Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୮ଟି ରାଜ୍ୟପାଇଁ ପଛୁଆ ବର୍ଗ କେନ୍ଦ୍ରୀୟ ତାଲିକାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆସାମ, ବିହାର, ହିମାଚଳପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରାଖଣ୍ଡ ରାଜ୍ୟ ଲାଗି କିଛି ଶ୍ରେଣୀର ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ କେନ୍ଦ୍ରୀୟ ତାଲିକାରେ ସାମିଲ କରିବା ଓ ଏଥିରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଜାତୀୟ ପଛୁଆବର୍ଗ କମିଶନ (ଏନସିବିସି)ଙ୍କ ସୁପାରିଶକ୍ରମେ ମୋଟ ୨୪୭୪ଟି ପ୍ରସ୍ତାବକୁ କେନ୍ଦ୍ରୀୟ ଅନ୍ୟାନ୍ୟ ପଛୁଆ ବର୍ଗ ତାଲିକାରେ ଏହାର ସମାନତା, ଉପ-ଜାତି ପରିପ୍ରେକ୍ଷୀରେ ସାମିଲ କରାଯିବା ପ୍ରସ୍ତାବ ଉପରେ କ୍ୟାବିନେଟ ବିଚାର କରିଛନ୍ତି । ୨୫ଟି ରାଜ୍ୟ ଏବଂ ୬ଟି କେନ୍ଦ୍ରଶାସିତ କ୍ଷେତ୍ର ପାଇଁ ଏହି ତାଲିକା ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଛି । ୨୦୧୬ ସେପ୍ଟେମ୍ବର ମାସରେ ଏହାର ସବିଶେଷ ତାଲିକା ପ୍ରକାଶ ପାଇଥିଲା । ତେବେ ଆସାମ, ବିହାର, ହିମାଚଳପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରାଖଣ୍ଡ ରାଜ୍ୟରୁ ଓବିସି ତାଲିକାରେ ଜାତି/ଗୋଷ୍ଠୀଭିତ୍ତିରେ ଓବିସି ତାଲିକାରେ ଅଧିକ ସଂଶୋଧନ ଓ ସାମିଲ ପ୍ରସ୍ତାବ ଆସିଥିଲା । ତେଣୁ ଏହି ୮ଟି ରାଜ୍ୟପାଇଁ ଏନସିବିସି ମୋଟ ୨୮ଟି ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି । ଏହି ପରିବର୍ତ୍ତନ ଦ୍ୱାରା ଏଥିରେ ସାମିଲ ଜାତି, ଗୋଷ୍ଠୀର ବ୍ୟକ୍ତିମାନେ ଚାକିରୀ ଓ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣ ସୁବିଧା ସୁଯୋଗ ପାଇବେ । ଏହା ବର୍ତ୍ତମାନ ପ୍ରଚଳିତ ନୀତି ଅନୁସାରେ କାର୍ଯ୍ୟକାରୀ ହେବ ।