Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୯-୩୦ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୯ଓ ୩୦ ତାରିଖ ଗୁଜରାଟ ଗସ୍ତ କରିବେ । ସେପ୍ଟେମ୍ବର ୨୯ଦିନ ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ସୁରଟଠାରେ ୩୪୦୦ କୋଟି ଟଙ୍କାର ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପରେ ପରେ ପ୍ରଧାନମନ୍ତ୍ରୀ ଭାବନଗର ଗସ୍ତରେ ଯିବେ । ସେଠାରେ ଅପରାହ୍ନ ଦୁଇଟାବେଳେ ପ୍ରାୟ ୫୨୦୦କୋଟି ଟଙ୍କାରୁ ଅଧିକ କଲ୍ୟାଣକାରୀ ଯୋଜନାର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପ୍ରାୟ ସନ୍ଧ୍ୟା ସାତଟାବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନରେନ୍ଦ୍ର ମୋଦୀଷ୍ଟାଡ୍ୟିମରେ ୩୬ତମ ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କରିବେ । ପ୍ରାୟ ରାତି ୯ଟା ବେଳକୁ  ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ ।

ସେପ୍ଟେମ୍ବର ୩୦ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ବେଳକୁ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଷ୍ଟେସନରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ  ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବା ସହ ସେହି ଟ୍ରେନରେ ସେଠାରୁ କାଳୁପୁରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ସାଢେ ଏଗାରଟା ବେଳକୁ ପ୍ରଧାନମନ୍ତ୍ରୀ ଅହମ୍ମହଦାବାଦ ମେଟ୍ରୋ ରେଳପ୍ରକଳ୍ପ ଚଳାଚଳ ଶୁଭାରମ୍ଭ କରିବା ସହ ମେଟ୍ରୋରେ କାଳୁପୁରରୁ  ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରାୟ ମଧ୍ୟାହ୍ନ ବାରଟାବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଶିକ୍ଷା ସମାଜ ପକ୍ଷରୁ ଆୟୋଜିତ ସାଧାରଣ ସମାରୋହରେ  ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ୍‌ରେ ଅମ୍ବାଜୀଠାରେ ୭୨୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟର ଉତ୍ସର୍ଗ କରିବେ । ପ୍ରାୟ ସନ୍ଧ୍ୟା ସାତଟା ବେଳକୁ ପ୍ରଧାନମନ୍ତ୍ରୀ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା  କରି ଦର୍ଶନ କରିବେ ଓ ପ୍ରାୟ ୭ଟା ୪୫ ମିନିଟ୍‌ରେ କବର ତୀର୍ଥ ମହା ଆରତିରେ ଯୋଗ ଦେବେ ।

ଏହିପରି ଅନେକ ବିକାଶ ମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ, ସହରର ପରିବହନ ପଦ୍ଧତିକୁ ଦ୍ରୁତ କରିବା ଓ ବହୁମୁଖୀ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସୁଚାଇଥାଏ । ଏଥିରେ ମଧ୍ୟ ତାଙ୍କ ନିଜ ସରକାର ପ୍ରତି ନିୟମିତ ଧ୍ୟାନ ଓ ସାଧାରଣ ଜନତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ପ୍ରତିଫଳନ ଦେଖିବାକୁ ମିଳିଥାଏ ।

ସୁରଟରେ ପ୍ରଧାନମନ୍ତ୍ରୀ –

ପ୍ରଧାନମନ୍ତ୍ରୀ ୩୪୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶିଳାନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିବେ । ଏଥି ମଧ୍ୟରେ ଜଳଯୋଗାଣ, ନର୍ଦ୍ଦମା ପ୍ରକଳ୍ପ, ଡ୍ରିମ ସିଟି, ଜୈବ ବିବିଧତା ପୂର୍ଣ୍ଣ ଉଦ୍ୟାନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଯେପରିକି ସାଧାରଣ ଭିତ୍ତିଭୂମି. ଐତିହ୍ୟର ପୁନଃରୁଦ୍ଧାର ସିଟିବସ୍‌/ବିଆରଟିସି ଭିତ୍ତିଭୂମି, ଇଲେକ୍‌ଟ୍ରିକ ବାହନ  ଭିତ୍ତିଭୂମି ଓ କେନ୍ଦ୍ର ରାଜ୍ୟ ସରକାରଙ୍କ ମିଳିତ ବିକାଶମୂଳକ କାର୍ଯ୍ୟ ଅନ୍ତୁର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ସଡକ ଭିତ୍ତିଭୂମି କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଓ ହୀରା ଗବେଷଣା ଓ ବାଣିଜ୍ୟିକ (ଡ୍ରିମ) ସିଟି ଉଦ୍‌ଘାଟନ କରିବେ । ସୁରଟରେ ହୀରା ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବାଣିଜ୍ୟିକ ଓ ଆବାସିକ କାରଣ ଦୃଷ୍ଟିରୁ ଡ୍ରିମ ସିଟି ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଡକ୍ଟର ହେଡ ଗେୱାର ବ୍ରିଜଠାରୁ-ଭୀମରାଓ-ବାମରୋଲୀ ବ୍ରିଜ ମଧ୍ୟରେ ପ୍ରାୟ ୮୭ହେକ୍ଟର ପ୍ରଶମିତ ଅଞ୍ଚଳରେ ଜୈବ ବିବିଧତାପୂର୍ଣ୍ଣ ଉଦ୍ୟାନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସୁରଟ ବିଜ୍ଞାନ କେନ୍ଦ୍ରଠାରେ ଖୋଜ ସଂଗ୍ରହାଳୟର ଉଦ୍‌ଘାଟନ କରିବେ । ଏହି ସଂଗ୍ରହାଳୟଠାରେ ପରସ୍ପର ଯୋଗଯୋଗ ଭାବ ପ୍ରଦର୍ଶନ, ଅନୁସନ୍ଧାନ ଭିତ୍ତିକ କାର୍ଯ୍ୟକଳାପ ଓ ଜିଗିଷା ଭିତ୍ତିକ ନୂତନ ଉଦ୍‌ଭାବନା କାର୍ଯ୍ୟ ରହିବ ।

ଭାବନଗରରେ ପ୍ରଧାନମନ୍ତ୍ରୀ-

ପ୍ରଧାନମନ୍ତ୍ରୀ ଭାବନଗରଠାରେ ୫୨୦୦କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରଥମ ସିଏନ୍‌ଜି ଟର୍ମିନାଲ ଓ ବ୍ରାଉନ ଫିଲ୍ଡ ବନ୍ଦରର ଭାବନଗରଠାରେ ଶିଳାନ୍ୟାସ କରିବେ। ୪୦୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ଏହି ବନ୍ଦରରେ ବିଶ୍ୱର ପ୍ରଥମ ସିଏନଜି ଟର୍ମିନାଲ ପାଇଁ ଭିତ୍ତିଭୂମି ସହ ବିଶ୍ୱର ଚତୁର୍ଥ ବୃହତ୍ତମ ଲକ୍ ଗେଟ୍ ସିଷ୍ଟମ ରହିବ । ସିଏନ୍‌ଜି ଟର୍ମିନାଲକୁ ଛାଡି ଏହି ବନ୍ଦର ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପର ଚାହିଦାକୁ ପୂରଣ କରିବ । ଏହି ବନ୍ଦରରେ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ, ପ୍ରତ୍ୟକ୍ଷ ଡୋର ଷ୍ଟେପ କନେକ୍ଟିଭିଟ ସହ ଲିକ୍ୟୁଡ ଟର୍ମିନାଲ ଇତ୍ୟାଦି ରହିବ । ମାଲ ପରିବହନ କ୍ଷେତ୍ରରେ ଏଥିରେ ଆର୍ଥିକ ଲାଭ ହେବା ସହ ସେ ଅଞ୍ଚଳର ଲୋକମାନଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ସିଏନ୍‌ଜି ଆମଦାନୀ ଟର୍ମିନାଲ ଏକ ଅତିରିକ୍ତ ବିକଳ୍ପ ଶକ୍ତି ଯୋଗାଇ ସ୍ୱଚ୍ଛ ଇନ୍ଧନର କ୍ରମବର୍ଦ୍ଧିଷ୍ଣୁ ଚାହିଦା ମଧ୍ୟ ପୂରଣ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାବନଗରଠାରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଉଦ୍‌ଘାଟନ କରିବେ । ପ୍ରାୟ ୨୦ଏକର ପରିମିତ ଜାଗାରେ ଶହେ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଏହି କେନ୍ଦ୍ରରେ ବିଭିନ୍ନ ବିଷୟବସ୍ତୁ ଆଧାରିତ ଗ୍ୟାଲେରୀମାନ ରହିଛି । ସେଗୁଡିକ ମଧ୍ୟରେ ସାମୁଦ୍ରିକ ଜଳ ଗ୍ୟାଲେରୀ, ଅଟୋମୋବାଇଲ ଗ୍ୟାଲେରୀ, ନବୋଲ ପୁରସ୍କାର ଗ୍ୟାଲେରୀ-ଶରୀର ତତ୍ୱ ଓ ଭେଷଜ, ଇଲେକ୍‌ଟ୍ରୋ ମେକାନିକ ଗ୍ୟାଲେରୀ, ଜୀବବିଜ୍ଞାନ ଗ୍ୟାଲେରୀ  ଇତ୍ୟାଦି ।

ଏହି କେନ୍ଦ୍ରରେ ପିଲାମାନଙ୍କ ଶିକ୍ଷା ନିମନ୍ତେ ସୃଜନାତ୍ମକ ବିଷୟବସ୍ତୁ ଯେପରି କାର୍ଟୁନ ଚଳଚ୍ଚିତ୍ରଭିତ୍ତିକ ଡାଇନାସୋର, ବିଜ୍ଞାନ ବାର୍ତ୍ତା ଥାଇ ଖେଳନା ଟ୍ରେନ, ପ୍ରକୃତି ରହସ୍ୟ ଭେଦକାରୀ ଭ୍ରମଣ, ଭ୍ରାମ୍ୟମାଣ ସୌର ପର୍ଯ୍ୟବେକ୍ଷଣାଗାର ମାନ ରହିଛି ।

ଏହି କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ଆହୁରି କେତେକ ପ୍ରକଳ୍ପର ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସାଉନୀ ଯୋଜନାର ଲିଙ୍କ-୨ର ପ୍ୟାକେଜ-୭, ୨୫ମେଗାୱାଟ  ବିଶିଷ୍ଟ ପାଲିଟନା ସୌର ପିଭି ପ୍ରକଳ୍ପ, ଏପିପିଏଲ କଣ୍ଟେନର(ଅୱାଧାକୃପା ପ୍ଲାଷ୍ଟୋମାକ ପ୍ରାଇଭେଟ ଲିମିଟେଡ) ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହାଛଡା ପ୍ରଧାନମନ୍ତ୍ରୀ ସାଉନୀ ଯୋଜନା ଲିଙ୍କ-୨ର ପ୍ୟାକେଜ-୯, ଚୋରଭାଡଲା ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ  ଶିଳାନ୍ୟାସ କରିବେ ।

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ-ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ୩୬ତମ ଜାତୀୟ କ୍ରୀଡାର ଉଦ୍‌ଘାଟନୀ ସମାରୋହର ଶୁଭାରମ୍ଭ କରିବେ ।ଜାତୀୟ କ୍ରୀଡାର ଉଦ୍‌ଘାଟନୀ ସମାରୋହର ଶୁଭାରମ୍ଭ କରିବେ । ଜାତୀୟ କ୍ରୀଡାରେ ଭାଗ ଦେଇଥିବା ଦେଶବ୍ୟାପୀ କ୍ରୀଡାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ । ଏହି ସମାରୋହ କାଳରେ ପ୍ରଧାନମନ୍ତ୍ରୀ ଦେଶାରଠାରେ ବିଶ୍ୱସ୍ତରୀୟ ସ୍ୱର୍ଣ୍ଣମ ଗୁଜରାଟ କ୍ରୀଡା ବିଶ୍ୱ ବିଦ୍ୟାଳୟମଧ୍ୟ ଉଦ୍‌ଘାଟନ କରିବେ । ଏହି ଉଲ୍ଲେଖନୀୟ ପ୍ରକଳ୍ପ ଦେଶର କ୍ରୀଡା ଶିକ୍ଷା ଦୃଶ୍ୟପଟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

ଗୁଜରାଟରେ ପ୍ରଥମଥର ନିମନ୍ତେ ଜାତୀୟ କ୍ରୀଡା ଆୟୋଜିତ ହୋଇଛି । ଏହା ୨୯ ସେପ୍ଟେମ୍ବର ଠାରୁ ଅକ୍ଟୋବର ୧୨,୨୦୨୨ ପର୍ଯ୍ୟନ୍ତ ଚାଲିବ । ଦେଶର ବିଭିନ୍ନ ସ୍ଥାନରୁ ପାଖାପାଖି ୧୫ହଜାର କ୍ରୀଡାବିତ୍‌, ପ୍ରଶିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ୩୬ଟି ବିଭିନ୍ନ କ୍ରୀଡା ଶ୍ରେଣୀ ଥିବା ଏହା ସବୁଠାରୁ ବୃହତ୍ତମ ଜାତୀୟ କ୍ରୀଡା ସମାରୋହ । ଛଅଟି ନଗର ଯଥା ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଡୋଦରା, ରାଜକୋଟ ଓ ଭାବନଗରରେ ଏହି କ୍ରୀଡା ଅନୁଷ୍ଠିତ ହେବ । ସେତେବେଳର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆନ୍ତର୍ଜାତିକ ମାନର ମଜବୁତ କ୍ରୀଡା ଭିତ୍ତିଭୂମି  ପ୍ରତିଷ୍ଠା ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଏହି ବିଶାଳ ଆୟୋଜନ ସମ୍ଭବ ହୋଇପାରିଛି ।

ଏକ ସାଧାରଣ ଉତ୍ସବରେ ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ୍ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ‌କରିବେ । ୩୨ କିଲୋମିଟର ବ୍ୟାପୀ ପୂର୍ବ-ପଶ୍ଚିମ କରିଡର ଆପାରେଲ ପାର୍କରୁ ଥଲବେଜ ଓ ଉତ୍ତର-ଦକ୍ଷିଣ କରିଡର ମୋଟେରାରୁ ଗ୍ୟାସପୁର ପର୍ଯ୍ୟନ୍ତ ଯାଇଛି । ପୂର୍ବ-ପଶ୍ଚିମ କରିଡର ଥରବେଜରୁ ବସ୍ତ୍ରାଲ ମଧ୍ୟରେ ୧୭ଟି ଷ୍ଟେସନ ରହିଛି । ଏହି କରିଡରରେ ୬.୬ କିଲୋମିଟର ଭୂତଳ ସେକ୍ସନ ମଧ୍ୟରେ ଚାରିଟି ଷ୍ଟେସନ ରହିଛି । ୧୯କିଲୋମିଟର ଦୀର୍ଘ ଉତ୍ତର ଦକ୍ଷିଣ କରିଡର ଗ୍ୟାସପୁରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସଂଯୋଗ କରୁଥିବାବେଳେ ଏଥିରେ ୧୫ଟି ଷ୍ଟେସନ ରହିଛି । ସମ୍ପୂର୍ଣ୍ଣ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ୧୨ହଜାର ୯୦୦ କୋଟୀ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଅହମ୍ମଦାବାଦ ଏକ ବୃହତ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଭିତ୍ତିଭୂମି  ପ୍ରକଳ୍ପ ଯେଉଁଥିରେ ଭୂତଳ ସୁଡଙ୍ଗ, ଆର୍ଚ୍ଚ ଏବଂ ସେତୁ, ଭୂତଳ ଷ୍ଟେସନ ଭବନ ଇତ୍ୟାଦି ରହିଛି । ଏହି ମେଟ୍ରୋ ଟ୍ରେନ ଇନ୍ଧନରେ ମିତବ୍ୟୟିତା ଅବଳମ୍ବନ କରି ଶତକଡା ୩୦ରୁ ୩୫ଭାଗ ଇନ୍ଧନ ବଂଚାଇଥାଏ । ଏହି ସ୍ୱୟଂ ସମ୍ପୂର୍ଣ୍ଣ ଟ୍ରେନ ଯାତ୍ରୀମାନଙ୍କୁ ଏକ ସୁଖଦ ଯାତ୍ରାର  ଖୁସି ଦେଇଥାଏ ।  ଅହମ୍ମଦାବାଦ ମେଟ୍ରୋ ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ମହାନଗରୀବାସୀଙ୍କୁ ଏକ ବିଶ୍ୱସ୍ତରୀୟ ପରିବହନ ଆନନ୍ଦ ଯୋଗାଇବ । ଏହି ମଲଟି ମଡେଲ ସଂଯୋଗ  ଭାରତୀୟ ରେଳବାଇ ଓ ବସ୍ ପଦ୍ଧତି (ବିଆରଟିଏସ୍‌) (ଜିଏସଆରଟିସି) ଓ ସିଟି ବସ୍ ସେବାରେ ଯୋଗାଇ ଦିଆଯାଉଛି ।

ଏଥିରେ ବିଆରସିଏସ୍ ସଂଯୋଗ ରାନୀପ, ଭାଜାଦ, ଏଇସି ଷ୍ଟେସନ ଇତ୍ୟାଦିରେ ରହିଛି ଓ ଭାରତୀୟ ରେଳବାଇ ପକ୍ଷରୁ ଗାନ୍ଧିଧାମ, କାଳୁପୁର ଓ ସାବରମତି ଷ୍ଟେସନରେ ଉପଲବ୍ଧ । କାଳୁପୁରଠାରେ ମେଟ୍ରୋ ଲାଇନ ଉଚ୍ଚ ଗତି ରେଳସିଷ୍ଟମ ସହ ସଂଯୁକ୍ତ ହୋଇ ମୁମ୍ବାଇ ଓ ଅହମ୍ମଦାବାଦକୁ ସଂଯୋଗ କରିବ ।

 ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସର ଗାନ୍ଧୀନଗର-ମୁମ୍ମାଇ ମଧ୍ୟରେ ଚଳାଚଳକୁ ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଏକ୍ସପ୍ରେସ ଅନେକ ଉନ୍ନତ ଓ ବିମାନଯାତ୍ରା ଭଳି ଅଭିଜ୍ଞତା ପ୍ରଦାନ କରିଥାଏ। ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସହ ସ୍ୱଦେଶୀ ନିର୍ମିତ ସଂଘର୍ଷ ନିରୋଦୀ କବଚ ବ୍ୟବସ୍ଥା ମଧ୍ୟ ରହିଛି । ପ୍ରତ୍ୟେକ ଶ୍ରେଣୀରେ ଆଉଜିବା ଚୌକି ଥିବାବେଳେ ଏକଜ୍ୟୁକିଟିଭ ଶ୍ରେଣୀରେ ୧୮୦ଡିଗ୍ରୀ ବୁଲି ପାରୁଥିବା ଆସନ ଓ ଯାତ୍ରୀମାନଙ୍କ ପାଇଁ ୩୨ ଇଞ୍ଚ ସୂଚନା ଓ ମନୋରଞ୍ଜନ ପ୍ରଦାନକାରୀ ପରଦା ରହିଛି ।

ଅମ୍ବାଜୀରେ ପ୍ରଧାନମନ୍ତ୍ରୀ-

 ଅମ୍ବାଜୀଠାରେ ପ୍ରଧାନମନ୍ତ୍ରୀ ୭୨୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହେବାକୁ ଥିବା ୪୫୦୦୦ ଘରର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ତରଙ୍ଗ ହିଲ୍‌-ଅମ୍ବାଜୀ, ଆଖୁରୋଡ ଓ ନୂତନ ଓସାରିଆ ରେଳପଥର ଶିଳାନ୍ୟାସ କରିବେ । ସେ ଅମ୍ବାଜୀ ମନ୍ଦିରରେ ପ୍ରସାଦ ଯୋଜନା ଅଧୀନରେ ତୀର୍ଥଯାତ୍ରୀ ସୁବିଧା ଯୋଜନାର ମଧ୍ୟ ଶିଳାନ୍ୟାସ କରିବେ । ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅମ୍ବାଜୀପୀଠକୁ ଏହି ରେଳ ପ୍ରକଳ୍ପ ସମ୍ପୂଣ୍ଣ ର୍ହେଲେ ତୀର୍ଥଯାତ୍ରୀଙ୍କୁ ଅନେକ ସୁବିଧା ହେବ । ଅନ୍ୟାନ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହେଉଥିବା ପ୍ରକଳ୍ପ ମଧ୍ୟରେ ଜୀସା ଏୟାର ଫୋର୍ସ ଷ୍ଟେସନ ରନୱେ ନିର୍ମାଣ ଓ ଅମ୍ବାଜୀ ବାଇପାସ ରୋଡ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ୬୨କିଲୋମିଟର ଦୀର୍ଘ ନ୍ୟୁ ପାଲାନପୁର-ନ୍ୟୁ ମେହଶାନା ସେକ୍ସନ ୱେଷ୍ଟର୍ଣ୍ଣ ଉର୍ତ୍ସଗୀକୃତ ରେଳ କରିଡର ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ୧୩କି.ମି. ଦୀର୍ଘ ନ୍ୟୁ ପାଲାନପୁର-ନ୍ୟୁ ଛାଟେଦାର ସେକ୍ସନ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ପିପାଉ, ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷ, କାଣ୍ଡଲା ଓ ମୁନ୍‌ଦ୍ରା ଇତ୍ୟାଦି ବନ୍ଦର ସହ ସଂଯୋଗୀକରଣ  ଉନ୍ନତ କରିବ । ୭୩୪ କିଲୋମିଟର ଦୀର୍ଘ ଉତ୍ସର୍ଗୀକୃତ ପଶ୍ଚିମ କରିଡର ମଧ୍ୟ କାର୍ଯ୍ୟକାରୀ ହେବ । ଏହା ଗୁଜରାଟର ମେହଶାନା-ପାଲାନପୁର ଶିଳ୍ପାନୁଷ୍ଠାନକୁ ସହାୟତା କରିବ। ରାଜସ୍ଥାନର ସ୍ୱରୂପଗଞ୍ଜ, କେଶବଗଞ୍ଜ ଓ ହରିୟାଣାର ମେୱାରୀ ମନସେର ଓ ନରନାଭଲରେ ଶିଳ୍ପକୁ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ସଡକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ  । ସେଥିରେ ମିଥା-ଥରାଡ-ଦିଶା ରୋଡ ପ୍ରଶସ୍ତୀକରଣ ଅନ୍ତୁର୍ଭୁକ୍ତ ।

 

*****

SM/SLP