୭୮ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ।”
ନେପାଳ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞତା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି । ଭାରତ ଓ ନେପାଳ ମଧ୍ୟରେ ଦୃଢ଼ ସମ୍ପର୍କ ପାଇଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ସହମତ ।”
ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଏକ ଟ୍ୱିଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଭାରତ ମାଳଦ୍ୱୀପକୁ ଉତ୍ତମ ବନ୍ଧୁ ଭାବେ ବିବେଚନା କରିଥାଏ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଦୁଇ ଦେଶ ସାଥୀ ହୋଇ କାମ କରିବା ଜାରି ରଖିବେ ।”
ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଏକ ଟ୍ୱିଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆମର ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁ ମୋର ଉତ୍ତମ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ କେବଳ ତାଙ୍କର ଭାରତ ଗସ୍ତ ନୁହେଁ, ଆମର ଭିନ୍ନ ଭିନ୍ନ ସମୟର ଭେଟକୁ ସ୍ମରଣ କରୁଛି, ଯାହାକି ଭାରତ–ଫ୍ରାନ୍ସର ସହଯୋଗିତାକୁ ଦୃଢ଼ କରିଛି । ବିଶ୍ୱର ମଙ୍ଗଳ ପାଇଁ ଆମେ ମିଳିତ ଭାବେ କାମ କରିବା ଜାରି ରଖିବୁ ।”
ମରିସସ୍ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ସ୍ୱାଧୀନତା ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ । ଆମ ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସୁଦୃଢ଼ ହେଉ ଏବଂ ବହୁମୁଖୀ ହେଉ ।”
ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦଙ୍କ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞ @HHShkMohd । ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ଦିଗରେ ଆପଣଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ । ବିଗତ ବର୍ଷ ମାନଙ୍କରେ ଆମ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆମେ ଜାରି ରଖିବା ।”
ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସ୍ୱାଧୀନତା ଦିବସ ଶୁଭେଚ୍ଛାର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଆପଣଙ୍କ ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞ ପ୍ରଧାନମନ୍ତ୍ରୀ @GiorgiaMeloni । ଭାରତ–ଇଟାଲି ବନ୍ଧୁତ୍ୱ ଉତ୍ତମ ବିଶ୍ୱ ଗଠନ ଦିଗରେ ଏପରି ବଢ଼ି ଚାଲିଥାଉ ।”
ଭାରତର ସ୍ୱାଧୀନତା ଦିବସ ଅବସରରେ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ୍ ଅଲ୍ଲୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଡ. ଅଲ୍ଲୀଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଧନ୍ୟବାଦ @presidentaligy ଆପଣଙ୍କ ଉଚ୍ଛ୍ୱସିତ ଶୁଭେଚ୍ଛା ପାଇଁ । ଆମ ଦେଶବାସୀଙ୍କ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବାକୁ ଭବିଷ୍ୟତରେ ଆପଣଙ୍କ ସହ କାମ କରିବାକୁ ଆଗ୍ରହ ରଖୁଛି ।”
SR
Tributes to Atal Ji on his Punya Tithi.
— Narendra Modi (@narendramodi) August 16, 2024
He is remembered by countless people for his unparalleled contribution to nation building. He devoted his entire life towards ensuring that our fellow citizens lead a better quality of life. We will keep working to fulfill his vision for… pic.twitter.com/MfGUl9WUTy