ନମସ୍କାର!
କାର୍ଯ୍ୟକ୍ରମରେ ଉପସ୍ଥିତ ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦରେ ମୋର ସହକର୍ମୀ ଭଉଣୀ ସ୍ମୃତି ଇରାନୀ ଜୀ, ଡକ୍ଟର ମହେନ୍ଦ୍ର ଭାଇ, ଦର୍ଶନା ଜରଦୋଷ ଜୀ, ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ରେଖା ଶର୍ମା ଜୀ, ସମସ୍ତ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟଗଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନେ!
ଆପଣ ସମସ୍ତଙ୍କୁ ଜାତୀୟ ମହିଳା ଆୟୋଗ ସ୍ଥାପନାର ୩ଠ ବର୍ଷ ପୂର୍ତ୍ତି ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ୩ଠ ବର୍ଷର ଏହି ପର୍ଯ୍ୟାୟ, ଏହା କୌଣସି ବ୍ୟକ୍ତିଙ୍କ ଜୀବନରେ ହେଉ କି ସଂସ୍ଥାର ଜୀବନରେ ହେଉ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ନୂତନ ଦାୟିତ୍ୱ, ନୂତନ ଶକ୍ତି ସହିତ ଆଗକୁ ବଢ଼ିବା ପାଇଁ ଏହା ପ୍ରକୃଷ୍ଟ ସମୟ। ମୋତେ ବିଶ୍ୱାସ ଅଛି, ନିଜର ପ୍ରତିଷ୍ଠା ହେବାର ୩ଠତମ ବର୍ଷକୁ ଜାତୀୟ ମହିଳା ଆୟୋଗ ମଧ୍ୟ ଏହିଭଳି ଭାବରେ ଦେଖିବେ ଏବଂ ଅଧିକ ପ୍ରଭାବଶାଳୀ, ଅଧିକ ଦାୟିତ୍ୱ, ନୂତନ ଶକ୍ତି ସହିତ ସଂଯୁକ୍ତ । ଆଜି ପରିବର୍ତ୍ତନ ହେଉଥିବା ଭାରତରେ ମହିଳାମାନଙ୍କର ଭୂମିକା କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେଣୁ ଜାତୀୟ ମହିଳା ଆୟୋଗର ଭୂମିକାର ବିସ୍ତାର ମଧ୍ୟ ଆଜି ସମୟର ଆବଶ୍ୟକତା ହୋଇଛି । ଏଭଳି ପରିସ୍ଥିତିରେ, ଆଜି ଦେଶର ସମସ୍ତ ମହିଳା ଆୟୋଗଙ୍କୁ ନିଜର ପରିସର ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ଏବଂ ନିଜ ରାଜ୍ୟର ମହିଳାମାନଙ୍କୁ ଏକ ନୂତନ ଦିଗ ଦେବାକୁ ପଡ଼ିବ ।
ସାଥୀମାନେ,
ଆଜି ସ୍ୱାଧୀନତାର ଅମୃତ ମହୋତ୍ସବରେ ଏକ ନୂତନ ଭାରତର ସଂକଳ୍ପ ଆମ ସମ୍ମୁଖରେ ଅଛି । ଆଜି ଦେଶ ‘ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମନ୍ତ୍ର ଉପରେ କାର୍ଯ୍ୟ କରୁଛି । ଦେଶ ସମସ୍ତଙ୍କ ବିକାଶରେ ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ସେତେବେଳେ ପହଂଚିବ ଯେତେବେଳେ ସମସ୍ତ ସମ୍ଭାବନା ସମାନ ଭାବେ ମୁକ୍ତ ଥିବ। ଆମେ ସମସ୍ତେ ଜାଣିଛୁ, ଆଗରୁ ଯେଭଳି ବ୍ୟବସାୟ ବିଷୟରେ କଥାବାର୍ତ୍ତା ହେଉଥିଲା, ସେତେବେଳେ ତାହାର ଏକ ବଡ଼ ଅର୍ଥ ବାହାରୁ ଥିଲା ଯେ କର୍ପୋରେଟ ବିଷୟରେ ଆଲୋଚନା ହେଉଛି, ପୁରୁଷମାନଙ୍କ କାର୍ଯ୍ୟ ବିଷୟରେ ଆଲୋଚନା ହେଉଛି । କିନ୍ତୁ, ସତ୍ୟ ଯେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଶକ୍ତି ଆମର ସ୍ଥାନୀୟ ଛୋଟ ଛୋଟ ଉଦ୍ୟୋଗରେ ରହିଛି, ଯାହାକୁ ଆମେ ଆଜି ଏମଏସଏମଇ ବୋଲି କହୁଛୁ । ଏହି ଉଦ୍ୟୋଗଗୁଡ଼ିକରେ ପୁରୁଷମାନଙ୍କର ଯେତିକି ଭୂମିକା ରହିଛି, ସେତିକି ଭୂମିକା ମହିଳାମାନଙ୍କର ମଧ୍ୟ ରହିଛି ।
ଆପଣ ବୟନ ଶିଳ୍ପର ଉଦାହାଣ ନିଅନ୍ତୁ, କୁମ୍ଭାରର ଉଦାହରଣ ନିଅନ୍ତି, କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ଦେଖନ୍ତୁ– ଏମିତି ଅନେକ ଉଦ୍ୟୋଗ ଅଛି ଯାହାର ଆଧାର ହେଉଛି ମହିଳା ଶକ୍ତି ଏବଂ ମହିଳା ଦକ୍ଷତା ହିଁ ଅଟେ । କିନ୍ତୁ, ଏହା ଦୁର୍ଭାଗ୍ୟଜନକ ଯେ ଏହି ଉଦ୍ୟୋଗଗୁଡ଼ିକର ଶକ୍ତିକୁ ଚିହ୍ନିବା ପାଇଁ ଛାଡ଼ି ଦିଆଯାଇଥିଲା । ପୁରୁଣା ଚିନ୍ତାଧାରା ଥିବା ଲୋକମାନେ ମହିଳାମାନଙ୍କର ଦକ୍ଷତାକୁ ଘରୋଇ କାର୍ଯ୍ୟ ବିଷୟ ଭାବେ ମାନି ନେଇ ଯାଇଥିଲେ ।
ଦେଶର ଅର୍ଥନୀତିକୁ ଆଗକୁ ନେବା ପାଇଁ ଏହି ପୁରୁଣା ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଆବଶ୍ୟକ । ମେକ ଇନ ଇଣ୍ଡିଆ ଆଜି ଏହି କାର୍ଯ୍ୟ କରୁଛି । ଆତ୍ମନିର୍ଭର ଭାରତ ଅଭିଯାନ ମହିଳାଙ୍କ ଏହି ଦକ୍ଷତାକୁ ଦେଶର ବିକାଶ ସହିତ ଯୋଡ଼ିଛି ଏବଂ ଫଳାଫଳ ଆମ ସମ୍ମୁଖରେ ଅଛି! ଆଜି ମୁଦ୍ରା ଯୋଜନାରେ ପ୍ରାୟ ୭ଠ ପ୍ରତିଶତ ମହିଳା ହିତାଧିକାରୀ ଅଛନ୍ତି । କୋଟି କୋଟି ମହିଳା ଏହି ଯୋଜନା ସାହାଯ୍ୟରେ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି ।
ସେହିଭଳି ଭାବରେ, ସ୍ୱଂୟସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗିତାକୁ ବୃଦ୍ଧି କରିବା ପାଇଁ ଦେଶ ‘ଦୀନ ଦୟାଲ ଅନ୍ତ୍ୟୋଦୟ’ ଯୋଜନା ଚଳାଉଛନ୍ତି । ଦେଶର ମହିଳାମାନଙ୍କର ଉତ୍ସାହ ଏବଂ ସାମର୍ଥ୍ୟ ଏତେ ଅଛି ଯେ, ୬–୭ ବର୍ଷ ମଧ୍ୟରେ ସ୍ୱଂୟସହାୟକ ଗୋଷ୍ଠୀର ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି । ଏହି ଧାରା ଆମକୁ ଭାରତର ଷ୍ଟାର୍ଟ ଅପ ଇକୋ–ସିଷ୍ଟମରେ ଦେଖିବାକୁ ମିଳୁଛି । ୨ଠ୧୬ ମସିହାରୁ ଆମ ଦେଶରେ ୫୬ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ୬ଠ ହଜାରରୁ ଅଧିକ ନୂତନ ଷ୍ଟାର୍ଟଅପ ଗଠନ କରାଯାଇଛି ଏବଂ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଏଥିମଧ୍ୟରୁ ଅତିକମରେ ୪୫ ପ୍ରତିଶତ ମହିଳା ନିର୍ଦେଶକ ଅଟନ୍ତି ।
ସାଥୀମାନେ,
ନୂତନ ଭାରତର ଅଭିବୃଦ୍ଧି ଚକ୍କରରେ ମହିଳାମାନଙ୍କର ଭାଗିଦାରୀ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମହିଳା ଆୟୋଗଙ୍କୁ ଦରକାର ଯେ ସମାଜର ଉଦ୍ୟୋଗ କ୍ଷେତ୍ରରେ ମହିଳାଙ୍କ ଏହି ଭୂମିକାକୁ ବହୁଳ ମାତ୍ରାରେ ପରିଚୟ ମିଳୁ । ତାଙ୍କୁ ଯଥା ସମ୍ଭବ ପ୍ରୋତ୍ସାହିତ କରାଯିବା ଉଚିତ । ଆପଣ ସମସ୍ତେ ଦେଖିଥିବେ ଯେ ଗତ ୭ ବର୍ଷ ମଧ୍ୟରେ ଦେଶ ଏଥିପ୍ରତି ବିଶେଷ ଧ୍ୟାନ ଦେଇଛି । ସମ୍ମାନଜନକ ପଦ୍ମ ପୁରସ୍କାରରେ ମହିଳାମାନଙ୍କର କ୍ରମାଗତ ଭାବେ ବଢୁଥିବା ଭାଗିଦାରୀ ଏହା ଆଉ ଏକ ଉଦାହରଣ । ୨ଠ୧୫ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ୧୮୫ ଜଣ ମହିଳାଙ୍କୁ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ୩୪ଟି ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଏହା ନିଜେ ହିଁ ଏକ ରେକର୍ଡ । ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଏତେ ଅଧିକ ସଂଖ୍ୟାରେ ମହିଳା ପଦ୍ମ ପୁରସ୍କାର ପାଇନାହାନ୍ତି ।
ସେହିଭଳି ଭାବରେ, ଆଜି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଭାରତର ଝିଅମାନେ ଦେଶରେ ଚମକ୍ରାର ପ୍ରଦର୍ଶନ କରୁଛନ୍ତି । ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତି ବିଶ୍ୱକୁ ଗୌରବ ଆଣି ଦେଇଛନ୍ତି । କରୋନା ମହାମାରୀ ବିରୁଦ୍ଧରେ ସମଗ୍ର ଦେଶ ଏତେବଡ଼ ଯୁଦ୍ଧ କରିଥିଲା, ଏଥିରେ ଆମର ନର୍ସ, ଡାକ୍ତର, ମହିଳା ବୈଜ୍ଞାନିକମାନେ ବହୁ ବଡ଼ ଭୂମିକା ନିର୍ବାହ କରିଛନ୍ତି।
ଅର୍ଥାତ, ଯେତେବେଳେ ସୁଯୋଗ ମିଳିଥାଏ, ଭାରତର ମହିଳା ଶକ୍ତି ତା’ର ସମାର୍ଥ୍ୟକୁ ପ୍ରମାଣିତ କରିଛି ଏବଂ ଆପଣ ସମସ୍ତଙ୍କ ଠାରୁ ଏହା କିଏ ଆଉ ଭଲ ଭାବରେ ଜାଣିବ ଯେ ଜଣେ ମହିଳା ସବୁଠାରୁ ଭଲ ଶିକ୍ଷକ ଏବଂ ପ୍ରଶିକ୍ଷକ ମଧ୍ୟ ହୋଇଥାଏ । ସେଥିପାଇଁ ଭାରତରେ ପ୍ରଶିକ୍ଷକ ଠାରୁ ନେଇ କ୍ରୀଡ଼ା ପର୍ଯ୍ୟନ୍ତ ଏକ ନୂତନ ଚିନ୍ତାଧାରା ଏବଂ କ୍ଷମତା ପ୍ରସ୍ତୁତ କରିବାର ମଧ୍ୟ ଏକ ବହୁତ ବଡ଼ ଦାୟିତ୍ୱ ରହିଛି ।
ସାଥୀମାନେ,
ଆପଣ ସମସ୍ତେ ଏହି କଥାର ସାକ୍ଷୀ ଅଛନ୍ତି ଯେ ଗତ ୭ ବର୍ଷ ମଧ୍ୟରେ ଦେଶର ନୀତିଗୁଡ଼ିକ ମହିଳାଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଛି । ଆଜି ଭାରତ ଅନ୍ୟ ଦେଶମାନଙ୍କ ମଧ୍ୟରେ ରହିଛି ଯେଉଁଠାରେ ସର୍ବାଧିକ ମାତୃତ୍ୱ ଛୁଟି ଦେଇଥାଏ । ଅଳ୍ପ ବୟସରେ ବିବାହ, ଝିଅମାନଙ୍କୁ ଶିକ୍ଷା ଏବଂ ବୃତ୍ତିରେ ଯେପରି ବାଧା ସୃଷ୍ଟି ନ କରୁ, ସେଥିପାଇଁ ଝିଅମାନଙ୍କର ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ପ୍ରୟାସ କରାଯାଉଛି ।
ଏକ ସମୟ ଥିଲା ଯେତେବେଳେ ଦେଶରେ ମହିଳା ସଶକ୍ତିକରଣକୁ ସୀମିତ ଭାବରେ ଦେଖାଯାଉଥିଲା । ଗାଁର ମହିଳାମାନେ, ଗରିବ ପରିବାରର ମହିଳାମାନେ ଏହା ଠାରୁ ଦୂରରେ ଥିଲେ । ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ ଆମେ ମଧ୍ୟ କାର୍ଯ୍ୟ କରୁଛୁ । ଆଜି ମହିଳା ସଶକ୍ତିକରଣର ଦିଗ ମଧ୍ୟ ଏହି ୯ କୋଟି ଗରିବ ମହିଳା ଅଟନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଗ୍ୟାସ ସଂଯୋଗ ପାଇଲେ, ଧୂଅାଁରୁ ମୁକ୍ତି ପାଇଲେ । ଆଜି ମହିଳା ସଶକ୍ତିକରଣର ଚେହେରା ହେଉଛି କୋଟି କୋଟି ମାଆ ଏବଂ ଭଉଣୀ, ଯେଉଁମାନେ ନିଜେ ନିଜ ଘରେ ଶୌଚାଳୟ ପାଇଛନ୍ତି, ଯାହାକୁ ଉତ୍ତର ପ୍ରଦେଶରେ ‘ଇଜ୍ଜତ’ ଘର କୁହାଯାଏ । ଆଜି ମହିଳା ସଶକ୍ତିକରଣର ଚେହେରା ସେହି ମାତାମାନେ ମଧ୍ୟ ଅଟନ୍ତି, ଯେଉଁମାନଙ୍କୁ ପ୍ରଥମ ଥର ପାଇଁ ସେମାନଙ୍କୁ ନିଜ ମୁଣ୍ଡ ଉପରେ ଏକ ପକ୍କା ଛାତ ଘର ମିଳିପାରିଛି । ଯେଉଁମାନଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ କରାଯାଇଛି । ସେହିଭଳି ଭାବରେ, ଯେତେବେଳେ କୋଟି କୋଟି ମହିଳାମାନଙ୍କ ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ସହାୟତା ମିଳିଥାଏ, ଯେତେବେଳେ କୋଟି କୋଟି ମହିଳାଙ୍କୁ ନିଜର ଜନ ଧନ ବ୍ୟାଙ୍କ ଖାତା ମିଳିଥାଏ, ଯେତେବେଳେ ସରକାରଙ୍କ ସବସିଡି ସିଧାସଳଖ ମହିଳାଙ୍କ ଖାତାରେ ଯାଇଥାଏ, ସେତେବେଳେ ଏହି ମହିଳାମାନେ ମହିଳା ସଶକ୍ତିକରଣ ଏବଂ ବଦଳୁଥିବା ଭାରତର ଚେହେରା ହୋଇଥାନ୍ତି ।
ସାଥୀମାନେ,
ଆଜି ଦେଶର ମହିଳାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ସେ ବର୍ତ୍ତମାନ ନିଜର ଭବିଷ୍ୟତ ନିଜେ ନିର୍ଣ୍ଣୟ କରୁଛନ୍ତି । ଦେଶର ଭବିଷ୍ୟତକୁ ଦିଗଦର୍ଶନ ଦେଉଛନ୍ତି । ଆଜି ବହୁବର୍ଷ ପରେ, ଦେଶର ଲିଙ୍ଗ ଅନୁପାତରେ ଉନ୍ନତି ଆସିଛି । ଆଜି ସ୍କୁଲରୁ ଝିଅମାନଙ୍କର ଡ୍ରପ ଆଉଟ ହାର ହ୍ରାସ ପାଇଛି, କାରଣ ମହିଳାମାନେ ନିଜେ ଦେଶର ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ସହିତ ଜଡ଼ିତ ଅଛନ୍ତି । ଏବଂ ଯେତେବେଳେ ଜଣେ ମହିଳା କିଛି ସ୍ଥିର କରିନେଇଥାଏ ସେତେବେଳେ ମହିଳା ହିଁ ଏହାର ଦିଗ ନିର୍ଣ୍ଣୟ କରିଥାଏ । ସେଥିପାଇଁ ଆମେ ଦେଖୁଛୁ ଯେ ଯେଉଁ ସରକାର ମହିଳାମାନଙ୍କର ସୁରକ୍ଷାକୁ ପ୍ରଧାନ୍ୟ ଦେଇନାହାନ୍ତି, ମହିଳାମାନେ ସେମାନଙ୍କୁ କ୍ଷମତାରୁ ହଟାଇବାକୁ ଦ୍ୱିଧା ବୋଧ କରିନାହାନ୍ତି, ଏହା ନିଶ୍ଚିତ କରିଛନ୍ତି ।
ଯେତେବେଳେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ମୋତେ ଅନେକ ଥର ବ୍ୟସ୍ତ ଲାଗିଥାଏ ଯେ ଅନ୍ୟ ସ୍ଥାନରେ କାହିଁକି ଏହି ପ୍ରସଙ୍ଗ ଉପରେ ସେହିଭଳି ଭାବରେ କାର୍ଯ୍ୟ କାହିଁକି ହେଉନାହି? ସେଥିପାଇଁ ୨ଠ୧୪ରେ ସରକାର ଗଠନ ପରେ, ଆମେ ଜାତୀୟ ସ୍ତରରେ ମହିଳା ସୁରକ୍ଷା ସହ ଜଡ଼ିତ ଅନେକଗୁଡ଼ିଏ ଉଦ୍ୟମ କରିଥିଲୁ । ଆଜି ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ କଡ଼ା ନିୟମ ରହିଛି, ବଳାକ୍ରାର ମାମଲାରେ ଫାଶି ଲଗାଇବା ପାଇଁ ମଧ୍ୟ ପ୍ରାବଧାନ କରାଯାଇଛି । ସାରା ଦେଶରେ ଫାଷ୍ଟଟ୍ରାକ କୋର୍ଟ ମଧ୍ୟ ନିର୍ମାଣ କରାଯାଉଛି । ଯେଉଁ ଆଇନ ପ୍ରଣୟନ କରାଯାଇଛି, ତାହା କଡ଼ାକଡ଼ି ଭାବରେ ପାଳନ କରାଯିବା ଉଚିତ । ଏଥିପାଇଁ ରାଜ୍ୟଗୁଡ଼ିକର ସହଯୋଗରେ ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ଉନ୍ନତ କରାଯାଉଛି ।
ପୋଲିସ ଷ୍ଟେସନରେ ମହିଳା ହେଲ୍ପ ଡେକ୍ସର ସଂଖ୍ୟା ବୃଦ୍ଧି କରିବା, ୨୪ ଘଣ୍ଟା ଦିନ ରାତି ଏକ ହେଲ୍ପଲାଇନ ଉପଲବ୍ଧ ହେବା, ସାଇବର ଅପରାଧର ମୁକାବିଲା ପାଇଁ ଏକ ପୋର୍ଟାଲ ରହିବା ପାଇଁ ଆଜି ସାରା ଦେଶରେ ଏଭଳି ଅନେକ ଉଦ୍ୟମ ଚାଲିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ ଜିରୋ ଟଲରାନ୍ସ ନୀତି ସହ ସରକାର କାର୍ଯ୍ୟ କରୁଛନ୍ତି । ଏହି ସମସ୍ତ ପ୍ରୟାସରେ, ଜାତୀୟ ମହିଳା ଆୟୋଗ ରାଜ୍ୟ ମହିଳା ଆୟୋଗର ସହଯୋଗରେ ମହିଳା ଏବଂ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରୁଛନ୍ତି । ମୋତେ ବିଶ୍ୱାସ ଅଛି ଯେ ଆପଣଙ୍କର ଏହି ସକରାତ୍ମକ ଭୂମିକା ଆମ ସମାଜକୁ ଏହିଭଳି ଭାବରେ ଆଗକୁ ମଧ୍ୟ ମଜବୁତ କରିବ ।
ଏହି ବିଶ୍ୱାସର ସହିତ,
ପୁଣିଥରେ ଏହି ସ୍ଥାପନ ଦିବସ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।
ଧନ୍ୟବାଦ!
NS/MB
Speaking at the 30th NCW Foundation Day programme. https://t.co/JYmLQaRDU9
— Narendra Modi (@narendramodi) January 31, 2022
राष्ट्रीय महिला आयोग की स्थापना के 30 वर्ष होने पर बहुत-बहुत बधाई।
— PMO India (@PMOIndia) January 31, 2022
30 वर्ष का पड़ाव, चाहे व्यक्ति के जीवन का हो या फिर किसी संस्था का, बहुत अहम होता है।
ये समय नई जिम्मेदारियों का होता है, नई ऊर्जा के साथ आगे बढ़ने का होता है: PM @narendramodi
आज बदलते हुए भारत में महिलाओं की भूमिका का निरंतर विस्तार हो रहा है।
— PMO India (@PMOIndia) January 31, 2022
इसलिए राष्ट्रीय महिला आयोग की भूमिका का विस्तार भी आज समय की मांग है।
ऐसे में, आज देश के सभी महिला आयोगों को अपना दायरा भी बढ़ाना होगा और अपने राज्य की महिलाओं को नई दिशा भी देनी होगी: PM @narendramodi
सदियों से भारत की ताकत हमारे छोटे स्थानीय उद्योग रहे हैं, जिन्हें आज हम MSMEs कहते हैं।
— PMO India (@PMOIndia) January 31, 2022
इन उद्योगों में जितनी भूमिका पुरुषों की होती है, उतनी ही महिलाओं की होती है: PM @narendramodi
पुरानी सोच वालों ने महिलाओं के स्किल्स को घरेलू कामकाज का ही विषय मान लिया था।
— PMO India (@PMOIndia) January 31, 2022
देश की अर्थव्यवस्था को आगे बढ़ाने के लिए इस पुरानी सोच को बदलना जरूरी है।
मेक इन इंडिया आज यही काम कर रहा है।
आत्मनिर्भर भारत अभियान महिलाओं की इसी क्षमता को देश के विकास के साथ जोड़ रहा है: PM
न्यू इंडिया के ग्रोथ साइकल में महिलाओं की भागीदारी लगातार बढ़ रही है।
— PMO India (@PMOIndia) January 31, 2022
महिला आयोगों को चाहिए कि समाज की entrepreneurship में महिलाओं की इस भूमिका को ज्यादा से ज्यादा पहचान मिले, उसे promote किया जाए: PM @narendramodi
पिछले 7 सालों में देश की नीतियाँ महिलाओं को लेकर और अधिक संवेदनशील हुई हैं।
— PMO India (@PMOIndia) January 31, 2022
आज भारत उन देशों में है जो अपने यहां सबसे अधिक मातृत्व अवकाश देता है।
कम उम्र में शादी बेटियों की पढ़ाई और करियर में बाधा न बने, इसके लिए बेटियों की शादी की उम्र को 21 साल करने का प्रयास है: PM