Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୱାୟନାଡରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ୱାୟନାଡରେ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ, ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୱାୟନାଡରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଆମର ପ୍ରାର୍ଥନା ରହିଛି ଏବଂ ରିଲିଫ ପ୍ରୟାସରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳର ୱାୟନାଡରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।

PM India

ପ୍ରଧାନମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆହତ ହୋଇଥିବା ରୋଗୀମାନଙ୍କୁ ଭେଟିବା ସହ ରିଲିଫ ଶିବିରରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏକ ସମୀକ୍ଷା ବୈଠକରେ ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି ଯେ ଏହି ଦୁଃଖ ସମୟରେ କେନ୍ଦ୍ର ସରକାର ଏବଂ ସାରା ଦେଶ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିସ୍ତୃତ ସ୍ମାରକପତ୍ର ପଠାଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୱାୟନାଡରେ ଉଦ୍ଧାର କାର୍ଯ୍ୟ ଉପରେ ସେ ନଜର ରଖିଛନ୍ତି ଏବଂ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପ୍ରଦାନ କରାଯାଇ ସାରିଛି ଏବଂ ଅବଶିଷ୍ଟ ଭାଗ ମଧ୍ୟ ତୁରନ୍ତ ପ୍ରଦାନ କରାଯିବ।

PM India

ଶ୍ରୀ ମୋଦୀ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା କରିପାରୁଥିବା ସମସ୍ତ କେନ୍ଦ୍ରୀୟ ଏଜେନ୍ସିକୁ ଏକତ୍ରିତ କରାଯାଇଛି ଏବଂ ସେମାନେ ପ୍ରଭାବିତଙ୍କୁ ସାହାଯ୍ୟ କରୁଛନ୍ତି। ଏନଡିଆରଏଫ, ଏସଡିଆରଏଫ, ସେନା, ରାଜ୍ୟ ପୋଲିସ, ସ୍ଥାନୀୟ ଚିକିତ୍ସା ବଳ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସେବା ଭିତ୍ତିକ ଅନୁଷ୍ଠାନର ଯବାନମାନେ ତୁରନ୍ତ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ ।

PM India

ବିଶେଷ କରି ପରିବାରବର୍ଗଙ୍କୁ ହରାଇଥିବା ପିଲାମାନଙ୍କ ସମେତ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ନୂତନ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରରୁ ଆବଶ୍ୟକ ସମସ୍ତ ସହଯୋଗରେ ରାଜ୍ୟ ସରକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

PM IndiaPM India

PM India

PM India

ପ୍ରଧାନମନ୍ତ୍ରୀ ୱାୟନାଡବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଘର, ସ୍କୁଲ, ସଡ଼କ ଭିତ୍ତିଭୂମି ଏବଂ ପିଲାଙ୍କ ଭବିଷ୍ୟତ ହେଉ ଏହି ଅଞ୍ଚଳରେ ଜୀବିକା ପୁନରୁଦ୍ଧାର କରିବା ପାଇଁ ଦେଶ ଏବଂ କେନ୍ଦ୍ର ସରକାର ଯଥାସମ୍ଭବ ଉଦ୍ୟମ କରିବେ ।

******

PS