ଆଜି ଅଗଷ୍ଟ କ୍ରାନ୍ତି ଦିବସ । ଅଗଷ୍ଟ 8ରେ ଇଂରେଜମାନଙ୍କୁ ମହାତ୍ମା ଗାନ୍ଧି Quit India ବା ଭାରତ-ଛାଡ଼ର ଆହ୍ୱାନ କରିଥିଲେ । ଭାରତ ଛାଡ଼ ପାଇଁ ଇଂରେଜଙ୍କୁ ଚେତାବନୀ ଦେଇଥିଲେ ଓ ଅଗଷ୍ଟ 9ରେ ଇଂରେଜ ସାମ୍ରାଜ୍ୟର ସମଗ୍ର ହିନ୍ଦୁସ୍ତାନରେ ସ୍ୱାଧୀନତା ପ୍ରେମୀଙ୍କ ଉପରେ ନିର୍ଯାତନା ଶେଷ ହୋଇଥିଲା । ଆଜି ଏହି ଘଟଣାକୁ 75ବର୍ଷ ହୋଇଛି । ଆଉ ଆଗାମୀ ଅଗଷ୍ଟ 15ରେ ଦେଶ ସ୍ୱାଧୀନ ହୋଇଥିଲା, ଆଉ ଏହାକୁ 70ବର୍ଷ ହୋଇଛି । ତେଣୁ ଏହା ଏକ ସୁଯୋଗ କି ଆମେ ପୁଣିଥରେ ଉକ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା, ଯେଉଁ ଲୋକମାନେ ନିଜର ଯୌବନ ଲଗାଇ ଦେଇଥିଲେ, ନିଜର ଜୀବନକୁ ଆହୂତି ଦେଇଥିଲେ । ଯେଉଁମାନଙ୍କ କାରଣରୁ ଆମେ ସ୍ୱାଧୀନତାର ନିଶ୍ୱାସ ନେଉଛୁ । ଆମେ ଏକ ସ୍ୱାଧୀନତା ଯାହା ଅନୁଭବ କରୁଛୁ, ତାହା ଉକ୍ତ ସ୍ୱାଧୀନତାପ୍ରେମୀଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନର ପରିଣାମ । ଆମର ଯେଉଁ ପୂର୍ବଜମାନେ ଆମ ପାଇଁ ଜୀବନକୁ ବାଜି ଲଗାଇଥିଲେ, ନିଜର ପରିବାରକୁ ଉଜାଡ଼ି ଦେଇଥିଲେ, ନିଜର ସବୁକିଛି ଦେଶ ପାଇଁ ସମର୍ପିତ କରିଥିଲେ ସେମାନଙ୍କର ସନ୍ତାନ ହୋଇଥିବା ଦୃଷ୍ଟିରୁ 125 କୋଟି ଦେଶବାସୀଙ୍କ କର୍ତ୍ତବ୍ୟ ହେଉଛି, ଆମର ଦାୟିତ୍ୱ ହେଉଛି ଆମକୁ ସ୍ୱାଧୀନତା ଦେଇଥିବା ଉକ୍ତ ସମସ୍ତ ମହାପୁରୁଷଙ୍କୁ ମନେପକାଇବା । ଯେଉଁ ମହାନ ଉଦ୍ଦେଶ୍ୟକୁ ନେଇ ସେମାନେ ଇଂରେଜଙ୍କ ବିରୋଧରେ ସଂଘର୍ଷ କରିଥିଲେ, ଉକ୍ତ ମହାନ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଆମେ ଶପଥ ନେବା । ଯେଉଁ ଭାରତର ସ୍ୱପ୍ନ ସେମାନେ ଦେଖିଥିଲେ, ଯେଉଁ ଭାରତର ସ୍ୱପ୍ନକୁ ପୂରା କରିବା ପାଇଁ ସେମାନେ ସଂକଳ୍ପ ନେଇଥିଲେ, ଉକ୍ତ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ନିଜକୁ କୌଣସି ନା କୌଣସି ଦାୟିତ୍ୱରେ ବାନ୍ଧି ରଖିବା । ପ୍ରତ୍ୟେକ ହିନ୍ଦୁସ୍ତାନୀ ସଂକଳ୍ପ କରିବା ଉଚିତ୍ କି ମୁଁ ବି ଦେଶ ପାଇଁ କିଛି କରିବି ।
ଯେତେବେଳେ ଆମେ ତାନ୍ତିଆ ଭିଲ୍ ଙ୍କୁ ସ୍ମରଣ କରୁଛୁ, ଯେତେବେଳେ ଆମେ ଭୀମା ନାୟକଙ୍କୁ ସ୍ମରଣ କରୁଛୁ, ଯେତେବେଳେ ଆମେ ରାଣା ବଖ୍ତୀୟାର ସିଂହଙ୍କୁ ସ୍ମରଣ କରୁଛୁ, ଯେତେବେଳେ ଆମେ ଦେଶର ଲକ୍ଷଲକ୍ଷ ସମର୍ପିତ ଜୀବନକୁ ମନେପକାଉଛୁ, ସେତେବେଳେ ଆମ ମନରେ ଆସୁଛି କି ସେମାନେ ନିଜ ପାଇଁ ଗୋଟିଏ ମୁହୂର୍ତ୍ତ ବି ବଞ୍ଚିନଥିଲେ । ସେମାନଙ୍କୁ ଲେଖାପଢ଼ାର ସୌଭାଗ୍ୟ ମିଳିଥିବ କି ନାହିଁ, କିନ୍ତୁ ସ୍ୱାଧୀନତାର ଅର୍ଥ କ’ଣ ଏହା ସେମାନଙ୍କୁ ପୁରା ଜଣାଥିଲା । ଆଉ ଏହାକୁ ପାଇବା ପାଇଁ ସେମାନେ ସବୁକିଛି ହରାଇବାକୁ ପ୍ରସ୍ତୁତ ଥିଲେ ।
ଏହା ମୋ’ର ସୌଭାଗ୍ୟ ଯେ ଆଜି ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମଭୂମିରେ ଆଜାଦ ମନ୍ଦିରରେ ଆସି ମଥାନତ କରିବାର ସୁଯୋଗ ମିଳିଛି । ପ୍ରଣାମ କରିବାର ସୁଯୋଗ ମିଳିଛି । ଆଉ ଯେତେବେଳେ ଏଭଳି ମହାନ୍ ପୁରୁଷଙ୍କୁ ସ୍ମରଣ କରୁଛେ, ସେତେବେଳେ ଆମକୁ ଦେଶ ପାଇଁ କିଛି କରିବାର ପ୍ରେରଣା ମିଳିଥାଏ । ଭାଇ ଓ ଭଉଣୀମାନେ ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ୱାଧୀନତା ପରେ ଜନ୍ମ ହୋଇଛନ୍ତି । ଭାରତର ଅଧିକାଂଶ ଜନସଂଖ୍ୟା ଗୁଲାମି ଦେଖିନାହିଁ । ଆମେ ସ୍ୱାଧୀନ ହିନ୍ଦୁସ୍ତାନରେ ଜନ୍ମ ହୋଇଛେ । ଯେଉଁ ଲୋକମାନେ ସ୍ୱାଧୀନତା ପାଇଁ ଲଢୁଥିଲେ, ସେମାନଙ୍କୁ ତ ଦେଶ ପାଇଁ ଜୀବନ ଦେବାର ସୁଯୋଗ ମିଳିଥିଲା, ଦେଶ ପାଇଁ ବଳିଦାନ ଦେବାର ସୁଯୋଗ ମିଳିଥିଲା, ଦେଶ ପାଇଁ ନିଜ ପରିବାରକୁ ହରାଇବାର ସୌଭାଗ୍ୟ ମିଳିଥିଲା। ଏହି ସୌଭାଗ୍ୟ ଯେଉଁମାନଙ୍କୁ ମିଳିଥିଲା ସେମାନେ ଅମର ହୋଇଯାଇଛନ୍ତି । ଆମକୁ ସେ ସୌଭାଗ୍ୟ ମିଳି ନାହିଁ । କିନ୍ତୁ ଆଜି ଯେତେବେଳେ ଆମେ ଅଗଷ୍ଟ କ୍ରାନ୍ତିର 75ତମ ବର୍ଷ ପାଳନ କରୁଛେ, ସ୍ୱାଧୀନତାର 70ତମ ବର୍ଷ ପାଳନ ପାଇଁ ପ୍ରସ୍ତୁତି କରୁଛେ, ଆମେ ବି ସଂକଳ୍ପ କରିବା । ଆମକୁ ଚନ୍ଦ୍ରଶେଖର ଆଜାଦଙ୍କ ପରି, ଭୀମା ନାୟକଙ୍କ ପରି, ତାନ୍ତିଆ ଭୀଲଙ୍କ ପରି ଦେଶ ପାଇଁ ଜୀବନ ଦେବାର ସୁଯୋଗ ମିଳିନି, କିନ୍ତୁ ଅତିକମ୍ ରେ ଦେଶ ପାଇଁ ବଞ୍ଚିବାର ତ ସୁଯୋଗ ମିଳିଛି । ଆମର ପରୀକ୍ଷା ଏହା ନୁହେଁ କି ଦେଶ ପାଇଁ ଆମେ ବଳିଦାନ ଦେଲେ ମହାନ୍ ହେବା । ଆଜି ବଳିଦାନର ସୌଭାଗ୍ୟ ସମ୍ଭବପର ନୁହେଁ। ଆଜି ଦେଶ ପାଇଁ ବଞ୍ଚିବାର ସୁଯୋଗ ଆମକୁ ମିଳିଛି। ଦେଶ ପାଇଁ କିଛି କରିବାର ସୁଯୋଗ ମିଳିଛି। ଗାଁ ହେଉ, ଗରିବ ହେଉ, ଦଳିତ ହେଉ, ପୀଡ଼ିତ ହେଉ, ଶୋଷିତ ହେଉ, ବଞ୍ଚିତ ହେଉ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା, ଉକ୍ତ ସ୍ୱପ୍ନକୁ ସାକାର କରିବାର ପ୍ରୟାସ କରିବା, ସ୍ୱାଧିନତାର 70ବର୍ଷ ପରେ କ’ଣ ଏହା ଆମର ଦାୟିତ୍ୱ ନୁହେଁ । ଅତିକମରେ ଆମ ଦେଶର ପ୍ରତ୍ୟେକ ଗାଁରେ ବିଦ୍ୟୁତ୍ ପହଂଚୁ ।
ଭାଇ ଓ ଭଉଣୀମାନେ 70ବର୍ଷ, ଏହା କମ୍ ସମୟ ନୁହେଁ । କିନ୍ତୁ ଆଜିବି ହିନ୍ଦୁସ୍ତାନରେ ହଜାର ହଜାର ଗାଁ ଏମିତି ଅଛି, ଯେଉଁଠି ବିଜୁଳି ଖୁଂଟ ବି ଲାଗି ନି । ବିଜୁଳି ତାର ବି ପହଂଚି ନାହିଁ । ଉକ୍ତ ଗାଁର ଲୋକ ଅଷ୍ଟାଦଶ ଶତାବ୍ଦୀରେ ଯେଉଁ ଜୀବନ ବିତାଉଥିଲେ, ଏକବିଂଶ ଶତାବ୍ଦୀରେ ବି ସେମାନଙ୍କୁ ଏଭଳି ଜୀବନ ବିତାଇବା ପାଇଁ ବାଧ୍ୟ ହେବାକୁ ପଡୁଛି । ସେମାନେ ବି ମନେପକାଉଥିବେ, ଯେତେବେଳେ ସନ୍ଧ୍ୟାର ଅନ୍ଧାର ପରେ ଜୀବନ ଶୋଇ ପଡୁଥିବ, ସେମାନେ ମନେ ପକାଉଥିବେ ସ୍ୱାଧୀନତାପ୍ରେମୀମାନେ ଏତେ ବଳିଦାନ ଦେଲେ, ମୋତେ ବିଜୁଳି କେବେ ମିଳିବ ? ଭାଇ ଓ ଭଉଣୀମାନେ ଯେତେବେଳେ ମୁଁ ସରକାରକୁ ଆସିଲି, ମୁଁ ହିସାବ-କିତାବ ପଚାରିଲି କ’ଣ ଅଛି କୁହନ୍ତୁ ? 18ହଜାରରୁ ଅଧିକ ଗାଁ ଏମିତି ବାହାରିଲା ଯେଉଁ ଗାଁର ଲୋକଙ୍କୁ ଏକବିଂଶ ଶତାବ୍ଦୀରେ ବି ବିଜୁଳି କ’ଣ ଜାଣିବାର ଅନୁଭବ ହୋଇନି । ଭାଇ ଓ ଭଉଣୀମାନେ ମୁଁ ଦାୟିତ୍ୱ ନେଲି କି ଉକ୍ତ 18ହଜାର ଗାଁରେ ବିଜୁଳି ପହଂଚାଇବି । ଗତ ଅଗଷ୍ଟ 15ରେ ଲାଲକିଲ୍ଲାରୁ ଘୋଷଣା କରିଥିଲି କି ଏକ ହଜାର ଦିନ ଭିତରେ ଏହି କାମ ପୂରା କରିବାକୁ ପ୍ରୟାସ କରିବି। ଯେଉଁ କାମ 70ବର୍ଷରେ ହୋଇନଥିଲା ତାହା ଏକ ହଜାର ଦିନ ମଧ୍ୟରେ ପୁରା କରିବାର ପ୍ରୟାସ କରିବି । ଭାଇ ଓ ଭଉଣୀମାନେ ଏବେ ତ ଏକବର୍ଷ ବି ପୂରଣ ହୋଇନି ଆଉ ପ୍ରାୟ ଅଧାରୁ ଉର୍ଦ୍ଧ୍ଵ ଗାଁର କାମ ପୁରା ହୋଇସାରିଲାଣି । ବିଜୁଳି ପହଂଚି ସାରିଲାଣି, ଖୁଂଟ ଲାଗିଲାଣି, ତାର ଲାଗିଲାଣି, ଘରେ ବଲ୍ବ ଲାଗିଲାଣି ଆଉ ପିଲା ପଢ଼ିବା ବି ଆରମ୍ଭ କରିଦେଲାଣି ଭାଇ । ବିକାଶ ହେଉ, ପ୍ରତ୍ୟେକ ସରକାର ବିକାଶ ପାଇଁ ପ୍ରୟାସ କରିଥାଏ । ମୁଁ ଏହା କହୁନି କି 70ବର୍ଷ ମଧ୍ୟରେ କେହି କିଛି କରିନାହାନ୍ତି, କିନ୍ତୁ 70ବର୍ଷରେ ଯେତିକି ହେବା ଉଚିତ୍ ଥିଲା, ତାହା ହୋଇନି। ଏହି ସମସ୍ୟା ଆମେ ଭୋଗୁଛେ। ମୋତେ ଏହି ସମସ୍ୟାରୁ ଦେଶକୁ ବାହାରକୁ ଆଣିବାର ଅଛି ।
ଆଜି ବି ଆମର ଝିଅମାନେ ଶିକ୍ଷାରୁ ବଂଚିତ ହେଉଛନ୍ତି । ସ୍କୁଲ ଅଛି, ଶିକ୍ଷକ ଅଛନ୍ତି, ଗାଁରେ ପିଲାମାନେ ଅଛନ୍ତି କିନ୍ତୁ ଏହା ସତ୍ତ୍ୱେ ବି ପାଠପଢ଼ା ହେଉନି । ମୋର ପ୍ରିୟ ଦେଶବାସୀ ସ୍ୱାଧୀନତାର 70 ବର୍ଷ ପରେ ଆମେ ସଂକଳ୍ପ କରିବା କି ଆମର ଗାଁରେ ଜଣେ ବି ପିଲା ସ୍କୁଲ ଯିବାରୁ ବଂଚିତ ହେବେ ନାହିଁ । ତାକୁ ପାଠପଢ଼ାରୁ ଦୂରେଇ ରହିବାକୁ ଦେବାନି । ଆମେ କିଛିନା କିଛି କରି ତାକୁ ଯେମିତି ହେଲେ ପଢ଼ାଇବା । କ’ଣ ମୋର ଦେଶବାସୀ ଏହି ସଂକଳ୍ପ କରିପାରିବେ ନାହିଁ । ସ୍କୁଲ ଅଛି, ଶିକ୍ଷକ ଅଛନ୍ତି, ସବୁକିଛି ଅଛି, ସରକାର ଦରମା ଦେଉଛି । କିନ୍ତୁ ଏହା ସତ୍ତ୍ୱେ ବି ଆମର ପିଲାଙ୍କୁ ଆମେ ସ୍କୁଲ ଯିବାକୁ ପ୍ରେରଣା ଦେଉନେ, ପ୍ରୋତ୍ସାହିତ କରୁନେ। ଏଥିପାଇଁ ଆମ ଦେଶ ପଛରେ ପଡ଼ିଯିବ ଭାଇ ଓଭଉଣୀମାନେ। ଦେଶକୁ ଆଗକୁ ବଢ଼ାଇବାର ସବୁଠାରୁ ବଡ଼ ଶକ୍ତି ହେଉଛି ଉକ୍ତ ଦେଶର ଲୋକ ବଳ। ଟଙ୍କା-ପଇସା ତ ଆଗକୁ ବଢ଼ାଇବାର କାମରେ ଆସେ, କିନ୍ତୁ ଦେଶକୁ ଆଗକୁ ବଢ଼ିଥାଏ ଲୋକ ବଳରେ । ଜନଶକ୍ତିର ମାନସିକତାରେ, ଲୋକ ବଳର ସଂକଳ୍ପରେ, ଲୋକବଳର ପୁରୁଷାର୍ଥରେ, ଲୋକବଳର ସ୍ୱପ୍ନରେ, ଲୋକବଳର ବଳିଦାନରେ, ସେତେବେଳେ ଦେଶ ଆଗକୁ ବଢ଼ିଥାଏ । ଆଉ ଏଇଥିପାଇଁ 125 କୋଟି ଦେଶବାସୀ ଦେଶକୁ ଆଗେକୁ ବଢ଼ିବା ପାଇଁ ସଂକଳ୍ପ ଟିମ୍ ଇଣ୍ଡିଆ ଭାବେ ନିଅନ୍ତୁ..।
ଏବେ ସଂସଦ ଚାଲିଛି । ଆପଣମାନେ ଦେଖିଥିବେ ଗୋଟିଏ ପରେ ଗୋଟିଏ ଜନସ୍ୱାର୍ଥ ସମ୍ବଳିତ ଆଇନ ଗୃହୀତ ହେଉଛି । ଦୀର୍ଘ ସମୟ ଧରି ଲୋକଙ୍କୁ ଫାଇଦା ଦେବା ପାଇଁ ଆଇନ୍ ପାସ୍ ହେଉଛି। ଏବେ ଏହାକୁ ଲାଗୁ କରିବା ପାଇଁ ତଳସ୍ତର ପର୍ଯ୍ୟନ୍ତ ସରକାରୀ କଳକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବାକୁ ପଡ଼ୁଛି । ତା’ହେଲେ ଯାଇ ଏହାର ଲାଭ ମିଳିବ। ଭାଇ ଓ ଭଉଣୀମାନେ ଆମ ଦେଶର ସ୍ୱାଧୀନତାପ୍ରେମୀ ଦେଶ ପାଇଁ ବଳିଦାନ ଦେଇଥିଲେ, ଏହି ଦେଶକୁ ସୁଜଳା-ସୁଫଳା କରିବାର ସ୍ଵପ୍ନ ଦେଖିଥିଲେ । ଆମର କାଶ୍ମୀର ଆମ ଦେଶବାସୀଙ୍କ ପାଇଁ ସ୍ୱର୍ଗ ଭୂମି । ପ୍ରତ୍ୟେକ ହିନ୍ଦୁସ୍ତାନୀର ସ୍ୱପ୍ନ ଥାଏ କି କେବେନା କେବେ କାଶ୍ମୀର ଯିବ । ତା’ର ମନରେ ସେହି ସ୍ୱର୍ଗ ଭୂମିକୁ ଦେଖିବାର ଇଚ୍ଛା ରହିଥାଏ । କିନ୍ତୁ ମୁଁ ଦେଖୁଛି, ଯେଉଁ ହିନ୍ଦୁସ୍ତାନ ସମଗ୍ର କାଶ୍ମୀରକୁ ଏତେ ଭଲ ପାଉଛି, ସେଠାର କିଛି ହାତଗଣତି ଲୋକ, ଭ୍ରମିତ ଲୋକ, କାଶ୍ମୀରର ଏହି ମହାନ ପରମ୍ପରାକୁ ଆଘାତ ଦେବାରେ ଲାଗିଛନ୍ତି । ଯେତେବେଳେ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସେ- ଇନସାନିୟତ, କାଶ୍ମୀରିୟାତ ଓ ଜମ୍ହୂରିୟାତ ଆପଣାଇଥିଲେ । ଉକ୍ତ ମାର୍ଗରେ ଚାଲୁଥିବା ଆମେମାନେ ଓ ମୋର କାଶ୍ମୀରର ଭାଇଭଉଣୀଙ୍କୁ ଆଜି ଚନ୍ଦ୍ରଶେଖର ଆଜାଦଙ୍କ ଏହି ମହାନ୍ ପବିତ୍ର ଭୂମିରୁ କହିବାକୁ ଚାହୁଁଛି କି ଦେଶର ସ୍ୱାଧୀନତାପ୍ରେମୀମାନେ ଯେଉଁ ଶକ୍ତି ହିନ୍ଦୁସ୍ତାନକୁ ଦେଇଛନ୍ତି ସେହି ଶକ୍ତି କାଶ୍ମୀରକୁ ବି ମିଳିଛି । ଯେଉଁ ସ୍ୱାଧୀନତା ପ୍ରତ୍ୟେକ ହିନ୍ଦୁସ୍ତାନୀ ଅନୁଭବ କରୁଛି, ସେହି ସ୍ୱାଧୀନତା ପ୍ରତ୍ୟେକ କାଶ୍ମୀରର ଲୋକଙ୍କୁ ବି ଜୁଟିଛି । ଆମେ କାଶ୍ମୀରକୁ ବିକାଶର ନୂଆ ଶିଖରକୁ ନେଇଯିବାକୁ ଚାହୁଁଛୁ । ଆମେ କାଶ୍ମୀରର ପ୍ରତ୍ୟେକ ପଞ୍ଚାୟତକୁ ଏକ ଶକ୍ତି ଦେବାକୁ ଚାହୁଁଛୁ । ଆମ କାଶ୍ମୀରର ଯେଉଁ ଯୁବ ପୀଢ଼ି ଅଛି, ସେମାନଙ୍କ ପାଇଁ ରୋଜଗାର ସୁଯୋଗ ଉପଲବ୍ଧ କରାଇବାକୁ ଚାହୁଁଛୁ । ଆଉ ଜାମ୍ମୁ କାଶ୍ମୀରର ସରକାରଙ୍କୁ ଅଭିନନ୍ଦନ ଜଣାଉଛି କି କିଛି ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ସତ୍ତ୍ୱେ ମାନ, ସମ୍ମାନ ଓ ଗୌରବର ସହ ଅମରନାଥ ଯାତ୍ରା ଚାଲିଛି । ଲକ୍ଷ ଲକ୍ଷ ଲୋକ ଅମରନାଥ ଯାତ୍ରା କରୁଛନ୍ତି । ଲଦାଖର ମାଟିରେ ସୌରଶକ୍ତିର ନୂଆ ଅଭିଯାନ ଚାଲିଛି । କାଶ୍ମୀରରେ ଶାନ୍ତି, ଏକତା, ସଦ୍ଭାବନା ରହିଛି । ବିଶେଷକରି କାଶ୍ମୀରର ଯୁବକମାନଙ୍କୁ ଆହ୍ୱାନ କରୁଛି କି ଆସନ୍ତୁ ମୋର ବନ୍ଧୁମାନେ, ଆମେ ସମସ୍ତେ ମିଶି କାଶ୍ମୀରକୁ ବିଶ୍ୱର ସ୍ୱର୍ଗ କରି ରଖିବା । ଆମେ ଏହି ସ୍ୱପ୍ନ ସହ ଆଗେଇ ଚାଲିବା ।
ଭାଇ ଓ ଭଉଣୀମାନେ ବେଳେବେଳେ କଷ୍ଟ ଲାଗେ- ଯେଉଁ ଶିଶୁଙ୍କ ହାତରେ, ଯେଉଁ ଯୁବକମାନଙ୍କ ହାତରେ, ଯେଉଁ ପିଲାଙ୍କ ହାତରେ Laptop ହେବା ଉଚିତ୍, ଯେଉଁ ପିଲାଙ୍କ ହାତରେ ଭଲିବଲ୍ ହେବା ଉଚିତ୍, କ୍ରିକେଟର ବ୍ୟାଟ୍ ରହିବା ଉଚିତ୍, ପଡ଼ିଆରେ ମସ୍ତିରେ ଖେଳିବା ଉଚିତ୍, ହାତରେ ପୁସ୍ତକ ହେବା ଉଚିତ୍, ମନରେ ସ୍ୱପ୍ନ ହେବା ଉଚିତ୍, ଆଜି ଏଭଳି ନିର୍ଦ୍ଦୋଷ ପିଲାଙ୍କ ହାତରେ ପଥର ଧରାଇ ଦିଆଯାଉଛି । କିଛି ଲୋକଙ୍କ ରାଜନୀତି ତ କାମ ଦେଉଛି କିନ୍ତୁ ମୋର ଉକ୍ତ ନିରିହ ପିଲାଙ୍କର କ’ଣ ହେବ ? ମୋର ସେହି ସାଦାସିଧା ପିଲାଙ୍କର କ’ଣ ହେବ ? ଆଉ ଏଥିପାଇଁ ମାନବିକତା ଓ କାଶ୍ମୀରିୟାତରେ ଦାଗ ଲଗାଇବାକୁ ଦିଆଯିବ ନାହିଁ । ଏହାକୁ ଆଘାତ ହେବାକୁ ଦିଆଯିବ ନାହିଁ । ଶାସନର ରାସ୍ତା ହେଉଛି ଆଲୋଚନାର ରାସ୍ତା । ବାର୍ତ୍ତାଳାପର ରାସ୍ତା ଅଛି, ଗଣତାନ୍ତ୍ରିକ ମୂଲ୍ୟବୋଧର ମାର୍ଗ ଅଛି ।
ଏହି ସ୍ୱାଧୀନତା ଦିବସର ପର୍ବ ପାଳନ କରିବାକୁ ଯାଉଛେ । ଦେଶରେ କେହି ମାଓବାଦ ନାଁରେ, କେହି ଉଗ୍ରବାଦ ନାଁରେ କାନ୍ଧରେ ବନ୍ଧୁକ ଧରିଥିବା ଯୁବବର୍ଗଙ୍କୁ ମୁଁ କହିବାକୁ ଚାହୁଁଛି କି କେତେ ରକ୍ତ ବୁହାଇ ସାରିଲଣି, କେତେ ନିର୍ଦ୍ଦୋଷଙ୍କୁ ହରାଇ ସାରିଲଣି, କିନ୍ତୁ କେହି କିଛି କ’ଣ ପାଇଲେଣି ? ଆସନ୍ତୁ କାନ୍ଧରୁ ବନ୍ଧୁକ ଓହ୍ଲାନ୍ତୁ, ବିଲରେ ହଳ ଧରନ୍ତୁ, ଏହି ଲାଲ୍ ମାଟି ସବୁଜିମା ଭରା ହୋଇଯିବ । ଏହି ଦେଶ ସୁଜଳା-ସୁଫଳା ପାଲଟିଯିବ ।
କାଶ୍ମୀର ଉପତ୍ୟକା, ଭାଇ ଓ ଭଉଣୀମାନେ ଗୋଟିଏ ପଟେ ଆମେମାନେ ଏଭଳି ଲୋକ ରହିଛେ, ମେହବୁବା ଜୀଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରର ସରକାର ହେଉ ଅବା ପୁଣି ଦିଲ୍ଲୀରେ ବସିଥିବା ଆମର ସରକାର ହେଉ । ଆମେ ଏଭଳି ଲୋକ, ଯିଏ ବିକାଶର ମାର୍ଗରେ ଆମର ସମସ୍ୟାର ସମାଧାନର ମାର୍ଗ ଖୋଜୁଛୁ । ଆଉ ସେମାନେ ଏଭଳି ଲୋକ, ଯେଉଁମାନଙ୍କୁ ବିକାଶ ହଜମ ହେଉନି, କେବଳ ବିନାଶର ମାର୍ଗ ଧରି ବସି ରହିଛନ୍ତି । ମୁଁ ଦେଶର ରାଜନୀତିକ ଦଳଗୁଡ଼ିକୁ କୃତଜ୍ଞତା ଜଣାଉଛି, ବିଶେଷକରି କଂଗ୍ରେସ ପାର୍ଟିକୁ କୃତଜ୍ଞତା ଜଣାଉଛି କି କାଶ୍ମୀର ପ୍ରସଙ୍ଗରେ ହିନ୍ଦୁସ୍ତାନର ସମସ୍ତ ରାଜନୀତିକ ଦଳ ଅତ୍ୟନ୍ତ ପରିପକ୍ୱ ଶୈଳୀରେ, ପୂର୍ଣ୍ଣତଃ ଦେଶଭକ୍ତିର ପରିବେଶରେ ଏହି ସମସ୍ୟାର ସମାଧାନର ପ୍ରୟାସ କରିଛନ୍ତି । ଆଜିବି ହିନ୍ଦୁସ୍ତାର ସମସ୍ତ ରାଜନୀତିକ ଦଳ କାଶ୍ମୀରର ବିଷୟରେ ଗୋଟିଏ ସ୍ୱର ପ୍ରକଟ କରୁଛନ୍ତି । ଗୋଟିଏ ମାର୍ଗରେ ଯିବା ପାଇଁ ସଂକଳ୍ପବଦ୍ଧ । ଆଉ ଏହା ହିଁ ହିନ୍ଦୁସ୍ତାନର ଶକ୍ତି, ଏହା ହିନ୍ଦୁସ୍ତାନର ସାମର୍ଥ୍ୟ । ଉକ୍ତ ସାର୍ମଥ୍ୟକୁ ନେଇ ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ । କାଶ୍ମୀର ଶାନ୍ତି ଚାହୁଁଛି । କାଶ୍ମୀରର ସାଧାରଣ ଲୋକ ପର୍ଯ୍ୟଟନକୁ ଆଧାର କରି ନିଜର ପେଟ ପୋଷୁଛି । ଯେଉଁ ଲୋକମାନେ ଅମରନାଥ ଯାତ୍ରାରେ ଯାଉଥିଲେ, ସେମାନେ ଶ୍ରୀନଗର ବି ଯାଉଥିଲେ ଆଉ ସେଠାରେ ପେଟ ପୋଷିବା ପାଇଁ ପର୍ଯ୍ୟଟନ କାମ ଦେଉଥିଲା । ଆଗାମୀ ଦିନରେ ସେଓର ଋତୁ ଆରମ୍ଭ ହେବ । ପୁରା ହିନ୍ଦୁସ୍ତାନ କାଶ୍ମୀରର ସେଓ ଖାଇବାକୁ ଆଶା କରିଥାଏ । ମୋର କାଶ୍ମୀରର ଭାଇଓଭଉଣୀମାନେ ଆପଣଙ୍କ ସେଓ ହିନ୍ଦୁସ୍ତାନର ସବୁଠି ପହଞ୍ଚିବା ଉଚିତ୍, ଆପଣମାନେ ଯେଉଁ ପରିଶ୍ରମ କରି ଚାଷ କରିଛନ୍ତି, ତା’ର ଅର୍ଥ ଆପଣଙ୍କୁ ମିଳିବା ଉଚିତ୍, ଆପଣଙ୍କ ବଜାର ଚାଲିବା ଉଚିତ୍ । ଏଥିପାଇଁ ଆପଣଙ୍କୁ ଯେଉଁ ସହାୟତା ଦରକାର, ଭାରତ ସରକାର ଆପଣଙ୍କ ସହ ଛିଡ଼ା ହୋଇଛି । ଡାକ୍ତର ହେଉ, ଓକିଲ ହେଉ, ଇଞ୍ଜିନିୟର ହେଉ, ପ୍ରଫେସର ହେଉ, ଚାଷୀ ହେଉ, ବ୍ୟବସାୟୀ ହେଉ, ଫଳ ଚାଷ କରୁଥିବା ଲୋକ ହେଉ, ଆପଣଙ୍କୁ ନିଜର କାରବାର କରିବାର ଅଛି, ନିଜର ରୋଜଗାର ଚଳାଇବାର ଅଛି।
ଜାମ୍ମୁ-କାଶ୍ମୀରର ସରକାର, ଦିଲ୍ଲୀର ସରକାର, ହିନ୍ଦୁସ୍ତାନର ସମସ୍ତ ରାଜନୀତିକ ଦଳ ଓ 125କୋଟି ହିନ୍ଦୁସ୍ତାନୀ ସମସ୍ତେ ଆପଣଙ୍କର ଭଲ ଚାହୁଁଛନ୍ତି । ଆପଣମାନଙ୍କ ବିକାଶ ଚାହୁଁଛନ୍ତି ଆଉ ଆପଣଙ୍କ ବିକାଶ ପାଇଁ ହିନ୍ଦୁସ୍ତାନକୁ ଯାହାକିଛି ଦେବାକୁ ପଡ଼ିବ, ଦେବା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି । ଯଦି କେଉଁଠି ରାସ୍ତା ଦୁଇ କିଲୋମିଟର କମ୍ ହେବ ତ ଚଳିବ, କିନ୍ତୁ ଆମେ ଆପଣଙ୍କ ରାସ୍ତା କମ୍ ହେବାକୁ ଦେବୁନି ।
ଭାଇଓଭଉଣୀମାନେ ଆମେ ବିକାଶର ମନ୍ତ୍ରକୁ ନେଇ ଚାଲିଛୁ । ଆଉ ସ୍ୱାଧୀନତାପ୍ରେମୀଙ୍କୁ ସ୍ମରଣ କରି କାଶ୍ମୀରର ମାଟିରେ ବି ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିବା ଲୋକଙ୍କ ଅଭାବ ନାହିଁ । ଭାଇ ଓ ଭଉଣୀମାନେ କାଶ୍ମୀରରୁ କନ୍ୟାକୁମାରୀ, ରାମସେତୁ, ହିମାଚଳ ଏହି ପୁରା ହିନ୍ଦୁସ୍ତାନ ଗୋଟିଏ ହୋଇ ସ୍ୱାଧୀନତାର ସ୍ୱପ୍ନ ପାଇଁ ଜୀବନ ଦେଉଥିଲା । ଏବେ ସମୟର ଦାବି କି ଆମେ ଗୋଟିଏ ଦେଶ ଭାବେ ଗୋଟିଏ ସ୍ୱପ୍ନ ନେଇ, ଗୋଟିଏ ସଂକଳ୍ପ ନେଇ, ଗୋଟିଏ ମାର୍ଗ ନିର୍ଦ୍ଧାରିତ କରି ରାଷ୍ଟ୍ରକୁ ଶିଖର ପର୍ଯ୍ୟନ୍ତ ପହଂଚାଇବା ପାଇଁ ଆଗକୁ ବଢ଼ିବାର ଏହି ସୁଯୋଗ ରହିଛି।
ଆଗାମୀ ଦିନରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଚାଲିବାର ଅଛି । ଏହି ତ୍ରିରଙ୍ଗା ଯାତ୍ରା ଏହି ତ୍ରିରଙ୍ଗା ପତାକା ଆମ ସମସ୍ତଙ୍କୁ ଯୋଡ଼ିଥାଏ । ଏହି ତ୍ରିରଙ୍ଗା ପତାକା ବୀରଙ୍କ ବଳିଦାନକୁ ସ୍ମରଣ କରାଇଥାଏ । ଏହି ତ୍ରିରଙ୍ଗା ପତାକା ଭାରତର ଭାଗ୍ୟ ପରିବର୍ତନର ପ୍ରେରଣା ଦେଇଥାଏ। ତ୍ରିରଙ୍ଗା ପତାକାରୁ ବଡ଼ କ’ଣ ଅଛି ଆମ ପାଇଁ ? ଉକ୍ତ ତ୍ରିରଙ୍ଗା ପତାକାକୁ ନେଇ ସ୍ୱାଧୀନତାର 70ବର୍ଷରେ ଗାଁ-ଗାଁ, ଗଳିକନ୍ଦିରେ ପୁଣିଥରେ ଦେଶଭକ୍ତିର ଜୁଆର ଆସିବ । ଦେଶ ପାଇଁ ଜୀବନ ଦେବାର ତ ନାହିଁ, ଦେଶ ପାଇଁ କିଛି କରିବାର ବିଶ୍ୱାସ ସୃଷ୍ଟି ହେଉ, ଏଭଳି ପରିବେଶ ତିଆରି ହେବା ଉଚିତ୍ । ମୋର ବିଶ୍ୱାସ କି ମୋର ପ୍ରିୟ ଦେଶବାସୀ, ସମଗ୍ର ହିନ୍ଦୁସ୍ତାନ, ସ୍ୱାଧୀନତାର 70ବର୍ଷରେ ଦେଶରେ ଏକ ନୂଆ ଉଦ୍ଦୀପନା, ନୂଆ ଉତ୍ସାହ, ନୂଆ ଚେତନା ସଷ୍ଟି ପାଇଁ ପୂର୍ଣ୍ଣ ସାମର୍ଥ୍ୟ ସହ ଆଗକୁ ବଢ଼ିବ ।
ଆଜି ମୋତେ ଏଠାକୁ ଆସିବାର ସୁଯୋଗ ମିଳିଛି ଆଉ ବିଶେଷକରି ମଧ୍ୟପ୍ରଦେଶ ସରକାରକୁ, ଏହି ଜିଲ୍ଲାର ଅଧିକାରୀମାନଙ୍କୁ, ସରକାର ଛୋଟବଡ଼ ପ୍ରତ୍ୟେକ କର୍ମଚାରୀଙ୍କୁ ହୃଦୟର ସହ ବହୁତ ବହୁତ ଅଭିନନ୍ଦନ ଜଣାଉଛି । କାରଣ ମୁଁ ଓହ୍ଲାଇବାବେଳେ ଦେଖିଥିଲି ଚାରିଆଡ଼େ ପାଣି ଭରିଥିଲା ଆଉ ଏଭଳି କଠିନ ପରିସ୍ଥିତିରେ ଆପଣମାନେ କିଭଳି କାମ କରିଥିବେ, କଳ୍ପନା କରି ମୋର ମନରେ ବଡ଼ ଚିନ୍ତା ହୋଇଥିଲା । ଆପଣମାନଙ୍କ ମଧ୍ୟରୁ କେହି ଅସୁସ୍ଥ ହୋଇଯିବେ ବୋଲି ଚିନ୍ତା ହେଉଛି । କାରଣ ଆପଣମାନେ ଅନେକ ରାତି କାମ କରିଥିବେ, ତା’ପରେ ଯାଇ ଏହା ସମ୍ଭବପର ହୋଇଛି । କିନ୍ତୁ ଚନ୍ଦ୍ରଶେଖର ଆଜାଦ୍ ଏଭଳି ଏକ ପ୍ରେରଣା କି ଆପଣମାନେ ନିଦ ବି ଭୁଲିଥିବେ, ବର୍ଷାରେ ବି କାମ କରିଥିବେ, ଖାଇବା ବି ଏତେ ଛୋଟ ସ୍ଥାନରେ ଉପଲବ୍ଧ ହୋଇନଥିଲେ ବି କାମ କରିଥିବେ । ଏହା ହିଁ ତ ଦେଶର ପ୍ରେରଣା । ଏହା ତ ଦେଶର ସାମର୍ଥ୍ୟ ।
ମୁଁ ଆଜି ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ ସ୍ଥାନରେ ହିନ୍ଦୁସ୍ତାନର ଦେଶ ପାଇଁ ଏଭଳି ପରିଶ୍ରମ କରୁଥିବା ସମସ୍ତ ଲୋକଙ୍କ ଟିମ୍ ଇଣ୍ଡିଆକୁ ହୃଦୟର ସହ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଜନତା ଜନାର୍ଦ୍ଦନଙ୍କୁ ବି ପ୍ରଣାମ କରୁଛି । ମୁଁ ଦେଖିପାରୁଛି କି ଆପଣମାନେ ପାଣିରେ ଛିଡ଼ା ହୋଇଛନ୍ତି । ମାଟି ଦେଖାଯାଉନି, ଦୂର ଦୂର ପର୍ଯ୍ୟନ୍ତ ପାଣି ଭରି ରହିଛି କିନ୍ତୁ ପାଣିରେ ଛିଡ଼ା ହୋଇ ଦେଶର ସ୍ୱାଧୀନତାପ୍ରେମୀଙ୍କୁ ସ୍ମରଣ କରିବାକୁ ଆସିବା, ଚନ୍ଦ୍ରଶେଖରଙ୍କୁ ଏହାଠୁ ବଡ଼ ଶ୍ରଦ୍ଧାଞ୍ଜଳି କ’ଣ ହୋଇପାରେ । କେବଳ ଚନ୍ଦ୍ରଶେଖର ଆଜାଦଙ୍କ ପାଇଁ । କିନ୍ତୁ ଆପଣମାନେ ଯେଉଁମାନେ କି ଏଭଳି କଷ୍ଟ ସହି ଆସିଛନ୍ତି ଏହି ଗୁଣଗାନ ସାରା ହିନ୍ଦୁସ୍ତାନର ଲକ୍ଷ ଲକ୍ଷ ସ୍ୱାଧୀନତାପ୍ରେମୀଙ୍କ ପାଇଁ । ଯେଉଁମାନେ ଆଣ୍ଡାମାନ-ନିକୋବରର ଜେଲ୍ ରେ ଜୀବନ ବିତାଉଥିଲେ, ସେମାନଙ୍କ ପାଇଁ, ଯେଉଁମାନେ ଫାଶୀ ଖୁଂଟରେ ଚଢ଼ିଥିଲେ, ସେମାନଙ୍କ ପାଇଁ । ଯେଉଁମାନେ ନିଜର ଯୌବନକୁ ଜେଲ୍ ରେ ବିତାଇଥିଲେ ସେମାନଙ୍କ ପାଇଁ । ଯେଉଁମାନେ ଜୀବନତମାମ ସମାଜର କଲ୍ୟାଣ କରି ସ୍ୱାଧୀନତାର ମନ୍ତ୍ର ଗୁଞ୍ଜରଣ କରିଥିଲେ ସେମାନଙ୍କ ପାଇଁ । ଯେଉଁମାନେ ଅହିଂସା ମାର୍ଗରେ ଚାଲିଥିଲେ, ସେମାନଙ୍କ ପାଇଁ । ଯେଉଁମାନେ ସଶସ୍ତ୍ର କ୍ରାନ୍ତି ମାର୍ଗରେ ଚାଲିଥିଲେ, ସେମାନଙ୍କ ପାଇଁ । ଏହି ପ୍ରଣାମ ସମସ୍ତ ମହାନ୍ ପୁରୁଷଙ୍କ ପାଇଁ ଯେଉଁମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି । ମୁଁ ଆପଣମାନଙ୍କୁ ବି ପ୍ରଣାମ କରୁଛି । ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଧନ୍ୟବାଦ ।
आज अगस्त क्रांति दिवस है। महात्मा गाँधी ने 'क्विट इंडिया' का आह्वान किया था : PM @narendramodi
— PMO India (@PMOIndia) August 9, 2016
Let us remember those who gave their lives so that we can breathe the air of freedom: PM @narendramodi
— PMO India (@PMOIndia) August 9, 2016
It is my privilege to come here, the birthplace of Chandra Shekhar Azad. People like him inspire us to work for the nation: PM @narendramodi
— PMO India (@PMOIndia) August 9, 2016
आजादी के लिए लड़ने वालों को देश के लिए मरने का सौभाग्य मिला। हमें वो सौभाग्य नहीं मिला : PM @narendramodi
— PMO India (@PMOIndia) August 9, 2016
हमें देश के लिए मरने का मौका नहीं मिला, तो कम से कम देश के लिए जीने का मौका तो मिला है : PM @narendramodi
— PMO India (@PMOIndia) August 9, 2016
So many years after Independence also why are so many village lacking access to electricity: PM @narendramodi in Madhya Pradesh
— PMO India (@PMOIndia) August 9, 2016
जब शाम के अंधेरे के बाद जिंदगी सो जाती है, तो बहुत से लोग याद करते होंगे कि हमें बिजली कब मिलेगी : PM @narendramodi in Madhya Pradesh
— PMO India (@PMOIndia) August 9, 2016
देश आगे बढ़ता है जन शक्ति से, जन शक्ति के सपनों से, जन शक्ति के पुरुषार्थ से, तब देश आगे बढ़ता है : PM @narendramodi in Madhya Pradesh
— PMO India (@PMOIndia) August 9, 2016
Every Indian desires to go to Kashmir, every Indian loves Kashmir: PM @narendramodi
— PMO India (@PMOIndia) August 9, 2016
गुमराह हुए कुछ मुट्ठी भर लोग कश्मीर की महान परंपरा को कहीं न कहीं ठेस पहुंचा रहे हैं : PM @narendramodi
— PMO India (@PMOIndia) August 9, 2016
हम कश्मीर की युवा पीढ़ी के लिए रोजगार के अवसर मुहैया कराना चाहते हैं : PM @narendramodi
— PMO India (@PMOIndia) August 9, 2016
मैं कश्मीर के युवकों को आह्वान करता हूं, आइए हम मिलकर कश्मीर को दुनिया का स्वर्ग बनाने के सपने को लेकर चलें : PM @narendramodi
— PMO India (@PMOIndia) August 9, 2016
Kashmir wants peace. The citizen of Kashmir wants to earn more money through tourism: PM @narendramodi
— PMO India (@PMOIndia) August 9, 2016
Be it the J&K Government under Mehbooba Mufti or the Central Government, we are finding solution to all problems through development: PM
— PMO India (@PMOIndia) August 9, 2016
आज समय की मांग की है कि हम एक देश के रूप में एक संकल्प को लेकर राष्ट्र को नई ऊंचाइयों पर पहुंचाने के लिए आगे बढ़ें : PM @narendramodi
— PMO India (@PMOIndia) August 9, 2016
तिरंगा झंडा हम सबको जोड़ता है, बलिदानियों की याद दिलाता है, भारत के भाग्य को बदलने की प्रेरणा देता है : PM @narendramodi
— PMO India (@PMOIndia) August 9, 2016
Remembering our brave freedom fighters. https://t.co/4fvbC3jwZw
— PMO India (@PMOIndia) August 9, 2016
via NMApp pic.twitter.com/PdsLN3Mjn9
Saluting a courageous personality whose life was devoted to India's independence. https://t.co/4fvbC3jwZw
— PMO India (@PMOIndia) August 9, 2016
via NMApp pic.twitter.com/ZaJTK2iUOJ
We remember with pride the innumerable people from various walks of life who participated in Quit India movement & fought for our freedom.
— Narendra Modi (@narendramodi) August 9, 2016
भारत मां के वीर सपूत चंद्रशेखर आजाद के जन्म स्थल पर। pic.twitter.com/J863qsgssP
— Narendra Modi (@narendramodi) August 9, 2016
Thanks to all those people who joined the public meeting in Bhabra for launch of #YaadKaroKurbani. pic.twitter.com/834WZUY3va
— Narendra Modi (@narendramodi) August 9, 2016
The Tricolour unites us, reminds of the sacrifices made by great women & men. It inspires us to work for India. pic.twitter.com/ZGp0bWARfc
— Narendra Modi (@narendramodi) August 9, 2016
We did not have the privilege of dying for India but we have a chance to live for India & work for India’s growth. https://t.co/P5S5rBGPOd
— Narendra Modi (@narendramodi) August 9, 2016
देश आगे बढ़ता है जन शक्ति से, जन शक्ति के सपनों से, जन शक्ति के पुरुषार्थ से।https://t.co/0BqIWrFV65
— Narendra Modi (@narendramodi) August 9, 2016
Every Indian loves Kashmir. Kashmir wants peace. We want to create maximum job opportunities for Kashmir’s youth.https://t.co/KmXdTvAiJ7
— Narendra Modi (@narendramodi) August 9, 2016
गुमराह हुए कुछ मुट्ठी भर लोग कश्मीर की महान परंपरा को ठेस नहीं पहुंचा सकते।https://t.co/bvH30USV66
— Narendra Modi (@narendramodi) August 9, 2016