Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2017-18 ବର୍ଷ ଦୀର୍ଘକାଳୀନ ଜଳସେଚନ ପାଣ୍ଠି ପାଇଁ 9020 କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବଜେଟ ବରାଦ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ 2017-18 ବର୍ଷ ପାଇଁ ଆବଶ୍ୟକତା ଅନୁସାରେ 9020 କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବଜେଟ୍ ବ୍ୟୟ ବରାଦ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହି ଅର୍ଥରାଶି ନାବାର୍ଡ ଦ୍ୱାରା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (PMKSY) ଅନ୍ତର୍ଗତ ଜାରି ରହିଥିବା 99 ଜଳସେଚନ ପ୍ରକଳ୍ପ ଏବଂ ଏହା ସହିତ ସେଗୁଡ଼ିକର ଆଗୁଆ କ୍ଷେତ୍ର ବିକାଶ (ସିଏଡି)ରେ 6 ପ୍ରତିଶତ ବାର୍ଷିକ ସୁଧ ଦର ସୁନିଶ୍ଚିତ କରିବା ଲାଗି ବଣ୍ଡ ଜାରୀ କରି ବ୍ୟବସ୍ଥା କରାଯିବ ।

ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ଅନ୍ତର୍ଗତ ଅନେକ ପ୍ରମୁଖ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ମୁଖ୍ୟତଃ କମ ପାଣ୍ଠି ବ୍ୟବସ୍ଥା କାରଣରୁ ଅଧାପନ୍ତରିଆ ରହିଥିଲା । ବର୍ଷ 2016-17ଅନ୍ତର୍ଗତ PMKSY (ଆଇବିପି ଏବଂ ସିଏଡି) ଅଧୀନରେ ଚାଲିଥିବା 99 ପ୍ରକଳ୍ପକୁ ଡିସେମ୍ବର 2019 ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ଶେଷ କରିବା ଏବଂ ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅଭିଭାଷଣ 2016-17ସମୟରେ PMKSY-AIBP ଏବଂ ସିଏଡି ଅନ୍ତର୍ଗତ ଚିହ୍ନଟ କରାଯାଇଥିବା ଉଲ୍ଲେଖ କରିଥିଲେ । ବର୍ତ୍ତମାନର ପ୍ରକଳ୍ପ ପାଇଁ କେନ୍ଦ୍ର ଏବଂ ରାଜ୍ୟର ଭାଗରେ ଅର୍ଥ ଯୋଗାଣ ପାଇଁ 20 ହଜାର ଟଙ୍କାର ପ୍ରାରମ୍ଭିକ ପାଣ୍ଠି ସହିତ ନାବାର୍ଡର ଦୀର୍ଘକାଳୀନ ଜଳସେଚନ ପାଣ୍ଠି (ଏଲଟିଆଇଏଫ୍)ର ଘୋଷଣା ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କରିଥିଲେ ।

ବର୍ଷ 2017-18 ରେ 33ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଅନେକ ବେତନଭୋଗୀ ଏବଂ ଅନ୍ୟ ରୋଜଗାର ସୁଯୋଗର ସୃଷ୍ଟି ହେବ । ପ୍ରକଳ୍ପ ପୂରଣ ହେଲେ 76 ଲକ୍ଷ ହେକ୍ଟର ଜଳସେଚନ ବ୍ୟବସ୍ଥା ସହିତ କୃଷି ଦୃଶ୍ୟପଟରେ ବ୍ୟାପକ ପରିବର୍ତନ ଆସିପାରିବ ।