1.ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପାଖକୁ ଏପରି ବହୁତ ସଂଖ୍ୟକ ଅଭିଯୋଗ ଆସେ,ଯାହା ଭିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଅବା ରାଜ୍ୟ ସରକାରଙ୍କ ସହିତ ସମ୍ଵନ୍ଧିତ । ଏପରି ଅଭିଯୋଗଗୁଡିକୁ କାର୍ଯ୍ୟାଳୟର ପବ୍ଲିକ ୱିଙ୍ଗ ଦ୍ଵାରା ସମ୍ପର୍କୀ ମନ୍ତ୍ରଣାଳୟ/ବିଭାଗ ଅବା ରାଜ୍ୟ ସରକାରମାନଙ୍କୁ ପଠାଯାଏ ।
2. ଅଭିଯୋଗର ପଞ୍ଜିକରଣ ସଂଖ୍ୟା ଅପରିବର୍ତ୍ତନ ଭାବେ ସେହି ଆବେଦନ ଉପରେ ଅଙ୍କିତ କରିଦିଆଯାଏ ,ଯାହାକୁ ସମ୍ପର୍କିତ ମନ୍ତ୍ରଣାଳୟ/ବିଭାଗ ଅବା ରାଜ୍ୟ ସରକାରଙ୍କୁ ସ୍ଥାନାନ୍ତରିତ କରାଯାଉଛି ,ତା’ସହିତ ଗୋଟିଏ କପି ଆବେଦନକାରୀଙ୍କୁ ପୃଷ୍ଠାଙ୍କିତ କରାଯାଏ । ଏହା ବ୍ୟତୀତ ,ପବ୍ଲିକ ୱିଙ୍ଗରେ ଇମେଲ ଏବଂ ଏସଏମଏସ ମାଧ୍ୟମରେ ଆବେଦନକାରୀଙ୍କୁ ଦରଖାସ୍ତର ପଞ୍ଜିକରଣ/ପ୍ରକ୍ରିୟାକରଣର ସମୟ ଏବଂ ପଞ୍ଜିକରଣ ସଂଖ୍ୟା ପଠାଯାଏ । ଆବେଦନକାରୀ ନିଜର ସେହି ଅଭିଯୋଗର ସ୍ଥିତି https://pgportal.gov.in/Status/Index ରେ ନିଜର ଅଭିଯୋଗ ପତ୍ରରେ ଥିବା ଅଙ୍କିତ ପଞ୍ଜିକରଣର ସଂଖ୍ୟା ଦାଖଲ କରି ଜାଣିପାରିବେ ।
3. ନାଗରିକ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଥିବା ପତ୍ର ବିଷୟରେ ସୁବିଧା ନମ୍ବର 011-23386447 ଡାଏଲ କରି ଟେଲିଫୋନ ମାଧ୍ୟମରେ ମଧ୍ୟ ସୂଚନା ପ୍ରାପ୍ତ କରିପାରିବେ ।
4. ଏପରି ପ୍ରସଙ୍ଗରେ ଯେଉଁଥିରେ ସମୁଚିତ ପ୍ରାଧିକାରୀଙ୍କ ପାଖକୁ ଅଭିଯୋଗ ପଠାଯାଏ ,ତାହାର ନିଷ୍ପତ୍ତିର ଅଧିକାର ତାହାଙ୍କ ପାଖେ ରହିଥାଏ । ଏଥିପାଇଁ ଆବେଦନକାରୀ ଏହି ପ୍ରକାରର ଅଭିଯୋଗର ବିଷୟରେ ସମ୍ପର୍କିତ ମନ୍ତ୍ରଣାଳୟ/ବିଭାଗ ଅବା ରାଜ୍ୟ ସରକାରଙ୍କ ସହିତ ସମ୍ପର୍କ ସ୍ଥାପିତ କରନ୍ତୁ ।
5. ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପବ୍ଲିକ ୱିଙ୍ଗରେ ଚିଠିର ପ୍ରକ୍ରିୟାକରଣର କାମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟିକରଣ ହୋଇଥାଏ ଏବଂ କୌଣସି ପ୍ରକାରର ଫାଇଲ ନୋଟିଙ୍ଗ ଜାରି ହୁଏ ନାହିଁ ।
6. ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଆବେଦନ କରାଯାଇଥିବା ଅଭିଯୋଗ ପତ୍ରର ସ୍ଥିତି ଅନୁସନ୍ଧାନକାରୀ ଆବେଦକ, ଦୟାକରି ଏହି ସମ୍ପର୍କରେ ଆରଟିଆଇ ଆବେଦନ ଦାଖଲ କରିବା ପୂର୍ବରୁ ଉପରୋକ୍ତ ବିଷୟବସ୍ତୁ ଉପରେ ଧ୍ୟାନ ଦିଅନ୍ତୁ ।