ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ଦଣ୍ଡ ଦିଆଯିବ । ସେ ଚେତାବନୀ ଦେଇ କହିଥିଲେ ଯେ ଆକ୍ରମଣରେ ସମ୍ପୃକ୍ତ ଦୋଷୀ ଏବଂ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ତଥା ସେମାନଙ୍କୁ ଉସୁକାଉଥିବା ଲୋକମାନେ ବଡ଼ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ସୁରକ୍ଷାବାହିନୀଙ୍କୁ କାର୍ଯ୍ୟାନୁଷ୍ଠାନ ଲାଗି ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ଭାରତକୁ ଅସ୍ଥିର କରିଦେବେ ବୋଲି ସେମାନେ ଭ୍ରମରେ ରହିବା ଉଚିତ ନୁହେଁ ।
ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂଆଦିଲ୍ଲୀ ଏବଂ ବାରଣାସୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ପୂର୍ବରୁ ଏଠାରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବକ୍ତବ୍ୟ ରଖିଥିଲେ ।
ଅଭିଭାଷଣର ପ୍ରାରମ୍ଭରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରଧାନମନ୍ତ୍ରୀ ଦେଇଥିବା ବକ୍ତବ୍ୟର ଅଂଶ ଏଠାରେ ଉଲ୍ଲେଖ କରାଗଲା-
“ସର୍ବପ୍ରଥମେ ମୁଁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନେ ଦେଶ ସେବା କରି ନିଜର ପ୍ରାଣବଳି ଦେଇଛନ୍ତି । ଦୁଃଖର ଏହି ମୁହୂର୍ତ୍ତରେ ମୋର ଏବଂ ପ୍ରତ୍ୟେକ ଭାରତୀୟଙ୍କ ସମବେଦନା ସେମାନଙ୍କ ପରିବାର ସହିତ ରହିଛି ।
ଏହି ଆକ୍ରମଣ କାରଣରୁ ଦେଶରେ ଯେତିକି ଆକ୍ରୋଶ ରହିଛି, ଲୋକମାନଙ୍କ ରକ୍ତ ଗରମ ହେଉଛି; ଏହା ମୁଁ ଭଲ ଭାବେ ବୁଝିପାରୁଛି । ବର୍ତ୍ତମାନ ଦେଶ ଯେଉଁ ଆଶା କରୁଛି, କିଛି କରି ଦେଖାଇବାର ଭାବନା ରହିଛି, ତାହା ମଧ୍ୟ ସ୍ୱାଭାବିକ । ଆମର ସୁରକ୍ଷାବାହିନୀଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆମ ସୈନିକମାନଙ୍କ ଶୌର୍ଯ୍ୟ ଉପରେ, ସେମାନଙ୍କ ସାହସ ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଦେଶଭକ୍ତିର ରଙ୍ଗରେ ବୋଳି ହୋଇଥିବା ଲୋକମାନେ ସଠିକ ସୂଚନା ଆମ ଏଜେନ୍ସି ନିକଟରେ ପହଁଚାଇବେ ଯାହାଦ୍ୱାରା ଆତଙ୍କବାଦୀ ଦଳିମକଚି ଦେବାରେ ଆମର ଲଢ଼େଇ ଆହୁରି ଦ୍ରୁତ ହୋଇପାରିବ ।
ମୁଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ବହୁତ ବଡ଼ ଭୁଲ କରିଦେଇଛନ୍ତି, ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ।
ମୁଁ ଦେଶକୁ ଭରସା ଦେଉଛି ଯେ ଆକ୍ରମଣ ପଛରେ ଯେଉଁ ଶକ୍ତି ରହିଛି, ଏହି ଆକ୍ରମଣ ପଛରେ ଯେଉଁମାନେ ବି ଦୋଷୀ, ସେମାନଙ୍କୁ ସେମାନଙ୍କ କୃତକର୍ମର ଦଣ୍ଡ ନିଶ୍ଚିତ ଭାବେ ମିଳିବ । ଯେଉଁମାନେ ଆମକୁ ସମାଲୋଚନା କରୁଛନ୍ତି, ସେମାନଙ୍କ ଭାବନାକୁ ମଧ୍ୟ ମୁଁ ଆଦର କରୁଛି । ସେମାନଙ୍କ ଭାବନାକୁ ମଧ୍ୟ ମୁଁ ବୁଝିପାରୁଛି ଏବଂ ସମାଲୋଚନା କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ।
କିନ୍ତୁ ମୋର ସମସ୍ତ ସାଥୀମାନଙ୍କୁ ଅନୁରୋଧ ଯେ ବର୍ତ୍ତମାନ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଭାବପ୍ରବଣତାର ସମୟ । ସରକାର ହୁଅନ୍ତୁ ଅବା ବିରୋଧୀ, ଆମେ ସମସ୍ତ ରାଜନୈତିକ ଦଳ ପରସ୍ପରକୁ ଦୋଷାରୋପ କରିବା ଠାରୁ ଦୂରରେ ରହିବା ଉଚିତ । ଦେଶ ଏକଜୁଟ ହୋଇ ଏହି ଆକ୍ରମଣର ମୁକାବିଲା କରୁଛି; ଦେଶ ଏକଜୁଟ ହୋଇ, ଦେଶର ଗୋଟିଏ ସ୍ୱର ଏବଂ ଏହା ବିଶ୍ୱରେ ଗୁଞ୍ଜରିତ ହେବା ଆବଶ୍ୟକ କାରଣ ଯୁଦ୍ଧ ଆମେ ଜିତିବା ପାଇଁ ଲଢ଼ୁଛୁ ।
ସାରା ବିଶ୍ୱରେ ଏକଘରିକିଆ ହୋଇ ପଡ଼ିଥିବା ଆମ ପଡ଼ୋଶୀ ଦେଶ ଯଦି ଏହା ଭାବୁଛି ଯେ, ସେ ଯେପରି କୃତ୍ୟ କରୁଛି, ଯେଉଁ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛି, ତାହା ଦ୍ୱାରା ଭାରତରେ ଅସ୍ଥିରତା ସୃଷ୍ଟି କରିବାରେ ସେ ସଫଳ ହେବ, ତା’ହେଲେ ଏହି ସ୍ୱପ୍ନ ସେ ଦେଖିବା ଛାଡ଼ିଦେଉ । ସେ କେବେହେଲେ ଏହା କରିପାରିବ ନାହିଁ ଏବଂ ଏପରି କେବେ ବି ହେବ ନାହିଁ ।
ବର୍ତ୍ତମାନ ଅତ୍ୟନ୍ତ ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ଆମ ପଡ଼ୋଶୀ ଦେଶ ଏହା ମଧ୍ୟ ଭାବୁଛି ଯେ ଏପରି ଧ୍ୱଂସଲୀଳା ମଚାଇ ଭାରତକୁ ଦୁରାବସ୍ଥା ମଧ୍ୟକୁ ଠେଲିଦେବ, ତା’ର ଏହି ଉଦ୍ଦେଶ୍ୟ ମଧ୍ୟ ପୂରଣ ହେବ ନାହିଁ । ସମୟ ଏହା ପ୍ରମାଣିତ କରିଛି ଯେ ଯେଉଁ ରାସ୍ତା ଦେଇ ସେ ଗତି କରୁଛି, ସେଥିରେ ଧ୍ୱଂସ ଦେଖିଚାଲିଛି ଏବଂ ଆମେ ଯେଉଁ ରାସ୍ତା ଆପଣାଇଛୁ, ତାହା ବିକାଶ ମାର୍ଗରେ ଆମକୁ ନେଇଯାଉଛି ।
130 କୋଟି ଭାରତୀୟ ଏପରି ପ୍ରତ୍ୟେକ ଷଡ଼ଯନ୍ତ୍ର, ଏପରି ପ୍ରତ୍ୟେକ ଆକ୍ରମଣର କଡା ଜବାବ ଦେବ । ବହୁ ବଡ଼ ବଡ ରାଷ୍ଟ୍ର ଅତ୍ୟନ୍ତ କଠୋର ଶବ୍ଦରେ ଏହି ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଛନ୍ତି ଏବଂ ଭାରତ ସହିତ ଛିଡ଼ା ହେବା ଲାଗି, ଭାରତକୁ ସମର୍ଥନ କରିବା ଲାଗି ଇଚ୍ଛାବ୍ୟକ୍ତ କରିଛନ୍ତି ।
ମୁଁ ସେ ସମସ୍ତ ଦେଶ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ଆତଙ୍କବାଦ ବିରୋଧରେ ସମସ୍ତ ମାନବତାବାଦୀ ଶକ୍ତିଙ୍କୁ ଏକ ହୋଇ ଲଢ଼ିବାକୁ ହେବ, ମାନବତାବାଦୀ ଶକ୍ତିମାନଙ୍କୁ ଏକ ହୋଇ ଆତଙ୍କବାଦକୁ ହରାଇବାକୁ ପଡ଼ିବ ।
ଆତଙ୍କ ସହ ଲଢ଼ିବା ଲାଗି ଯେତେବେଳେ ସବୁ ଦେଶ ଏକମତ, ଏକ ସ୍ୱର, ଏକ ଦିଗରେ ଚାଲିବେ ତ’ ଆତଙ୍କବାଦ ଅଳ୍ପ କିଛି ସମୟ ଠାରୁ ଅଧିକ ତିଷ୍ଠି ପାରିବ ନାହିଁ ।
ସାଥୀଗଣ, ପୁଲୱାମା ଆକ୍ରମଣ ପରେ ବର୍ତ୍ତମାନ ମନସ୍ଥିତି ଏବଂ ପରିବେଶ ଦୁଃଖ ସହିତ ଆକ୍ରୋଶରେ ଭରି ଯାଇଛି । ଏପରି ଆକ୍ରମଣକୁ ଦେଶ ଦୃଢ଼ ଭାବେ ମୁକାବିଲା କରିବ । ଏ ଦେଶ ଚୁପ ହୋଇ ବସିବ ନାହିଁ । ଆମର ବୀର ସହିଦମାନେ ନିଜ ପ୍ରାଣ ଆହୂତି ଦେଇଛନ୍ତି । ଏବଂ ଦେଶ ପାଇଁ ପ୍ରାଣବଳି ଦେଉଥିବା ପ୍ରତ୍ୟେକ ସହିଦ ଦୁଇଟି ସ୍ୱପ୍ନ ପୂରଣ କରିବା ଲାଗି ଜୀବନ ବାଜି ଲଗାଇଥାଏ-ପ୍ରଥମ, ଦେଶର ସୁରକ୍ଷା, ଦ୍ୱିତୀୟ, ଦେଶର ସମୃଦ୍ଧି । ମୁଁ ସମସ୍ତ ବୀର ସହିଦମାନଙ୍କୁ, ସେମାନଙ୍କ ଆତ୍ମାକୁ ପ୍ରଣାମ କରି, ସେମାନଙ୍କ ଆଶୀର୍ବାଦ ଦେଇ, ମୁଁ ପୁଣିଥରେ ବିଶ୍ୱାସ ବ୍ୟକ୍ତ କରୁଛି ଯେ ଯେଉଁ ଦୁଇଟି ସ୍ୱପ୍ନକୁ ନେଇ ସେମାନେ ନିଜ ଜୀବନର ଆହୂତି ଦେଇଛନ୍ତି, ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ଆମେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ନ୍ୟସ୍ତ କରିଦେବୁ । ସମୃଦ୍ଧିର ମାର୍ଗକୁ ମଧ୍ୟ ଆହୁରି ଅଧିକ ଗତି ଦେଇ, ବିକାଶର ମାର୍ଗକୁ ଆହୁରି ଅଧିକ ଶକ୍ତି ପ୍ରଦାନ କରି, ଆମର ଏହି ବୀର ସହିଦଙ୍କ ଆତ୍ମାକୁ ପ୍ରଣାମ କରି ଆଗକୁ ବଢ଼ିବୁ ଏବଂ ଏ ଦିଗରେ ମୁଁ ବନ୍ଦେ ଭାରତ ଏକ୍ସପ୍ରେସର ବିଚାର ଏବଂ ଡିଜାଇନ ଠାରୁ ଆରମ୍ଭ କରି ଏହାକୁ ବାସ୍ତବ ରୂପ ଦେଇଥିବା ପ୍ରତ୍ୟେକ ଇଞ୍ଜିନିୟର, ପ୍ରତ୍ୟେକ ଶ୍ରମିକମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ।”
**********
मैं पुलवामा के आतंकी हमले में शहीद जवानों को श्रद्धांजलि अर्पित करता हूं।
— PMO India (@PMOIndia) February 15, 2019
उन्होंने देश की सेवा करते हुए अपने प्राण न्योछावर किए हैं। दुःख की इस घड़ी में मेरी संवेदनाएं, उनके परिवारों के साथ हैं: PM
इस हमले की वजह से देश में जितना आक्रोश है, लोगों का खून खौल रहा है, ये मैं समझ रहा हूं।
— PMO India (@PMOIndia) February 15, 2019
इस समय जो देश की अपेक्षाएं हैं, कुछ कर गुजरने की भावनाएं हैं, वो स्वाभाविक है।
हमारे सुरक्षा बलों को पूर्ण स्वतंत्रता दी हुई है।
हमें अपने सैनिकों के शौर्य पर पूरा भरोसा है: PM
मुझे पूरा भरोसा है कि देशभक्ति के रंग में रंगे लोग सही जानकारियां भी हमारी एजेंसियों तक पहुंचाएंगे, ताकि आतंक को कुचलने में हमारी लड़ाई और तेज हो सके: PM
— PMO India (@PMOIndia) February 15, 2019
मैं आतंकी संगठनों को और उनके सरपरस्तों को कहना चाहता हूं कि वो बहुत बड़ी गलती कर गए हैं।
— PMO India (@PMOIndia) February 15, 2019
मैं देश को भरोसा देता हूं कि हमले के पीछे जो ताकते हैं, इस हमले के जो भी गुनहगार हैं, उन्हें उनके किए की सज़ा अवश्य मिलेगी: PM
जो हमारी आलोचना कर रहे हैं, उनकी भावनाओं को भी मैं समझ रहा हूं। उनका पूरा अधिकार है।
— PMO India (@PMOIndia) February 15, 2019
लेकिन मेरा सभी साथियों से अनुरोध है कि, ये बहुत ही संवेदनशील और भावुक समय है, इसलिए राजनीतिक छींटाकशी से दूर रहें। इस हमले का देश एकजुट होकर मुकाबला कर रहा है, ये स्वर विश्व में जाना चाहिए: PM
पूरे विश्व में अलग-थलग पड़ चुका हमारा पड़ोसी देश अगर ये समझता है कि जिस तरह के कृत्य वो कर रहा है, जिस तरह की साजिशें रच रहा है, उससे भारत में अस्थिरता पैदा करने में सफल हो जाएगा, तो वो बहुत बड़ी भूल कर रहा है: PM
— PMO India (@PMOIndia) February 15, 2019
इस समय बड़ी आर्थिक बदहाली के दौर से गुजर रहे हमारे पड़ोसी देश को ये भी लगता है कि वो ऐसी तबाही मचाकर, भारत को बदहाल कर सकता है। उसके ये मंसूबे भी कभी पूरे नहीं होंगे।
— PMO India (@PMOIndia) February 15, 2019
130 करोड़ हिंदुस्तानी ऐसी हर साजिश, ऐसे हर हमले का मुंहतोड़ जवाब देंगे: PM
साथियों, पुलवामा हमले के बाद, अभी मन: स्थिति और माहौल दुःख और साथ ही साथ आक्रोश का है।
— PMO India (@PMOIndia) February 15, 2019
ऐसे हमलों का देश डटकर मुकाबला करेगा, रुकने वाला नहीं है: PM