Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଅଭୂତପୁର୍ବ ଭାରତ ସଂଯୋଗୀକରଣ


ଏକ ବିକଶିତ ଭାରତ ପାଇଁ ଭିତ୍ତିଭୂମି ନିର୍ମାଣ

8

ପ୍ରଥମ ଦିନରୁ ଏନଡିଏ ସରକାରର ଭିତ୍ତିଭୂମି କ୍ଷେତ୍ରକୁ ପ୍ରୋତ୍ସାହନ ସ୍ପଷ୍ଟ । ଏହା ରେଳବାଇ ହେଉ ଅବା ସଡ଼କ ଓ ଜାହାଜ ଚଳାଚଳ କ୍ଷେତ୍ରରେ । ଯୋଗାଯୋଗରେ ସହାୟତା ପାଇଁ ଭିତ୍ତିଭୂମି ବ୍ୟବସ୍ଥାରେ ବୃଦ୍ଧି ଉପରେ ସରକାର ଧ୍ୟାନକେନ୍ଦ୍ରିତ କରୁଛି ।

ପ୍ରଥମଥର ପାଇଁ ରେଳବାଇ ବଜେଟ୍ ରେ ଢାଂଚାଗତ ସଂସ୍କାର ଓ ଭିତ୍ତିଭୂମି ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି । ନୂଆ ଟ୍ରେନର ଘୋଷଣା ଯାହା ପୂର୍ବରୁ ରାଜନୀତିକ ନାଟକବାଜି ଥିଲା । ତାହା ଏବେ ନିୟମିତ ଗତିବିଧି ପାଲଟିଛି । ଯାତ୍ରୀଙ୍କ ସୁବିଧା ପାଇଁ ରେଳଷ୍ଟେସନରେ ୱାଇଫାଇ, ପାସେଞ୍ଜର ହେଲପ୍ଲାଇନ୍(୧୩୮), ସୁରକ୍ଷା ହେଲପଲାଇନ୍(୧୮୨), ପେପରଲେସ୍ ଅଣସଂରକ୍ଷିତ ଟିକେଟିଂ, ଇ-କ୍ୟାଟରିଂ, ମୋବାଇଲ ସୁରକ୍ଷା ଆପ୍ସ ଓ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଆଦି ଆରମ୍ଭ କରାଯାଇଛି । ଖଣି, ଉପକୂଳ ଆଦି ମଧ୍ୟରେ ସଂଯୋଗ ଓ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ରେଳବାଇ କାର୍ଯ୍ୟ କରିବ । ମୁମ୍ବାଇ-ଅହମ୍ମଦାବାଦ କରିଡରରେ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ଚଳାଇବାକୁ ମଧ୍ୟ ଯୋଜନା ଅଛି । ନୂଆଦିଲ୍ଲୀ-ଚେନ୍ନାଇ ମାର୍ଗରେ ସମ୍ଭାବ୍ୟ ସ୍ଥିତି ଅନୁଧ୍ୟାନ ଏବେ ଜାରି ରହିଛି ।

9a [ PM India 155KB ]

ଚଳିତବର୍ଷ ୧୯୮୩ କିମି ରେଳବାଇ ମାର୍ଗ ତିଆରି ହୋଇଛି ଓ ୧୩୭୫ କିମି ରେଳବାଇ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି । ଯାହାକି ଅଦ୍ୟାବଧିର ସବୁଠୁ ଭଲ ପ୍ରଦର୍ଶନ । ୬ଟି ନୂଆ ତୀର୍ଥଯାତ୍ରୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ଓ ବୈଷ୍ଣୌଦେବୀଙ୍କ ପାଖକୁ ଯିବା ପାଇଁ କଟ୍ରା ରେଳମାର୍ଗକୁ ଖୋଲି ଦିଆଯାଇଛି ।

ସଡ଼କ କ୍ଷେତ୍ରରେ, ବନ୍ଦ ହୋଇପଡ଼ିଥିବା ସଡ଼କ ପ୍ରକଳ୍ପରେ ବିଭିନ୍ନ ସମସ୍ୟାକୁ ଦୂର କରାଯାଇଛି । ଦୀର୍ଘଦିନ ଧରି ଠିକାଦାରୀ ବିବାଦର ସମାଧାନ ଓ ଅନାବଶ୍ୟକ ପ୍ରକଳ୍ପକୁ ରଦ୍ଦ କରାଯାଇଛି । ଏକ ପରିବର୍ତ୍ତନକାରୀ ପ୍ରକଳ୍ପ ‘ଭାରତ ମାଳା’ ଭାରତର ସମୀକ୍ଷା ଓ ଉପକୂଳ ଅଚଂଳରେ ସଡ଼କ ନିର୍ମାଣ ପାଇଁ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଯାତାୟତ ବୃଦ୍ଧି ପାଇଁ ୬୨ଟି ଟୋଲପ୍ଲାଜାରୁ ଟୋଲ୍ ଫି ଛାଡ଼ କରାଯାଇଛି । ଗତବର୍ଷ ରାଜପଥ ପ୍ରକଳ୍ପରେ ସର୍ବାଧିକ ୧୨୦ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବହୁ ସଂଖ୍ୟାରେ ରାସ୍ତା ନିର୍ମାଣ ହୋଇଛି, ଉଲ୍ଲେଖନୀୟ ବୃଦ୍ଧି ବି ହୋଇଛି ।

ଏନଡିଏ ସରକାର ଅଧୀନରେ ଭାରତ ମଧ୍ୟ ନୌପରିବହନ କ୍ଷେତ୍ରରେ ଦୃତ ଅଭିବୃଦ୍ଧି କରୁଛି । ସାଗରମାଳା ପ୍ରକଳ୍ପ ମାଧ୍ୟମରେ ଉପକୂଳ ସମୁଦାୟର ବିକାଶ କରି ବିସ୍ତୃତ ବନ୍ଦରଭିତ୍ତିକ ବିକାଶକୁ ସୁନିଶ୍ଚିତ କରାଯାଉଛି । ଚଳିତବର୍ଷ ସମଗ୍ର ଦେଶରେ ବନ୍ଦର ପରିବହନ ଅଭିବୃଦ୍ଧି ୪ରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୭୧ ନିୟୁତ ଟନ୍ ବାର୍ଷିକ କ୍ଷମତା ଚଳିତଥର ସାମିଲ କରାଯାଇଛି, ଯାହାକି ରେକର୍ଡ । କେନ୍ଦ୍ର ଏସୀୟ ରାଷ୍ଟ୍ର ଓ ଆଫଗାନିସ୍ତାନକୁ ଯାତାୟତ ନିମନ୍ତେ ଚାବହାର ବନ୍ଦର ବିକାଶ ପାଇଁ ଇରାନ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଜଳ ମାର୍ଗ ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି ଯାହାକି ଗଙ୍ଗା ନଦୀରେ ପରିବହନ ଓ ଆନ୍ତଃ ଜଳ ମାର୍ଗରେ ଯାତ୍ରାକୁ ପ୍ରୋତ୍ସାହିତ କରିବ ।.

9b

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଦୃତ ବିକାଶ ଦେଖିବାକୁ ମିଳିଛି । ମୋହାଲି, ତିରୁପତି ଓ ଖଜୁରାହୋ ରେ ନୂଆ ସମନ୍ୱିତ ଟିର୍ମିନାଲ କୋଠା ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କଡାପ୍ପା ଓ ବିକାନେରରେ ଟର୍ମିନାଲ କାର୍ଯ୍ୟ ଶେଷ ହୋଇଛି । ଆଂଚଳିକ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ହୁବୁଳି, ବେଲଗାମ୍, କିଷାନଗଡ଼, ତେଜୁ ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିକଶିତ କରାଯାଉଛି । ଭାରତୀୟ ଆନ୍ତର୍ଜାତିକ ବେସାମରିକ ନିରାପତ୍ତା ଅଡିଟ୍(ଆଇଏଏସ୍ଏ)କୁ ଏଫଏଏ ଦ୍ୱାରା ସୁଧାର କରାଯାଇ ସର୍ବାଧିକ ନିରାପତ୍ତା ମାନ୍ୟତା ଓ ଅଧିକ ବିମାନ ଚଳାଚଳକ୍ଷମ କରାଯାଉଛି ।

Loading... Loading