1. ସ୍ୱତଃ ପ୍ରକଟନ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସ୍ୱତଃ ସଂଜ୍ଞାନ ପ୍ରକଟିକରଣ ପାଇଁ ବିଧିବତ ସୂଚନା ଅଧିକାର ଅଧିନିୟମ ,2005 ର ଧାରା 4 (1) (ଖ ) ର ପ୍ରାବଧାନଗୁଡିକୁ ପାଳନ କରୁଛି ଏବଂ ଏହି ସମ୍ପର୍କୀ ସମସ୍ତ ସୂଚନା ୱେବସାଇଟରେ ଉପଲବ୍ଧ କରାଯାଇଅଛି । ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ। ଏହି ସୂଚନାଗୁଡ଼ିକୁ ବର୍ଷରେ ଅତିକମରେ ଥରଟେ ଅପଡେଟ କରାଯାଉଛି । ସୂଚନା ସହ ସମ୍ପର୍କୀ କିଛି ଶ୍ରେଣୀଗୁଡ଼ିକୁ ଆବଶ୍ୟକ ମୁତାବକ ଅପଡେଟ କରାଯାଉଛି ।
2. ନିର୍ଦ୍ଧିଷ୍ଟ ବ୍ୟକ୍ତି (ମାନ) ଙ୍କୁ ପ୍ରଭାବିତ କରୁଥିବା ନିଷ୍ପତ୍ତିର ସୂଚିତ କାରଣ : ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯାହା ବ୍ୟାପକ ରୂପେ ଜନତାଙ୍କୁ ପ୍ରଭାବିତ କରେ ,ଏଭଳି ନିଷ୍ପତ୍ତି ସମ୍ବଦ୍ଧିତ ପ୍ରଶାସନିକ ମନ୍ତ୍ରଣାଳୟ/ବିଭାଗ ଭିତରେ ଆସିଥାଏ । ମନ୍ତ୍ରଣାଳୟ/ବିଭାଗର ବିପରୀତ ,ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବ୍ୟକ୍ତି ବିଶେଷ ଅବା ବ୍ୟକ୍ତି ସମୂହକୁ ପ୍ରଭାବିତ କରୁଥିବା ପ୍ରଶାସନିକ ଅବା ଅର୍ଦ୍ଧ-ନ୍ୟାୟିକ ନିଷ୍ପତ୍ତି ନେଇନଥାଏ ।
3. ଜନତାଙ୍କ ପର୍ଯ୍ୟନ୍ତ ସୂଚନାର ବ୍ୟାପକ ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଭିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ନିମ୍ନଲିଖିତ ମାଧ୍ୟମ ଦ୍ଵାରା ଜନତାଙ୍କ ପର୍ଯ୍ୟନ୍ତ ସୂଚନାକୁ ପହଞ୍ଚାଯାଉଛି :