Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଭାରତର ଅଭିବୃଦ୍ଧିର ସଶକ୍ତିକରଣ


ଭାରତ ଗୋଟିଏ ଉଚ୍ଚାକାଂକ୍ଷା ସମ୍ପନ୍ନ ଅଭିଯାନରେ ବାହାରି ପଡିଛି । ଗୋଟିଏ ଅଭିଯାନ ଯେଉଁଥିରେ ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ୭ ଦଶନ୍ଧି ପରେ ମଧ୍ୟ ଅନ୍ଧକାରରେ ରହିଥିବା ୧୮,୦୦୦ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଇଦିଆଯିବ । ବିଜୁଳି ଆଲୁଅ ନ ଥିବା ସମସ୍ତ ଗାଁର ବିଦ୍ୟୁତକରଣ ୧୦୦୦ ଦିନ ମଧ୍ୟରେ କରାଯିବ ବୋଲି ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଗ୍ରାମାଞ୍ଚଳ ବିଦ୍ୟୁତକରଣ କାର୍ଯ୍ୟ ଖୁବ୍ ଦୃତ ଗତିରେ ଏବଂ ଅଭୁତପୂର୍ବ ପାରଦର୍ଶିତାର ସହ ଆଗେଇ ଚାଲିଛି । ବିଦ୍ୟୁତକରଣ ହେଉଥିବା ଗାଁଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ମୋବାଇଲ ଆପ୍ ଏବଂ ୱେବ ଡେଶ ବୋର୍ଡ ମାଧ୍ୟମରେ ତଥ୍ୟ ଉପଲବ୍ଧ ହେଉଛି । ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଲକ୍ଷ୍ୟ କରାଯାଇପାରେ ଯେ, ଆମେ କେବଳ ଗାଁକୁ ବିଜୁଳି ପହଞ୍ଚିବା ଦେଖିପାରୁଛୁ କିନ୍ତୁ ତା ସହିତ ରହିଛି ଗାଁରେ ରହୁଥିବା ଲୋକଙ୍କ ସ୍ୱପ୍ନ, ଆଶା ଓ ଜୀବନଧାରଣ ମାନରେ ଉନ୍ନତି ।

ଏ କଥା ଭୁଲି ହେବ ନାହିଁ ଯେ, ଆମ ଇତିହାସରେ ସବୁଠାରୁ ବଡ ବିଦ୍ୟୁତ ସରବରାହରେ ବ୍ୟାଘାତ ଜୁଲାଇ ୨୦୧୨ରେ ହୋଇଥିଲା, ଯାହା ୬୨ କୋଟି ଲୋକଙ୍କୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଥିଲା । ୨୪୦୦୦ ମେଗାୱାଟରୁ ଅଧିକ କ୍ଷମତା ବିଶିଷ୍ଟ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର କୋଇଲା ଓ ଗ୍ୟାସ ଭଳି ଇନ୍ଧନ ଅଭାବରୁ ବନ୍ଦ ହୋଇଯାଇଥିଲା । ଏହି କ୍ଷେତ୍ର, ଏକ ପକ୍ଷରେ ବଳକା ଉତ୍ପାଦନ କ୍ଷମତା ଏବଂ ବହୁଳ ଅବ୍ୟବହୃତ ବିନିଯୋଗ ଓ ଅନ୍ୟ ପକ୍ଷରେ ଉପଭୋକ୍ତାମାନଙ୍କୁ ଶକ୍ତି ଯୋଗାଣରେ ବ୍ୟାଘାତର ଅକର୍ମଣ୍ୟତା ଏବଂ ନୀତିଗତ ପଙ୍ଗୁତାର ଗୋଟିଏ ତୃଟିପୂର୍ଣ୍ଣ ଚକ୍ରରେ ଫସିଯାଇଥିଲା ।

ଗତବର୍ଷ ଯେତେବେଳେ ଏନଡିଏ ସରକାର କ୍ଷମତାକୁ ଆସିଲା, ସେତେବେଳେ ପ୍ରାୟ ଦୁଇ-ତୃତୀୟାଂଶ କୋଇଲା ଆଧାରିତ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର (କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଦ୍ୱାରା ଚିହ୍ନିତ ୧୦୦ରୁ ୬୬ଟି କୋଇଲା ଆଧାରିତ କେନ୍ଦ୍ର) ପାଖରେ ୭ ଦିନର ଆବଶ୍ୟକତା ଠାରୁ କମ୍ କୋଇଲା ମହଜୁଦ ଥିବା ପରି ସଙ୍କଟଜନକ ପରିସ୍ଥିତି ଥିଲା । ଏଭଳି ସଙ୍କଟଜନକ ସ୍ଥିତିରୁ ଉଦ୍ଧାର ପାଇ ଏବେ କୌଣସି ଶକ୍ତି ଉତ୍ପାଦନ କେନ୍ଦ୍ର ଆଉ କୋଇଲାର ଅଭାବ ଅନୁଭବ କରୁନାହାନ୍ତି ।

0.24219700_1451627485_inner-power-2 [ PM India 0KB ]

ସମସ୍ତଙ୍କୁ ବିଦ୍ୟୁତ ଶକ୍ତି ଯୋଗାଇବା ପାଇଁ ବହୁତ ପରିଶ୍ରମ କରୁଥିବା ସରକାର ପରିବେଶ ଅନୁକୁଳ ସ୍ୱଚ୍ଛ ଶକ୍ତିକୁ ଅଗ୍ରାଧିକାର ଦେଉଛନ୍ତି । ସରକାର ୧୦୦ ଗିଗାୱାଟ ସୌରଶକ୍ତି ସମେତ ଅକ୍ଷୟ ସ୍ରୋତରୁ ୧୭୫ ଗିଗାୱାଟ ଶକ୍ତି ଉତ୍ପାଦନର ଉଚ୍ଚାକାଂକ୍ଷାପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ।

ସମସ୍ତଙ୍କ ପାଇଁ ଚବିଶ-ଘଣ୍ଟିଆ ବିଦ୍ୟୁତ ଯୋଗାଣ ସହ ଏହି କ୍ଷେତ୍ରର ସବାଙ୍ଗୀନ ବିକାଶ ଉପରେ ନୂଆ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଅଭିବୃଦ୍ଧିର ପରିସଂଖ୍ୟାନ ହିଁ ଶକ୍ତି କ୍ଷେତ୍ରର ସ୍ୱାସ୍ଥ୍ୟାବସ୍ଥା ଦର୍ଶାଏ । ଔଦ୍ୟୋଗିକ ଉତ୍ପାଦନ ଇଣ୍ଡେକ୍ସ ଅନୁଯାୟୀ, ବିଦ୍ୟୁତ ଶକ୍ତିରେ ଅକ୍ଟୋବର ମାସରେ ୯% ବୃଦ୍ଧି ଘଟିଥିବା ବେଳେ କୋଲ୍ ଇଣ୍ଡିଆ ର ଉତ୍ପାଦନରେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୯% ବୃଦ୍ଧି ଘଟିଛି । ୨୦୧୪-୧୫ରେ କୋଲ୍ ଇଣ୍ଡିଆର କୋଇଲା ଉତ୍ପାଦନ ଗତ ଚାରି ବର୍ଷର ମିଳିତ ଅଭିବୃଦ୍ଧି ଠାରୁ ଅଧିକ । ଏହାର ପରିଣାମ ସ୍ୱରୂପ ଆମଦାନୀରେ ଗତବର୍ଷ ନଭେମ୍ବର ଅପେକ୍ଷା ୪୯% ହ୍ରାସ ଘଟିଛି । କୋଇଲା ଆଧାରିତ କେନ୍ଦ୍ରର ଉତ୍ପାଦନରେ ୨୦୧୪-୧୫ରେ ୧୨.୧୨% ବୃଦ୍ଧି ଘଟିଛି, ଯାହା ଏଯାବତ୍ ସର୍ବାଧିକ । ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୨୧୪ଟି କୋଲ୍ ବ୍ଲକ୍ ର ଆବଣ୍ଟନ ବାତିଲ କରାଯିବା ଦ୍ୱାରା ସ୍ୱଚ୍ଛ ଇ-ନିଲାମ୍ ପ୍ରକ୍ରିୟା ପାଇଁ ସୁଯୋଗ ସୃଷ୍ଟି ହେଲା । ଏହାର ସମସ୍ତ ଅର୍ଥ ରାଜ୍ୟମାନଙ୍କୁ ବିଶେଷ କରି ଭାରତର କମ୍ ଉନ୍ନତ ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଯାଉଛି ।

0.54567300_1451627359_inner-power-1 [ PM India 0KB ]

ଗତବର୍ଷ ଏଥିରେ ୨୨,୫୬୬ ମେଗାୱାଟ କ୍ଷମତା ଯୋଗ କରାଯିବା ଆଜି ପର୍ଯ୍ୟନ୍ତର ସର୍ବାଧିକ । ସର୍ବୋଚ୍ଚ ନିଅଣ୍ଟ ୨୦୦୮-୦୯ର ୧୧.୯% ରୁ ୨.୩%କୁ ହ୍ରାସ କରାଯାଇଛି, ଯାହା ଭାରତୀୟ ଇତିହାସରେ ସର୍ବନିମ୍ନ ।

ପରିବହନ କ୍ଷେତ୍ରରେ ବଳକା ଉତ୍ପାଦନକାରୀ ରାଜ୍ୟମାନଙ୍କରୁ ନିଅଣ୍ଟ ହେଉଥିବା ରାଜ୍ୟମାନଙ୍କୁ ବିଦ୍ୟୁତ ପରିବହନରେ ଅନେକ ଅସୁବିଧା ଥିଲା । ଏକ ରାଷ୍ଟ୍ର, ଏକ ଗ୍ରୀଡ, ଏକ ଫ୍ରିକ୍ୟୁଏନ୍ସି ନୀତିରେ ଦକ୍ଷିଣାଞ୍ଚଳ ଗ୍ରୀଡକୁ ସଂଯୋଜିତ କରାଯିବା ପାଇଁ ଦୃତ ଗତିରେ ପ୍ରଚେଷ୍ଟା ହେଲା । ୨୦୧୩-୧୪ରେ ଉପଲବ୍ଧ ଥିବା ପରିବହନ କ୍ଷମତା ଚଳିତ ମାସରେ ୩୪୫୦ ମେଗାୱାଟରୁ ୫୯୦୦ ମେଗାୱାଟ ଅର୍ଥାତ ୭୧% କୁ ବୃଦ୍ଧି ପାଇଛି ।

ଶକ୍ତି କ୍ଷେତ୍ର ଶୃଙ୍ଖଳରେ ଉଦୟ ଯୋଜନାର ଶୁଭାରମ୍ଭ କରାଯାଇଛି ଯାହା ଫଳରେ ଏହି କ୍ଷେତ୍ରର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଅସୁବିଧାଗୁଡିକୁ ଦୂର କରି ହେବ । ରାଜ୍ୟମାନଙ୍କର ଉଚ୍ଚ କତ୍ତୃପକ୍ଷ, ବ୍ୟାଙ୍କ, ନିୟନ୍ତ୍ରକ ଆଦିଙ୍କ ସହ ଆଲୋଚନା ପରେ ତଳ ସ୍ତରରୁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି । ରାଜ୍ୟ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କୁ ଋଣ ଯନ୍ତାରୁ ଉଦ୍ଧାର କରି ଉଦୟ ଏହି ସଂସ୍ଥାଗୁଡିକର ଅବିରତ ପରିଚାଳନାଗତ ଉନ୍ନତି ପାଇଁ ପଥ ପରିଷ୍କାର କରିଛି । ଶକ୍ତି ମୂଲ୍ୟ ହ୍ରାସ ପାଇଁ ସରକାର ଅନେକ ପଦେକ୍ଷପ ନେଉଛନ୍ତି । ୨୦୧୮-୧୯ ସୁଦ୍ଧା ସମସ୍ତ Discom ଲାଭଜନକ ସ୍ଥିତିକୁ ଆସିଯିବା ଆଶା କରାଯାଉଛି । ଉଦୟ ଅନ୍ତର୍ଗତ ବଜେଟ ନିୟନ୍ତ୍ରଣ ଦ୍ୱାରା ଏହି ସବୁ ସଂସ୍ଥାର ଅସୁବିଧାଗୁଡିକୁ ଦୂର କରି ସ୍ଥାୟୀ ସମାଧାନ, ସହଯୋଗ ମନୋଭାବ, ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରି ଶକ୍ତି ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ ।

0.33263600-1451575216-powerindia2 [ PM India 0KB ]

ଏଲଇଡି ବଲ୍ବ ଦାମ ୭୫% ହ୍ରାସ ଏବଂ ବର୍ଷକରୁ କମ ସମୟ ମଧ୍ୟରେ ୪ କୋଟି ବଲ୍ବ ବିତରଣ ଯୋଗୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଘଟିଛି । ୨୦୧୮ ସୁଦ୍ଧା ୭୭ କୋଟି ବଲ୍ବ ବିତରଣ ସହ ପ୍ରତ୍ୟେକ ସାଧାରଣ ବଲ୍ବ ସ୍ଥାନରେ ଏଲଇଡି ବଲ୍ବ ଲଗାଯିବାର ଲକ୍ଷ୍ୟ ରଖାଯାଇଛି । ଘରେ ଏବଂ ରାସ୍ତାରେ ଏଲଇଡି ବଲ୍ବ ଲଗାଯିବାର କାର୍ଯ୍ୟକ୍ରମ ଯୋଗୁ ପିକ୍-ଲୋଡ ଆବଶ୍ୟକତା ୨୨ ଗିଗାୱାଟ ହ୍ରାସ ପାଇବ, ବାର୍ଷିକ ୧୧,୪୦୦ କୋଟି ୟୁନିଟ ସଞ୍ଚୟ ଫଳରେ ୮.୫ କୋଟି ଟନ୍ ଅଙ୍ଗାରକାମ୍ଳ ହ୍ରାସ ପାଇବ । ୨୨ ଗିଗାୱାଟ ଶକ୍ତି କଥା ଗୋଟିଏ କିମ୍ବଦନ୍ତୀ ସଦୃଶ ହୋଇପାରେ କିନ୍ତୁ ପରିବେଶକୁ ସୁରକ୍ଷିତ ରଖିବା ସହ ସେତେ ପୁଞ୍ଜିବିନିଯୋଗକୁ ଏଡାଇପାରିବା ନିଶ୍ଚିତଭାବେ ପ୍ରଶଂସନୀୟ ।

Loading... Loading