(i) |
ଏହାର ଗଠନ, କାର୍ଯ୍ୟ ପ୍ରଣାଳୀ ଓ କର୍ତ୍ତବ୍ୟର ବିଶେଷାବଳୀ |
ପ୍ରଧାନମନ୍ତ୍ରୀଙ୍କ ସଚିବାଳୟର ସ୍ଥାପନା 15.08.1947 ରେ ହୋଇଥିଲା ,ତା’ପରେ 28.03.1977 ରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଭାବେ ନାମ ଦିଆଯାଇଥିଲା । କାର୍ଯ୍ୟାବଳୀ ବଣ୍ଟନ ନିୟମାବଳୀ 1961 ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପ୍ରଧାନମନ୍ତ୍ରୀଙ୍କ ଦାପ୍ତରିକ ସହାୟତା (Secretarial assistance) ଯୋଗାଇଥାଏ । PMO ର ନେତୃତ୍ଵ ନେଇଥାନ୍ତି ପ୍ରମୁଖ ସଚିବ (Principal Secretary) ଅଧୁନା ପିଏମ୍ଓରେ (ପ୍ରଧାନମନ୍ତ୍ରୀ,ରାଷ୍ଟ୍ରମନ୍ତ୍ରୀ,ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କର୍ମଚାରୀଙ୍କୁ ଛାଡି) 122 ଜଣ ଗେଜେଟେଡ ପାହ୍ୟାର ଏବଂ 281 ଜଣ ଅଣ-ଗେଜେଟେଡ ପାହ୍ୟାର କର୍ମଚାରୀ ଅଛନ୍ତି ।. ପିଏମ୍ଓର ପ୍ରମୁଖ ପରିସର ସାଉଥ୍ ବ୍ଲକରେ ଅବସ୍ଥିତ । କିନ୍ତୁ ଏହାର କେତେକ ଶାଖା ରେଳଭବନ (ଆରଟିଆଇ ସେକସନ) ଏବଂ ସଂସଦ ଭବନ (ପାର୍ଲାମେଂଟ ସେକସନ)ଠାରେ କାର୍ଯ୍ୟ କରୁଛି । ଏହା ପ୍ରଧାନମନ୍ତ୍ରୀଙ୍କ ରେସକୋର୍ସ ରୋଡ ବାସଭବନରୁ ମଧ୍ୟ କାର୍ଯ୍ୟ କରିଥାଏ । |
(ii) |
କର୍ମଚାରୀଙ୍କ କ୍ଷମତା ଓ କର୍ତ୍ତବ୍ୟ |
|
(iii) |
ନିଷ୍ପତ୍ତି ନିର୍ଦ୍ଧାରଣ ପ୍ରକ୍ରିୟାର ପଦ୍ଧତି, ଯେଉଁଥିରେ ଉତ୍ତରଦାୟିତ୍ୱ ଓ ତଦାରଖ ବ୍ୟବସ୍ଥା ସାମିଲ |
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପ୍ରଧାନମନ୍ତ୍ରୀଙ୍କୁ ସେକ୍ରେଟାରିଆଲ ସହାୟତା ଯୋଗାଇଥାଏ ଏବଂ ଏଥି ସହିତ ଆବଶ୍ୟକ ବେଳେ ନିଷ୍ପତ୍ତି ଗ୍ରହଣ ଓ ମିଳିଥିବା ପ୍ରସ୍ତାବମାନଙ୍କ ସମ୍ପର୍କରେ ସହାୟତା କରିଥାଏ । କାର୍ଯ୍ୟାଳୟ ପ୍ରକ୍ରିୟାର ନିୟମାବଳୀ ରେ ନିହିତ ନିର୍ଦେଶର ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଜୀଙ୍କୁ ଦେଖାଯିବାକୁଥିବା ଫାଇଲର ବିଷୟବସ୍ତୁ ଏହି ବିଷୟ ଉପରେ ନିର୍ଭରତା କରୁଛି ଯେ କ’ଣ ସେ ଉକ୍ତ ମନ୍ତ୍ରଣାଳୟର ସିଧା ପ୍ରଭାରୀ ଅଛନ୍ତି ଅବା ପୁଣି ଉକ୍ତ ମନ୍ତ୍ରଣାଳୟର ପ୍ରଭାରୀ କୌଣସି କେବିନେଟ ମନ୍ତ୍ରୀ ଅବା ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଅଛନ୍ତି । ଯଦି ପ୍ରଭାରୀ କେବିନେଟ ଅବା ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ତ ଅଧିକାଂଶ ପ୍ରସଙ୍ଗକୁ ପ୍ରଭାରୀ କେବିନେଟ ମନ୍ତ୍ରୀ/ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ସମାଧାନ କରାଯାଏ । ଯେଉଁ ପ୍ରସଙ୍ଗରେ ମାନନୀୟ ପ୍ରଧାନମନ୍ତ୍ରୀ ପ୍ରଭାରୀ ମନ୍ତ୍ରୀ ଅଛନ୍ତି ,ଏବଂ ଏଭଳି ସମସ୍ତ ପ୍ରସଙ୍ଗ ଯେଉଁଠି ମନ୍ତ୍ରୀସ୍ତରୀୟ ଅନୁମୋଦନର ଆବଶ୍ୟକତା ଅଛି ଏବଂ ଯାହା ପାଇଁ ସମ୍ପର୍କୀ ରାଷ୍ଟ୍ରମନ୍ତ୍ରୀ/ଉପମନ୍ତ୍ରୀଙ୍କୁ ଅଧିକାର ଦିଆଯାଇନାହିଁ ,ସେ ସମସ୍ତ ପ୍ରସଙ୍ଗ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ତାହାର ଆଦେଶ ପାଇଁ ଦିଆଯାଏ । ଭାରତ ସରକାରଙ୍କ (ବ୍ୟାପାର ଆବଣ୍ଟନ) ନିୟମ ,1961 ଏବଂ ଭାରତ ସରକାର (ବ୍ୟାପାରର ଦେଣନେଣ) ନିୟମ ,1961 ଏବଂ ବିଭିନ୍ନ ଅନ୍ୟ ନିୟମ ମାନନୀୟ ପ୍ରଧାନମନ୍ତ୍ରୀ ଜୀଙ୍କୁ ତାଙ୍କର ଆଦେଶ/ସୂଚନା ହେତୁ ଦେଖାଯାଏ । |
(iv) |
ଏହାର ଦାୟିତ୍ୱ ନିର୍ବାହ ପାଇଁ ସ୍ଥାପିତ ବିଧିବ୍ୟବସ୍ଥା |
ମନ୍ତ୍ରୀ ପରିଷଦର ପ୍ରମୁଖ ବିଷୟରେ ପ୍ରଧାନମନ୍ତ୍ରୀ କେବିନେଟ ବୈଠକର ଅଧ୍ୟକ୍ଷତା କରନ୍ତି ଏବଂ ଭାରତୀୟ ସମ୍ବିଧାନ ଏବଂ ଭାରତ ସରକାର (ବ୍ୟାପାର ଆବଣ୍ଟନ) ନିୟମ ,1961 ଏବଂ ଭାରତ ସରକାର (ବ୍ୟାପାରର ଦେଣନେଣ) ନିୟମ ,1961 ରେ ନିର୍ଦ୍ଧାରିତ କାର୍ଯ୍ୟର ନିର୍ବାହ କରନ୍ତି । ଭାରତ ସରକାର (କାର୍ଯ୍ୟାବଳୀ ଆବଣ୍ଟନ) ବିଧି, 1961 ,ଭାରତ ସରକାର (Transaction of Business) ବିଧି, 1961 ଏବଂ କାର୍ଯ୍ୟାଳୟ ବିଧି ତଥ୍ୟାବଳୀ ପୁସ୍ତିକାରେ ଥିବା ବ୍ୟବସ୍ଥା ମୁତାବକ ପିଏମ୍ଓ ତାର କର୍ତ୍ତବ୍ୟ ସମ୍ପନ୍ନ କରିଥାଏ । |
(v) |
ପିଏମ୍ଓ ପାଖରେ ଥିବା ଅଥବା ଏହା ଅଧିନରେ ଥିବା ବା ଏହାଦ୍ୱାରା ବ୍ୟବହୃତ ହେଉଥିବା ଆଇନ, ନିୟମାବଳୀ, ନିର୍ଦ୍ଦେଶାନାମ, ତଥ୍ୟ ପୁସ୍ତିକା ଯାହାଦ୍ୱାରା ଏହାର କର୍ମଚାରୀମାନେ ସେମାନଙ୍କର ଦାୟିତ୍ୱ ସମ୍ପନ୍ନ କରିଥାନ୍ତି । |
ଏହାର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ କେନ୍ଦ୍ର ସରକାରୀ କର୍ମଚାରୀ, ସର୍ବଭାରତୀୟ ସେବା ଅଧିକାରୀ/କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ପାଇଁ ପ୍ରଯୁଜ୍ୟ ନିୟମାବଳୀ/ବିଧି ଆଦି ପ୍ରୟୋଗଯୋଗ୍ୟ ଏହାର ଏକ ସଚିତ୍ର ତାଲିକା ପରିଶିଷ୍ଟ -iv [ 419KB ] ରେ ପ୍ରଦତ୍ତ |
(vi) |
ଏହାଦ୍ୱାରା ରଖାଯାଇଥିବା ଅଥବା ଏହା ଅଧୀନରେ ଥିବା ବିଭିନ୍ନ ଶ୍ରେଣୀର ନଥିପତ୍ର ସମ୍ପର୍କୀତ ବିବରଣୀ |
ପିଏମ୍ଓ ଜନଅଭିଯୋଗ, ପିଏମ୍ଏନ୍ଆରଏଫ୍ ଆଦି ସମ୍ପର୍କୀତ ବିଷୟାବଳୀ ବ୍ୟତୀତ ଅନ୍ୟ ମନ୍ତ୍ରଣାଳୟ ବିଭାଗ, କେବିନେଟ ସେକ୍ରେଟାରିଏଟ୍, ରାଜ୍ୟ ସରକାର ଓ ଅନ୍ୟାନ୍ୟ ସଂସ୍ଥାଙ୍କଠାରୁ ପିଏମ୍ଓ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ସୂଚନା/ଟିପ୍ପଣୀ ନିର୍ଦ୍ଦେଶାବଳୀ ପାଇବା ସକାଶେ ସୂଚନା ପାଇଥାଏ । |
(vii) |
ନୀତି ନିର୍ଦ୍ଧାରଣ ଅଥବା ସେ ସବୁର ପ୍ରବର୍ତ୍ତନ ସକାଶେ ଜନସାଧାରଣଙ୍କ ସହ ବା ପ୍ରତିନିଧିତ୍ୱ ନିମନ୍ତେ ପ୍ରଚଳିତ ଥିବା ବ୍ୟବସ୍ଥାର ବିବରଣୀ |
ନିଜ ନିଜ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ବିଭିନ୍ନ ପ୍ରକାର ନୀତି ପ୍ରଣୟନ, ସେସବୁର ପ୍ରବର୍ତ୍ତନ କରାଯାଇଥାଏ । ଏଭଳି ନୀତି ନିର୍ଦ୍ଧାରଣ ଓ ପ୍ରବର୍ତ୍ତନ ସକାଶେ ଜନ ସାଧାରଣଙ୍କ ସହ ସଂପୃକ୍ତ ମନ୍ତ୍ରଣାଳୟ/ବିଭାଗ ପରାମର୍ଶ କରିଥାନ୍ତି । ତଦ୍ୱାରା ମିଳିଥିବା ମତାମତ ପରାମର୍ଶ ଅଭିଯୋଗକୁ ମତ ଆଦାନପ୍ରଦାନ ପେଜ୍ ଲିଙ୍କ୍ ବ୍ୟବହାର କରି PM/PMOକୁ ପଠାଯାଇପାରିବ । “ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରନ୍ତୁ” |
(viii) |
ଏହାର ଅଂଶବିଶେଷ ଭାବେ ଦୁଇ ବା ତତୋଧିକ ବ୍ୟକ୍ତିଙ୍କୁ ନେଇ ଗଠିତ ବୋର୍ଡ, ପରିଷଦ, କମିଟି ଏବଂ ଅନ୍ୟାନ୍ୟ ଗୋଷ୍ଠୀ ଅଥବା ଏହାର ପରାମର୍ଶ ଉଦ୍ଦେଶ୍ୟରେ ଗଠିତ ସଂସ୍ଥା, ଏବଂ ଏହିସବୁ ବୋର୍ଡ, ପରିଷଦ, କମିଟି ଓ ଅନ୍ୟ ଗୋଷ୍ଠୀର ବୈଠକ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ କି ? କିମ୍ବା ଏହାର ବିବରଣୀ ସର୍ବସାଧାରଣଙ୍କ ଲାଗି ଉପଲବ୍ଧ ହେବ କି ? |
Not applicable as PMO provides secretarial assistance to the Prime Minister. |
(ix) |
ଏହାର ଅଧିକାରୀ ଏବଂ କର୍ମଚାରୀଙ୍କ ଜ୍ଞାତବ୍ୟ ବିବରଣୀ ପୁସ୍ତିକା (ଡାଇରେକ୍ଟରୀ) |
ପିଏମଓର ପ୍ରମୁଖ ଅଧିକାରୀଙ୍କ ଡାଇରେକ୍ଟୋରୀ ପରବର୍ତ୍ତୀ ସ୍ତମ୍ଭରେ ଅର୍ଥାତ୍ ସ୍ତମ୍ଭ (x) ରେ କର୍ମଚାରୀମାନଙ୍କ ଡାଇରେକ୍ଟୋରୀ ବର୍ଣ୍ଣିତ ହୋଇଛି ଯେଉଁଥିରେ ସେମାନେ ପାଉଥିବା ମାସିକ ପାରିତୋଷିକ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । |
(x) |
ଏହାର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ପାଉଥିବା ମାସିକ ପାରିତୋଷିକ ଯେଉଁଥିରେ ଏହାର ନିୟମାବଳୀରେ ଥିବା ପାରିତୋଷିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା ରହିଛି |
ସମସ୍ତ କର୍ମଚାରୀଙ୍କ ମାସିକ ପାରିତୋଷିକ (ବେତନ ଓ ଭତ୍ତା) [ 6054KB ] PM/MoS(PMO) ଙ୍କ ବେତନ ଓ ଅନ୍ୟାନ୍ୟ ଭତା ମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ଆଇନ, 1952 ଏବଂ ସାମୟିକ ଭାବେ ସେଥିରେ ହୋଇଥିବା ସଂଶୋଧନ ବ୍ୟବସ୍ଥା ମତେ ପ୍ରଦାନ କରାଯାଇଥାଏ । |
(xi) |
ଏହାର ପ୍ରତ୍ୟେକ ଏଜେନ୍ସୀକୁ ଅବଣ୍ଟିତ ବଜେଟ୍, ଯେଉଁଥିରେ ସମସ୍ତ ଯୋଜନା ପ୍ରସ୍ତାବିତ ବ୍ୟୟ ଏବଂ ପ୍ରଦାନ କରାଯାଇଥିବା ଅର୍ଥ ରିପୋର୍ଟ ସମ୍ପର୍କରେ ବିଶେଷ ବିବରଣୀ ସୂଚୀତ ହୋଇଥାଏ । |
ପ୍ରଶାସନିକ ନିୟନ୍ତ୍ରଣରେ ସେପରି କୌଣସି ଏଜେନ୍ସୀ ନାହିଁ ଯାହାକୁ ପିଏମଓରୁ ବଜେଟ ଆବଣ୍ଟନ କରାଯାଇଥାଏ (ii)2018-19 ବର୍ଷ ପାଇଁ ଗ୍ରାଣ୍ଟ ଦାବିର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି [ 274KB ] (iii) ଆର୍ଥିକ ବର୍ଷ 2018-19 ପାଇଁ ବଜେଟ/ଖର୍ଚ୍ଚର ବିବରଣୀ ଏବଂ ଆର୍ଥିକ ବର୍ଷ 2019-29 ପାଇଁ ବଜେଟ ଆକଳନ । [ 11KB ] (iv)2015-16 ପାଇଁ ମଞ୍ଜୁରି ମାସିକ ବ୍ୟୟ ରାଶି [ 479KB ] (v)2016-17 ପାଇଁ ମଞ୍ଜୁରି ମାସିକ ବ୍ୟୟ ରାଶି [ 465KB ] (vi) 2017-18 ପାଇଁ ମଞ୍ଜୁରି ମାସିକ ବ୍ୟୟ ରାଶି [ 405KB ] (vii) ଆର୍ଥିକ ବର୍ଷ 2018-19 ପାଇଁ ହେଡ-ଅନୁଯାୟୀ ମାସିକ ବ୍ୟୟ । [ 19KB ] |
(xii) |
ସବସିଡି କାର୍ଯ୍ୟକ୍ରମ ଯେଉଁଥିରେ ମଞ୍ଜୁର ଅର୍ଥ ପରିମାଣ ଏବଂ ଏପରି କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଥାଏ । ସେସବୁ କିପରି କାର୍ଯ୍ୟକାରୀ ହୋଇଥାଏ ସେ ସମ୍ପର୍କୀତ ବିବରଣୀ ମଧ୍ୟ ରହିଥାଏ |
ପିଏମଓରେ କୌଣସି ପ୍ରକାର ସବସିଡି କାର୍ଯ୍ୟକ୍ରମ ନାହିଁ |
(xiii) |
ଏହା ଦ୍ଵାରା ରିହାତି ଓ ପରମିଟ ଗ୍ରହୀତା, ଅଥବା ସ୍ୱୀକୃତି ଲାଭକାରୀଙ୍କ ସମ୍ପର୍କରେ ବିଶେଷ ବିବରଣୀ |
ଶୂନ |
(xiv) |
ଏହା ନିକଟରେ ଉପଲବଧ ସୂଚନା ବା ଏହା ଦ୍ଵାରା ରଖାଯାଇଥିବା ସୂଚନାବଳୀ ଯାହାକି ଇଲେକ୍ଟ୍ରୋନିକ ଫର୍ମରେ ସଂକୁଚିତ କରାଯାଇଛି, ସେ ସମ୍ପର୍କୀତ ବିସ୍ତୃତ ବିବରଣୀ |
ପିଏମଓ ୱେବସାଇଟରେ ଯାହା ସବୁ ଉପଲବଧ। |
(xv) |
ସୂଚନା ପାଇବା ସକାଶେ ନାଗରିକଙ୍କ ପାଇଁ ଉପଲବଧ ସୁବିଧାର ବିସ୍ତୃତ ବିବରଣୀ, ଯେଉଁଥିରେ ଏକ ପୁସ୍ତକାଗାର ବା ପାଠାଗାରର କାର୍ଯ୍ୟ ଅବଧି, ଯଦି ତାହା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ, ସେସବୁ ପ୍ରଦାନ କରାଯାଏ । |
ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓ ବିବୃତି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ PIB ଏବଂ ପିଏମ୍ଓ ୱେବସାଇ ଏବଂ ସରକାରୀ ସୋସିଆଲ ମିଡିଆ ଏକାଉଣ୍ଟ। PM/PMOଙ୍କ ନିକଟରେ ଯେକୌଣସି ପ୍ରକାର ମତାମତ ପରାମର୍ଶ ଅଭିଯୋଗ ପୋଷ୍ଟରେ ଅଥବା ଭାବବିନିମୟକାରୀ ପେଜ-ଲିଙ୍କ ବ୍ୟବହାର କରି ପଠାଯାଇପାରିବ ।“ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ” ନାଗରିକମାନେ ସେମାନଙ୍କର ଅଭିଯୋଗ ବିଭିନ୍ନ ଉପାୟରେ ନୂଆ ପୋଷ୍ଟରେ (Prime Minister Officer, South Block, New Delhi, Pin-110010), ଅଥବା ସମସ୍ତ ଡାକ କାଉଣ୍ଟରରେ ହାତରେ କିମ୍ବା ଫେକ୍ସ (011-23016875)ରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇପାରିବେ । ଯେଉଁ ନାଗରିକମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ରର ସ୍ଥିତି ସମ୍ପର୍କରେ ଟେଲିଫୋନ ଯୋଗେ ତଦାରଖ କରିବାକୁ ଚାହାଁନ୍ତି ସେମାନେ ଫେସିଲିଟେସନ ନମ୍ବର (011-23386447)କୁ ଡାଏଲ କରିପାରିବେ ଏବଂ ସେମାନଙ୍କ ପତ୍ର ଅଭିଯୋଗର ସଦ୍ୟତମ ସ୍ଥିତି ସମ୍ବନ୍ଧରେ ଅବଗତ ହୋଇପାରିବେ । |
(xvi) |
ଜନ ସୂଚନା ଅଧିକାରୀମାନଙ୍କ ନାମ, ପଦବୀ ଏବଂ ଅନ୍ୟାନ୍ୟ ସୂଚନା ବଳୀ |
(i) ଆପିଲେଟ ଅଥରିଟୀ (ii) ସେଣ୍ଟ୍ରାଲ ପବ୍ଲିକ ଇନଫରମେସନ ଅଫିସର(ସିପିଆଇଓ) (iii) ସହକାରୀ କେନ୍ଦ୍ରୀୟ ପବ୍ଲିକ ଇନଫରମେସନ ଅଫିସର(ଏସିପିଆଇଓ) (iv) ପୂର୍ବତନ-କେନ୍ଦ୍ର ଲୋକ ସମ୍ପର୍କ ଅଧିକାରୀମାନ (v) ପିଏମଓର ପୂର୍ବତନ ଆପିଲେଟ ଅଥୋରିଟିଙ୍କ ତାଲିକା [ 171KB ] |
(xvii) |
ପିଏମଓ ସମ୍ପର୍କୀ ସିପିସିର ଧାରା 80 ଅଧୀନରେ ନୋଟିସ ପ୍ରାପ୍ତ କରିବା ଏବଂ ନିଷ୍ପତ୍ତି କରିବା ପାଇଁ ନାମିତ ନୋଡାଲ ଅଧିକାରୀଙ୍କ ନାମ ,ପଦନାମ ଏବଂ ଠିକଣା I |
ଶ୍ରୀ ଚିରାଗ ଏମ.ପଞ୍ଚଲ ,ଅନୁସଚିବ ,ପିଏମଓ ସମ୍ପର୍କରେ ସିପିସିର ଧାରା 80 ଅଧୀନରେ ପ୍ରାପ୍ତ ଲିଟିଗେସନ/ ନୋଟିସର ସମାଧାନ ପାଇଁ ହେଉଛନ୍ତି ନୋଡାଲ ଅଧିକାରୀ ଏବଂ ତାଙ୍କ ଠିକଣା ହେଉଛି- ରୁମ ନମ୍ବର . 236-ବି ,ସାଉଥ ବ୍ଲକ ,ନୂଆଦିଲ୍ଲୀ I |
(xviii) |
ଅନ୍ୟାନ୍ୟ ସୂଚନାବଳୀ ଯାହାକି ନିର୍ଦ୍ଧାରଣ କରାଯାଇଛି |
(i) ପ୍ରଗତି (PRAGATI) ୱେବସାଇଟ୍ |
DoPTର 1.1 ନିୟମାବଳୀ |
କ୍ରୟ ସମ୍ପର୍କୀତ ସୂଚନାବଳୀ । |
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ସମସ୍ତ କ୍ରୟ ଖର୍ଚ୍ଚ ବ୍ୟୟ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଜେନେରାଲ ଫାଇନାନ୍ସ ରୁଲ୍ସ ଏବଂ ଗାଇଡଲାଇନ୍ସ ଅନୁସାରେ କରାଯାଏ । ଆର୍ଥିକ ବର୍ଷ 2017-18 ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା 10 ଲକ୍ଷ ଅବା ତା’ଠାରୁ ଅଧିକ ମୂଲ୍ୟଯୁକ୍ତ କୌଣସି ବସ୍ତୁର କ୍ରୟ କରାଯାଇ ନାହିଁ । |
DoPTର 1.2 ନିୟମାବଳୀ |
ସରକାରୀ ଘରୋଇ ଭାଗୀଦାରୀତା |
ଶୂନ |
DoPTର 1.3 ନିୟମାବଳୀ |
ବଦଳି ନୀତି ଓ ବଦଳି ଆଦେଶନାମା |
ପିଏମଓ କାର୍ଯ୍ୟାଳୟର ଅଧିକାରୀକର୍ମଚାରୀ DoPT/MHA/MEA ଦ୍ଵାରା ନିଯୁକ୍ତ ଓ କାର୍ଯ୍ୟରେ ଅବସ୍ଥାପିତ ହୋଇଥାନ୍ତି । ଏହା ନିୟମିତ ରୂପେ “କର୍ମଚାରୀ ସୂଚନା ପୁସ୍ତିକା ମାଧ୍ୟମରେ ଅପଡେଟ୍ କରାଯାଇଥାଏ।” |
DoPTର 1.4 ନିୟମାବଳୀ |
ଆରଟିଆଇ ଆବେଦନ/ ପ୍ରଥମ ଆବେଦନ ଓ ସେଗୁଡିକର ଉତ୍ତର |
|
DoPTର 1.5 ନିୟମାବଳୀ |
ସିଏଜି ଓ ପିଏସି ପାରା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ |
ପିଏମଓ ସମ୍ପର୍କରେ ସିଏଜି ଓ ପିଏସିର କୌଣସି ପାରା ନାହିଁ । |
DoPTର 1.6 ନିୟମାବଳୀ |
ନାଗରିକ ସନନ୍ଦ |
ଯେହେତୁ ପିଏମଓ ଦ୍ଵାରା କୌଣସି ପ୍ରକାର ପ୍ରତ୍ୟକ୍ଷ ନାଗରିକ ସେବା ଯୋଗାଇ ଦିଆଯାଇନଥାଏ ତେଣୁ ଏହା ପିଏମଓ ପାଇଁ ପ୍ରଯୁଜ୍ୟ ନୁହେଁ । |
DoPTର 1.7 ନିୟମାବଳୀ |
ଇଚ୍ଛାଧୀନ ଏବଂ ଅଣ-ଇଚ୍ଛାଧୀନ ଗ୍ରାଣ୍ଟ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ଵାରା ରାଜ୍ୟ ସରକାର/ଏନଜିଓ/ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ ଦିଆଯାଉଥିବା ଗ୍ରାଣ୍ଟ/ଅର୍ଥ ବଣ୍ଟନ |
ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ସମ୍ପର୍କୀତ ବିଷଦ ବିବରଣୀଏଠାରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ସମ୍ପର୍କୀତ ବିସ୍ତୃତ ବିବରଣୀ ଏଠାରେ |
DoPTର 1.8 ନିୟମାବଳୀ |
ପ୍ରଧାନମନ୍ତ୍ରୀ ଏବଂ ଯୁଗ୍ମ ସଚିବ ଓ ତଦୁର୍ଦ୍ଧ ପଦବୀରେ ଅବସ୍ଥାପିତ ଅଧିକାରୀ କରିଥିବା ଗସ୍ତ ବିବରଣୀ |
26.05.2014 ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ କରିଥିବା ବିଦେଶ ଗସ୍ତ ଏବଂ ଭଡାରେ ନିଆଯାଇଥିବା ବିମାନ ଖର୍ଚ୍ଚ ସମେତ ଖର୍ଚ୍ଚର ବିସ୍ତୃତ ବିବରଣୀ ) ଗୃହ ମନ୍ତ୍ରଣାଳୟର ଅନୁଦାନ ସମ୍ପର୍କୀ ବିସ୍ତୃତ ଦାବି -ପ୍ରଧାନମନ୍ତ୍ରୀଙ୍କ ବିମାନର ରକ୍ଷଣାବେକ୍ଷଣ-ଅନ୍ୟାନ୍ୟ ଶୁଳ୍କ । ପୂର୍ବତନ ପ୍ରଧାନମନ୍ତ୍ରୀ (ଡକ୍ଟର ମନମୋହନ ସିଂହ)ଙ୍କ ବିଦେଶ ଗସ୍ତ ଓ ସେଥିପାଇଁ ଭଡାରେ ନିଆଯାଇଥିବା ବିମାନ ଖର୍ଚ୍ଚର ବିସ୍ତୃତ ବିବରଣୀ [ 1434KB ] ପୂର୍ବତନ ପ୍ରଧାନମନ୍ତ୍ରୀ (ଶ୍ରୀ ଅଟଳ ବିହାରୀ ବାଜପେୟୀ) ଏବଂ ବିଦେଶ ଗସ୍ତ ଓ ସେଥିପାଇଁ ଭଡାରେ ନିଆଯାଇଥିବା ବିମାନ ଖର୍ଚ୍ଚର ବିସ୍ତୃତ ବିବରଣୀ [ 493KB ]
|
ଧାରା-4(1) (b) | ଏହି ଆଇନ ଅନୁଗ୍ରହ କଣ ଆବଶ୍ୟକ | ପ୍ରକଟନ |
---|