ୱେବ ବ୍ରାଉଜରମାନଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ପକ୍ଷରୁ ଏକ ସ୍ଵତନ୍ତ୍ର ଇ-ମେଲକୁ ଆରଟିଆଇ ଆବେଦନ ନିମନ୍ତେ ସମର୍ପିତ ଭାବେ ରଖାଯାଇଛି । ଏହି ଇ-ମେଲ ଠିକଣା ହେଲା- rti.appeal@gov.in । ଏହି ଠିକଣାରେ ସମସ୍ତ ଆରଟିଆଇ ଆବେଦନ କରିବାକୁ ନିବେଦନ କରାଯାଇଛି ।
ବିଳମ୍ବ ଏଡାନ୍ତୁ
ବିଭିନ୍ନ ବିଷୟ ଉପରେ ସୂଚନା ପାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟକୁ ଅନେକ ଦରଖାସ୍ତ ଆସୁଛି । ସେଥିମଧ୍ୟରୁ ଅନେକ ଦରଖାସ୍ତର ସୂଚନା ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗ ମାଧ୍ୟମରେ ପ୍ରଦାନ କରାଯାଉଛି । ଆରଟିଆଇ ଆଇନ ଅଧୀନରେ ଏ ପ୍ରକାର ଦରଖାସ୍ତଗୁଡିକୁ ସମ୍ପୃକ୍ତ ପବ୍ଲିକ ଅଥରିଟିଙ୍କ ପାଖକୁ ପ୍ରେରଣ କରାଯାଇଥାଏ ।
ଆରଟିଆଇ ଆଇନ 2005ର ବ୍ୟବସ୍ଥା ଅନୁସାରେ ଯଦି କୌଣସି ଆରଟିଆଇ ଦରଖାସ୍ତ ସମ୍ପୃକ୍ତ ପବ୍ଲିକ ଅଟରିଟିଙ୍କ ପାଖକୁ ଯିବା ପରିବର୍ତ୍ତେ ପିଏମଓ ଆସେ ତା’ହେଲେ ସେ କ୍ଷେତ୍ରରେ ଉକ୍ତ ଦରଖାସ୍ତକୁ ସଠିକ ପବ୍ଲିକ ଅଟରିଟିଙ୍କ ପାଖରେ ପହଞ୍ଚାଇ ଦିଆଯାଇଥାଏ ।
ଏହା ମଧ୍ୟ ଅନୁରୋଧ କରାଯାଉଛି ଯେ, ଏକ ନିର୍ଦ୍ଦିଷ୍ଟ ବିଭାଗ ଅଥବା ମନ୍ତ୍ରଣାଳୟ ସମ୍ପର୍କିତ ଆରଟିଆଇ ଆବେଦନ ସମ୍ପୃକ୍ତ ବିଭାଗ ଅଥବା ମନ୍ତ୍ରଣାଳୟର ପବ୍ଲିକ ଇନଫର୍ମେସନ ଅଧିକାରୀଙ୍କ ନିକଟକୁ ପଠାନ୍ତୁ ଯଦ୍ୱାରା ଉଚିତ ସମୟରେ ଆବେଦନର ଉତ୍ତର ମିଳିବାରେ ସୁବିଧା ହେବ ।
ଫି
ଆରଟିଆଇ ଆଇନ 2005 ଅଧୀନରେ ସୂଚନା ଜାଣିବା ପାଇଁ କରାଯାଉଥିବା ଦରଖାସ୍ତ ସହ 10 ଟଙ୍କାର ଫି ଦେବାକୁ ପଡିଥାଏ । ଏହା ନିମ୍ନଲିଖିତ ମତେ ପ୍ରଦାନ କରିବାକୁ ପଡିବ :-
ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟର କେସିଏରଙ୍କ ପାଖରେ ଆବଶ୍ୟକ ଅର୍ଥ ଜମା କରିବାକୁ ପଡିବ ।
ଦରଖାସ୍ତ ଫି ବାବଦରେ ଡିମାଣ୍ଡ ଡ୍ରାଫ୍ଟ / ବେଙ୍କର୍ସ ଚେକ 10 ଟଙ୍କାର ପ୍ରଦାନ କରିବାକୁ ପଡିବ ।
ଏହି ଡ୍ରାଫ୍ଟ ସେକ୍ସନ ଅଫିସର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ, ନୂଆଦିଲ୍ଲୀଙ୍କ ନାମରେ ହେବା ଆବଶ୍ୟକ ।
ପୋଷ୍ଟାଲ ଅର୍ଡର କ୍ଷେତ୍ରରେ ସେକ୍ସନ ଅଫିସର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ନାମରେ ଏହା କରାଯିବା ଆବଶ୍ୟକ ।
ଅଥବା
ବିପିଏଲ ଶ୍ରେଣୀର ଦରଖାସ୍ତକାରୀମାନେ ଆରଟିଆଇ ଆବେଦନ ବାବଦ ଫି ଦାଖଲରୁ ଛାଡ ପାଇବାକୁ ହେଲେ ଆବେଦନ ପତ୍ର ସହିତ ଏକ ବୈଧ ପ୍ରମାଣ ଯୋଡି ଆବେଦନ କରିବାକୁ ପଡିବ ।