Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଏକ ଉଜ୍ୱଳ ଭବିଷ୍ୟତ ଅଭିମୁଖେ


ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଏନଡିଏ ସରକାର ବ୍ୟାପକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଶିକ୍ଷାର ଉପଲବ୍ଧତା ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ଅଭିନବ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶିକ୍ଷା ଋଣ ଓ ଛାତ୍ରବୃତ୍ତିକୁ ସମ୍ପୂର୍ଣ୍ଣ ଆଇଟିଭିତ୍ତିକ ଆର୍ଥିକ ସହାୟତା ପ୍ରାଧିକରଣ ଦ୍ୱାରା ତଦାରଖ ଓ ପରିଚାଳନା କରାଯାଉଛି । ଶିକ୍ଷକ ପ୍ରଶିକ୍ଷଣ ପାଇଁ ପଣ୍ଡିତ ମଦନ ମୋହନ ମାଲବ୍ୟ ମିଶନ ଆରମ୍ଭ କରାଯାଇଛି, ଯାହାକି ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି କରିବ ।

towards-a-bright-future

ଗ୍ଲୋବାଲ ଇନିସିଏଟିଭ ଅଫ୍ ଏକାଡେମିକ୍ ନେଟୱାର୍କ(ଜିଆଇଏଏନ୍)ରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତିକ ସ୍ତରର ଶିକ୍ଷା ପ୍ରତି ଅବଗତ କରିବା ପାଇଁ ବିଶ୍ୱର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବିଜ୍ଞାନ ପ୍ରତିଷ୍ଠାନରୁ ବିଶିଷ୍ଟ ଅଧ୍ୟାପକ, ବୈଜ୍ଞାନିକ ଓ ଉଦ୍ୟୋଗୀଙ୍କୁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରଣ କରାଯାଉଛି । ଶିକ୍ଷା ଉପକରଣ ଓ ଜ୍ଞାନକୁ ବିଶ୍ୱବ୍ୟାପୀ ଉପଯୋଗ କରିବା ନିମନ୍ତେ ଅନ୍-ଲାଇନ୍ ଶିକ୍ଷା, ନେସନାଲ ଇ-ଲାଇବ୍ରେରୀକୁ ‘ସ୍ୱୟଂମ’ ମାଧ୍ୟମରେ ଓପନ୍ ଅନ୍-ଲାଇନ୍ କୋର୍ସ(ଏମ୍ଓଓସିଏସ୍)ର ବ୍ୟବସ୍ଥା ରହିଛି । ‘ଶାଳ-ଦର୍ପଣ’ ନାମକ ଏକ ମୋବାଇଲ ଟେକ୍ନୋଲୋଜି ମାଧ୍ୟମରେ ସ୍କୁଲ ସହ ପିତାମାତା ଯୋଗସୂତ୍ର ରଖି ସେମାନଙ୍କର ପିଲାଙ୍କ ପାଠପଢ଼ାର ଅଗ୍ରଗତି ସୁନିଶ୍ଚିତ କରିପାରୁଛନ୍ତି ।

towards-a-bright-future2

ଝିଅଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ‘ଉଡାନ୍’ । ଝିଅଙ୍କ ନାମଲେଖାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ‘ଇଶାନ୍ ବିକାଶ’ ମାଧ୍ୟମରେ ସ୍କୁଲ ଛୁଟିଦିନଗୁଡ଼ିରେ ଉତ୍ତର-ପୂର୍ବାଂଚଳ ରାଜ୍ୟର ଇଞ୍ଜିନିୟରିଂ କଲେଜର ଛାତଛାତ୍ରୀ ଓ ବଛା ବଛା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଏନ୍ଆଇଟି ଓ ଆଇଜରଗୁଡ଼ିକୁ ଜାଣିବାର ସୁଯୋଗ ପ୍ରଦାନ କରାଯାଉଛି । ପାରମ୍ପରିକ କଳା ଓ ହସ୍ତତନ୍ତର ଦକ୍ଷତା ଓ ପ୍ରଶିକ୍ଷଣରେ ସୁଧାର ପାଇଁ ୟୁଏସ୍ଟିଟିଏଡିକୁ ମଞ୍ଜୁରୀ ଦିଆଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ପାରମ୍ପରିକ କାରିଗର ଓ ବୁଣାକାରଙ୍କ ଦକ୍ଷତା ବୃଦ୍ଧି କରିବା, ପାରମ୍ପରିକ କଳା ଓ ହସ୍ତତନ୍ତର ମାନ ବୃଦ୍ଧି ତଥା ସେମାନଙ୍କୁ ବଜାର ସୁବିଧା ଉପଲବ୍ଧ କରିବା ।

towards-a-bright-future3towards-a-bright-future4

ଦକ୍ଷତା ବିକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର ଗୁରୁତ୍ୱ ଲୁଚାଛପା ନୁହେଁ । ଆମର ଯୁବବର୍ଗକୁ ସଶକ୍ତ କରିବାପାଇଁ ସରକାର ସଙ୍ଗେସଙ୍ଗେ ଏକ ସମର୍ପିତ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଗଠନ କରିଥିଲେ । ବିଭିନ୍ନ ଯୋଜନାରେ ଏପର୍ଯ୍ୟନ୍ତ ୭୬ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଯୋଗାଇ ଦିଆଯାଇଛି । ‘ସ୍କୁଲ ଟୁ ସ୍କିଲ୍’ କାର୍ଯ୍ୟକ୍ରମରେ ଦକ୍ଷତା ସାର୍ଟିଫିକେଟକୁ ମଧ୍ୟ ଏକାଡେମିକ ସମାନତା ପ୍ରଦାନ କରାଯାଇଛି । ୧୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ମଞ୍ଜୁରି ଦିଆଯାଇଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୩ବର୍ଷ ମଧ୍ୟରେ ୧୦ଲକ୍ଷ ଗ୍ରାମାଂଚଳ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆପ୍ରେଂଟିସିପ୍ ଆକ୍ଟରେ ସଂଶୋଧନ ଅଣାଯିବା ଦ୍ୱାରା ନିଯୁକ୍ତି ପ୍ରଶିକ୍ଷଣ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇଛି । ସରକାର ଆସନ୍ତା ଅଢ଼େଇବର୍ଷ ମଧ୍ୟରେ ୫୦ ପ୍ରତିଶତ ଷ୍ଟାଇପେଣ୍ଡ ପ୍ରଦାନ କରି ଏକ ଲକ୍ଷ ଶିକ୍ଷାନବୀଶଙ୍କୁ ସହାୟତା ଯୋଗାଇ ଦେବେ । ଆପ୍ରେଂଟିସ୍(ଶିକ୍ଷାନବୀଶ) ସଂଖ୍ୟା ଏବେ ୨.୯ଲକ୍ଷ ଥିବାବେଳେ ଆସନ୍ତା କିଛି ବର୍ଷ ମଧ୍ୟରେ ୨୦ଲକ୍ଷରୁ ଅଧିକ ଆପ୍ରେଂଟିସ କରିବା ପାଇଁ ଲକ୍ଷ୍ୟ ରଖିଛି । ଦେଶବ୍ୟାପୀ ସୁବିଧା ଓ ଅନ୍-ଲାଇନ୍ ସେବା ପାଇଁ ୱାନ୍ ଷ୍ଟପ୍ ସପ୍ ନିମନ୍ତେ ଜାତୀୟ କ୍ୟାରିୟର ସେଂଟର ଖୋଲାଯାଇଛି । ଏହା ଯୁବବର୍ଗଙ୍କୁ ସମୃଦ୍ଧ କ୍ୟାରିୟର ସହ ଜଡ଼ିତ ସାମଗ୍ରୀ ଓ ସ୍ୱଆକଳନର ସାମଗ୍ରୀ ଯୋଗାଇ ଦେଉଛି । କାଉନ୍ସେଲରଙ୍କ ଏକ ନେଟୱାର୍କ ମଧ୍ୟ ଯୁବବର୍ଗଙ୍କ ସହାୟତା ପାଇଁ ଉପଲବ୍ଧ ଅଛି ।

towards-a-bright-future5

Loading... Loading