ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଆଦର୍ଶ ଗ୍ରାମର ଶୁଭାରମ୍ଭ ଅବସରରେ ଏହାକୁ ନେଇ ଥିବା ତାଙ୍କର ଲକ୍ଷ୍ୟ ବିଷୟରେ ପରିପ୍ରକାଶ କଲେ ।
ଆମର ସବୁଠାରୁ ବଡ ସମସ୍ୟା ହେଉଛି ଆମର ବିକାଶ ମଡେଲ ହେଉଛି ଯୋଗାଣ ଚାଳିତ । ଏକ ଯୋଜନା ଗାନ୍ଧୀନଗର ଲକ୍ଷ୍ନୌ, ଗାନ୍ଧୀନଗର କିମ୍ବା ଦିଲ୍ଲୀରେ ପ୍ରସ୍ତୁତ କରାଯାଇଛି । ଏହା ଅନ୍ତଃକ୍ଷେପ କରାଇବା ପାଇଁ ପ୍ରୟାସ ଜାରୀ ରହିଛି । ଆଦର୍ଶ ଗ୍ରାମ ଜରିଆରେ ଏହି ମଡେଲକୁ ଯୋଗାଣ ଚାଳିତରୁ ଚାହିଦା ଚାଳିତ କରିବା ପାଇଁ ଆମର ଇଚ୍ଛା ରହିଛି । ଗ୍ରାମାଂଚଳରେ ଏଥିପାଇଁ ଅନୁରୋଧ କରିବାର ଆବଶ୍ୟକତା ରହିଛି ।
ଆମେ ଆମ ମାନସିକତାକୁ ବଦଳାଇବାର ଆବଶ୍ୟକତା ରହିଛି । ଆମେ ଲୋକମାନଙ୍କ ହୃଦୟକୁ ଏକୀକୃତ କରିବାର ଆବଶ୍ୟକତା ରହିଛି । ସାଧାରଣତଃ ସାଂସଦମାନେ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହନ୍ତି କିନ୍ତୁ ଏହାପରେ ସେମାନେ ଯେତେବେଳେ ଗାଁକୁ ଆସନ୍ତି ସେତେବେଳେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନଥାଏ । ଏହା ପରିବାର ପରିବାରକୁ ଆସିଲା ପରି ଲାଗେ । ଗାଁର ଲୋକମାନଙ୍କ ସହିତ ବସି ନିଷ୍ପତ୍ତି ନିଆଯିବ । ଏହା ହେବାଦ୍ୱାରା ଗାଁରେ ସମସ୍ତେ ଏକାଠି ହୋଇ ଲୋକମାନଙ୍କ ମନରେ କାର୍ଯ୍ୟ କରିବା ପାଇଁ ଏକ ନୂତନ ଇଚ୍ଛାଶକ୍ତି ଜାଗ୍ରତ ହେବ ।
ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସଏଜିୱାଇ) ଅକ୍ଟୋବର ୧୧, ୨୦୧୪ ରେ ଶୁଭାରମ୍ଭ କରାଯାଇଥିଲା । ସାଂପ୍ରତିକ ସ୍ଥିତିରେ ମହାତ୍ମା ଗାନ୍ଧୀଙ୍କର ଭାରତୀୟ ଆଦର୍ଶ ଗ୍ରାମର ଲକ୍ଷ୍ୟକୁ ସାକାର କରିବା ଲକ୍ଷ୍ୟ ନେଇ ଏହାର ଶୁଭାରମ୍ଭ କରାଯାଇଥିଲା । ଏସଏଜିୱାଇ ଅଧିନରେ ସଂସଦର ପ୍ରତ୍ୟେକ ସଦସ୍ୟ ଏକ ଗ୍ରାମ ପଂଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିବେ ଏବଂ ଏହାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବେ । ଆଦର୍ଶ ଗ୍ରାମରେ ସ୍ଥାନୀୟ ବିକାଶ ପାଇଁ ସ୍କୁଲ ଏବଂ ଶାସନ ନୀତି ଯାହା ଅନ୍ୟ ଗ୍ରାମ ପଂଚାୟତ ପାଇଁ ପ୍ରେରଣାର ଉତ୍ସ ହେବ ।
ଗ୍ରାମବାସୀଙ୍କୁ ସାମିଲ କରିବା ଏବଂ ବୈଜ୍ଞାନିକ ଉପକରଣର ପ୍ରୟୋଗ, ଗ୍ରାମାଂଚଳ ବିକାଶ ଯୋଜନା ସଂସଦର ସଦସ୍ୟଙ୍କ ନେତୃତ୍ୱରେ କରାଯାଉଛି । ଏହାପରେ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ବିଭାଗ ଦ୍ୱାରା ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଉଛି । ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି (ଏସଏଲଇସି) ଏହାର ସମୀକ୍ଷା କରି କିଛି ପରିବର୍ତ୍ତନ କରିବା ପାଇଁ ମତ ରଖନ୍ତି ଏବଂ ସମ୍ବଳ ପ୍ରଦାନକୁ ଅନୁମୋଦନକୁ ପ୍ରାଥମିକତା ପ୍ରଦାନ କରନ୍ତି । ଏସଏଜିୱାଇ ଗ୍ରାମ ପଂଚାୟତ ପ୍ରକଳ୍ପଗୁଡିକୁ ପ୍ରାଥମିକତା ଦିଆଯିବା ପାଇଁ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୧ଟି ଯୋଜନାରେ ସଂଶୋଧନ କରାଯାଇଛି ।
ଜିଲା ସ୍ତରରେ ମାସିକ ସମୀକ୍ଷା ବୈଠକ ପ୍ରତି ଗ୍ରାମ ପଂଚାୟତରେ ସଂସଦର ସଦସ୍ୟମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ପ୍ରକଳ୍ପର ସମୀକ୍ଷା ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇ ରାଜ୍ୟ ସରକାରଙ୍କୁ ଏହାର ସ୍ଥିତି ବିଷୟରେ ଅବଗତ କରାଯାଉଛି । ଆଶା କରାଯାଉଛି ଯେ ସଂସଦର ପ୍ରତ୍ୟେକ ସଦସ୍ୟ ଗୋଟିଏ ଗ୍ରାମ ପଂଚାୟତକୁ ୨୦୧୬ରେ ମଡେଲ ଭାବେ ପ୍ରଦର୍ଶୀତ କରିବେ, ୨୦୧୯ ରେ ଦୁଇଟି ଏହିଭଳି ଗ୍ରାମ ପଂଚାୟତ ଏବଂ ୨୦୨୪ ରେ ଆଉ ୫ଟି ଅଧିକ ଗ୍ରାମ ପଂଚାୟତ ସୃଷ୍ଟି କରିବେ । ସଂସଦର ସଦସ୍ୟମାନେ ଏ ପର୍ଯ୍ୟନ୍ତ ଦେଶର ୬୯୬ ଗ୍ରାମ ପଂଚାୟତକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।
ପ୍ରତ୍ୟେକ ଜିଲାପାଳଙ୍କ ଦାୟିତ୍ୱ ଅଧିକାରୀ ନିଯୁକ୍ତ କରାଯାଇଛି । ସ୍ଥାନୀୟ ସ୍ତରରେ ଏହାକୁ ଲାଗୁ କରିବା ପାଇଁ ସଂପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ । ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭାରତର ୯ଟି କ୍ଷେତ୍ରୀୟ ସ୍ତରରେ ୬୫୩ ଜଣ ଦାୟିତ୍ୱ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି । ୨୩-୨୪ ସେପ୍ଟେମ୍ବର, ୨୦୧୫ରେ ଭୋପାଳଠାରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର କାର୍ଯ୍ୟଶାଳାରେ ସାଂସଦ, ରାଜ୍ୟ ସରକାର, ଜିଲାପାଳ, ସମସ୍ତ ରାଜ୍ୟର ଗ୍ରାମ ପ୍ରଧାନମାନେ ଯୋଗଦେଇଥିଲେ । ଗ୍ରାମ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଦର୍ଶନୀ ଜରିଆରେ ସଫଳ କାହାଣୀ ପ୍ରଦର୍ଶୀତ କରି ଏସଏଜିୱାଇରେ କାର୍ଯ୍ୟକାରୀ କରିବା ପାଇଁ ପ୍ରେରଣା ଦେଇଥିଲା । ଏସଏଜିୱାଇ ଗ୍ରାମ ପଂଚାୟତର ପର୍ଯ୍ୟବେକ୍ଷଣ ପାଇଁ ମନ୍ତ୍ରଣାଳୟ ‘ପଂଚାୟତ ଦର୍ପଣ’ ନାମରେ ୩୫ଟି ସୂଚକାଙ୍କ ବିକଶିତ କରିଛି ।
କିଛି ସଫଳ କାହାଣୀ:
ଜାମ୍ମୁ କାଶ୍ମୀର କୁପୱାଡା ଜିଲାର ତ୍ରେହଗାମ ବ୍ଲକ ଅଧିନରେ ଲାଦେରୱାନ ଗ୍ରାମରେ ଲୋକମାନଙ୍କର ମୁଖ୍ୟ କାମ ହେଉଛି କୃଷିକାର୍ଯ୍ୟ । ବୈଜ୍ଞାନିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ୩୭୯ ମୋବାଇଲ ନମ୍ବରର ଶୁଭାରମ୍ଭ କରାଯାଇଛି ଯାହା କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ସହିତ ସଂଯୋଗ ହୋଇଛି । କେଭିକେ ପକ୍ଷରୁ ଜଳବାୟୁ ସଂପର୍କୀତ ଆଗୁଆ ସୂଚନା ଏସଏମଏସ ଜରିଆରେ ଦିଆଯିବା ସହିତ ସେହି ସମୟରେ କଣ ଚାଷ କରିବେ ସେ ବିଷୟରେ ଜଣାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ସଂସଦର ସଦସ୍ୟ ଶ୍ରୀ ମୁଜାଫର ହୁସେନ ବେଗଙ୍କ ତତ୍ତ୍ୱାବଧାନରେ କରାଯାଇଛି । ଏହାଦ୍ୱାରା ବର୍ତ୍ତମାନ କୃଷକମାନେ ନିୟମିତ ଭାବେ କୃଷି ପରାମର୍ଶ ତାଙ୍କ ମୋବାଇଲରେ ପାଇପାରୁଛନ୍ତି । ବୈଜ୍ଞାନିକ ପ୍ରଣାଳୀରେ ବୁଣାବୁଣିକୁ ନେଇ ସମାଲୋଚନାମୂଳକ ସୂଚନା, ମୃତ୍ତିକା ପରୀକ୍ଷଣ, ଖାଦ୍ୟାନ୍ନ ସଂରକ୍ଷଣ, ଶସ୍ୟବିଜ୍ଞାନ ପ୍ରଥା, ଚାଷ ପରର କୌଶଳ ଏବଂ ବଜାର ଦର ସୂଚନା ବିଷୟରେ ଏସଏମଏସ ପଠାଯାଉଛି । ଏହାଦ୍ୱାରା ଲୋକମାନେ ଖାଦ୍ୟଶସ୍ୟ ଉତ୍ପାଦନ ଏବଂ ତାଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ଦର ବିଷୟରେ ସଚେତନ ହୋଇ ନିଷ୍ପତ୍ତି ନେଇପାରିବେ ।
ତାମିଲନାଡୁ ଶିବଗଙ୍ଗା ଜିଲାର ମାରାଭମଙ୍ଗଳମ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ରାଜ୍ୟସଭା ସାଂସଦ ଡ.ଇ.ଏମ ସୁଦର୍ଶନ ନଚିଆପ୍ପାନ ଗ୍ରହଣ କରିଛନ୍ତି । ଗ୍ରାମର ସାମ୍ଭାବ୍ୟ କ୍ଷେତ୍ରର ବିକାଶ ଏବଂ ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କତା, ଚମଡା ଏବଂ ନଡିଆକୁ ବ୍ୟବହାର କରି ଜୀବିକା ଅର୍ଜନ ପାଇଁ ପ୍ରଶିକ୍ଷଣ ପ୍ରଦାନ ଏବଂ ପ୍ରୋତ୍ସାହନ ଦିଆଯାଇଥିଲା । ଜିଲା ପ୍ରଶାସନ ଏବଂ ଆଲଗାପ୍ପା ବିଶ୍ୱବିଦ୍ୟାଳୟ ସହାୟତାରେ ସାଂସଦ ବହୁ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ପାଇଁ ଭାରତ କତା ମଣ୍ଡଳୀ, ଭାରତ ନଡିଆ ବିକାଶ ମଣ୍ଡଳୀ ଏବଂ କେନ୍ଦ୍ରୀୟ ଚମଡା ଗବେଷଣା ସଂସ୍ଥାନର ସହାୟତା ନିଆଯାଇଛି ।
କତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଦୁଇ ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ନେଇ ପ୍ରଶିକ୍ଷଣ କେନ୍ଦ୍ର ସହିତ ସେ ସମନ୍ୱୟ ରକ୍ଷା କରିଥିଲେ । ୧୨୦ ଜଣ ମହିଳା କତା ପ୍ରଶିକ୍ଷଣ, ୧୧୨ ଜଣ ଚମଡା ପ୍ରଶିକ୍ଷଣ ଏବଂ ୨୭ ଜଣ ନଡିଆ ପ୍ରଶିକ୍ଷଣ ପାଇଁ ପଂଜୀକରଣ କରିଥିଲେ । ପ୍ରଶିକ୍ଷଣ ସମାପ୍ତ ହେବା ପରେ ଜିଲା ପ୍ରଶାସନ ଏବଂ ପ୍ରଶିକ୍ଷଣ ଅଂଶୀଦାର ସଫଳ ପ୍ରଶିକ୍ଷୁମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଜୀବିକା ନିର୍ବାହ କରିବାରେ ସହାୟତା କରିବେ ।
ସାଂସଦ ଶ୍ରୀ ବିଦ୍ୟୁତ ବରଣ ମାହାତୋ ତାଙ୍କ ପୋଷ୍ୟ ଗ୍ରାମ ପଂଚାୟତ ବନଗୁର୍ଦାକୁ ଗ୍ରହଣ କରିବା ପରେ ଦେଖିବାକୁ ପାଇଥିଲେ ଯେ ଝାଡଖଣ୍ଡର ପୂର୍ବ-ସିଂହଭୂମ ସ୍ଥିତ ଗ୍ରାମ ଗୁଡିକରେ ଝିଅମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର କୌଣସି ସୁବିଧା ନାହିଁ । ସେହି ଗ୍ରାମଗୁଡିକରେ ମହିଳା ଏବଂ ଝିଅମାନଙ୍କ ପାଖରେ ଅଧିକ ମାତ୍ରାରେ ରକ୍ତହୀନତା ଦେଖାଯାଉଛି । ସ୍ୱାସ୍ଥ୍ୟ ଶିବିରମାନ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆୟୋଜନ କରାଯାଇ ୧୮୮ଜଣରୁ ଅଧିକ ଝିଅମାନଙ୍କର ପରୀକ୍ଷଣ କରାଯାଇଥିଲା । ଫଳରେ ଅନେକ ଝିଅମାନଙ୍କର ସ୍ତ୍ରୀରୋଗ ସମ୍ବନ୍ଧୀତ ରୋଗ, ପରିସ୍ରା ସଂକ୍ରମିତ ରୋଗ ଏବଂ ଚର୍ମରୋଗ ପୀଡିତ ବୋଲି ଜଣାପଡିଥିଲା ମାତ୍ର ସାମାଜିକ ବିଧି ନିଷେଧ ଯୋଗୁ ଚପାଇ ଦିଆଯାଇଥିଲା ।
ଅନେକ କ୍ଷେତ୍ରରେ ଦେଖାଯାଇଥିଲା ଯେ ଏହିସବୁ ରୋଗ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଦୂଷିତ ଆଖ ପାଖ ଅଂଚଳରେ ରହୁଥିବା ଯୋଗୁ ହୋଇଛି । ମହିଳାମାନଙ୍କ ମଧ୍ୟରେ ନିଜର ସ୍ୱଚ୍ଛତା ରକ୍ଷା କରିବା ନେଇ ସଚେତନତା ବୃଦ୍ଧି କରିବା ପାଇଁ ହସ୍ତକ୍ଷେପ ଲୋଡା ଯାଇଛି । ଏହାଦ୍ୱାରା ଗ୍ରାମାଂଚଳରେ ନିରନ୍ତର ହସ୍ତକ୍ଷେପ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇପାରିବ ।