Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସ୍ୱଚ୍ଛ ଭାରତ ଅଭିମୁଖେ


୨୦୧୪ ଅକ୍ଟୋବର ୨ତାରିଖରେ ନୂଆଦିଲ୍ଲୀର ରାଜପଥରେ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ‘ଏକ ନିର୍ମଳ ଭାରତ’ ୨୦୧୯ ମସିହାରେ ହେବାକୁ ଥିବା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ସବୁଠୁ ଭଲ ଶ୍ରଦ୍ଧାଞ୍ଜଳି ହେବ । ଜାତୀୟ ଅଭିଯାନ ଭାବେ ସ୍ୱଚ୍ଛ ଭାରତ ମିଶନ ସମଗ୍ର ଦେଶର କୋଣଅନୁକୋଣରେ ଆରମ୍ଭ ହୋଇଛି ।

ସ୍ୱଚ୍ଛତାର ଏହି ସାମୁହିକ ଆନ୍ଦୋଳନର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତର ସ୍ୱପ୍ନ ପୂରଣ ପାଇଁ ଆହ୍ୱାନ ଦେଇଥିଲେ । ନରେନ୍ଦ୍ର ମୋଦୀ ନିଜେ ମନ୍ଦିର ମାର୍ଗ ଥାନାରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ଝାଡ଼ୁ ଧରି ଅଳିଆ ସଫା କରି ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶବ୍ୟାପୀ ସମୂହ ଆନ୍ଦୋଳନରେ ପରିଣତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକେ ଅଳିଆ କରନ୍ତୁ ନାହିଁ କି ଅନ୍ୟକୁ ଅଳିଆ କରିବାକୁ ଦିଅନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ‘ନା ଅଳିଆ କରିବା, ନା କରିବାକୁ ଦେବା’ ମନ୍ତ୍ର ଦେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ପାଇଁ ୯ଜଣଙ୍କୁ ଆମନ୍ତ୍ରଣ କରିଥିଲେ ଓ ସେମାନଙ୍କୁ ପ୍ରତ୍ୟେକ ୯ଜଣ ଲେଖାଁଏ ଏହି ଅଭିଯାନରେ ସାମିଲ କରିବାକୁ ଅନୁରୋଧ କରିଥିଲେ ।

ଏହି ଅଭିଯାନରେ ସାମିଲ ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯିବା ଯୋଗୁଁ ସ୍ୱଚ୍ଛ ଭାରତ ଅଭିଯାନ ଏକ ଜାତୀୟ ଆନ୍ଦୋଳନର ରୂପ ନେଇଛି । ନିର୍ମଳ ଭାରତ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି ହୋଇଛି । ଦେଶବ୍ୟାପୀ ଏବେ ନାଗରିକମାନେ ସ୍ୱଚ୍ଛତା ଗତିବିଧିରେ ସକ୍ରିୟ ଭାଗିଦାରିତାରେ ମହାତ୍ମା ଗାନ୍ଧୀ ଦିନେ ଦେଖିଥିବା ‘ନିର୍ମଳ ଭାରତ’ର ସ୍ୱପ୍ନ ଏବେ ବାସ୍ତବ ରୂପ ନେବା ଆରମ୍ଭ କରିଛି ।

ସ୍ୱଚ୍ଛ ଭାରତର ସନ୍ଦେଶର ପ୍ରସାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସହାୟତା କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର କଥା ଓ କାର୍ଯ୍ୟରେ ଲୋକଙ୍କୁ ଆହ୍ୱାନ କରିଛନ୍ତି । ସେ ବାରଣାସୀରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଚଳାଇଥିଲେ । ବାରାଣାସୀର ଗଙ୍ଗା ନଦୀର ଅସିଘାଟରେ ସ୍ୱଚ୍ଛ ଭାରତ ମିଶନରେ ପ୍ରଧାନମନ୍ତ୍ରୀ ଏକ କୋଦାଳ ମଧ୍ୟ ଧରିଥିଲେ । ପରିଚ୍ଛନ୍ନତାର ମହତ୍ୱକୁ ବୁଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକକାଳୀନ ଭାବେ ଭାରତୀୟ ପରିବାରରେ ଶୌଚାଳୟ ଅଭାବକୁ ଦୂର କରିବାକୁ ପଦକ୍ଷେପ ନେଇଛନ୍ତି ।

ସମାଜର ବିଭିନ୍ନ ବର୍ଗର ଲୋକ ଏହି ସ୍ୱଚ୍ଛତା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ ଅଧିକାରୀଙ୍କଠାରୁ ଯବାନ, ବଲିଉଡ ଅଭିନେତା, କ୍ରୀଡ଼ାବିତ୍, ଶିଳ୍ପପତି, ଧର୍ମଗୁରୁ ଆଦି ସମସ୍ତେ ଏହି ମହତ କାର୍ଯ୍ୟରେ ସାମିଲ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ, ଏନଜିଓ ଏବଂ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର ଦ୍ୱାରା ଭାରତକୁ ସ୍ୱଚ୍ଛ ରଖିବା ପାଇଁ ହେଉଥିବା ପ୍ରୟାସରେ ଦେଶବ୍ୟାପୀ ଦିନକୁ ଦିନ ଲକ୍ଷ ଲକ୍ଷ ଲୋକ ସାମିଲ ହେଉଛନ୍ତି । ନାଟକ ଓ ସଙ୍ଗୀତ ମାଧ୍ୟମରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନର ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆୟୋଜନ କରାଯାଉଛି ।

ବଲିଉଡ ତାରକାଙ୍କଠାରୁ ଆରମ୍ଭ କରି ଟିଭି ଅଭିନେତାମାନେ ଏହି ପ୍ରୟାସରେ ସକ୍ରିୟ ସାମିଲ ହୋଇଛନ୍ତି । ପ୍ରତିଷ୍ଠିତ ବ୍ୟକ୍ତି ଅମିତାଭ ବଚ୍ଚନ, ଅମୀର ଖାନ, କୈଳାସ ଖେର, ପ୍ରିୟଙ୍କା ଚୋପ୍ରା ଓ ସବ୍ ଟିଭି ‘ତାରକ ମେହେଟ୍ଟା କା ଓଲଟା ଚଷ୍ମା’ର ସମସ୍ତ କଳାକାର ସ୍ୱଚ୍ଛ ଭାରତ ଅଭିଯାନରେ ହାତ ମିଳାଇଛନ୍ତି । ସଚିନ ତେନ୍ଦୁଲକର, ସାନିଆ ମିର୍ଜା, ସାଇନା ନେହୱାଲ ଓ ମ୍ୟାରିକମଙ୍କ ଭଳି ପ୍ରତିଷ୍ଠିତ କ୍ରୀଡ଼ାବିତ୍ ଙ୍କ ନିର୍ମଳ ଭାରତ ଅଭିଯାନରେ ଯୋଗଦାନ ଉଲ୍ଲେଖନୀୟ ରହିଛି ।

0.08413900-1451572653-swachh-bharat-1 [ PM India 462KB ]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ରେ ସ୍ୱଚ୍ଛ ଭାରତ ଅଭିଯାନକୁ ବିପୁଳ ଭାବେ ସଫଳ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ସଂଗଠନ ଓ ବ୍ୟକ୍ତିଙ୍କ ସହାୟତାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛନ୍ତି । ମଧ୍ୟପ୍ରଦେଶର ହରଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଟିମ୍ ଦ୍ୱାରା ସ୍ୱଚ୍ଛ ଭାରତ ପ୍ରତି ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଆବର୍ଜନା କିଣିବା ଓ ବିକିବା ପାଇଁ ଏକ ମୋବାଇଲ ଆପ୍ଲିକେସନ୍ ବିକଶିତ କରିଥିବାରୁ ବାଙ୍ଗାଲୋର ନିଉ ହରିଜନ୍(New Horizon) ସ୍କୁଲର ୫ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ, ଏକ୍ସଏଲଆରଆଇ ଜାମସେଦପୁର ଓ ବାଙ୍ଗାଲୋର ଆଇଆଇଏମ୍ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଅଭିଯାନର ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି ।

0.52207900_1451629836_swachh [ PM India 302KB ]

ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଖୋଲାଖୋଲି ଭାବେ ଲୋକଙ୍କ ସହଭାଗିତାକୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି । ନରେନ୍ଦ୍ର ମୋଦୀ ମଧ୍ୟ ବାରାଣାସୀରେ ଟେମ୍ସୁତୁଲାଲମସଙ୍ଗ୍, ଦର୍ଶିକା ଶାହା ଓ ‘ମିଶନ ପ୍ରଭୁଘାଟ’ର ପ୍ରୟାସକୁ ପ୍ରଶଂସା କରିଛନ୍ତି । ‘ମାଇକ୍ଲିନ୍ ଇଣ୍ଡିଆ’ ମଧ୍ୟ ଏକକାଳୀନ ସ୍ୱଚ୍ଛ ଭାରତ ଅଭିଯାନର ଅଂଶବିଶେଷ ଭାବେ ଆରମ୍ଭ ହୋଇଥିଲା ଯାହାକି ଦେଶବ୍ୟାପୀ ନାଗରିକଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକୁ କାର୍ଯ୍ୟକାରୀ କରାଯାଇଥିଲା ।

ସ୍ୱଚ୍ଛ ଭାରତ ଅଭିଯାନ ଏବେ ‘ଜନ ଆନ୍ଦୋଳନ’ ଭାବେ ଲୋକଙ୍କଠାରୁ ଦୃଢ ସମର୍ଥନ ପାଉଛି । ନାଗରିକମାନେ ମଧ୍ୟ ବହୁ ସଂଖ୍ୟାରେ ସ୍ୱଚ୍ଛ ଓ ନିର୍ମଳ ଭାରତ ପାଇଁ ଆଗେଇ ଆସୁଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ଲୋକମାନେ ରାସ୍ତା ସଫା ପାଇଁ ହାତରେ ଝାଡ଼ୁ ଧରୁଛନ୍ତି, ଅଳିଆ ସଫା କରୁଛନ୍ତି, ପରିଚ୍ଛନତା ଉପରେ ଧ୍ୟାନକେନ୍ଦ୍ରିତ କରି ଏକ ସୁସ୍ଥ ପରିବେଶ ନିମନ୍ତେ ଭାଗିଦାର ହେଉଛନ୍ତି । ‘ସ୍ଵଚ୍ଛତା ଦ୍ୱାରା ଈଶ୍ୱରପ୍ରାପ୍ତି’ ର ସନ୍ଦେଶକୁ ପ୍ରସାରିତ କରିବାରେ ଲୋକେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି ।

ସହରାଂଚଳରେ ସ୍ୱଚ୍ଛ ଭାରତ ମିଶନ ଏବେ ବ୍ୟକ୍ତିଗତ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଧ୍ୟାନକେନ୍ଦ୍ରିତ କରାଯାଉଛି । ଗ୍ରାମାଂଚଳରେ ପଂଚାୟତସ୍ତରରେ ଲୋକଙ୍କ ଆଚରଣ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଛି । ଶୌଚାଳୟ ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶିକୁ ୧୦ହଜାର ଟଙ୍କାରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପଂଚାୟତସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମଧ୍ୟ ପାଣ୍ଠି ଯୋଗାଇ ଦିଆଯାଉଛି ।

0.92400400-1451572703-clean-india [ PM India 205KB ]

Loading... Loading