ରାସ ପାଇ ଏପ୍ରିଲ ୨୦୧୫ରେ ୨.୬୫% ରହିଛି । ବିଦେଶି ପୁଞ୍ଜିଲଗାଣ ଐତିହାସିକ ଗତିରେ ବୃଦ୍ଧି ପାଇଛି । ଇକ୍ୱ୍ୱିଟି କ୍ଷେତ୍ରରେ ବିଦେଶୀ ପୁଞ୍ଜିଲଗାଣ ଗତ ବର୍ଷର ୧,୨୫,୯୬୦ କୋଟି ଟଙ୍କା ତୁଳନାରେ ୪୦% ବୃଦ୍ଧି ପାଇ ୧,୭୫,୮୮୬ କୋଟି ଟଙ୍କାରେ ପହଞ୍ଚିଛି ।

0.18075300_1432482227_1-1 [ PM India 122KB ]

ବିତ୍ତୀୟ ନିଅଣ୍ଟ ସ୍ଥିର ଗତିରେ ହ୍ରାସ ପାଇବାରେ ଲାଗିଛି । ଭାରତର ଚଳନ୍ତି ଜମା ନିଅଣ୍ଟ ଗତବର୍ଷର ଜିଡିପିର ୪.୭% ରୁ ହ୍ରାସ ପାଇ ଚଳିତ ବର୍ଷ ଜିଡିପିର ୧.୭% ହୋଇଛି । ଭାରତର ବୈଦେଶିକ ମୁଦ୍ରା ପାଣ୍ଠି ରେ ଉଲ୍ଲେଖନୀୟ ବୃଦ୍ଧି ଘଟଛି । ଏହା ୩୧୧.୮ ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୩୫୨.୧ ବିଲିୟନ ଆମେରିକୀୟ ଡଲାର ରେ ପହଞ୍ଚିଛି । ଏହା କୌଣସି ବୈଶ୍ୱିକ ସଙ୍କଟ ପରିସ୍ଥିତିରେ ଭାରତକୁ ସୁରକ୍ଷା ଯୋଗାଇବ ।

Loading... Loading