ପ୍ରଶ୍ନ-1: | ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜନ ଅଭିଯୋଗ ପଠାଇବାକୁ ଚାହେଁ । ଦୟାକରି ମୋତେ ଏହାର ବିଧି ଜଣାନ୍ତୁ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ନିକଟରେ ମୁଁ ମୋର ଅଭିଯୋଗ ଆବେଦନ କିପରି ଦାଖଲ କରିପାରିବି ? ପିଏମଓର କେଉଁଠାକୁ ମୁଁ ମୋର ଅଭିଯୋଗ ଆବେଦନ ପଠାଇବି ? ମାନ୍ୟବର ପ୍ରଧାନମନ୍ତ୍ରୀ ଅଥବା ପିଏମଓକୁ ମୁଁ ମୋର ଅଭିଯୋଗ ଆବେଦନ ଅନଲାଇନରେ ପଠାଇପାରିବି କି ? |
ଉତ୍ତର : | ପିଏମଓ ୱେବସାଇଟରେ ଉପଲବ୍ଧ “ପ୍ରଧାନମନ୍ତ୍ରୀଙ୍କୁ ଲେଖନ୍ତୁ” ଭାବ ଆଦାନ-ପ୍ରଦାନକାରୀ ପେଜ ଲିଙ୍କ ବ୍ୟବହାର କରି ଯେକୌଣସି ଅଭିଯୋଗ ମାନ୍ୟବର ପ୍ରଧାନମନ୍ତ୍ରୀ/ପିଏମଓକୁ ପଠାଯାଇପାରିବ ।https://www.pmindia.gov.in/- ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ (ଡ୍ରପ ଡାଉନ ମେନୁଠାରୁ) – ପ୍ରଧାନମନ୍ତ୍ରୀଙ୍କୁ ଲେଖନ୍ତୁ । ଏହି ଲିଙ୍କ ପିଏମଓ ୱେବସାଇଟର ହୋମ ପେଜରେ ମଧ୍ୟ ମିଳିପାରିବ । ପିଏମଓ ୱେବସାଇଟ [https://www.pmindia.gov.in]ର ହୋମପେଜରେ ଏହି ଲିଙ୍କକୁ କ୍ଲିକ କରିବା ମାତ୍ରେ ଜନସାଧାରଣଙ୍କୁ CPGRAMS ପେଜକୁ ଗାଇଡ କରି ନିଆଯିବ, ଯେଉଁଠାରେ ସେମାନଙ୍କର ଅଭିଯୋଗକୁ ପଞ୍ଜିକୃତ କରାଯିବ ଏବଂ ଉପଯୁକ୍ତ ଅଭିଯୋଗକୁ ପଞ୍ଜିକୃତ କରାଯିବ ଏବଂ ଉପଯୁକ୍ତ ପଞ୍ଜିକରଣ ପରେ ସେଥିରୁ ଏକ ୟୁନିକ ପଞ୍ଜିକରଣ ନମ୍ବର ସୃଷ୍ଟି ହେବ । ନାଗରିକମାନେ ସେମାନଙ୍କର ସମସ୍ୟା/ଅଭିଯୋଗ ସମ୍ପର୍କୀତ ନଥିପତ୍ରକୁ ଏଥିରେ ଅପଲୋଡ କରିବାର ସୁବିଧା ମଧ୍ୟ ରହିଛି । ନାଗରିକମାନେ ଚାହିଁଲେ ମାନ୍ୟବର ପ୍ରଧାନମନ୍ତ୍ରୀ/ପିଏମଓକୁ ସେମାନଙ୍କର ଅଭିଯୋଗ ଅନ୍ୟାନ୍ୟ ମାଧ୍ୟମରେ ପଠାଇପାରିବେ । ଯଥା –(i) ଡାକଦ୍ୱାରା – ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଉଥ ବ୍ଲକ, ନୂଆଦିଲ୍ଳୀ, ପିନ-110011, (ii) ନିଜେ ଯାଇ ହାତେ ହାତେ – ସାଉଥ ବ୍ଲକ, ନୂଆଦିଲ୍ଲୀଠାରେ ଥିବା ପିଏମଓ ଡାକ କାଉଣ୍ଟରରେ ଦେଇପାରିବେ ଏବଂ (iii) ଫେକ୍ସ ଦ୍ୱାରା ଦେଇହେବ – ଫେକ୍ସ ନଂ – 011-23016857. |
ପ୍ରଶ୍ନ-2: | ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମୁଁ ମୋର ଚିନ୍ତାଧାରା, ମତ କିପରି ବାଣ୍ଟିପାରିବି?
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମୁଁ କିଛି ପରାମର୍ଶ ଦେବାକୁ ଚାହେଁ, ସେଥିପାଇଁ କଣ ବ୍ୟବସ୍ଥା ରହିଛି ? |
ଉତ୍ତର : | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ହୋମପେଜରେ ଉପଲବ୍ଧ : ୱେବସାଇଟର https://www.pmindia.gov.in/->ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ (ଡ୍ରପ ଡାଉନ ମେନୁଠାରୁ) – ଆପଣଙ୍କ ମତାମତ, ପରାମର୍ଶ ଓ ଚିନ୍ତନ ବାଣ୍ଟନ୍ତୁ ଲିଙ୍କକୁ ବ୍ୟବହାର କରି ନାଗରିକମାନେ ସେମାନଙ୍କର ମତାମତ, ପରାମର୍ଶ ଓ ଚିନ୍ତନ ମାନ୍ୟବର ପ୍ରଧାନମନ୍ତ୍ରୀ/ପିଏମଓ ସହ ଆଦାନପ୍ରଦାନ କରିପାରିବେ । PMO ୱେବସାଇଟ ହୋମପେଜ https://www.pmindia.gov.in/ରେ ମଧ୍ୟ ଏହି ଲିଙ୍କ ଉପଲବ୍ଧ । ନାଗରିକମାନେ ସେମାନଙ୍କର ମତାମତ, ପରାମର୍ଶ ଓ ଚିନ୍ତନକୁ ମାନ୍ୟବର ପ୍ରଧାନମନ୍ତ୍ରୀ/ପିଏମଓ ସହ ଅନ୍ୟ ଉପାୟରେ ମଧ୍ୟ ଆଦାନପ୍ରଦାନ କରିପାରିବେ ।
ଯଥା –.(i) ଡାକଦ୍ୱାରା – ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଉଥ ବ୍ଲକ, ନୂଆଦିଲ୍ଳୀ, ପିନ-110011, |
ପ୍ରଶ୍ନ-3: | ମାନ୍ୟବର ପ୍ରଧାନମନ୍ତ୍ରୀ ଅଥବା ପିଏମଓକୁ ପଠାଇଥିବା ଅଭିଯୋଗ ଦରଖାସ୍ତର ସ୍ଥିତି ସମ୍ପର୍କରେ ନାଗରିକମାନେ କିପରି ଜାଣିପାରିବେ ?.
ତାରିଖ/ମାସ/ବର୍ଷ – ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ/ପିଏମଓକୁ ପଠାଯାଇଥିବା ଅଭିଯୋଗ ଆବେଦନ ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଦୟାକରି ସେ ସମ୍ପର୍କରେ ମୋତେ ଅବଗତ କରାନ୍ତୁ । ଏହି ଆବେଦନ ——- ବିଭାଗକୁ ID No. PMOPG/D/YYYY/123456789 ତାରିଖ/ମାସ/ବର୍ଷ ଦିନ ପିଏମଓକୁ ପଠାଯାଇଥିଲା । ମୁଁ ପିଏମଓକୁ ଏକ ଆବେଦନ ପତ୍ର ପଠାଇଥିଲି ଏବଂ ମୋ ଆବେଦନ ପତ୍ର ପିଏମଓକୁ – ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ନଂ PMOPG/ତାରିଖ/ବର୍ଷ/123456789 ତାରିଖ/ମାସ/ବର୍ଷ ଦିନ ପଠାଯାଇଛି । ଦୟାପୂର୍ବକ ଏହାର ସ୍ଥିତି ସମ୍ପର୍କରେ ଅବଗତ କରାନ୍ତୁ । ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଅନଲାଇନ ଅଭିଯୋଗ ଆବେଦନ ତାରିଖ ତାରିଖ/ମାସ/ବର୍ଷ ରେ ପଠାଇଥିଲି ଓ ତାହାର ରେଜିଷ୍ଟ୍ରେସନ ନଂ ପିଏମଓ PMOPG/ତାରିଖ/ବର୍ଷ/123456789 ଥିଲା । ତାହା ପିଏମଓ ଦ୍ୱାରା —- ମନ୍ତ୍ରଣାଳୟକୁ ଇଲେକ୍ଟ୍ରୋନିକ ମାଧ୍ୟମରେ ପଠାଯାଇଥିଲା । ମୁଁ ଜାଣିବାକୁ ଚାହୁଁଛି ମୋ ଆବେଦନରେ ଉତ୍ଥାପିତ ପ୍ରସଙ୍ଗ ଇତି ମଧ୍ୟରେ ସମାଧାନ କରାଯାଇ ସାରିଛି । |
ଉତ୍ତର : | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜନ ଅଭିଯୋଗ ସମ୍ପର୍କୀତ ବିପୁଳ ସଂଖ୍ୟାରେ ଆବେଦନ ପତ୍ର ପାଇଥାନ୍ତି ଯାହାକି ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଅବା ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କ କ୍ଷମତାକ୍ଷେତ୍ର ପରିସରଭୁକ୍ତ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଜନ ଶାଖା (Public wing) ଦ୍ୱାରା ତଥା ପିଏମଓର ଜନ ଅଭିଯୋଗ ଆବେଦନ ପ୍ରୋସେସିଂ ନିୟମାବଳୀ [ 48KB ] ଅନୁସାରେ ଏକ ସମର୍ପିତ କର୍ମଚାରୀ ଗୋଷ୍ଠୀ ସେସବୁକୁ ପ୍ରୋସେସିଂ କରିଥାନ୍ତି । ଏହି ପ୍ରୋସେସିଂ ପ୍ରକ୍ରିୟାରେ ସେମାନେ ଏଭଳି ଅଭିଯୋଗର ଗୁରୁତ୍ୱ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ/କର୍ମକର୍ତ୍ତାଙ୍କ ସହ ପରାମର୍ଶ କରିଥାନ୍ତି । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଥିବା ଆବେଦନଗୁଡିକୁ ସଂପୃକ୍ତ ଅଧିକାରୀ (ମନ୍ତ୍ରଣାଳୟ/ବିଭାଗ/ରାଜ୍ୟ ସରକାର)ଙ୍କ ନିକଟକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ପିଏମଓ ଜନଅଭିଯୋଗ ସମାଧାନ ଏବଂ ମନିଟରିଂ ସେଲ (CPGRAMS) ମାଧ୍ୟମରେ ପଠାଯାଇଥାଏ । ପୁଣି ସେଥିରେ ଅନୁରୋଧ କରାଯାଇଥାଏ ଯେ ଅଭିଯୋଗରେ ପ୍ରତ୍ୟୁତ୍ତର ଆବେଦନକାରୀଙ୍କ ନିକଟକୁ ପଠାଯିବ ଏବଂ ତାର ଏକ ନକଲ ପୋର୍ଟାଲରେ ଅପଲୋଡ କରାଯିବ । ଯେଉଁ ଆବେଦନପତ୍ରଗୁଡିକ ଉପରେ ଉପରୋକ୍ତ ନିୟମାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ, ସେସବୁକୁ ଫାଇଲ କରାଯାଏ/ଏବଂ ରେକର୍ଡ ଭାବେ ରଖାଯାଇଥାଏ ।ଯେଉଁ ପିଟିସନଗୁଡିକ ପ୍ରତ୍ୟକ୍ଷ ଭାବେ (ଯଥା ଡାକ ଯୋଗେ/ହାତେ ହାତେ/ଫେକ୍ସ ଯୋଗେ) ଗ୍ରହଣ କରାଯାଇଥାଏ ଓ ଯାହା କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ବୋଲି ଜଣାପଡ଼େ ,ସେସବୁକୁ CPGRAMS ମାଧ୍ୟମରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ଅନଲାଇନରେ ପଠାଇ ଦିଆଯାଏ । ସେହି ପ୍ରକ୍ରିୟାରେ ଏକ ୟୁନିକ ଅଭିଯୋଗ ପଞ୍ଜିକରଣ ନମ୍ବର ସୃଷ୍ଟି ହୋଇଯାଏ ଯାହା ଫରୱାର୍ଡିଂ ପତ୍ର/ପ୍ରାପ୍ତିପତ୍ର ଉପରେ ସୂଚୀତ କରାଯାଇଥାଏ । ଏହାପରେ ଆବେଦନକାରୀଙ୍କ ନିକଟକୁ ପ୍ରାପ୍ତିସ୍ୱୀକାର ପତ୍ର ମଧ୍ୟ ପଠାଯାଏ । ଅଧିକନ୍ତୁ, ଯେଉଁ ଆବେଦନକାରୀମାନେ ସେମାନଙ୍କ ଇମେଲ ଆଇଡି/ମୋବାଇଲ ନମ୍ବର ଦେଇଥାନ୍ତି, ସେମାନଙ୍କୁ ଏସଏମଏସ/ଇ-ମେଲ ମାଧ୍ୟମରେ ପ୍ରାପ୍ତିସ୍ୱୀକାର ସୂଚନା ପଠାଯାଇଥାଏ ।.
ଅନଲାଇନ ମୋଡରେ ଯେଉଁସବୁ ଅଭିଯୋଗପତ୍ର ଗ୍ରହଣ କରାଯାଏ ଏବଂ ଯାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ ବୋଲି ବିବେଚନା କରାଯାଏ, ସେସବୁକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ଅନଲାଇନରେ ପ୍ରେରଣ କରାଯାଏ । ଏହି ପ୍ରକ୍ରିୟାରେ କୌଣସି ଫରୱାର୍ଡିଂ ଚିଠି ଅଥବା ପ୍ରାପ୍ତିପତ୍ର ସୃଷ୍ଟି ହୋଇନଥାଏ । କିନ୍ତୁ, ଯେଉଁ ଆବେଦନକାରୀମାନେ ସେମାନଙ୍କ ଇ-ମେଲ ଆଇଡି/ମୋବାଇଲ ନମ୍ବର ସୂଚୀତ କରିଥାନ୍ତି ସେମାନେ ଏସଏମଏସ/ଇ-ମେଲ ମାଧ୍ୟମରେ ପ୍ରାପ୍ତପତ୍ର ଜନିତ ସୂଚନା ବାର୍ତ୍ତା ପାଇଥାନ୍ତି ।. ନାଗରିକମାନେ ଚାହିଁଲେ ସେମାନଙ୍କ ଆବେଦନପତ୍ରର ସ୍ଥିତି ସମ୍ପର୍କରେ ଆବେଦନପତ୍ରର ପଞ୍ଜିକରଣ ନମ୍ବରକୁ http://pgportal.gov.in/Status ରେ ବ୍ୟବହାର କରି ଜାଣିପାରିବେ । ଏହି ପୋର୍ଟାଲରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସାରାଂଶ ଏବଂ ଆବେଦନକାରୀଙ୍କ ନିକଟକୁ ପଠାଯାଇଥିବା ଉତ୍ତରର ନକଲ ଅପଲୋଡ କରାଯାଇଥାଏ । ଅଧିକନ୍ତୁ, ପ୍ରତ୍ୟେକ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟ ଅବଧି ମଧ୍ୟରେ ପବ୍ଲିକ ୱିଙ୍ଗର ସୁବିଧା ଟେଲିଫୋନ ନମ୍ବର 011-23386447କୁ ଫୋନକରି ଆବେଦନକାରୀମାନେ ସେମାନଙ୍କ ଅଭିଯୋଗ ସମ୍ପର୍କୀତ ସୂଚନା ଟେଲିଫୋନ ଯୋଗ ଜାଣିପାରିବେ । ସେପରି ସ୍ଥଳେ ଯେଉଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ଅଭିଯୋଗପତ୍ର ପଠାଯାଇଛି ଅଭିଯୋଗ ସମାଧାନ କ୍ଷମତା ସେହି କର୍ତ୍ତୃପକ୍ଷଙ୍କ ଠାରେ ନ୍ୟସ୍ତ । ଏ ସମ୍ପର୍କୀତ ବିସ୍ତୃତ ବ୍ୟବସ୍ଥା ପିଜି ପୋର୍ଟାଲ (ପବ୍ଲିକ ଇଣ୍ଟରଫେସ – http://pgportal.gov.in/Status ) ରେ ପ୍ରଦର୍ଶିତ । ସେଥିରେ ଆବେଦନକାରୀଙ୍କ ଅଭିଯୋଗ କେଉଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ cprams ମାଧ୍ୟମରେ ପଠାଯାଇଛି ତାଙ୍କର ସମସ୍ତ ସୂଚନା (ପଦବୀ/ଫୋନ ନମ୍ବର ଇତ୍ୟାଦି) ପ୍ରଦାନ କରାଯାଇଛି ଓ ଆବେଦନକାରୀମାନେ ତାଙ୍କ ନିକଟରୁ ସମସ୍ତ ସୂଚନା ବୁଝିପାରିବେ । |
ପ୍ରଶ୍ନ-4: | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ କେଉଁ ତାରିଖ/ମାସ/ବର୍ଷ ରେ — ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ସଂଖ୍ୟା PMOPG/ତାରିଖ/ବର୍ଷ/123456789 ତାରିଖ/ମାସ/ବର୍ଷ ରେ ଯେଉଁ ଫାଇଲରେ ମୋର ଅଭିଯୋଗ ପଠାଯାଇଛି ସେ ଫାଇଲ ନୋଟର କପି ମୋତେ ଦୟାକରି ପ୍ରଦାନ କରନ୍ତୁ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ମନ୍ତ୍ରାଳୟ ନିକଟକୁ ପତ୍ର ସଂଖ୍ୟା PMOPG/ତାରିଖ/ବର୍ଷ/123456789 ତାରିଖ/ମାସ/ବର୍ଷ ରେ ଯେଉଁ ଫାଇଲରେ ମୋର ଅଭିଯୋଗ ପଠାଯାଇଛି ସେ ପ୍ରାସଙ୍ଗିକ ଫାଇଲର ନିରୀକ୍ଷଣ କରିବାକୁ ଚାହେଁ । ତାରିଖ/ମାସ/ବର୍ଷ ମୁଁ କରିଥିବା ଆବେଦନ ଯାହାକି ପିଏମଓଙ୍କ ଦ୍ୱାରା —– ରାଜ୍ୟ ସରକାରଙ୍କ ନିକଟକୁ ପତ୍ର ସଂଖ୍ୟା PMOPG/ତାରିଖ/ବର୍ଷ/123456789 ତାରିଖ/ମାସ/ବର୍ଷ ରେ ପଠାଯାଇଛି ସେ ସମ୍ପର୍କୀତ ଦୈନିକ ପ୍ରଗତି ରିପୋର୍ଟ ମୋତେ ପ୍ରଦାନ କରନ୍ତୁ ।. |
ଉତ୍ତର : | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏଓ)ର ପବ୍ଲିକ ୱିଙ୍ଗ ଦ୍ୱାରା ଜନସାଧାରଣଙ୍କଠାରୁ ଯେଉଁ ଆବେଦନ ପତ୍ର ମିଳେ ତାକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକୃତ ପଦ୍ଧତିରେ ପ୍ରୋସେସିଂ କରାଯାଇଥାଏ । ତେବେ ଏହି କାର୍ଯ୍ୟାଳୟ ସମ୍ପର୍କୀତ ଫାଇଲ ନୋଟିଂ ଓ ଦୈନିକ ପ୍ରଗତି ରିପୋର୍ଟ ପ୍ରସ୍ତୁତି ପାଇଁ ସେହି ସଫ୍ଟୱେୟାରରେ କୌଣସି ବ୍ୟବସ୍ଥା ନାହିଁ । |
ପ୍ରଶ୍ନ-5: | ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମୁଁ ଅନଲାଇନ ଯୋଗେ ଏକ ଆବେଦନପତ୍ର ପଠାଇଥିଲି । ସେହି ଆବେଦନପତ୍ର ସମ୍ପର୍କୀତ ଯୋଗାଯୋଗ/ପତ୍ର ଯାହାକି ——– ମନ୍ତ୍ରଣାଳୟ/—- ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି ତାର ଏକ ନକଲ ଦୟାପୂର୍ବକ ମୋତେ ଯୋଗାଇ ଦିଆଯାଉ । |
ଉତ୍ତର : | ଅନଲାଇନ ଆବେଦନପତ୍ରଗୁଡିକୁ ଇଲେକ୍ଟ୍ରୋନିକ ପଦ୍ଧତିରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥାଏ । ତେଣୁ ସେଥିରେ କୌଣସି ଫରୱାଡିଂ ଚିଠି ସୃଷ୍ଟି ହୁଏ ନାହିଁ । |
ପ୍ରଶ୍ନ-6: | Pଅଭିଯୋଗ ଆବେଦନ ପଠାଇବା ସକାଶେ ଦୟାପୂର୍ବକ ମୋତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଇ-ମେଲ ଆଇଡି ଯୋଗାଇ ଦିଅନ୍ତୁ । |
ଉତ୍ତର: | ପ୍ରଧାନମନ୍ତ୍ରୀଙ୍କର କୌଣସି ଅଫିସ ଇ-ମେଲ ଆଇଡି ନାହିଁ । କିନ୍ତୁ, ଅନଲାଇନରେ ଅଭିଯୋଗ ଆବେଦନ ପଠାଇବା ନିମନ୍ତେ, ଦୟାକରି FAQର ପ୍ରଶ୍ନ ନଂ -1ର ଉତ୍ତର ପ୍ରତି ଦୃଷ୍ଟି ଦିଅନ୍ତୁ । |
ପ୍ରଶ୍ନ-7: | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ଙ୍କ ନିକଟରେ ପୈଠ ଅଭିଯୋଗ ସମାଧାନ ନିମନ୍ତେ କୌଣସି ନିୟମାବଳୀ/ସମୟସୀମା ଅଛି କି ? |
ଉତ୍ତର : | କାର୍ଯ୍ୟାନୁଷ୍ଠାନଗ୍ରହଣଯୋଗ୍ୟ ସମସ୍ତ ଆବେଦନପତ୍ରକୁ ସଂପୃକ୍ତ କର୍ତ୍ତୃପକ୍ଷ (ମନ୍ତ୍ରଣାଳୟ/ବିଭାଗ/ରାଜ୍ୟ ସରକାର)ଙ୍କ ନିକଟକୁ ଯଥାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ CPGRAMS ମାଧ୍ୟମରେ ପଠାଯାଇଥାଏ । ଜନ ଅଭିଯୋଗ ସମାଧାନ ସମ୍ପର୍କରେ ପ୍ରଶାସନିକ ସଂସ୍କାର ଓ ଜନଅଭିଯୋଗ (darpg) ଯାହାକି CPGRAMSର ପ୍ରଶାସନିକ ବିଭାଗ ଭାବେ ପରିଚିତ ଏ ସମ୍ପର୍କୀତ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଓ ପ୍ରଶାସନିକ ସଂସ୍କାର ଓ ଜନଅଭିଯୋଗ ବିଭାଗର ୱେବସାଇଟରୁ ତାହା ସହଜରେ ଦେଖିହେବ । |
ପ୍ରଶ୍ନ-8: | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଦାଖଲ ଆବେଦନ ସମାଧାନକୁ ମନିଟର କରିବା ସକାଶେ କିଛି ବ୍ୟବସ୍ଥା/ପଦ୍ଧତି ଅଛି କି ? |
ଉତ୍ତର : | କାର୍ଯ୍ୟାନୁଷ୍ଠାନଯୋଗ୍ୟ ସମସ୍ତ ଆବେଦନପତ୍ରକୁ ସଂପୃକ୍ତ କର୍ତ୍ତୃପକ୍ଷ (ମନ୍ତ୍ରଣାଳୟ/ବିଭାଗ/ରାଜ୍ୟ ସରକାର)ଙ୍କ ନିକଟକୁ ଯଥାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ପଠାଇ ଦିଆଯାଇଥାଏ । ଅଭିଯୋଗ ସମାଧାନ କରିବା ସେମାନଙ୍କ କ୍ଷମତା ପରିସରଭୁକ୍ତ । ସଂପୃକ୍ତ କର୍ତ୍ତୃପକ୍ଷ ଏହାର ସମୀକ୍ଷା କରିଥାନ୍ତି । ଅଧିକନ୍ତୁ, ପ୍ରଶାସନିକ ସଂସ୍କାର ଓ ଜନଅଭିଯୋଗ ବିଭାଗ ନିୟମିତ ବ୍ୟବଧାନରେ CPGRAMSରେ କରାଯାଇଥିବା ଆବେଦନର ସମାଧାନ ସମ୍ପର୍କରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିଥାନ୍ତି ।. |
ପ୍ରଶ୍ନ-9: | ଜନସାଧାଣଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ଗ୍ରହଣ କରିଥିବା ପତ୍ର ଯୋଗାଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଥାନ୍ତି କି ? |
ଉତ୍ତର : | ଏହି କାର୍ଯ୍ୟାଳୟ ଗ୍ରହଣ କରିଥିବା ଆବେଦନ ଉପରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ସ୍ତରରେ ଉତ୍ତର ପ୍ରଦାନ କରାଯାଇଥାଏ । ତେବେ ତାହା ଆବେଦନର ବିଷୟବସ୍ତୁ ଓ ଗୁରୁତ୍ୱ ଉପରେ ନିର୍ଭରଶୀଳ ।. |
ପ୍ରଶାସନ ଓ ମାନବ ସମ୍ବଳ ସମ୍ପର୍କୀୟ | |
ପ୍ରଶ୍ନ-1: | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଅଧିକାରୀମାନଙ୍କ ନାମ, ପଦବୀ ଏବଂ ଟେଲିଫୋନ ନମ୍ବର ଦୟାକରି ମୋତେ ପ୍ରଦାନ କରନ୍ତୁ ।
ପିଏମଓରେ କାର୍ଯ୍ୟକରୁଥିବା ଶ୍ରୀ xyz, abc (ପଦବୀ)ଙ୍କ ଟେଲିଫୋନ ନମ୍ବର ମୋତେ ଯୋଗାଇଦିଅନ୍ତୁ । |
ଉତ୍ତର : | ପିଏମଓ ୱେବସାଇଟ : https://pmindia.gov.in/- ଅଧିକାରୀମାନଙ୍କ ତାଲିକା (ଡ୍ରପଡାଉନ ମେନୁଠାରୁ)ରେ ପିଏମଓରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ନାମ, ପଦବୀ ଓ ଟେଲିଫୋନ ନମ୍ବର ଉପଲବ୍ଧ । |
ପ୍ରଶ୍ନ-2: | ଭାରତର ପ୍ରଧାନମନ୍ତ୍ରୀଙ୍କ ଘରୋଇ ସଚିବ ଏବଂ OSDଙ୍କ ନାମ ଓ ମୋବାଇଲ ନମ୍ବର ମୋତେ ଦୟାକରି ଯୋଗାଇ ଦିଅନ୍ତୁ ।.
ପିଏମଓରେ XYZ ପଦରେ ଥିବା ଶ୍ରୀ ABC ଙ୍କ ମୋବାଇଲ ନମ୍ବର ମୋତେ ଦୟାପୂର୍ବକ ଦିଅନ୍ତୁ ।. |
ଉତ୍ତର : | ପିଏମଓରେ କାର୍ଯ୍ୟରତ ଅଧିକାରୀମାନଙ୍କ ନାମ ତାଲିକା https://pmindia.gov.in/-> ଅଧିକାରୀମାନଙ୍କ ତାଲିକା (ଡ୍ରପଡାଉନ ମେନୁ)ରେ ଉପଲବ୍ଧ ଅଛି । ଅଧିକାରୀମାନଙ୍କ ମୋବାଇଲ ନମ୍ବର ଜଣାଇବା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ଅନାବଶ୍ୟକ ଭାବେ ବ୍ୟାହତ କରିବ । ତେଣୁ ଆରଟିଆଇ ଆଇନର ଧାରା 8(I)(j) ଅନୁସାରେ ସେସବୁ ସମ୍ପର୍କରେ ସୂଚନା ପ୍ରଦାନକୁ ବାଦ ଦିଆଯାଇଛି ।. |
ପ୍ରଶ୍ନ-3: | ଦୟାକରି ପିଏମଓରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ବେତନ ସମ୍ପର୍କୀତ ବିସ୍ତୃତ ବିବରଣୀ ମୋତେ ପ୍ରଦାନ କରନ୍ତୁ ।
ପିଏମଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଶ୍ରୀ ABCଙ୍କ ମୋଟ ପାରିତୋଷିକ କେତେ? |
ଉତ୍ତର : | ପିଏମଓରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ପାରିତୋଷିକର ବିସ୍ତୃତ ବିବରଣୀ ପିଏମଓ ୱେବସାଇଟରେ ଆରଟିଆଇ ଆଇନ, 2005ର ଧାରା-4 (1)(b)ର ସକାରାତ୍ମକ ସ୍ପଷ୍ଟୀକରଣର ଅଂଶବିଶେଷ ସ୍ୱରୂପ ଉପଲବ୍ଧ । ଏହା https://pmindia.gov.in/> ସୂଚନା ଅଧିକାର (ଡ୍ରପଡାଉନ ମେନୁ) ସୂଚନା ଅଧିକାର ଆଇନ, 2005 ର ଧାରା-4 (1)(b) ରେ ସୂଚୀତ ହୋଇଛି । |
ପ୍ରଶ୍ନ-4: | ବିଗତ ଆର୍ଥିକ ବର୍ଷରେ ପିଏମଓ ପାଇଁ ମୋଟ କେତେ ଅର୍ଥ ବ୍ୟୟ କରାଯାଇଛି ?
“ବେତନ” ଶୀର୍ଷରେ ପିଏମଓ ଦ୍ୱାରା ପ୍ରତିମାସରେ ବ୍ୟୟ କରାଯାଉଥିବା ଅର୍ଥ ସମ୍ପର୍କରେ ଦୟାକରି ମୋତେ ସୂଚନା ପ୍ରଦାନ କରନ୍ତୁ । |
ଉତ୍ତର : | ବିଗତ ବର୍ଷ ପିଏମଓ କାର୍ଯ୍ୟାଳୟ ପାଇଁ ବ୍ୟୟ କରାଯାଇଥିବା ଅର୍ଥ ସମ୍ପର୍କୀତ ବିସ୍ତୃତ ବିବରଣୀ ଆରଟିଆଇ ଆଇନ, 2005, ଧାରା-4(1)(b)ର ସକାରାତ୍ମକ ସୂଚନା ପ୍ରଦାନ ଅନୁସାରେ ପିଏମଓ ୱେବସାଇଟ : https://www.pmindia.gov.in/ory/ -> ସୂଚନା ଅଧିକାର (ଡ୍ରପଡାଉନ ମେନୁ) -> ସୂଚନା ଅଧିକାର ଆଇନ, 2005 ର ଧାରା-4 (1)(b) ଅନୁସାରେ ସ୍ୱେଚ୍ଛାକୃତ ଘୋଷଣାରେ ଉପଲବ୍ଧ । |
ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି ସମ୍ପର୍କୀତ | |
ପ୍ରଶ୍ନ-1: | ଡାକ୍ତରୀ ଚିକିତ୍ସା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ କିପରି ଆର୍ଥିକ ସହାୟତା ପାଇପାରିବି ? |
ଉତ୍ତର : | ସରକାରୀ ହସ୍ପିଟାଲ/ପିଏମଏନଆରଏଫ ଦ୍ୱାରା ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ଡାକ୍ତରୀ ଚିକିତ୍ସା/ଅସ୍ତ୍ରୋପଚାର ସକାଶେ ଆର୍ଥିକ ସହାୟତା ପାଇବା ଲାଗି ଆବେଦନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (PMNRF)କୁ ଆବେଦନ କରିପାରିବେ । ଏଥିପାଇଁ ସେମାନେ ସରଳ ଭାବେ ଏକ ଆବେଦନପତ୍ର ସହ ଚିକିତ୍ସା ସମ୍ପର୍କୀତ ମେଡିକାଲ ସାର୍ଟିଫିକେଟ/ସଂପୃକ୍ତ ହସ୍ପିଟାଲରୁ ଚିକିତ୍ସା ଖର୍ଚ୍ଚର ଆକଳନ ଏବଂ ପାରିବାରିକ ଉପାର୍ଜନର ପ୍ରମାଣପତ୍ର ସଂଯୋଗ କରି ପ୍ରଧାନମନ୍ତ୍ରୀଙ୍କ ଠିକଣାରେ ପଠାଇପାରିବେ । ପିଏମଏନଆରଏଫରୁ ଆର୍ଥିକ ସହାୟତା ପ୍ରାପ୍ତି ସମ୍ପର୍କୀତ ବିସ୍ତୃତ ସୂଚନା ଓ ନିୟମାବଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ୱେବସାଇଟ : www.pmindia.gov.in as well as https://pmnrf.gov.in |
ପ୍ରଶ୍ନ-2: | ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦୟାକରି ପ୍ରଦାନ କରନ୍ତୁ ।
ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ଶ୍ରୀ/ଶ୍ରୀମତୀ———- ଙ୍କୁ କେତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି? |
ଉତ୍ତର : | ମଗାଯାଇଥିବା ସୂଚନା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ, ଯେଉଁ ସୂଚନା ତୃତୀୟ ପକ୍ଷଙ୍କୁ ପ୍ରଦାନ କରିବା ବ୍ୟକ୍ତି ବିଶେଷ (ମାନଙ୍କ)ଙ୍କ ବ୍ୟକ୍ତିଗତ ଗୋପନୀୟତା ଉପରେ ହସ୍ତକ୍ଷେପ ବୋଲି ପ୍ରତୀୟମାନ ହୋଇପାରେ । ଯେହେତୁ ଆରଟିଆଇ ଆଇନର ଧାରା-8 (1)(i)ରେ ଏହାକୁ ବହିର୍ଭୁତ ରଖାଯାଇଛି ସେଥିପାଇଁ ଏଭଳି ସୂଚନା ଯୋଗାଇ ଦିଆଯାଇପାରିବନାହିଁ. |
ପ୍ରଶ୍ନ-3: | ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିର ବର୍ଷୱାରୀ ଉପାର୍ଜନ ଏବଂ ବ୍ୟୟ ସମ୍ପର୍କରେ ଦୟାପୂର୍ବକ ସୂଚନା ପ୍ରଦାନ କରନ୍ତୁ । |
ଉତ୍ତର : | ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିର ଉପାର୍ଜନ ଓ ବ୍ୟୟ ସମ୍ପର୍କୀତ ସମସ୍ତ ଆବଶ୍ୟକ ସୂଚନା ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ୱେବସାଇଟ ଅର୍ଥାତ www.pmoindia.gov.in ତଥା https://pmnrf.gov.in ରେ ଉପଲବ୍ଧ । |
ଆରଟିଆଇ ଆଇନ 2005 ଅନୁସାରେ ଦରଖାସ୍ତ ଏବଂ ପ୍ରଥମ ଆବେଦନ ସମ୍ପର୍କୀତ FAQ | |
ପ୍ରଶ୍ନ-1: | ଦୟାପୂର୍ବକ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ର ସିପିଆଇଓର ବିସ୍ତୃତ ଯୋଗାଯୋଗ ସୂଚନା ମୋତେ ପ୍ରଦାନ କରନ୍ତୁ । |
ଉତ୍ତର : | ସେଣ୍ଟ୍ରାଲ ପବ୍ଲିକ ଇନଫରମେସନ ଅଫିସର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଲକ, ନୂଆଦିଲ୍ଳୀ– 110011 ଟେଲିଫୋନ ନଂ: 011-23382590 ଫେକ୍ସ ନଂ: 011-23388157 ଇମେଲ: rti-pmo.applications[at]gov[dot]in |
ପ୍ରଶ୍ନ-2: | ଆରଟିଆଇ ଆଇନ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅପିଲ ପ୍ରାଧିକରଣଙ୍କ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦୟାକରି ପ୍ରଦାନ କରନ୍ତୁ ।
ଆରଟିଆଇ ଆଇନ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେଉଁ ଅଧିକାରୀଙ୍କ ନିକଟକୁ ମୁଁ ମୋର ପ୍ରଥମ ଆବେଦନ ପଠାଇପାରିବି ?? |
ଉତ୍ତର : | ନିର୍ଦ୍ଦେଶକ (ଆରଟିଆଇ) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ୍ ବ୍ଲକ, ନୂଆଦିଲ୍ଲୀ– 110011 ଟେଲିଫୋନ ନଂ: 011-23074072 (O) ଫେକ୍ସ ନଂ: 011- 23388157/23019545/23016857 ଇମେଲ ଆଇଡି – ଆରଟିଆଇ ଆବେଦନ ପାଇଁ: rti[dot]appeal[at]gov[dot]in |
ପ୍ରଶ୍ନ-3: | ପିଏମଓଠାରୁ ସୂଚନା ପାଇବା ସକାଶେ ନାଗରିକମାନଙ୍କ ନିମନ୍ତେ କି ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ଅଛି ?
ପିଏମଓଠାରୁ ସୂଚନା ହାସଲ କରିବାରେ ବିଧିବ୍ୟବସ୍ଥା କଣ ? |
ଉତ୍ତର : | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ୱେବସାଇଟ : https://pmindia.gov.in/- ସୁଚନା ଅଧିକାର (ଡ୍ରପ ଡାଉନ ମେନୁଠାରୁ)- ସୂଚନା ପ୍ରାପ୍ତ କରିବା ଲାଗି ନାଗରିକ ପାଇଁ ଉପଲବ୍ଧ ସୁବିଧାର ବିବରଣୀ ରେ ଏ ସମ୍ପର୍କୀତ ବିସ୍ତୃତ ବିବରଣୀ ଉପଲବ୍ଧ । ଆବେଦନକାରୀମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି ଯେ ସେମାନେ ସୂଚନାଆକାଂକ୍ଷୀ (ଆରଟିଆଇ ଆବେଦନକାରୀ)ଙ୍କ ନିମନ୍ତେ ପିଏମଓ ୱେବସାଇଟ : https://pmindia.gov.in/- ସୁଚନା ଅଧିକାର (ଡ୍ରପ ଡାଉନ ମେନୁଠାରୁ)- ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସୂଚନା ଜାଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ (ଆରଟିଆଇ ଦରଖାସ୍ତକାରୀ)ରେ ପ୍ରଦତ୍ତ ସୂଚନା ଦିଆଯାଇଛି । |
ଅନ୍ୟାନ୍ୟ ସୂଚନା ସମ୍ବନ୍ଧୀୟ FAQ | |
ପ୍ରଶ୍ନ-1: | ଦୟାପୂର୍ବକ ତାରିଖ/ମାସ/ବର୍ଷ ଦିନ ଅନୁଷ୍ଠିତ ପ୍ରଗତି ବୈଠକର ବିସ୍ତୃତ ବିବରଣୀର ଏକକିତା ନକଲ ମୋତେ ପ୍ରଦାନ କରନ୍ତୁ ।.
— ଏହି ପ୍ରସଙ୍ଗରେ ପ୍ରଗତି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କୀତ ବିସ୍ତୃତ ବିବରଣୀ ମୋତେ ପ୍ରଦାନ କରନ୍ତୁ । |
ଉତ୍ତର : | ସମସ୍ତ ପ୍ରଗତି ବୈଠକର କାର୍ଯ୍ୟବିବରଣୀ www.pragati.nic.in ରେ ଉପଲବ୍ଧ । |
ପ୍ରଶ୍ନ-2: | ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଘୋଷଣା ସମ୍ପର୍କରେ ମୋତେ ସବିଶେଷ ତଥ୍ୟ ପ୍ରଦାନ କରନ୍ତୁ । |
ଉତ୍ତର : | ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ଅନେକ ଘୋଷଣା/ପ୍ୟାକେଜ ଘୋଷଣା କରିଛନ୍ତି । ସେହିସବୁ ଘୋଷଣା/ପ୍ୟାକେଜ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଅଂଶବିଶେଷ ଏବଂ ସେସବୁ ପିଏମଓ ୱେବସାଇଟ (link: pmindia.gov.in/ory/tag/pmspeechodia/) ରେ ଉପଲବ୍ଧ ।. |
ପ୍ରଶ୍ନ-3: | —- ଅବସରର ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ଅଭିଭାଷଣର ଏକକିତା ନକଲ ଦୟାପୂର୍ବକ ପ୍ରଦାନ କରିବି କି?
— ଠାରେ ତାରିଖ/ମାସ/ବର୍ଷ ଦିନ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣର ଏକକିତା ନକଲ ପ୍ରଦାନ କରନ୍ତୁ ।. |
ଉତ୍ତର : | ଉତ୍ତର : ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଅଭିଭାଷଣ ପିଏମଓ ୱେବସାଇଟ (https://pmindia.gov.in/ory/tag/pmspeechodia/) ରେ ଉପଲବ୍ଧ ।. | ଜନ ଅଭିଯୋଗ ସମ୍ପର୍କୀତ |
---|