ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ରାଜ୍ୟରେ ବର୍ତ୍ତମାନର ସ୍ଥିତିକୁ ଦେଖି 3 ଜୁଲାଇ, 2019ଠାରୁ ପରବର୍ତ୍ତୀ 6 ମାସ ପର୍ଯ୍ୟସ୍ତ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମ୍ବିଧାନର ଧାରା 356(4) ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରଭାବ :
ଏହି ନିଷ୍ପତ୍ତି ଫଳରେ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ଆହୁରି 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହା 3 ଜୁଲାଇ, 2019 ପରଠାରୁ ଲାଗୁ ହେବ ।
ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ 2 ଜୁଲାଇ, 2019ରେ ଶେଷ ହେଉଛି । ତେବେ 3 ଜୁଲାଇ, 2019 ଠାରୁ ଆହୁରି 6 ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି କରିବା ଲାଗି ରାଜ୍ୟପାଳ ସୁପାରିସ କରିଥିଲେ ।
ପରିଣାମ :
ସଂସଦର ଆଗାମୀ ଅଧିବେଶନରେ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ଲାଗି ଉଭୟ ସଦନରେ ଏକ ସଂକଳ୍ପ ଅଣାଯିବ ।
*****************