ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ଅପ୍ରେଲ ସକାଳ ପ୍ରାୟ ୮ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସରେ ଯୋଗଦେବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ନବକାର ମହାମନ୍ତ୍ର ଦିବସ ହେଉଛି, ଆଧ୍ୟାତ୍ମିକ ସମନ୍ୱୟ ଏବଂ ନୈତିକ ଚେତନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଯାହା ଜୈନ ଧର୍ମର ସବୁଠାରୁ ପବିତ୍ର ଏବଂ ସାର୍ବଜନୀନ ମନ୍ତ୍ର – ନବକାର ମହାମନ୍ତ୍ରର ସାମୂହିକ ଜପ ମାଧ୍ୟମରେ ଲୋକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରେ । ଅହିଂସା, ନମ୍ରତା ଏବଂ ଆଧ୍ୟାତ୍ମିକ ଉତ୍ଥାନର ମୂଳ ନୀତି ଉପରେ ଆଧାରିତ ଏହି ମନ୍ତ୍ର ଜ୍ଞାନୀ ବ୍ୟକ୍ତିଙ୍କ ଗୁଣକୁ ସମ୍ମାନ ପ୍ରଦାନ କରେ ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ପ୍ରେରଣା ଯୋଗାଇ ଥାଏ । ଏହି ଦିବସ ସମସ୍ତ ବ୍ୟକ୍ତିଙ୍କୁ ଆତ୍ମ-ଶୁଦ୍ଧି, ସହନଶୀଳତା ଏବଂ ସାମୂହିକ ମଙ୍ଗଳର ମୂଲ୍ୟବୋଧ ଉପରେ ପ୍ରତିଫଳିତ କରିବାକୁ ଉତ୍ସାହିତ କରେ । ଏହି ଅବସରରେ ୧୦୮ରୁ ଅଧିକ ଦେଶର ଲୋକ ଶାନ୍ତି ଏବଂ ଏକତା ପାଇଁ ବିଶ୍ୱବ୍ୟାପୀ ମନ୍ତ୍ର ଜପରେ ସାମିଲ ହେବେ ।
SR