ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ୱେଲିଂଟନ୍ ଡିଫେନ୍ସ କଲେଜ, ଢାକା ମୀରପୁରର ଡିଫେନ୍ସ ସର୍ଭିସେସ୍ କମାଣ୍ଡ ଆଣ୍ଡ ଷ୍ଟାଫ୍ କଲେଜ ମଧ୍ୟରେ ପ୍ରତିରକ୍ଷା ଶିକ୍ଷାଦାନ କ୍ଷେତ୍ରରେ ସହଯୋଗ ଲାଗି ହୋଇଥିବା ବୁଝାମଣାପତ୍ର (MoU)କୁ ଅନୁମୋଦନ ମିଳିଛି ।
ଏହି ଏମଓୟୁ ଫଳରେ ରଣନୀତି ଏବଂ ପରିଚାଳନା ସଂକ୍ରାନ୍ତୀୟ ପ୍ରତିରକ୍ଷା ଶିକ୍ଷାଦାନ କ୍ଷେତ୍ରରେ ଏକ ଢାଂଚା ପ୍ରତିଷ୍ଠା କରାଯିବା ସହିତ ଦୁଇ ଦେଶ ମଧ୍ୟରେ ନିବିଡ଼ ଏବଂ ଦୀର୍ଘସ୍ଥାୟୀ ସହଯୋଗ ବୃଦ୍ଧି ହୋଇପାରିବ ।
ଦୁଇ ଦେଶର ଭୌଗଳିକ ଏବଂ ସାଂସ୍କୃତିକ ନିବିଡ଼ତାକୁ ଦେଖିଲେ ଉଭୟ ରାଷ୍ଟ୍ର ପାଇଁ ଆତଙ୍କବାଦ ମୁକାବିଲା ଭଳି ସାଧାରଣ ସମସ୍ୟା ରହିଛି ଯାହାର ମିଳିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ତେଣୁ ସଶସ୍ତ୍ରବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ସହଯୋଗ ଜରୁରୀ । ଏହି ମିଳିତ ତାଲିମ୍ ଓ ଅଭ୍ୟାସ ଦ୍ୱାରା ଦୁଇ ଦେଶର ସଶସ୍ତ୍ର ସେନାବାହିନୀର ଦକ୍ଷତା ବୃଦ୍ଧି ହେବା ସହ ସେମାନେ ବିପତ୍ତି ଏବଂ ଭୟର ମୁକାବିଲା କରିବାରେ ସଫଳ ହୋଇପାରିବେ । ଏହି ଏମଓୟୁରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୂଚନା ଏବଂ ପ୍ରଯୁକ୍ତି ଆଦାନପ୍ରଦାନ ସହ ସାଧାରଣ ଉତ୍ତରଦାୟିତ୍ୱରେ ବୃଦ୍ଧି ହୋଇପାରିବ ।
*********