ଏହି ୱେବସାଇଟରେ ରହିଥିବା ଉପାଦାନଗୁଡିକୁ ବିନା ମୂଲ୍ୟରେ ପୁନଃ-ଉପସ୍ଥାପନ କରାଯାଇପାରିବ । ତେବେ ସେହିସବୁ ଉପାଦାନକୁ ଅବିକଳ ଭାବେ ପୁନଃ-ଉପସ୍ଥାପନ କରାଯିବା ଆବଶ୍ୟକ ଏବଂ ସେସବୁ କୌଣସି ହାନିକାରକ ଭାବେ ଅଥବା ବିଭ୍ରାନ୍ତିକର ପରିପ୍ରେକ୍ଷୀରେ ବ୍ୟବହାର କରାଯାଇପାରିବ ନାହିଁ । ଯେତେବେଳେ ଏହିସବୁ ଉପାଦାନ ଅନ୍ୟମାନଙ୍କ ନିମନ୍ତେ ପ୍ରକାଶିତ ଅଥବା ଜାରି କରାଯିବ, ଏହାର ମୂଳ ଉତ୍ସକୁ ପ୍ରମୁଖତାର ସହ ସ୍ୱୀକୃତ କରାଯିବ । କିନ୍ତୁ, ଏହି ଉପାଦାନଗୁଡିକର ପୁନଃ ବ୍ୟବହାର ତୃତୀୟପକ୍ଷଙ୍କ କପିରାଇଟ୍ ଭାବେ ଚିହ୍ନିତ ଉପାଦାନ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବା ସକାଶେ ଅନୁମତି ପ୍ରଦାନ କରାଯିବନାହିଁ । ସେପରି ଉପକରଣର ପୁନଃ ବ୍ୟବହାର ନିମନ୍ତେ କ୍ଷମତା ପ୍ରଦାନ ଅନୁମତି ସଂପୃକ୍ତ ବିଭାଗ/କପିରାଇଟଧାରୀଙ୍କ ଠାରୁ ପ୍ରାପ୍ତ କରାଯିବ ।
ଗୋପନୀୟତା ନୀତି
ଏହି ୱେବସାଇଟ୍ ଆପଣମାନଙ୍କଠାରୁ ସ୍ୱତଃପ୍ରବୃତ ଭାବେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ସୂଚନା ତଥ୍ୟ (ଯଥା – ନାମ, ଫୋନ ନମ୍ବର ଅଥବା ଇ-ମେଲ ଠିକଣା) ଗ୍ରହଣ କରେନାହିଁ ଯାହା କି ଆପଣଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନିବାକୁ ଆମକୁ ଅନୁମତି ପ୍ରଦାନ କରିବ । ଯେତେବେଳେ ଆପଣ ଆମ ୱେବସାଇଟ ଦେଖନ୍ତି, ଯଦି ଆପଣ ଆମକୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ଦେବାକୁ ଚାହାନ୍ତି, ଯଥା ନାମ କିମ୍ବା ଠିକଣା, ତେବେ ଆମେ ତାହାକୁ ଆପଣଙ୍କ ସୂଚନା ଅନୁରୋଧ ପୂରଣ ଉଦ୍ଦେଶ୍ୟରେ ସେସବୁକୁ ବ୍ୟବହାର କରିଥାଉ । “ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ” ବ୍ୟବହାର ନିମନ୍ତେ ଏହି ୱେବସାଇଟ୍ ୟୁଜର ରେଜିଷ୍ଟ୍ରେସନ ଆବଶ୍ୟକ କରିଥାଏ । ସେଥି ନିମନ୍ତେ ସଂଗୃହୀତ ସୂଚନା ଭାବ ବିନିମୟକୁ ସୁଗମ କରିବା ସକାଶେ ବ୍ୟବହୃତ ହୋଇଥାଏ ।
ଆମେ ଏହି ସାଇଟରେ ସଂଗୃହୀତ ସ୍ୱେଚ୍ଛାକୃତ ବ୍ୟକ୍ତିଗତ ସୂଚନାକୁ କୌଣସି ତୃତୀୟ ପକ୍ଷ (ସର୍ବସାଧାରଣ/ବ୍ୟକ୍ତିଗତ)ଙ୍କୁ ବିକ୍ରୀ କରିନଥାଉ କିମ୍ବା ସେମାନଙ୍କୁ ଦେଇନଥାଉ । ଏହି ୱେବସାଇଟକୁ ଯୋଗାଯାଇଥିବା ଯେକୌଣସି ସୂଚନା/ତଥ୍ୟାବଳୀ ହାନି, ଅପବ୍ୟବହାର, ପ୍ରାଧିକାରହୀନ ଭାବେ ଉପଲବ୍ଧ ହେବା ଅଥବା ପ୍ରଘଟ, ଅଦଳବଦଳ କିମ୍ବା ନଷ୍ଟ ହେବାରୁ ସୁରକ୍ଷିତ ରଖାଯାଇଥାଏ ।
ଆମେ ବ୍ୟବହାରକାରୀ (ୟୁଜର)ଙ୍କ ସମ୍ପର୍କରେ କେତେକ ସୂଚନା ସଂଗ୍ରହ କରିଥାଉ, ଯଥା, ଇଣ୍ଟରନେଟ ପ୍ରୋଟୋକଲ (IP) ଠିକଣା, ଡୋମେନ ନେମ, ବ୍ରାଉଜର ଟାଇପ୍, ଅପରେଟିଂ ସିଷ୍ଟମ, ଭିଜିଟ୍ ତାରିଖ, ସମୟ ଏବଂ ଭିଜିଟ୍ କରିଥିବା ପୃଷ୍ଠା ସଂଖ୍ୟା । ଯଦି ଏହି ସାଇଟକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ବୋଲି ଜଣାପଡେ ତେବେ ସେହିସବୁ ଠିକଣାକୁ ଆମ ସାଇଟ୍ ଭିଜିଟ୍ କରିଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ସହ ଯୋଡିବା ଲାଗି ଆମେ କୌଣସି ଉଦ୍ୟମ କରିନଥାଉ ।
କୁକିଜ୍ ନୀତି (Cookies Policy)
କୁକି ହେଲା ଏକ ସଫ୍ଟଓୟାର କୋଡ୍ ଯାହାକି ଇଣ୍ଟରନେଟ୍ ୱେବସାଇଟ୍ ଆପଣଙ୍କ ବ୍ରାଉଜରକୁ ପଠାଇଥାଏ, ଯେତେବେଳେ ଆପଣ ସେଇ ସାଇଟକୁ କୌଣସି ସୂଚନା ସଂଗ୍ରହ ପାଇଁ ଚାହିଁଥାନ୍ତି । ଆପଣଙ୍କ କମ୍ପ୍ୟୁଟରରେ କିମ୍ବା ମୋବାଇଲ ଡିଭାଇସରେ ୱେବସାଇଟ୍ ସର୍ଭର ଦ୍ୱାରା ଗୋଟିଏ ସ୍ୱାଭାବିକ ଟେକ୍ସଟ ଫାଇଲ ଭାବେ ଷ୍ଟୋର ହୋଇ ରହିଥାଏ ଏବଂ ସେହି କୁକିରେ ଥିବା ପାଠ୍ୟସୂଚନାକୁ କେବଳ ସେଇ ସର୍ଭର ପୁନରୁଦ୍ଧାର ଅବା ପଢ଼ିବାକୁ ସକ୍ଷମ ହୋଇଥାଏ । ଯେହେତୁ ତାହା ଆପଣଙ୍କ ପସନ୍ଦର ସୂଚନାକୁ ସଂଗ୍ରହ କରି ରଖିଥାଏ କୁକି ଆପଣଙ୍କୁ ବିଭିନ୍ନ ପୃଷ୍ଠା ମଧ୍ୟରେ ଯିବାକୁ (ନେଭିଗେଟ୍ କରିବାକୁ) ସହାୟତା କରିଥାଏ ଏବଂ ସାଧାରଣତଃ ଆପଣଙ୍କୁ ଗୋଟିଏ ୱେବସାଇଟ୍ ସମ୍ପର୍କରେ ଅଭିଜ୍ଞ କରିଥାଏ ।
ଆମେ ଆମ ସାଇଟ୍ ରେ ନିମ୍ନଲିଖିତ କୁକିମାନ ବ୍ୟବହାର କରୁଛୁ:-
1.ଏନାଲିଟିକ୍ସ କୁକି ଯାହାକି ଆପଣ ଯେତେବେଳେ ଆମ ୱେବସାଇଟ୍ ଦେଖୁଛନ୍ତି, ଆପଣଙ୍କ ବ୍ରାଉଜିଂ ପଦ୍ଧତି ଉପରେ ନଜର ରଖିବା ସକାଶେ ଗୁପ୍ତରେ ଆପଣଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଡିଭାଇସକୁ ଚିହ୍ନିଥାଏ ।
2.ସର୍ଭିସ କୁକି ଯାହାକି ୱେବସାଇଟକୁ ସକ୍ରିୟତାର ସହ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ତାହା ଆପଣଙ୍କ ରେଜିଷ୍ଟ୍ରେସନ ଓ ଲଗ୍-ଇନ୍ ତଥ୍ୟାବଳୀ ସେଟିଂ ପ୍ରିଫରେନ୍ସକୁ ଚିହ୍ନଟ କରିଥାଏ ଏବଂ ଆପଣ ଭିଜିଟ୍ କରୁଥିବା ପୃଷ୍ଠା ଉପରେ ନଜର ରଖିଥାଏ ।
3. ନନ୍ ପର୍ସିଷ୍ଟେଣ୍ଟ କୁକି ଅର୍ଥାତ୍ ପର-ସେସନ କୁକି । ପର-ସେସନ୍ କୁକି ମୁଖ୍ୟତଃ ବୈଷୟିକ ଉଦ୍ଦେଶ୍ୟ ଓ କାର୍ଯ୍ୟ ସାଧାନ କରିଥାଏ । ଯଥା, ଏହି ୱେବସାଇଟ୍ ମାଧ୍ୟମରେ ନିରବଚ୍ଛିନ୍ନ ନେଭିଗେସନର ସୁବିଧା ପ୍ରଦାନ । ଏପରି କୁକି ବ୍ୟବହାରକାରୀଙ୍କ ସମ୍ପର୍କରେ କୌଣସି ବ୍ୟକ୍ତିଗତ ତଥ୍ୟ ସୂଚନା ସଂଗ୍ରହ କରିନଥାନ୍ତି ଏବଂ ଆପଣ ୱେବସାଇଟ୍ ଛାଡିବା ମାତ୍ରେ ସେସବୁ ସଙ୍ଗେ ସଙ୍ଗେ ଲିଭି ଯାଇଥାଏ । କୁକି କେବେ ସ୍ଥାୟୀ ଭାବେ ଡାଟା ରେକର୍ଡ କରିନଥାଏ, କିମ୍ବା ସେସବୁ ଆପଣଙ୍କ କମ୍ପ୍ୟୁଟରର ହାର୍ଡ-ଡ୍ରାଇଭରେ ସଂଗୃହୀତ ହୋଇ ରହିନଥାଏ । କୁକି କେବଳ ମେମୋରୀରେ ଷ୍ଟୋର ହୋଇ ରହେ ଏବଂ କେବଳ ଏକ୍ଟିଭ୍ ବ୍ରାଉଜର ସେସନ ବେଳେ ହିଁ ଉପଲବ୍ଧ ହୋଇଥାଏ । ପୁନଶ୍ଚ, ଆପଣ ଥରେ ବ୍ରାଉଜରକୁ ବନ୍ଦ କଲେ, କୁକି ଉଭେଇଯାଏ ।
ଆପଣ ଏକଥା ମଧ୍ୟ ଅଧିକନ୍ତୁ ଜାଣିବା ଉଚିତ ଯେ ଆପଣ ଯେତେବେଳେ pmindia॰gov.in/pmindia॰nic॰in ସେକସନ ଭିଜିଟ୍ କରନ୍ତି, ଯେଉଁଠାରେ ଆପଣ ଲଗ୍-ଇନ୍ କରିବାକୁ ପ୍ରେରିତ ହୋଇଥାନ୍ତି କିମ୍ବା ଯାହାକି କଷ୍ଟୋମାଇଜେବଲ, ସେପରି ସ୍ଥଳେ ଆପଣଙ୍କୁ କୁକି ଗ୍ରହଣ କରିବା ଆବଶ୍ୟକ ପଡିଥାଏ । ଯଦି ଆପଣଙ୍କ ବ୍ରାଉଜରକୁ କୁକିମୁକ୍ତ ରଖିବାକୁ ଚାହାନ୍ତି, ତେବେ ଆମ ୱେବସାଇଟରେ କେତେକ ସେକସନ ଠିକ୍ ଭାବେ କାର୍ଯ୍ୟ କରିନପାରେ ।
ହାଇପର ଲିଙ୍କିଙ୍ଗ୍ ନୀତି
ବାହ୍ୟ ୱେବସାଇଟ/ପୋର୍ଟାଲକୁ ସଂଯୋଗ(ଲିଙ୍କ)
ଏହି ୱେବସାଇଟରେ ଅନେକ ସ୍ଥାନରେ, ଆପଣମାନେ ଲକ୍ଷ୍ୟ କରିପାରିବେ ଯେ ଅନ୍ୟ ୱେବସାଇଟ୍/ପୋର୍ଟାଲକୁ ଲିଙ୍କ୍ ଦିଆଯାଇଛି । ଆପଣମାନଙ୍କ ସହଜବୋଧତା ନିମନ୍ତେ ଏପରି ଲିଙ୍କ୍ ଦିଆଯାଇଛି । ଲିଙ୍କ୍ ଦିଆଯାଇଥିବା ୱେବସାଇଟରେ ଥିବା ବିଷୟବସ୍ତୁ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦାୟୀ ନୁହନ୍ତି ଏବଂ ସେଥିରେ ପ୍ରଦତ୍ତ ମତାମତକୁ ଆବଶ୍ୟକତଃ ସମର୍ଥନ କରନ୍ତି ନାହିଁ । ଏହିସବୁ ଲିଙ୍କର ଉପସ୍ଥିତି ଅଥବା ଏହି ୱେବସାଇଟ ସେ ସବୁର ତାଲିକାକୁ କୌଣସି ପ୍ରକାରେ ତାହାକୁ ସମର୍ଥନ କରିବ ବୋଲି ବୁଝାଯିବା ନାହି । ଆମେ ମଧ୍ୟ ଗ୍ୟାରେଣ୍ଟି ଦେଉନା ଯେ ସେହିସବୁ ଲିଙ୍କ୍ ସଦାବେଳେ କାର୍ଯ୍ୟକରିବ ଏବଂ ସେସବୁ ଲିଙ୍କଯୁକ୍ତ ଲକ୍ଷ୍ୟସ୍ଥଳର ଉପଲବ୍ଧତା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୱେବସାଇଟ୍ ସହ ଅନ୍ୟ ୱେବସାଇଟ୍ /ପୋର୍ଟାଲର ଲିଙ୍କ୍
ଏହି ୱେବସାଇଟରେ ପ୍ରଦାନ କରାଯାଇଥିବା ସୂଚନାକୁ ପ୍ରତ୍ୟକ୍ଷ ଭାବେ ଲିଙ୍କ କରିବା ଲାଗି ଆମେ ଆପଣଙ୍କୁ ବାରଣ କରୁନାହୁଁ ଏବଂ ଏଥିପାଇଁ କୌଣସି ପୂର୍ବାନୁମତିର ଆବଶ୍ୟକତା ମଧ୍ୟ ନାହିଁ । ତେବେ, ଆମେ ଚାହୁଁ ଯେ ଆପଣ ଏହି ୱେବସାଇଟକୁ ଯୋଗାଉଥିବା କୌଣସି ଲିଙ୍କ ସମ୍ପର୍କରେ ଆମକୁ ଅବଗତ କରାନ୍ତୁ ତଦ୍ୱାରା ସେଥିରେ ଘଟାଯାଉଥିବା ଯେ କୌଣସି ପ୍ରକାର ପରିବର୍ତ୍ତନ ଓ ସାମୟିକ ସଂଶୋଧନ ସମ୍ପର୍କରେ ଆପଣଙ୍କୁ ସୂଚୀତ କରାଯାଇପାରିବ । ଏଥିସହ ଆପଣଙ୍କ ସାଇଟରେ ଆମ ପୃଷ୍ଠାଗୁଡିକ ଫ୍ରେମ ଭାବେ ଲୋଡ କରିବା ସକାଶେ ଆମେ ଅନୁମତି ପ୍ରଦାନ କରୁନାହୁଁ । ଏହି ୱେବସାଇଟରେ ଥିବା ପୃଷ୍ଠାଗୁଡିକ ବ୍ୟବହାରକାରୀଙ୍କ ଦ୍ୱାରା ନୂଆକରି ଖୋଲାଯାଇଥିବା ଏକ ବ୍ରାଉଜର ୱିଣ୍ଡୋରେ ଲୋଡ କରାଯିବା ବିଧେୟ ।
ସର୍ତ୍ତାବଳୀ
ଏହି ୱେବସାଇଟ୍ ନେସନାଲ ଇନଫରମାଟିକ୍ସ ସେଣ୍ଟର (NIC)ଙ୍କ ଦ୍ୱାରା ଡିଜାଇନ ଓ ପ୍ରଦାନ କରାଯାଇଛି । ଏଥିରେ ଥିବା ବିଷୟବସ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି ।
ଯଦିଚ ଏହି ୱେବସାଇଟରେ ଥିବା ବିଷୟାବଳୀକୁ ନିର୍ଭୁଲ ଓ ସବିଶେଷ ତଥ୍ୟଯୁକ୍ତ କରିବା ସକାଶେ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି । ତଥାପି ଏହାକୁ ଆଇନତଃ ସିଦ୍ଧ ପ୍ରତିଶ୍ରୁତି ଭାବେ ଗ୍ରହଣ କରାଯିବା ଅଥବା କୌଣସି ଆଇନଗତ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଅନୁଚିତ । କୌଣସି ସ୍ଥାନରେ ଯଦି ଭ୍ରମ ଅଥବା ସନ୍ଦେହ ଉପୁଜେ, ତେବେ ସେ ସବୁକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ/କିମ୍ବା ଅନ୍ୟ ଉତ୍ସ (ମାନଙ୍କ)ରୁ ଯାଞ୍ଚ/ପରୀକ୍ଷା କରିନେବାକୁ ପରାମର୍ଶ ଦିଆଯାଉଛି ଏବଂ ତଦ୍ୱାରା ସେମାନେ ଉପଯୁକ୍ତ ପେଶାଦାରୀ ପରାମର୍ଶ ପାଇପାରିବେ ।
ଏହି ୱେବସାଇଟ ସମ୍ପର୍କୀତ ତଥ୍ୟର ବ୍ୟବହାର, ଅଥବା ବ୍ୟବହାରଗତ ହାନି ଯୋଗୁ ଉତ୍ପନ୍ନ ସମ୍ପର୍କୀତ ତଥ୍ୟର କୌଣସି ପ୍ରକାର ଅର୍ଥବ୍ୟୟ, ହାନି କିମ୍ବା କ୍ଷତି, ଯେଉଁଥିରେ କି ସୀମା ବିନା ପରୋକ୍ଷ ଅଥବା ପରିଣାମଗତ କ୍ଷତି ବା ହାନି ଘଟେ, ସେଥିପାଇଁ କୌଣସି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟୀ ରହିବେ ନାହିଁ।
ଭାରତୀୟ ଆଇନ ଦ୍ୱାରା ଏହି ସର୍ତାବଳୀ ନିୟନ୍ତ୍ରଣ ଓ ତର୍ଜମା କରାଯିବ । ଏହି ସର୍ତ୍ତାବଳୀରୁ ଉତ୍ପନ୍ନ ଯେ କୌଣସି ବିବାଦ କେବଳ ଭାରତୀୟ ନ୍ୟାୟାଳୟଙ୍କ ପରିସରଭୁକ୍ତ ।
ଏହି ୱେବସାଇଟରେ ପୋଷ୍ଟ୍ କରାଯାଇଥିବା ସୂଚନା ହାଇପରଟେକ୍ସଟ୍ ଲିଙ୍କ ବା ସୂଚନା ପଏଣ୍ଟର ଯାହାକି ବେସରକାରୀ/ଘରୋଇ ସଂସ୍ଥାମାନଙ୍କ ସହ ସଂଯୁକ୍ତ ହୋଇଥାଇପାରେ । ଆପଣମାନଙ୍କ ସୂଚନା ଓ ବୋଧଗମ୍ୟତା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହିସବୁ କୌଣସି ବାହ୍ୟ ୱେବସାଇଟକୁ ଲିଙ୍କ ଚୟନ କରୁଛନ୍ତି । ସେତେବେଳେ ଆପଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟ ତ୍ୟାଗ କରୁଛନ୍ତି ଏବଂ ସେଇ ମୁହୂର୍ତ୍ତରୁ ଆପଣ ସେହି ବାହ୍ୟ ୱେବସାଇଟର ମାଲିକ/ସ୍ପୋନସରଙ୍କ ଗୋପନୀୟତା ଏବଂ ନିରାପତ୍ତା ନୀତି ପରିସରଭୁକ୍ତ ହେଉଛନ୍ତି । ସଦାବେଳେ ସେହିସବୁ ଲିଙ୍କ ପୃଷ୍ଠା ଉପଲବ୍ଧ ହେବା ଘେନି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କୌଣସି ଗ୍ୟାରେଣ୍ଟି ପ୍ରଦାନ କରନ୍ତି ନାହିଁ । ସେହି ଲିଙ୍କଯୁକ୍ତ ୱେବସାଇଟର କପିରାଇଟଯୁକ୍ତ ବିଷୟବସ୍ତୁ ବ୍ୟବହାର ସକାଶେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆପଣଙ୍କୁ ପ୍ରାଧିକୃତ କରନ୍ତି ନାହିଁ । ତେଣୁ ସେଥିପାଇଁ ଲିଙ୍କ ହୋଇଥିବା ୱେବସାଇଟର ସତ୍ତ୍ଵାଧୀକାରୀଙ୍କଠାରୁ ଏପରି ଅନୁମତି ପାଇବା ପାଇଁ ବ୍ୟବହାରକାରୀ ଅନୁରୋଧ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଉଛି । ଲିଙ୍କଯୁକ୍ତ ୱେବସାଇଟଗୁଡିକ ଭାରତ ସରକାରଙ୍କ ନିୟମାବଳୀକୁ ମାନିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କୌଣସି ଗ୍ୟାରେଣ୍ଟି ପ୍ରଦାନ କରନ୍ତି ନାହିଁ ।
ଆଞ୍ଚଳିତ ଭାଷା ନୀତି
ଏହି ପୋର୍ଟାଲରେ ଆଞ୍ଚଳିକ ଭାଷାରେ ପ୍ରଦତ୍ତ ତଥ୍ୟ ସୂଚନାକୁ ନିର୍ଭୁଲ ଭାବେ ଉପସ୍ଥାପନ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି । ଏହାକୁ ଆଇନସିଦ୍ଧ ବାକ୍ୟ ଭାବେ ଗ୍ରହଣ ଅଥବା କୌଣସି ଆଇନଗତ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଅନୁଚିତ । ଆଂଚଳିକ ଭାଷାରେ ଥିବା ଯେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ପାଇଁ ଆପଣ ମୂଳ ଇଂରାଜୀ ତଥ୍ୟ ସୂଚନାକୁ ପରଖି ନେଇପାରିବେ । ଭାଷାରେ ଥିବା ଯେ କୌଣସି ତ୍ରୁଟି ଲାଗି ଅନଲାଇନ ଫିଡବ୍ୟାକ୍ ଫର୍ମରେ ଆପଣ ସେ ସମ୍ପର୍କରେ ଅବଗତ କରାଇପାରିବେ ।
ପ୍ରଦତ୍ତ ବିଷୟବସ୍ତୁର ନିର୍ଭୁଲତା, ପୂର୍ଣ୍ଣତା, ଉପଯୋଗୀତା ଅଥବା ଅନ୍ୟାନ୍ୟ ତଥ୍ୟ ପାଇଁ ଏନଆଇସି କୌଣସି ପ୍ରକାର ଦାୟିତ୍ୱ ବହନ କରେନାହିଁ । ଏହି ୱେବସାଇଟରେ ପ୍ରଦତ୍ତ ତଥ୍ୟ ବ୍ୟବହାର ଯୋଗୁ ଯଦି କୌଣସି ପ୍ରକାର ଅର୍ଥବ୍ୟୟ, କ୍ଷତି ବା ହାନି ଘଟେ, ଯେଉଁଥିରେ କି କୌଣସି ସୀମାବିନା, ଅପ୍ରତ୍ୟକ୍ଷ ବା ପରିମାଣଗତ କ୍ଷତି, ହାନି ଘଟେ, କୌଣସି ପରିସ୍ଥିତିରେ ସେଥିଲାଗି ସରକାର ବା ଏନଆଇସିଙ୍କୁ ଦାୟୀ କରାଯାଇପାରିବନାହିଁ ।
ପ୍ରତ୍ୟାଖ୍ୟାନ ଉକ୍ତି
କେବଳ ସୂଚନା ପ୍ରଦାନ ସକାଶେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ୱେବସାଇଟ୍ ଉଦ୍ଦିଷ୍ଟ । ଯଦିଚ ଏଥିରେ ନିର୍ଭୁଲ ଏବଂ ସବିଶେଷ ତାଜା ସୂଚନା ଦେବା ନିମନ୍ତେ ସବୁ ପ୍ରକାର ପ୍ରୟାସ କରାଯାଇଛି । ଏହି ୱେବସାଇଟରେ ପୋଷ୍ଟ କରାଯାଇଥିବା ସର୍କୁଲାରକୁ ଉପଯୋଗ କଲାବେଳେ, ଯେଉଁଠାରେ କିଛି ସନ୍ଦେହ ଉତ୍ପନ୍ନ ହୁଏ, ସେପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଏହାର ସଠିକତା ପାଇଁ ଯୋଗାଯୋଗ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । କୌଣସି ସ୍ଥଳେ ଯଦି ଏହି ୱେବସାଇଟରେ ପ୍ରଦତ୍ତ ସର୍କୁଲାର ହାର୍ଡ କପି (ପ୍ରକାଶିତ ନକଲ) ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜେ, ତେବେ ହାର୍ଡ କପିରେ ଥିବା ସୂଚନା ହିଁ ନିର୍ଭରଯୋଗ୍ୟ ହେବ ଏବଂ ଏହି ବିଷୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନଜରକୁ ଅଣାଯିବ ।