Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2018-19 ଆର୍ଥିକ ବର୍ଷ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) ପାଇଁ ପ୍ରାୟ 15 ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆବଂଟନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

କ) 2018-19 ଆର୍ଥିକ ବର୍ଷରେ ନାବାର୍ଡ ଜରିଆରେ ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ) (ଏସବିଏମ-ଜି) ଲାଗି ଅତିରିକ୍ତ ବଜେଟ ସମ୍ବଳ (ଇଭିଆର) (ସମ୍ପୂର୍ଣ୍ଣ ଭାବେ ସରକାରୀ ସେବା ବଣ୍ଡ) ଆକାରରେ 15 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ବୃଦ୍ଧି କରାଯିବ ।

ଖ) ଅନ୍ତର୍ଜାତୀୟ ପାନୀୟ ଜଳ ଗୁଣବତ୍ତା କେନ୍ଦ୍ର ନାମକ ସୋସାଇଟି କାର୍ଯ୍ୟ ସମ୍ପ୍ରସାରଣକୁ ଅଧିକୃତ କରିବା, ଏସବିଏମ (ଜି) ନିମନ୍ତେ ଇଭିଆର ପାଣ୍ଠି ପାଇବା, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ଏଜେନ୍ସିଗୁଡ଼ିକ ଲାଗି ଆବଂଟନ ଏବଂ ଏହାର ପୁନଃପରିଶୋଧ କରାଯିବ ।

ଗ) ଅନ୍ତର୍ଜାତୀୟ ପାନୀୟ ଜଳ ଗୁଣବତ୍ତା କେନ୍ଦ୍ରର ନାମ ବଦଳାଇ ରାଷ୍ଟ୍ରୀୟ ପାନୀୟ ଜଳ, ସ୍ୱଚ୍ଛତା ଏବଂ ଗୁଣବତ୍ତା କେନ୍ଦ୍ରକରାଯିବ ।

ପ୍ରଭାବ :

ଏହି ନିଷ୍ପତ୍ତି ଦ୍ୱାରା ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଏବଂ ଏସଏଲଡବ୍ଲୁଏମ ଗତିବିଧି ଲାଗି ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଭ ପାଇବାବ ଲାଗି ଯୋଗ୍ୟ ପାଖାପାଖି 1.5 କୋଟି ଗ୍ରାମୀଣ ଘରକୁ ଫାଇଦା ହେବ ।

ସାରା ଦେଶରେ ଗ୍ରାମଗୁଡ଼ିକୁ ଖୋଲା ମଳମୁକ୍ତ ମାନ୍ୟତା ପାଇବା ଏବଂ ଏହାକୁ ବଜାୟ ରଖିବା ଲାଗି ପାଣ୍ଠିର ଉପଯୋଗ କରାଯିବ ।

ଜଡ଼ିତ ଖର୍ଚ୍ଚ :

ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ଋଣ ଆବଂଟନର ତାରିଖଠାରୁ 10 ବର୍ଷର ସମାପନ ପର୍ଯ୍ୟନ୍ତ ଏକାକୀ ପରିଶୋଧ ରୂପରେ ନାବାର୍ଡକୁ 15 ହଜାର କୋଟି ଟଙ୍କାର ଋଣ ପୁନଃ ପଇଠ କରାଯିବ ।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ବାସ୍ତବିକ ଆବଶ୍ୟକତା/ଖର୍ଚ୍ଚ ଉପରେ ବିଚାର କରିବା ପରେ ନାବାର୍ଡ ଜରିଆରେ ଇଭିଆର ପାଣ୍ଠିକୁ ବୃଦ୍ଧି କରାଯିବ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର କାର୍ଯ୍ୟ ସଂସ୍ଥାଗୁଡ଼ିକୁ ଜାରି କରାଯିବ । ଏସବିଏମ (ଜି) ଲାଗି ପାଣ୍ଠି ହାସଲ କରିବା ସମ୍ପର୍କରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଏହାର ଆବଂଟନ ଏବଂ ଋଣ ଏବଂ ସୁଧ ଦରର ପୁନଃପରିଶୋଧ ସମ୍ବନ୍ଧରେ ଜାତୀୟ ପାନୀୟ ଜଳ, ସ୍ୱଚ୍ଛତା ଏବଂ ଗୁଣବତ୍ତା କେନ୍ଦ୍ର ପ୍ରାପ୍ତକର୍ତା ଏଜେନ୍ସି ଭାବେ କାର୍ଯ୍ୟ କରିବ ।

ଏହି ପରି ନିର୍ଦ୍ଧାରିତ ସମୟ ସମୀ ଭିତରେ ଏସବିଏମ (ଜି)ର ଲକ୍ଷ୍ୟ ପ୍ରାପ୍ତି ସମ୍ପର୍କରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଲାଗି ନିର୍ଦ୍ଧାରିତ ସମୟରେ ଉଚିତ ପାଣ୍ଠି ପ୍ରଦାନ କରିବାରେ ସହାୟତା ମିଳିବ ।

 

**********