Search

ପିଏମଇଣ୍ଡିଆପିଏମଇଣ୍ଡିଆ

ନମାମୀ ଗଙ୍ଗେ


‘ମା’ ଗଙ୍ଗାଙ୍କ ସେବା କରିବା ମୋର ଭାଗ୍ୟ’ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ । ଉତ୍ତର ପ୍ରଦେଶର ପବିତ୍ର ଗଙ୍ଗା ନଦୀ ତଟ ସ୍ଥିତ ବାରଣାସୀରୁ ମଇ ୨୦୧୪ରେ ସଂସଦକୁ ନିର୍ବାଚିତ ହେବା ସମୟରେ ସେ ଏହା କହିଥିଲେ ।

ପବିତ୍ର ଗଙ୍ଗା କେବଳ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ନୁହେଁ ବରଂ ଦେଶର ଜନସଂଖ୍ୟାର ୪୦ ପ୍ରତିଶତ ଅତିଥିଙ୍କୁ ଆମନ୍ତ୍ରଣ କରିଥାଏ । ୨୦୧୪ରେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନ ଠାରେ ଭାରତୀୟ ଗୋଷ୍ଠୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଯଦି ଆମେ ଗଙ୍ଗା ସଫେଇ କରିପାରିବା, ତାହାହେଲେ ଦେଶର ୪୦ ପ୍ରତିଶତ ଜନସଂଖ୍ୟାକୁ ଆମେ ସହାୟତା କରିପାରିବା । ତେଣୁ ଗଙ୍ଗା ସଫେଇ ଦ୍ୱାରା ଆର୍ଥିକ ବିକାଶ ହୋଇପାରିବ ।

ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକୀଭୂତ ଗଙ୍ଗା ସଂରକ୍ଷଣ ମିଶନ ‘ନମାମୀ ଗଙ୍ଗେ’ ଗଠନ କରିଛନ୍ତି ଯାହା ଗଙ୍ଗା ନଦୀ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପୁନରୁଦ୍ଧାର କରିବ । ନଦୀର ସଫେଇ କାର୍ଯ୍ୟକ୍ରମ ପାଇଁ ୨୦୧୯-୨୦୨୦ ପର୍ଯ୍ୟନ୍ତ କେନ୍ଦ୍ର ପ୍ରସ୍ତାବିତ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହା ଶତ ପ୍ରତିଶତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ।

ଗଙ୍ଗା ପୁନରୁଦ୍ଧାର ଆହ୍ୱାନ ବହୁ କ୍ଷେତ୍ରୀୟ, ବହୁ-ଆକାର ସଂକ୍ରାନ୍ତ ଏବଂ ବହୁ ଭାଗୀଦାରୀ ହୋଇଥିବାରୁ ଆନ୍ତଃ ମନ୍ତ୍ରୀସ୍ତରୀୟ, ଏବଂ କେନ୍ଦ୍ର–ରାଜ୍ୟ ସମନ୍ୱୟରେ କାର୍ଯ୍ୟସୂଚୀ ପ୍ରସ୍ତୁତି ଏବଂ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ପର୍ଯ୍ୟବେକ୍ଷଣ ପାଇଁ ପ୍ରଚେଷ୍ଟା କରାଯାଇଛି ।

ପ୍ରାରମ୍ଭିକ ସ୍ତରରେ କାର୍ଯ୍ୟକ୍ରମ ଲାଗୁ କରି ଏହାର ତୁରନ୍ତ ପ୍ରଭାବ ପାଇଁ କାର୍ଯ୍ୟକୁ ପୃଥକ କରାଯାଇଛି, ମଧ୍ୟବର୍ତ୍ତୀ କାର୍ଯ୍ୟକ୍ରମ (୫ ବର୍ଷର ସମୟସୀମା ମଧ୍ୟରେ ଲାଗୁ କରାଯିବ) ଏବଂ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ (୧୦ ବର୍ଷର ସମୟସୀମା ମଧ୍ୟରେ ଲାଗୁ କରାଯିବ) ।

0.38657500-1451574694-a-clean-ganga [ PM India 0KB ]

ପ୍ରାରମ୍ଭିକ ସ୍ତରରେ କାର୍ଯ୍ୟକ୍ରମ ମଧ୍ୟରେ ନଦୀ ପୃଷ୍ଠଭାଗ ସଫେଇ ହେବାଦ୍ୱାରା କଠିନ ବର୍ଜ୍ୟବସ୍ତୁ ସଫା କରିହେବ । ଗ୍ରାମୀଣ ସ୍ୱଚ୍ଛତା ପ୍ରଦୂଷଣ (କଠିନ ଏବଂ ତରଳ) ନିୟନ୍ତ୍ରଣ ସ୍ୱିରେଜ ଡ୍ରେନ ଏବଂ ଶୌଚାଳୟ ନିର୍ମାଣ, ପୁନରୁଦ୍ଧାର, ଆଧୂନୀକିକରଣ ଏବଂ ଶ୍ମଶାନ ନିର୍ମାଣ ଫଳରେ ଜଳାଯାଇଥିବା ଶବ/ ଅଧା ପୋଡା ଶବକୁ ନଦୀରେ ଭସାଇବା ପାଇଁ ବାରଣ କରାଯିବା, ଘାଟ ଗୁଡିକର ମରାମତି, ଆଧୁନୀକିକରଣ ଏବଂ ନିର୍ମାଣ କରାଯିବା ଫଳରେ ମନୁଷ୍ୟ -ନଦୀ ମଧ୍ୟରେ ସଂଯୋଗ ବିକାଶ ହୋଇପାରିବ ।

ମଧ୍ୟମ କାର୍ଯ୍ୟକାଳ କାର୍ଯ୍ୟକ୍ରମରେ ନଦୀକୁ ଯାଉଥିବା ଔଦ୍ୟୋଗିକ ଏବଂ ମୁନସିପାଲିଟି ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବ । ମୁନସିପାଲିଟି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୨୫୦୦ ଏମଏଲଡି ଅତିରିକ୍ତ ବିଶୋଧନ କ୍ଷମତା ଆଗାମୀ ୫ ବର୍ଷ ମଧ୍ୟରେ ନିର୍ମାଣ କରାଯିବ । ସରକାରୀ-ଘରୋଇ ସହଭାଗୀତା ପ୍ରସ୍ତାବ କ୍ୟାବିନେଟ ମଂଜୁରୀ ପାଇଁ ରହିଛି । ଅନୁମୋଦନ ମିଳିବା ପରେ ସ୍ଵତନ୍ତ୍ର କାର୍ଯ୍ୟକାରୀ ସଂସ୍ଥା ପ୍ରମୁଖ ସହର ଗୁଡିକରେ କାର୍ଯ୍ୟକାରୀ କରାଯିବ, ବିଶୋଧିତ ଜଳ ପାଇଁ ବଜାର ଉପଲବ୍ଧ କରାଯିବ ଏବଂ ଦୀର୍ଘ ସୂତ୍ରୀ ସ୍ଥାୟୀ ସମ୍ପଦ ନିଶ୍ଚିତ କରିହେବ ।

ଔଦ୍ୟୋଗିକ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟା ଜାରୀ ରହିଛି । ଗଙ୍ଗା ନଦୀ ପାଶ୍ୱବର୍ତ୍ତୀ ଅଂଚଳରେ ଥିବା ଉଦ୍ୟୋଗଗୁଡିକୁ ବହିଃସ୍ରୋତ ଗୁଣବତ୍ତାକୁ ହ୍ରାସ କରି ଜିରୋ ଲିକ୍ୱିଡ ନିର୍ଗତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଏହାକୁ ଲାଗୁ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଛି ।

ଏହି କାର୍ଯ୍ୟକ୍ରମ ବ୍ୟତୀତ ସନ୍ତୁଳିତ ପରିବେଶ ପାଇଁ ଉଦ୍ଭିଦ ଏବଂ ପ୍ରାଣୀଙ୍କର ସଂରକ୍ଷଣ, ଜଙ୍ଗଲ ସୃଷ୍ଟି ଏବଂ ଜଳର ଉତ୍କର୍ଷ ପର୍ଯ୍ୟବେକ୍ଷଣ ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଗୋଲ୍ଡେନ ମହାସୀର, ଡଲଫିନ, କୁମ୍ଭୀର, କଇଁଛ, ଉଟର ଆଦିଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହିଭଳି ‘ନମାମୀ ଗଙ୍ଗେ’ ଅଧିନରେ ୩୦ ହଜାର ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରାଯିବ ଯାହାଦ୍ୱାରା ମୃତ୍ତିକା କ୍ଷୟ ନିୟନ୍ତ୍ରଣ ହେବ ଏବଂ ନଦୀର ଜୈବବିବିଧତା ଓ ଏହାର ପରିବେଶ ସୁସ୍ଥ ରହିବ । ଜଙ୍ଗଲ ସୃଷ୍ଟି କାର୍ଯ୍ୟକ୍ରମ ଚଳିତ ବର୍ଷରୁ ଆରମ୍ଭ କରାଯିବ । ରିଅଲ ଟାଇମ ଆଧାରରେ ୧୧୩ଟି ଜଳ ଗୁଣବତ୍ତା ପର୍ଯ୍ୟବେକ୍ଷଣ ଷ୍ଟେସନ କରାଯିବ ।

ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମରେ ନଦୀରେ ଆବଶ୍ୟକତା ଅନୁସାରେ ଜଳ ପ୍ରବାହ ଇ-ଫ୍ଲୋ ଜରିଆରେ କରାଯିବ । ଏହାସହିତ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି ଏବଂ ଜମିରେ ସେଚନ ଦକ୍ଷତା ବୃଦ୍ଧି କରାଯିବ ।

ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଏବଂ ସାଂସ୍କୃତିକ ମହତ୍ତ୍ୱ ଯୋଗୁ ଗଙ୍ଗା ସଫେଇ କାର୍ଯ୍ୟକ୍ରମ ନିଶ୍ଚିତ ଏକ ଜଟିଳ ବିଷୟ । ଦେଶର ସମସ୍ତ ନାଗରୀକ ଗଙ୍ଗା ସଫେଇ ପାଇଁ ନିଜ ନିଜର ଦାନ ଦେଇପାରିବେ ।

• ଅର୍ଥ ଦାନ : ଗଙ୍ଗା ନଦୀର ଅବସ୍ଥିତି ଏବଂ ଜନସଂଖ୍ୟା ଯୋଗୁ ବହୁ ମାତ୍ରାରେ ଅର୍ଥର ଆବଶ୍ୟକତା ରହିଛି । ସରକାର ବଜେଟରେ ଚାରିଗୁଣ ବୃଦ୍ଧି କରିଛନ୍ତି କିନ୍ତୁ ଏହାପରେ ଆହୁରି ଅର୍ଥର ଆବଶ୍ୟକତା ହୋଇପାରେ । ଏଥିପାଇଁ ଗଙ୍ଗା ସଫେଇ ପାଣ୍ଠି ଗଠନ କରାଯାଇଛି ଯାହା ଜରିଆରେ ଆର୍ଥିକ ସହାୟତା ଗ୍ରହଣ କରାଯାଉଛି ।

• ହ୍ରାସ, କ୍ଷତିରୁ ରକ୍ଷା କରିବା ଏବଂ ପୁନରୁଦ୍ଧାର: ଆମ ମାନଙ୍କ ମଧ୍ୟରୁ ଅନେକ ଅନୁଭବ କରିପାରୁନାହାଁନ୍ତି ଯେ ବ୍ୟବହାର କରାଯାଇଥିବା ଜଳ ଏବଂ ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଯଦି ଆମେ ଠିକ୍ ଭାବେ ନିଷ୍କାସିତ କରିନଥିବା ତେବେ ତାହା ନଦୀକୁ ଚାଲିଯାଏ । ସ୍ୱିରେଜ ଭିତ୍ତିଭୂମି ସରକାରଙ୍କ ଦ୍ୱାରା ନିର୍ମାଣ ହୋଇସାରିଛି କିନ୍ତୁ ନାଗରିକମାନେ ଜଳ ବ୍ୟବହାର କମ କରିବା ସହିତ ବର୍ଜ୍ୟବସ୍ତୁ କମ କରିବା ଦରକାର । ବ୍ୟବହୃତ ଜଳ ଏବଂ ଜୈବ ବର୍ଜ୍ୟବସ୍ତୁ କ୍ଷତିରୁ ରକ୍ଷା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ସହାୟକ ହେବ ।

ଆସନ୍ତୁ ସମସ୍ତେ ହାତରେ ହାତ ମିଳାଇବା ଆମ ସଭ୍ୟତା, ସଂସ୍କୃତି ଏବଂ ଐତିହ୍ୟର ସଂକ୍ଷିପ୍ତସାର ଜାତୀୟ ନଦୀ ଗଙ୍ଗାକୁ ରକ୍ଷା କରିବା ।

Loading... Loading