ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଗଭୀର ଭାବେ ବିଶ୍ୱାସୀ ଯେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଯେକୌଣସି ଲୋକାଭିମୁଖୀ ସରକାରର ଦୁଇଟି ମୂଳ ଆଧାର । ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ କେବଳ ଲୋକମାନଙ୍କ ସରକାରଙ୍କ ସହ ଘନିଷ୍ଠ ଭାବେ ଯୋଡିବାରେ ସହାୟକ ହୋଇନଥାଏ । ପରନ୍ତୁ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସମାନ ଓ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିଥାଏ ।
ତାଙ୍କର ରେକର୍ଡ ଚାରି ଥରର ମୁଖ୍ୟମନ୍ତ୍ରିତ୍ୱ କାଳରେ ନରେନ୍ଦ୍ର ମୋଦୀ ଏକ ମୁକ୍ତ ଓ ସ୍ୱଚ୍ଛ ସରକାର ପାଇଁ ତାଙ୍କ ମନରେ ଥିବା ପ୍ରତିବଦ୍ଧତାକୁ ଦୃଢ଼ଭାବେ ପ୍ରମାଣସିଦ୍ଧ କରି ଦେଖାଇଛନ୍ତି । ଆଇନ ଓ ନୀତି ବାତାନୁକୂଳିତ କକ୍ଷରେ ବସି ପ୍ରସ୍ତୁତ ହୋଇନଥାଏ ବରଂ ତାହା ଲୋକମାନଙ୍କ ଗହଣରେ ରହି ହୋଇଥାଏ । ତେଣୁ ନୀତିଗୁଡିକର ଚିଠା ବିଲକୁ ଲୋକମାନଙ୍କ ମତାମତ ଓ ପରାମର୍ଶ ପାଇଁ ଅନଲାଇନରେ ରଖାଯାଇଛି । ସେହିପରି ଗରିବ କଲ୍ୟାଣ ମେଳା ଭଳି ଉଦ୍ୟମ ସୁନିଶ୍ଚିତ କରୁଛି ଯେ କୌଣସି ପ୍ରକାର . . . ବନ୍ଧନ ବ୍ୟତିରେକ ବିକାଶର ସୁଫଳ ଯେଭଳି ସିଧାସଳଖ ଲୋକମାନଙ୍କ ନିକଟରେ ପହଂଚିପାରିବ । ଆଉ ଏକ ମଡେଲର ଉଦାହରଣ ହେଲା – ଦିନିକିଆ ଶାସନ ପ୍ରଣାଳୀ (One Day Governance) ଯାହା ଇ-ଗଭର୍ଣ୍ଣାନ୍ସ ସାଧନ ମାଧ୍ୟମରେ ସମୟାନୁବଦ୍ଧ ଭାବେ ନାଗରିକମାନଙ୍କୁ ଉପଲବ୍ଧ କରାଇବା ନିମନ୍ତେ ଉଦ୍ଦିଷ୍ଟ । ଏହାର ମୂଖ୍ୟ ଉଦ୍ଦେଶ୍ୟ ହେଲା ଏହି ନାଗରିକ ସନନ୍ଦ ।