କୋଭିଡ୍-19 ମହାମାରୀ ଭଳି ଯେକୌଣସି ପ୍ରକାର ଜରୁରୀକାଳୀନ କିମ୍ବା ସଙ୍କଟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଏକ ଉତ୍ସର୍ଗୀକୃତ ପାଣ୍ଠିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ରିଲିଫ୍ ପାଣ୍ଠି (ପିଏମ୍ କେୟାର୍ସ ପାଣ୍ଠି)’ ନାମରେ ଏକ ସାର୍ବଜନୀନ ଦାତବ୍ୟ ଟ୍ରଷ୍ଟ ଗଠନ କରାଯାଇଛି। ପିଏମ କେୟାର୍ସ ପାଣ୍ଠି ଏକ ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ ଭାବରେ ପଞ୍ଜୀକୃତ ହୋଇଛି । The trust deed of PM CARES Fund 27 ମାର୍ଚ୍ଚ, 2020 ରେ ନୂଆଦିଲ୍ଲୀଠାରେ ପଞ୍ଜୀକରଣ ଆଇନ, 1908 ଅଧୀନରେ ପଞ୍ଜୀକୃତ ହୋଇଛି ।
ଅନଲାଇନରେ ଦାନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।
ଉଦ୍ଦେଶ୍ୟ :
ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି କିମ୍ବା ଅନ୍ୟ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି, ପ୍ରାକୃତିକ କିମ୍ବା କୃତ୍ରିମ ବିପର୍ଯ୍ୟୟ, ସ୍ୱାସ୍ଥ୍ୟସେବା କିମ୍ବା ଔଷଧ ସୁବିଧା, ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି, ପ୍ରାସଙ୍ଗିକ ଗବେଷଣା ପାଇଁ ପାଣ୍ଠି ଯୋଗାଣ କିମ୍ବା ଅନ୍ୟ କୌଣସି ପ୍ରକାର ସହାୟତା ସହିତ ଜଡିତ ଯେକୌଣସି ପ୍ରକାରର ରିଲିଫ କିମ୍ବା ସହାୟତା ଗ୍ରହଣ କରିବା ଏବଂ ସମର୍ଥନ କରିବା ।
ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଅର୍ଥ ପ୍ରଦାନ ହେତୁ ଅନୁଦାନ ପ୍ରଦାନ କରିବା କିମ୍ବା ପ୍ରଭାବିତ ଜନସାଧାରଣଙ୍କୁ ଟ୍ରଷ୍ଟି ବୋର୍ଡ ଦ୍ୱାରା ଆବଶ୍ୟକ ମନେ କରାଯାଉଥିବା ଅନ୍ୟ ପଦକ୍ଷେପ ଗ୍ରହଣ କରିବା ।
ଅନ୍ୟ କୌଣସି କାର୍ଯ୍ୟକଳାପ କରିବା ପାଇଁ, ଯାହା ଉପରୋକ୍ତ ବିଷୟବସ୍ତୁ ସହିତ ଅସଙ୍ଗତ ନୁହେଁ ।
ଟ୍ରଷ୍ଟର ଗଠନ:
ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ପାଣ୍ଠିର ପଦସ୍ଥ ଅଧ୍ୟକ୍ଷ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରୀ ଏହି ପାଣ୍ଠିର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଅଟନ୍ତି ।
ଟ୍ରଷ୍ଟି ବୋର୍ଡର ଅଧ୍ୟକ୍ଷ (ପ୍ରଧାନମନ୍ତ୍ରୀ) ଙ୍କ ପାଖରେ ଟ୍ରଷ୍ଟି ବୋର୍ଡରେ ତିନିଜଣ ଟ୍ରଷ୍ଟିଙ୍କୁ ମନୋନୀତ କରିବାର କ୍ଷମତା ହେବ, ଯେଉଁମାନେ ଅନୁସନ୍ଧାନ, ସ୍ୱାସ୍ଥ୍ୟ, ବିଜ୍ଞାନ, ସାମାଜିକ କାର୍ଯ୍ୟ, ଆଇନ, ସାଧାରଣ ପ୍ରଶାସନ ଏବଂ ଲୋକକଲ୍ୟାଣ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ହୋଇଥିବେ ।
ଟ୍ରଷ୍ଟି ଭାବରେ ନିଯୁକ୍ତ କରାଯାଇଥିବା ଯେକୌଣସି ବ୍ୟକ୍ତି ନିଶୁଳ୍କ ଭାବେ କାର୍ଯ୍ୟ କରିବେ।
ଅନ୍ୟାନ୍ୟ ସୂଚନା:
ଏହି ପାଣ୍ଠି ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତି/ ଅନୁଷ୍ଠାନର ସ୍ୱେଚ୍ଛାକୃତ ଯୋଗଦାନକୁ ନେଇ ଗଠିତ ଏବଂ ଏହାକୁ କୌଣସି ବଜେଟ୍ ସହାୟତା ମିଳେ ନାହିଁ । ଉପରୋକ୍ତ ଉଲ୍ଲେଖ ଅନୁଯାୟୀ ଉଦ୍ଦେଶ୍ୟ ପୂରଣ କରିବାରେ ଏହି ପାଣ୍ଠି ବ୍ୟବହୃତ ହେବ।
ପିଏମ କେୟାର୍ସ ପାଣ୍ଠିକୁ ଦାନ କରାଯାଇଥିବା ଅର୍ଥ ,ଆୟକର ଅଧିନିୟମ, 1961 ଅନୁଯାୟୀ 100% ଛାଡ଼ ପାଇବ ଏବଂ ଆୟକର ଆଇନର ଧାରା 80G ଅନୁଯାୟୀ ଏହି ରିହାତି ଉପଲବ୍ଧ ହେବ । ପିଏମ-କେୟାର ଫଣ୍ଡକୁ ଦିଆଯାଇଥିବା ଦାନଗୁଡିକ କମ୍ପାନୀ ଅଧିନିୟମ, 2013 ଅନୁଯାୟୀ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଖର୍ଚ୍ଚ ଭାବରେ ମଧ୍ୟ ଗଣାଯିବ ।
ପିଏମ କେୟାର୍ସ ପାଣ୍ଠିକୁ ଏଫସିଆରଏ ଅଧୀନରେ ମଧ୍ୟ ରିହାତି ମିଳିଛି ଏବଂ ବିଦେଶରୁ ଦାନ ଗ୍ରହଣ ପାଇଁ ଏକ ପୃଥକ ଆକାଉଣ୍ଟ ଖୋଲାଯାଇଛି । ଏହାଦ୍ୱାର ବିଦେଶରେ ଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନ ପିଏମ କେୟାର୍ସ ପାଣ୍ଠିରେ ଦାନ ଦେଇପାରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (ପିଏମଏନଆରଏଫ) ଭଳି । ପିଏମଏନଆରଏଫକୁ 2011 ମସିହାରୁ ଏକ ସାର୍ବଜନିକ ଟ୍ରଷ୍ଟ ଭାବରେ ବିଦେଶରୁ ମଧ୍ୟ ଅନୁଦାନ ମିଳିଛି ।
2020-21 ରେ ପିଏମ କେୟାର୍ସ ପାଣ୍ଠି ଅଧୀନରେ 7013.99 କୋଟି ଟଙ୍କା ସଂଗ୍ରହ ହୋଇଛି ।
2019-20 | ରସିଦ ଦେଖନ୍ତୁ [ 0KB ] | 3076.62 |
2020-21 | ରସିଦ ଦେଖନ୍ତୁ [ 0KB ] | 10990.17 |
2021-22 | ରସିଦ ଦେଖନ୍ତୁ [ 0KB ] | 9131.94 |
2022-23 | ରସିଦ ଦେଖନ୍ତୁ [ 0KB ] | 6723.06 | ବର୍ଷ | ରସିଦ ଏବଂ ଦେୟ ଆକାଉଣ୍ଟ ଦେଖନ୍ତୁ | ମୋଟ କର୍ପସ୍ (ନୂତନ ଅବଦାନ, ସୁଧ ଆୟ) (କୋଟି ଟଙ୍କାରେ) |
---|
ଆକାଉଣ୍ଟର ନାମ: PM CARES
ଆକାଉଣ୍ଟ ନମ୍ବର: 2121PM20202
ଆଇଏଫଏସସି କୋଡ୍: SBIN0000691
ୟୁପିଆଇ : pmcares@sbi
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ,
ନୂଆଦିଲ୍ଲୀ ମୁଖ୍ୟ ଶାଖା