ମହାମହିମ,
ଆଜି ଯେତେବେଳେ କ୍ଲାଇମେଟ୍ ଆକ୍ସନ ବିଷୟରେ G-20 ଦେଶମାନଙ୍କ ମଧ୍ୟରେ ରହିଛି ସେତେବେଳେ ନିଜର ଦୁଇଟି ବଡ଼ ଦାୟୀତ୍ୱ ପ୍ରତି ସଂପୂର୍ଣ୍ଣ ସମ୍ବେଦନଶୀଳତା ସହ ନିଜ ବକ୍ତବ୍ୟ ରଖିବାକୁ ଚାହୁଁଛି। ପ୍ରଥମ ଦାୟୀତ୍ୱ ଜଳବାୟୁ ପ୍ରଶମନର କଥା ଅଟେ। ଯାହା ଭାରତର ହଜାର ହଜାର ବର୍ଷର ପୁରାତନ ପରଂପରାରୁ ପ୍ରେରଣା ପାଇଛି। ଆମେ ଏହି ବିଷୟ ଉପରେ ମହତ୍ତ୍ୱକାଂକ୍ଷୀ ଲକ୍ଷ୍ୟ ସହିତ ଆଗକୁ ବଢୁଛୁ। ପ୍ୟାରିସ୍ଠାରେ ଯେତେବେଳେ ଆମେ ଆମର ଲକ୍ଷ୍ୟର ଘୋଷଣା କରିଥିଲି, ସେତେବେଳେ ବହୁତ ଲୋକ କହିଥିଲେ ଯେ ଭାରତ କଣ ୧୭୫ ଶିଖାଓ୍ବଟ ନବୀକରଣୀୟ ଶକ୍ତି ଲକ୍ଷ୍ୟ ଉପରେ କାର୍ଯ୍ୟ କରିପାରିବ। କିନ୍ତୁ ଭାରତ କେବଳ ଶୀଘ୍ର ଏହି ଲକ୍ଷ୍ୟକୁ ହାସଲ କରୁନାହିଁ ବରଂ ଆହୁରୀ ଉଚ୍ଚ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ପ୍ରୟାସ କରୁଛି। ଆମର ପ୍ୟାରିସ୍ ପ୍ରତିବଦ୍ଧତାରୁ ମଧ୍ୟ ଆଗକୁ ଯାଇ, ଭାରତ ୨୬ ନିୟୁତ ହେକ୍ଟର ପତିତ ଭୂମିରେ ପୁନଃ ଥଇଥାନ କରିବା ଲକ୍ଷ୍ୟ ରଖିଛି; ପ୍ରତ୍ୟେକ ବର୍ଷ ହାରାହାରି ୮ ବିଲିୟନ ଯାତ୍ରୀଙ୍କୁ ସେବା ଯୋଗାଉଥିବା ବିଶ୍ୱର ସବୁଠାରୁ ବଡ଼ ପାସେଞ୍ଜର କ୍ୟାରିୟର – ଭାରତୀୟ ରେଲ୍ଓ୍ବେ, ‘ବର୍ଷ ୨୦୩୦ ପର୍ଯ୍ୟନ୍ତ Net Zero’ର ସଂକଳ୍ପ ନେଇଛି। ନିଜର ଏହି ନିଷ୍ପତ୍ତିରେ ଭାରତୀୟ ରେଳ ପ୍ରତିବର୍ଷ ୬୦ ନିୟୁତ ଟନ୍ କାର୍ବନ ନିର୍ଗମନ ପ୍ରଶମନ କରିବ । ଆମେ ୨୦୨୫ ପର୍ଯ୍ୟନ୍ତ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନାଲ ମିଶ୍ରଣର ଲକ୍ଷ୍ୟ ନେଇ କାମ କରୁଛୁ। ଏସିୟ ସିଂହ, ବାଘ, ଗଣ୍ଡା ଏବଂ ଡଲଫିନମାନଙ୍କର ସଂଖ୍ୟା ବୃଦ୍ଧି ଘଟାଇ ଭାରତ ପ୍ରମାଣିତ କରିଛି ପର୍ଯ୍ୟାବରଣ ସୁରକ୍ଷାରେ ଆମର ପ୍ରତିବଦ୍ଧତା କେବଳ ମାତ୍ର ଶକ୍ତି ସଂପର୍କିତ ବତ୍କୃତା ପର୍ଯ୍ୟନ୍ତ ହିଁ ସୀମିତ ନୁହେଁ। ପ୍ରଶମନ ସଂକ୍ରାନ୍ତୀୟ ଦାୟୀତ୍ୱବୋଧରୁ ଭାରତ ନା ପୂର୍ବରୁ କେବେ ପଛକୁ ହଟିଛି, ନା କେବେ ପଛକୁ ହଟିବ। ବିଗତ ବର୍ଷ ଗୁଡ଼ିକରେ ହୋଇଥିବା ପ୍ରୟାସଗୁଡ଼ିକ କାରଣରୁ ଆଜି ଭାରତ, ନବୀକରଣୀୟ ଶକ୍ତିର କ୍ଷମତାରେ ବିଶ୍ୱର ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ ରହିଛି। ଭାରତର ଏହି ସଫଳତାକୁ ବିଶ୍ୱ ମଧ୍ୟ ଗ୍ରହଣ କରୁଛି। ଆମେରିକା, ଫ୍ରାନ୍ସ, ବ୍ରିଟେନ, ସ୍ୱିଡେନ୍ ଭଳି ଦେଶ ଆମର ଅନେକଗୁଡ଼ିଏ ପଦକ୍ଷେପ ଯେପରିକି ISA ଏବଂ CDRI ରେ ଆମର ସହଭାଗୀ ରହିଛନ୍ତି।
ମହାମହିମ,
ଯେତେବେଳେ ମୁଁ ଆମର ଦ୍ୱିତୀୟ ଦାୟୀତ୍ୱ କ୍ଲାଇମେଟ୍ ଜଷ୍ଟିସ୍ ବା ଜଳବାୟୁ ନ୍ୟାୟ ସମ୍ପର୍କରେ ଭାବେ, ସେତେବେଳେ ମୋ ହୃଦୟରେ ଏକ ବେଦନା ମଧ୍ୟ ସୃଷ୍ଟି ହୁଏ, କ୍ଲାଇେମଟ୍ ଜଷ୍ଟିସ୍କୁ ଭୁଲି ଆମେ କେବଳ ବିକାଶଶୀଳ ଦେଶ ସହିତ ଅନ୍ୟାୟ କରୁନାହୁଁ, ଅପିତୁ ସମଗ୍ର ମାନବଜାତିକୁ ମଧ୍ୟ ପ୍ରତାରିତ କରୁଛୁ। ବିକାଶଶୀଳ ଦେଶଗୁଡ଼ିକର ମୁଖରଧ୍ୱନି ଭାବେ ଭାରତ ଜଳବାୟୁ ସଂକ୍ରାନ୍ତୀୟ ଆର୍ଥିକ ବ୍ୟବସ୍ଥାକୁ ଅଣଦେଖା କରିବା କାର୍ଯ୍ୟକୁ ଏମିତିରେ ଭୁଲି ଯାଇ ପାରିବ ନାହିଁ। କ୍ଲାଇେମଟ୍ ଫାଇନାନ୍ସକୁ ନେଇ ବସ୍ତୁନିଷ୍ଠ ପ୍ରଗତି ଅଭାବରେ ବିକାଶଶୀଳ ଦେଶ ଗୁଡ଼ିକ ଉପରେ କ୍ଲାଇମେଟ୍ ଆକ୍ସନ ସକାଶେ ଚାପ କରିବା ନ୍ୟାୟ ନୁହଁ। ମୋର ପ୍ରସ୍ତାବ ହେଉଛି ଯେ, ବିକଶିତ ଦେଶ ନିଜର GDPର ଅତିକମ୍ରେ ଏକ ପ୍ରତିଶତ ଅଂଶ ବିକାଶଶିଳ ଦେଶ ଗୁଡ଼ିକରେ ଗ୍ରିନ୍ ପ୍ରୋଜେକ୍ଟକୁ ଆର୍ଥିକ ସହାୟତା କରିବା ସକାଶେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖନ୍ତୁ।
ମହାମହିମ,
ମୁଁ G20 ସହଯୋଗୀମାନଙ୍କ ସମ୍ମୁଖରେ ତିନୋଟି କରଣୀୟ ବିନ୍ଦୁ ବା Actionable Points ରଖିବାକୁ ଚାହୁଛି। ପ୍ରଥମ, G20 ଦେଶ ଏକ ସ୍ୱଚ୍ଛ ଶକ୍ତି ପରିକଳ୍ପନା ପାଣ୍ଠି ତିଆରି କରନ୍ତୁ, ଯାହାର ଉପଯୋଗ ସେହି ଦେଶଗୁଡ଼ିକରେ ହେବ ଯେଉଁଠାରେ ‘‘ପିକିଂ’’ ବା ସ୍ୱଚ୍ଛ ଶକ୍ତି ଉତ୍ପାଦନ ସେଭଳି ହୋଇନାହିଁ। ଏହି ଫଣ୍ଡ ISA ଭଳି ଅନ୍ୟ ସଂସ୍ଥାମାନଙ୍କୁ ମଧ୍ୟ ସହଯୋଗ କରିପାରିବ । ଦ୍ୱିତୀୟ, ଆମକୁ G-20 ଦେଶମାନଙ୍କ ମଧ୍ୟରେ ସ୍ୱଚ୍ଛ-ଶକ୍ତି ଉପରେ କାମ କରୁଥିବା ରିସର୍ଚ୍ଚ-ସଂସ୍ଥାମାନଙ୍କର ଏକ ନେଟ୍ଓ୍ବାର୍କ ହେବା ଆବଶ୍ୟକ। ଯାହା ନୂଆ ଟେକ୍ନୋଲୋଜି ସହିତ ଏଗୁଡ଼ିକର ବିକାଶ ସମ୍ବନ୍ଧୀୟ best practices ଉପରେ ମଧ୍ୟ କାମ କରିବ। ତୃତୀୟ, G20 ଦେଶଗୁଡ଼ିକ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ବୈଶ୍ୱିକ ମାପଦଣ୍ଡ ତିଆରି କରିବା ସକାଶେ ଏକ ସଂସ୍ଥା ପ୍ରତିଷ୍ଠା କରିବା ଉଚିତ୍ । ଯା’ଦ୍ୱାରା ଏହାର ଉତ୍ପାଦନ ଏବଂ ଉପଯୋଗକୁ ପ୍ରୋତ୍ସାହନ ମିଳିବ। ଏହି ସମସ୍ତ ପ୍ରୟାସରେ ଭାରତ ମଧ୍ୟ ନିଜର ସଂପୂର୍ଣ୍ଣ ଯୋଗଦାନ ଦେବ।
ଧନ୍ୟବାଦ