ଶ୍ରୀ ଚନ୍ଦ୍ରଶେଖର 1927 ମସିହା ଏପ୍ରିଲ 17 ତାରିଖ ଦିନ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ଅନ୍ତର୍ଗତ ଇବ୍ରାହିମପଟ୍ଟି ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । 1977 ରୁ 1988 ମସିହା ପର୍ଯ୍ୟନ୍ତ ସେ ଜନତା ପାର୍ଟିର ଅଧ୍ୟକ୍ଷ ପଦଭାର ସମ୍ଭାଳିଥିଲେ ।
ଛାତ୍ର ଜୀବନରୁ ଶ୍ରୀ ଚନ୍ଦ୍ରଶେଖର ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ଓ ନିଜର ଆଗ୍ନେୟ ଆଦର୍ଶବାଦ ଓ ବିପ୍ଳବୀ ଚିନ୍ତାଧାରା ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ଆହ୍ଲାବାଦ ବିଶ୍ୱବିଦ୍ୟାଳୟ (1950-51)ରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ସମାଜବାଦୀ ଆନ୍ଦୋଳନରେ ଯୋଗଦେଇଥିଲେ । ତାଙ୍କ ସୁଯୋଗକୁ ସେ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଘନିଷ୍ଠ ସହଯୋଗରେ ଆସିପାରିଥିଲେ । ଏହି ସମୟରେ ସେ ବାଲିଆ ଜିଲ୍ଲା ପ୍ରଜା ସୋସାଲିଷ୍ଟ ପାର୍ଟିର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଏହାର ମାତ୍ର ଏକ ବର୍ଷ ମଧ୍ୟରେ ସେ ନିର୍ବାଚିତ ହୋଇଥିଲେ ଉତ୍ତରପ୍ରଦେଶ ରାଜ୍ୟ ପ୍ରଜା ସୋସାଲିଷ୍ଟ ପାର୍ଟିର ଯୁଗ୍ମ ସମ୍ପାଦକ ପଦକୁ । 1955-56 ରେ ସେ ପ୍ରଦେଶ ରାଜ୍ୟ ପ୍ରଜା ସୋସାଲିଷ୍ଟ ପାର୍ଟିର ସାଧାରଣ ପଦକୁ ନିର୍ବାଚିତ ହୋଇଥିଲେ ।
1962 ମସିହାରେ ସେ ପ୍ରଥମ ଥର ପାଇଁ ଉତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 1965 ଜାନୁଆରୀ ମାସରେ ଚନ୍ଦ୍ରଶେଖର ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ଦୁଇ ବର୍ଷ ପରେ ଅର୍ଥାତ୍ 1967 ମସିହାରେ କଂଗ୍ରେସ ସଂସଦୀୟ ଦଳର ସାଧାରଣ ସମ୍ପାଦକ ପଦକୁ ନିର୍ବାଚିତ ହେଲେ । ଜଣେ ସକ୍ରିୟ ସାଂସଦ ଭାବେ ସେ ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ସଦାବେଳେ ସ୍ୱରଉତ୍ତୋଳନ କରିଚାଲିଲେ ଓ ସାମାଜିକ ପରିବର୍ତନ ନିମନ୍ତେ ସରକାରୀ ନୀତିନିୟମ ପ୍ରଣୟନ ନିମନ୍ତେ ଦୃଢ଼ ଦାବି କଲେ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ର ସହାୟତାରେ ବାସଗୃହ ଗୁଡିକର ଅନୁପାତହୀନ ବିକାଶକୁ ସେ ତୀବ୍ର ସାମଲୋଚନା କଲେ ଏବଂ ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ସହ ତାଙ୍କର ବିବାଦ ଉପୁଜିଲା ।
ନିଜର ଏପରି ସାଲିସବିହୀନ ଚିନ୍ତାଧାରା, ସାହସ ଓ ନିଷ୍ଠା ଲାଗି ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ବିରୋଧରେ ସ୍ୱରଉତ୍ତୋଳନ ସକାଶେ ତାଙ୍କୁ “ତରୁଣ ତୁର୍କ” (Young Turk) ବୋଲି ସଭିଏଁ ଅଭିହିତ କଲେ । 1969 ମସିହାରେ ସେ “ୟଙ୍ଗ ଇଣ୍ଡିଆନ” ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶନ ଆରମ୍ଭ କଲେ ଓ ତାହା ତାଙ୍କର ସମ୍ପାଦନାରେ ପ୍ରକାଶ ପାଇଲା । ସେତେବେଳେ ଏଥିରେ ଛାପୁଥିବା ସମ୍ପାଦକୀୟ ଅନେକ ଲୋକଙ୍କ ଉଦ୍ଧୃତିର ଅଂଶବିଶେଷ ହେଉଥିବାର ସୁଖ୍ୟାତି ଅର୍ଜନ କରିଥିଲା । ଦେଶରେ ଜରୁରୀ ପରିସ୍ଥିତି ଜାରି (ଜୁନ୍ 1975 ଠାରୁ ମାର୍ଚ୍ଚ 1977 ପର୍ଯ୍ୟନ୍ତ) ୟଙ୍ଗ ଇଣ୍ଡିଆନ୍ ପ୍ରକାଶନକୁ ବନ୍ଦ ରଖିବାକୁ ପଡିଥିଲା । 1989 ମସିହା ଫେବ୍ରୁଆରୀ ଠାରୁ ଏହା ନିୟମିତ ଭାବେ ପୁଣି ପ୍ରକାଶ ପାଇବା ଆରମ୍ଭ କରିଥିଲା । ଚନ୍ଦ୍ରଶେଖର ଥିଲେ ଏହାର ସମ୍ପାଦକୀୟ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ।
ନିଜର ଏପରି ସାଲିସବିହୀନ ଚିନ୍ତାଧାରା, ସାହସ ଓ ନିଷ୍ଠା ଲାଗି ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ବିରୋଧରେ ସ୍ୱରଉତ୍ତୋଳନ ସକାଶେ ତାଙ୍କୁ “ତରୁଣ ତୁର୍କ” (Young Turk) ବୋଲି ସଭିଏଁ ଅଭିହିତ କଲେ । 1969 ମସିହାରେ ସେ “ୟଙ୍ଗ ଇଣ୍ଡିଆନ” ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶନ ଆରମ୍ଭ କଲେ ଓ ତାହା ତାଙ୍କର ସମ୍ପାଦନାରେ ପ୍ରକାଶ ପାଇଲା । ସେତେବେଳେ ଏଥିରେ ଛାପୁଥିବା ସମ୍ପାଦକୀୟ ଅନେକ ଲୋକଙ୍କ ଉଦ୍ଧୃତିର ଅଂଶବିଶେଷ ହେଉଥିବାର ସୁଖ୍ୟାତି ଅର୍ଜନ କରିଥିଲା । ଦେଶରେ ଜରୁରୀ ପରିସ୍ଥିତି ଜାରି (ଜୁନ୍ 1975 ଠାରୁ ମାର୍ଚ୍ଚ 1977 ପର୍ଯ୍ୟନ୍ତ) ୟଙ୍ଗ ଇଣ୍ଡିଆନ୍ ପ୍ରକାଶନକୁ ବନ୍ଦ ରଖିବାକୁ ପଡିଥିଲା । 1989 ମସିହା ଫେବ୍ରୁଆରୀ ଠାରୁ ଏହା ନିୟମିତ ଭାବେ ପୁଣି ପ୍ରକାଶ ପାଇବା ଆରମ୍ଭ କରିଥିଲା । ଚନ୍ଦ୍ରଶେଖର ଥିଲେ ଏହାର ସମ୍ପାଦକୀୟ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ।
1975 ମସିହା ଜୁନ 25 ତାରିଖ ଦିନ ଯେତେବେଳେ ଦେଶରେ ଜରୁରୀ ପରିସ୍ଥିତି ଘୋଷିତ ହେଲା ଚନ୍ଦ୍ରଶେଖରଙ୍କୁ ଆଭ୍ୟନ୍ତରୀଣ ନିରାପତା ପରିଚାଳନା ଆଇନ୍ (ମିସା) ବଳରେ ଗିରଫ କରାଗଲା । ଶ୍ରୀ ଚନ୍ଦ୍ରଶେଖର ସେତେବେଳେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଥିବା ସତ୍ତ୍ୱେ ତାଙ୍କ ଗିରଫ ସମସ୍ତଙ୍କୁ ବିସ୍ମିତ କରିଥିଲା ।
ସେତେବେଳେ କ୍ଷମତାରେ ଥିବା ଦଳର ଯେଉଁ କତିପୟ ରାଜନେତାଙ୍କୁ ଜରୁରୀ ପରିସ୍ଥିତି ଘେନି ଗିରଫ କରାଯାଇଥିଲା ଶ୍ରୀ ଚନ୍ଦ୍ରଶେଖର ଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ।
କ୍ଷମତା ରାଜନୀତିକୁ ସେ ସଦାସର୍ବଦା ପ୍ରତ୍ୟାଖ୍ୟାନ କରିଆସିଥିଲେ ଏବଂ ଏହା ବଦଳରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ପରିବର୍ତ୍ତନ ପାଇଁ ପ୍ରତିବଦ୍ଧତା ରାଜନୀତି ଥିଲା ତାଙ୍କର ପସନ୍ଦ ।
ଜରୁରୀ ପରିସ୍ଥିତିରେ ଜେଲରେ ବନ୍ଦୀ ଥିବାବେଳେ ସେ ଯେଉଁ ଡାଏରୀ ହିନ୍ଦୀରେ ଲେଖିଥିଲେ, ତାହା ପରବର୍ତ୍ତି ସମୟରେ “ମୋ ଜେଲ ଡାଏରୀ” ନାମରେ ପ୍ରକାଶ ପାଇଥିଲା । ତାଙ୍କ ଦ୍ୱାରା ଲିଖିତ “ଡାଇନାମିକ୍ସ ଅଫ୍ ସୋସିଆଲ ଚେଞ୍ଜ୍” ଏକ ବହୁଚର୍ଚ୍ଚିତ ପୁସ୍ତକ ।
ଶ୍ରୀ ଚନ୍ଦ୍ରଶେଖରଙ୍କ ପଦଯାତ୍ରା ଦେଶବାସୀଙ୍କ ମନରେ ଗଭୀର ରେଖାପାତ କରିଥିଲା । ଏହି ଯାତ୍ରାର ଅବଧି ଥିଲା 1983 ମସିହା ଜାନୁଆରୀ 6 ତାରିଖଠାରୁ 1983 ମସିହା ଜୁନ 25 ତାରିଖ । ଦକ୍ଷିଣ ଭାରତର କନ୍ୟାକୁମାରୀ ଠାରୁ ସେ ତାଙ୍କର ପଦଯାତ୍ରା ଆରମ୍ଭ କରି ପ୍ରାୟ 4260 କିଲୋମିଟର ପଥ ଅତିକ୍ରମ କରି ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟଠାରେ ଏହା ସମ୍ପୂର୍ଣ୍ଣ କରିଥିଲେ ।
ଦେଶବାସୀଙ୍କ ସହ ସମ୍ପର୍କ ପୁନଃସ୍ଥାପନ କରିବା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଆହରଣ କରିବା ଥିଲା ଏହି ପଦଯାତ୍ରାର ଉଦ୍ଦେଶ୍ୟ । ସେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ ଓ ହରିଆନାର ବିଭିନ୍ନ ସ୍ଥାନରେ ସେ ପନ୍ଦରଟି ଭାରତ ଯାତ୍ରା କେନ୍ଦ୍ର ସ୍ଥାପନ କରିଥିଲେ । ସାମାଜିକ ଓ ରାଜନୈତିକ କର୍ମୀଙ୍କୁ ଗଣଶିକ୍ଷା ଏବଂ ଦେଶର ଦୁର୍ଗମ ଓ ଅନୁନ୍ନତ ଗ୍ରାମାଂଚଳରେ କାର୍ଯ୍ୟ କରିବା ସକାଶେ ତାଲିମ ପ୍ରଦାନ କରିବା ଥିଲା ଏହି କେନ୍ଦ୍ର ଗୁଡିକର ଉଦ୍ଦେଶ୍ୟ ।
କେବଳ 1984 ଠାରୁ 1989 ତିନିବର୍ଷର ଅବଧିକୁ ଛାଡି 1962 ମସିହା ଠାରୁ ଶ୍ରୀ ଚନ୍ଦ୍ରଶେଖର ସଂସଦର ସଦସ୍ୟ ରହିଆସିଥିଲେ । 1989 ମସିହାରେ ସେ ତାଙ୍କ ନିଜ ଜନ୍ମସ୍ଥାନ ବାଲିଆ ଏବଂ ପାଶ୍ୱବର୍ତ୍ତୀ ସଂସଦୀୟ କ୍ଷେତ୍ର ବିହାରର ମହାରାଜଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱିତା କରି ଉଭୟ ଆସନରୁ ବିଜୟୀ ହୋଇଥିଲେ । ପରେ ସେ ମହାରାଜଗଞ୍ଜ ଆସନକୁ ଛାଡି ଦେଇଥିଲେ ।
ଶ୍ରୀ ଚନ୍ଦ୍ରଖେର ଶ୍ରୀମତୀ ଦୁଜା ଦେବୀଙ୍କୁ ବିବାହ କରିଥିଲେ ଓ ଦୁଇ ପୁତ୍ର ସନ୍ତାନ ପଙ୍କଜ ଏବଂ ନୀରଜଙ୍କ ଜନକ ।