ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 2017-18 ରୁ 2019-20 ପର୍ଯ୍ୟନ୍ତ ଅବଧି ଲାଗି ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ ଯୋଜନା ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଇଏଫସିର ଅନୁମୋଦନ ଅନୁରୂପ ଏଥିପାଇଁ 1160 କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି ।
ବିଶେଷତ୍ୱ :
ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା କାଳରେ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗଙ୍କ ପରାମର୍ଶକ୍ରମେ ଯୋଜନାକୁ ଯୁକ୍ତିସଂଗତ କରିବାର ପ୍ରକ୍ରିୟା ସମ୍ପାଦନ କରାଯାଇଥିଲା । ଏହାର ଅନ୍ତର୍ଗତ 8ଟି ଯୋଜନାକୁ ଉପଯୋଜନା ରୂପରେ ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନକୁ ଅଣାଯାଇଥିଲା । ଏହି କାରଣରୁ ଯୋଜନାଗୁଡ଼ିକ ମଧ୍ୟରେ ଉନ୍ନତ ତାଳମେଳ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିଥିଲା । ଏହାବ୍ୟତୀତ ଯୋଜନାଗୁଡ଼ିକର କୁଶଳତାରେ ସୁଧାର ଆସିଥିଲା ଏବଂ ଉପଲବ୍ଧ ସମ୍ବଳ ଆଧାରରେ ଉନ୍ନତ ଫଳାଫଳ ପ୍ରାପ୍ତ ହୋଇଥିଲା । ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ 15-29 ବର୍ଷ ଆୟୁବର୍ଗର ଯୁବକମାନେ ସାମିଲ ହୋଇଛନ୍ତି ଯେଉଁମାନେ ରାଷ୍ଟ୍ରୀୟ ଯୁବ ନୀତି, 2014ରେ “ଯୁବ’ର ପରିଭାଷା ଅନୁରୂପ ଅଟେ । ବିଶେଷ କରି କିଶୋରମାନଙ୍କ କାର୍ଯ୍ୟକ୍ରମର ଉପାଦାନ କ୍ଷେତ୍ରରେ ଆୟୁ ସମୂହ 10-19 ବର୍ଷ ଅଟେ ।
ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ନିମ୍ନଲିଖିତ 8ଟି ଉପଯୋଜନା ରହିଛି ।
**********