ବିଶ୍ଵ ଜଳବାୟୁ ସମ୍ମିଳନୀ ଆୟୋଜନ କରିଥିବାରୁ ମୁଁ ଜାତିସଂଘର ସଚିବଙ୍କୁ ଧନ୍ୟବାଦ ପ୍ରଦାନ କରୁଛି ।
ଗତବର୍ଷ ଚାମ୍ପିଅନ ଅଫ ଦି ଆର୍ଥ ପୁରସ୍କାର ଗ୍ରହଣ କରିବା ପରେ ଜାତିସଂଘକୁ ଉଦବୋଧନ ପ୍ରଦାନ କରିବାରେ ଏହା ହେଉଛି ମୋର ପ୍ରଥମ ସୁଯୋଗ । ମୁଁ ଖୁସି ଯେ ନ୍ୟୁୟର୍କ ଗସ୍ତ କାଳରେ ଜଳବାୟୁ ବିଷୟକୁ ନେଇ ମୋର ପ୍ରଥମ ବୈଠକ ହେବ ।
ମହାନୁଭବ ଗଣ,
ଜଳବାୟୁ ପରିବର୍ତ୍ତନ ସହିତ ସଂଗ୍ରାମ କରିବା ପାଇଁ ବିଭିନ୍ନ ଦେଶମାନଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ଆମକୁ ନିଶ୍ଚିତ ଭାବେ ସ୍ୱୀକାର କରିବାକୁ ହେବ ଯେ ଜଳବାୟୁ ପରିବର୍ତ୍ତନ ଭଳି ଏକ ଗୁରୁତର ଆହ୍ୱାନର ସମାଧାନ କରିବାକୁ ହେଲେ, ବର୍ତ୍ତମାନ ଆମେ ଯାହା କରୁଛେ ତାହା ଯଥେଷ୍ଟ ନୁହେଁ ।
ଆଜି ଏକ ବ୍ୟାପକ ସମାଧାନ ପନ୍ଥାର ଆବଶ୍ୟକତା ରହିଛି ଯେଉଁଥିରେ କି ଶିକ୍ଷାଠାରୁ ମୂଲ୍ୟବୋଧ, ଓ ଜୀବନଶୈଳୀଠାରୁ ବିକାଶଗତ ଦର୍ଶନ ଆଦି ସବୁକିଛିର ଆବଶ୍ୟକତା ରହିଛି । ଏକ ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଶ୍ୱବ୍ୟାପୀ ଏକ ଜନ ବିପ୍ଳବ ଆବଶ୍ୟକ ।
ପ୍ରକୃତି ପ୍ରତି ସମ୍ମାନ, ସମ୍ପଦର ବିଚାରବନ୍ତ ବ୍ୟବହାର, ଆମ ଆବଶ୍ୟକତାକୁ ହ୍ରାସ କରିବା ତଥା ଆମ ପାଖରେ ଥିବା ସାଧନ ମଧ୍ୟରେ ବଞ୍ଚିବା ଆଦି ଆମ ପରମ୍ପରା ଏବଂ ସାମ୍ପ୍ରତିକ ପଦକ୍ଷେପ ଆଦିର ଗୁରୁତ୍ୱପୂର୍ଣ୍ଣ ଦିଗ । ଲୋଭ ନୁହେଁ ବରଂ ଆବଶ୍ୟକତା ହେଉଛି ଆମର ବିଚାର ।
ଏବଂ ଏଥିପାଇଁ ଭାରତ ଏହି ବିଷୟର ଗୁରୁତ୍ୱ ଉପରେ କେବଳ କହିବାକୁ ଆସିନାହିଁ ବରଂ ଏକ ବ୍ୟବହାରିକ ଧାରା ଓ ମାର୍ଗଦର୍ଶିକା ପ୍ରଦାନ କରିବାକୁ ଆସିଛି ।
ଆମେ ବିଶ୍ୱାସ କରୁ ଯେ ସାମାନ୍ୟ ଅଭ୍ୟାସର ମୂଲ୍ୟ ଏକ ଟନ ଉପଦେଶଠାରୁ ମୂଲ୍ୟବାନ ।
ଭାରତରେ ଆମେ ଅଣ ଜୀବାଷ୍ମ ଇନ୍ଧନର ବ୍ୟବହାର ବୃଦ୍ଧି କରିବାକୁ ଯାଉଛୁ ଏବଂ 2022 ସୁଦ୍ଧା ଆମେ ଅକ୍ଷୟ ଶକ୍ତିର ବ୍ୟବହାର କ୍ଷମତାକୁ 175 ଗିଗାୱାଟରୁ ଅଧିକ ଏବଂ ପରେ 450 ଗିଗାୱାଟରେ ପହଞ୍ଚାଇବାକୁ ଚାହୁଁ ।
ଭାରତରେ ଇ ମୋବିଲିଟି ମାଧ୍ୟମରେ ଆମ ପରିବହନ କ୍ଷେତ୍ରକୁ ସବୁଜରେ ପରିଣତ କରିବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ ।
ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ଜୈବ ଇନ୍ଧନର ବ୍ୟବହାର ବୃଦ୍ଧି କରିବା ପାଇଁ ମଧ୍ୟ ଭାରତ କାର୍ଯ୍ୟ କରୁଛି ।
ଆମେ 150 ମିଲିଅନ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ପ୍ରଦାନ କରିଛୁ ।
ଜଳ ସଂରକ୍ଷଣ, ବୃଷ୍ଟିଜଳ ସଂରକ୍ଷଣ ଓ ଜଳସମ୍ପଦର ବିକାଶ ପାଇଁ ଆମେ ଜଳଜୀବନ ମିଶନର ଶୁଭାରମ୍ଭ କରିଛୁ । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ଏହି କ୍ଷେତ୍ରରେ ପାଖାପାଖି 50 ବିଲିଅନ ଡଲାର ଅର୍ଥ ଖର୍ଚ୍ଚ କରିବ ।
ଆନ୍ତର୍ଜାତିକ ମଞ୍ଚରେ ପାଖାପାଖି 80ଟି ଦେଶ ଆନ୍ତର୍ଜାତିକ ସୌର ସଂଗଠନରେ ଯୋଗଦେଇଛନ୍ତି । ଶିଳ୍ପ ପରିବର୍ତ୍ତନ ଟ୍ରାକ ଅନ୍ତର୍ଗତ ଅନ୍ୟ ଭାଗିଦାରମାନଙ୍କ ସହ ଭାରତ ଓ ସ୍ୱିଡେନ ଏକାଠି ମିଶି ନେତୃତ୍ୱ ଗ୍ରୁପର ଶୁଭାରମ୍ଭ କରୁଛନ୍ତି ।
ପ୍ରଯୁକ୍ତିଗତ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ପାଇଁ ଏହି ପଦକ୍ଷେପ ସରକାରୀ ଓ ଘରୋଇ କ୍ଷେତ୍ରମାନଙ୍କୁ ଭିତ୍ତିଭୂମି ପ୍ରଦାନ କରିବ ।
ଆମ ଭିତ୍ତିଭୂମିକୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ, ଭାରତ ଏକ ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ସଂଗଠନର ଶୁଭାରମ୍ଭ କରୁଛି । ଏହି ସଂଗଠନର ସଦସ୍ୟ ହେବା ପାଇଁ ମୁଁ ସମସ୍ତ ଦେଶଙ୍କୁ ଅନୁରୋଧ କରୁଛି ।
ଚଳିତ ବର୍ଷ ଅଗଷ୍ଟ 15ରେ ଭାରତର ସ୍ୱାଧୀନତା ଦିବସ ଅବସରରେ, ଏକକ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଆମେ ଏକ ଜନ ଆନ୍ଦୋଳନର ଡାକରା ଦେଇଛୁ ।
ମୁଁ ଆଶାକରୁଛି କି ଏହା ଫଳରେ ଏକକ ପ୍ଲାଷ୍ଟିକର କୁପ୍ରଭାବକୁ ନେଇ ବିଶ୍ୱସ୍ତରରେ ଏକ ସଚେତନତା ସୃଷ୍ଟି ହେବ ।
ମହାଭାଗ ଗଣ,
ମୁଁ ଏହା ଘୋଷଣା କରି ଖୁସି ଯେ ଆସନ୍ତା କାଲି ଆମେ ଭାରତ ଦ୍ୱାରା ଅନୁଦାନ ପ୍ରଦାନ କରାଯାଇଥିବା 1 ମିଲିଅନ ଡଲାରର ସୌର ପ୍ୟାନେଲକୁ ଜାତିସଂଘ ବିଲ୍ଡିଂ ଉପରେ ଉଦଘାଟନ କରିବୁ ।
କଥା କହିବାର ସମୟ ଶେଷ ହୋଇଛି; ଏବେ ବିଶ୍ୱ ପାଇଁ କାମ କରିବାର ସମୟ ଉପନୀତ ହୋଇଛି ।
ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।
*************
Earlier today, PM @narendramodi spoke at the @UN Summit on Climate Action. pic.twitter.com/dYVBFqZtqf
— PMO India (@PMOIndia) September 23, 2019
पिछले वर्ष "चैम्पियन ऑफ द अर्थ" अवार्ड मिलने के बाद यह U.N. में मेरा पहला संबोधन है।
— PMO India (@PMOIndia) September 23, 2019
और ये भी सुखद संयोग है कि न्यूयॉर्क दौरे में मेरी पहली सभा क्लाइमेट के विषय पर है: PM @narendramodi
Climate change को लेकर दुनिया भर में अनेक प्रयास हो रहे हैं।
— PMO India (@PMOIndia) September 23, 2019
लेकिन, हमें यह बात स्वीकारनी होगी, कि इस गंभीर चुनौती का मुकाबला करने के लिए उतना नहीं किया जा रहा, जितना होना चाहिए: PM @narendramodi
Addressing a Summit on Climate Change at the @UN. https://t.co/PswS5nEv1Y
— Narendra Modi (@narendramodi) September 23, 2019