ନମସ୍କାର!
ବାରାଣାସୀକୁ ସ୍ୱାଗତ, ଯାହା କାଶୀ ନାମରେ ମଧ୍ୟ ବେଶ କରିଚିତ । ମୁଁ ଆନନ୍ଦିତ ଯେ, ଆପଣମାନେ ବାରାଣାସୀରେ ବୈଠକ କରୁଛନ୍ତି, ଯାହା ହେଉଛି ମୋର ସଂସଦୀୟ ନିର୍ବାଚନ ମଣ୍ଡଳୀ । କାଶୀ କେବଳ ଦୁନିଆର ସର୍ବ ପୁରାତନ ଜୀବନ୍ତ ସହର ନୁହେଁ । ଏଠାରୁ କିଛି ଦୂରରେ ଅଛି ସାରନାଥ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ।
କାଶୀକୁ ‘ସୁଜ୍ଞାନ, ଧର୍ମ, ଏବଂ ସପ୍ତରାଶି’ର ସହର କୁହାଯାଏ – ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଏକ ଭଣ୍ଡାର । ଏହା ବାସ୍ତବରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ । ମୁଁ ଆଶା କରୁଛି ଆପଣମାନେ ନିଜର କାର୍ଯ୍ୟକ୍ରମରେ ଗଙ୍ଗା ଆରତୀ ଦେଖିବା, ସାରନାଥ ପରିଦର୍ଶନ କରିବା ଏବଂ କାଶୀଙ୍କ ସୁସ୍ବାଦୁ ଖାଦ୍ୟ ନମୁନା ଖାଇବା ପାଇଁ କିଛି ସମୟ ରଖିଥିବେ ।
ମହାମହିମ,
ସଂସ୍କୃତିର ଏକ ଅନ୍ତର୍ନିହିତ ସାମର୍ଥ୍ୟ ହେଉଛି ଏକାଠି କରିବା । ଏହା ଆମକୁ ବିଭିନ୍ନ ପୃଷ୍ଠଭୂମି ଏବଂ ଦୃଷ୍ଟିକୋଣ ବୁଝିବାରେ ସକ୍ଷମ କରେ । ଆଉ ସେଥିପାଇଁ, ଆପଣଙ୍କର କାର୍ଯ୍ୟ ସମଗ୍ର ମାନବିକତା ପାଇଁ ଅପାର ଗୁରୁତ୍ୱ ବହନ କରେ । ଆମେ ଭାରତରେ ଆମର ଅନନ୍ତ ଏବଂ ବିବିଧ ସଂସ୍କୃତି ପାଇଁ ବହୁତ ଗର୍ବିତ । ଆମର ଅପରିଚିତ ସାଂସ୍କୃତିକ ଐତିହ୍ୟ ସହିତ ମଧ୍ୟ ଆମେ ଗୁରୁତ୍ୱର ସହ ଯୋଡି ହୋଇ ରହିଥାଉ । ଆମେ ଆମର ଐତିହ୍ୟ ସ୍ଥଳଗୁଡିକର ସଂରକ୍ଷଣ ଏବଂ ପୁନର୍ଜୀବିତ କରିବା ପାଇଁ କଠିନ ପରିଶ୍ରମ କରୁଛୁ । ଆମେ କେବଳ ଜାତୀୟ ସ୍ତରରେ ନୁହେଁ, ଭାରତର ସମସ୍ତ ଗ୍ରାମ ସ୍ତରରେ ମଧ୍ୟ ଆମର ସାଂସ୍କୃତିକ ସମ୍ପତ୍ତି ଏବଂ କଳାକାରମାନଙ୍କୁ ଚିହ୍ନଟ ବା ରେଖାଙ୍କିତ କରିଛୁ । ଆମ ସଂସ୍କୃତିକୁ ପାଳନ କରିବା ପାଇଁ ଆମେ ଅନେକ କେନ୍ଦ୍ର ମଧ୍ୟ ନିର୍ମାଣ କରୁଛୁ । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛି ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗ୍ରହାଳୟ ମଧ୍ୟ ରହିଛି । ଏହି ସଂଗ୍ରହାଳୟ ଗୁଡ଼ିକ ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶନ କରିବ । ନୂଆଦିଲ୍ଲୀରେ ଆମର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ରହିଛି । ଏହା ହେଉଛି ଏଧରଣର ଏକ ପ୍ରକାର ପ୍ରୟାସ ଯାହାକି ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶନ କରୁଛି । ଆମେ ମଧ୍ୟ ‘ଯୁଗେ ଯୁଗେ ଭାରତ’ଜାତୀୟ ସଂଗ୍ରହାଳୟ ନିର୍ମାଣ କରୁଛୁ । ଏହାର ନିର୍ମାଣ ଶେଷ ହେବା ପରେ ଏହା ବିଶ୍ୱର ବୃହତ୍ତ ସଂଗ୍ରହାଳୟ ହେବ । ଏହା 5000 ବର୍ଷରୁ ଅଧିକ ସମୟ ଧରି ଭାରତର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବ ।
ମହାମହିମ,
ସାଂସ୍କୃତିକ ସମ୍ପତ୍ତିର ପୁନରୁଦ୍ଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଉ ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କର ଉଦ୍ୟମକୁ ସ୍ୱାଗତ କରୁଛି । ବାସ୍ତବରେ, ଦୃଷ୍ଟାନ୍ତମୂଳକ ଐତିହ୍ୟ କେବଳ ବସ୍ତୁ ମୂଲ୍ୟର ନୁହେଁ । ଏହା ମଧ୍ୟ ଏକ ଜାତିର ଇତିହାସ ଏବଂ ପରିଚୟ । ସମସ୍ତଙ୍କର ସାଂସ୍କୃତିକ ଐତିହ୍ୟକୁ ପ୍ରବେଶ ଏବଂ ଉପଭୋଗ କରିବାର ଅଧିକାର ଅଛି । 2024 ପରଠାରୁ, ଭାରତ ଏପରି ଶହ ଶହ କଳାକୃତି ଫେରାଇ ଆଣିଛି ଯାହା ଆମର ପ୍ରାଚୀନ ସଭ୍ୟତାର ଗୌରବ ପ୍ରଦର୍ଶନ କରେ । ‘ଜୀବନ୍ତ ଐତିହ୍ୟ’ପ୍ରତି ଆପଣମାନଙ୍କର ପ୍ରୟାସ ସହିତ ‘ଜୀବନ ପାଇଁ ସଂସ୍କୃତି’ଲାଗି ଆପଣମାନଙ୍କର ଅବଦାନକୁ ମଧ୍ୟ ମୁଁ ପ୍ରଶଂସା କରୁଛି । ବାସ୍ତବରେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଅଙ୍କିତ ହୋଇ ନ ଥାଏ । ଏହା ମଧ୍ୟ ପରମ୍ପରା, ରୀତିନୀତି ଏବଂ ପର୍ବ ପର୍ବାଣୀ ଯାହା ପିଢୀ ପରେ ପିଢୀକୁ ପ୍ରଦାନ କରାଯାଇ ଥାଏ । ମୁଁ ନିଶ୍ଚିତ ଯେ ଆପଣମାନଙ୍କର ପ୍ରୟାସ ସ୍ଥାୟୀ ଅଭ୍ୟାସ ଏବଂ ଜୀବନ ଶୈଳୀକୁ ଅଭିବୃଦ୍ଧି କରିବ ।
ମହାମହିମ,
ଆମେ ବିଶ୍ୱାସ କରୁ ଯେ, ଐତିହ୍ୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧକରଣ ପାଇଁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି । ଏହା ଆମ ମନ୍ତ୍ରରେ ପ୍ରତିଫଳିତ ହୋଇଛି, ‘ବିକାଶ ଭି ବିରାସତ ଭି’, ‘ବିକାଶ ମଧ୍ୟ ଐତିହ୍ୟ ମଧ୍ୟ’- ବିକାଶ ସହିତ ଐତିହ୍ୟ ମଧ୍ୟ । ପ୍ରାୟ 3000 ଅନନ୍ୟ କଳା ଏବଂ ହସ୍ତଶିଳ୍ପ ସହିତ ଭାରତ, ଏହାର 2000 ବର୍ଷର ପୁରୁଣା ହସ୍ତ କଳା ଐତିହ୍ୟ ପାଇଁ ଗର୍ବିତ । ଆମର ‘ଏକ ଜିଲ୍ଲା, ଏକ ଉତ୍ପାଦ’ ପଦକ୍ଷେପ ଆତ୍ମନିର୍ଭରଶୀଳ ହେବା ସହିତ ଭାରତୀୟ ହସ୍ତଶିଳ୍ପ ଗୁଡ଼ିକର ଅନନ୍ୟ ସ୍ୱତନ୍ତ୍ରତା ପ୍ରଦର୍ଶନ କରେ । ସାଂସ୍କୃତିକ ଏବଂ ସୃଜନଶୀଳ ଶିଳ୍ପକୁ ପ୍ରୋତ୍ସାହିତ କରିବା ଦିଗରେ ଆପଣଙ୍କର ପ୍ରୟାସ ବେଶ ଗୁରୁତ୍ୱ ରଖେ । ଏଗୁଡିକ ଅନ୍ତର୍ଭୂକ୍ତ ଅର୍ଥନୈତିକ ବିକାଶକୁ ସୁଗମ କରିବ ଏବଂ ସୃଜନଶୀଳତା ଏବଂ ନବସୃଜନକୁ ସମର୍ଥନ କରିବ । ଆସନ୍ତା ମାସରେ ଭାରତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାକୁ ଯାଉଛି । 1.8 ବିଲିୟନ ଡଲାରର ପ୍ରାରମ୍ଭିକ ଅଟକଳ ସହିତ ଏହା ପାରମ୍ପରିକ କାରିଗରମାନଙ୍କ ପାଇଁ ଏକ ଇକୋ- ସିଷ୍ଟମ ସୃଷ୍ଟି କରିବ । ଏହା ସେମାନଙ୍କୁ ସେମାନଙ୍କ ହସ୍ତଶିଳ୍ପରେ କଳା ନୈପୁଣ୍ୟ ବୃଦ୍ଧି କରିବା ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ସହାୟକ ହେବ ।
ବନ୍ଧୁଗଣ,
ସଂସ୍କୃତିକୁ ବଜାୟ ରଖିବାରେ ଟେକ୍ନୋଲୋଜି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଭାରତରେ ଆମର ଏକ ଜାତୀୟ ଡିଜିଟାଲ୍ ଜିଲ୍ଲା ସଂଗ୍ରହାଳୟ ଅଛି । ଏହା ଆମର ସ୍ୱାଧୀନତା ସଂଗ୍ରାମର କାହାଣୀ ଗୁଡିକ ପୁନଃଆବିଷ୍କାର କରିବାରେ ସାହାଯ୍ୟ କରୁଛି । ଆମର ସାଂସ୍କୃତିକ ପ୍ରତୀକ ଓ ସଂକେତ ଗୁଡିକର ଉନ୍ନତ ସଂରକ୍ଷଣ ନିଶ୍ଚିତ କରିବାକୁ ଆମେ ଟେକ୍ନୋଲୋଜି ବ୍ୟବହାର କରୁଛୁ । ଆମର ସାଂସ୍କୃତିକ ସ୍ଥାନଗୁଡିକୁ ଅଧିକ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ଆମେ ଟେକ୍ନୋଲୋଜି ବ୍ୟବହାର କରୁଛୁ ।
ମହାମହିମ,
ମୁଁ ଖୁସି ଯେ ଆପଣଙ୍କ ଗୋଷ୍ଠୀ ‘ସମସ୍ତଙ୍କ ପାଇଁ ସଂସ୍କୃତି ଏକତା’ ଅଭିଯାନ ଆରମ୍ଭ କରିଛି । ଏହା ବସୁଧୈବ କୁଟୁମ୍ବକମ୍ – ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ଏତ୍ସାହକୁ ଅନ୍ତର୍ଭୁକ୍ତ କରେ। ଦୃଷ୍ଟାନ୍ତମୂଳକ ଫଳାଫଳ ସହିତ ଏକ G-20 ଆକ୍ସନ ପ୍ଲାନ୍ ପାଇଁ ଆପଣମାନେ ଯେଉଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି, ମୁଁ ମଧ୍ୟ ତାହାକୁ ପ୍ରଶଂସା କରୁଛି । ଆପଣମାନଙ୍କର କାର୍ଯ୍ୟ ଚାରୋଟି ‘ସି’ Cs – ସଂସ୍କୃତି, ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗର ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ଏକ ଦୟାଳୁ, ଅନ୍ତର୍ଭୂକ୍ତ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ଏହା ଆମକୁ ସଂସ୍କୃତିର ଶକ୍ତି ବ୍ୟବହାର କରିବାକୁ ସକ୍ଷମ କରିବ । ମୁଁ ଆପଣ ସମସ୍ତଙ୍କୁ ଏକ ବହୁତ ଫଳପ୍ରଦ ଏବଂ ସଫଳ ବୈଠକ ପାଇଁ କାମନା କରୁଛି ।
ଧନ୍ୟବାଦ !
*****
AH
My remarks at the G20 Culture Ministers' Meet. @g20org https://t.co/6VuSmQv0HI
— Narendra Modi (@narendramodi) August 26, 2023