୮-୯ ଜୁଲାଇ ୨୦୨୪ରେ ରୁଷ ଓ ଭାରତ ମଧ୍ୟରେ ମସ୍କୋରେ ଅନୁଷ୍ଠିତ ୨୨ତମ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ବିବୃତି ଜାରି କରିଛନ୍ତି ।
ଦ୍ୱିପାକ୍ଷିକ ବ୍ୟବହାରିକ ସହଯୋଗର ସାମ୍ପ୍ରତିକ ପ୍ରସଙ୍ଗ ଏବଂ ରୁଷ-ଭାରତ ସ୍ୱତନ୍ତ୍ର ଓ ବିଶେଷାଧିକାର ରଣନୀତିକ ଭାଗିଦାରୀର ବିକାଶ ଉପରେ ବ୍ୟାପକ ଭାବରେ ମତ ବିନିମୟ କରିବା ପରେ ଉଭୟ ପକ୍ଷ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପୋସ ସହମତି ପ୍ରକାଶ କରିଛନ୍ତି।
ପାରସ୍ପରିକ ସମ୍ମାନ ଓ ସମାନତାର ନୀତିକୁ ଦୃଢ଼ ଭାବରେ ପାଳନ କରିବା ତଥା ପରସ୍ପର ପାଇଁ ଲାଭଦାୟକ ଓ ଦୀର୍ଘମିଆଦୀ ଭିତ୍ତିରେ ଦୁଇ ଦେଶର ସାର୍ବଭୌମ ବିକାଶ ପାଇଁ ସେମାନେ ସହମତ ହୋଇଛନ୍ତି ।
ରୁଷ୍-ଭାରତ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରି ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ପାଇଁ ଅତିରିକ୍ତ ପ୍ରୋତ୍ସାହନ ଦେବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି ।
ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ରବ୍ୟ ଓ ସେବା ବାଣିଜ୍ୟର ଗତିଶୀଳ ଅଭିବୃଦ୍ଧିର ଧାରା ବଜାୟ ରଖିବାର ଉଦ୍ଦେଶ୍ୟ ଏବଂ ୨୦୩୦ ସୁଦ୍ଧା ଏହାର ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ସୁନିଶ୍ଚିତ କରିବାର ଇଚ୍ଛା ପ୍ରକଟ କରି ଉଭୟ ନେତା
ନିମ୍ନଲିଖିତ ଘୋଷଣା କରିଛନ୍ତି :
ରୁଷ ଏବଂ ଭାରତ (ଯାହା ଆଗକୁ ‘ପକ୍ଷଗୁଡ଼ିକ’ ଭାବେ ଉଲ୍ଲେଖ କରାଯିବ’’) ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗରେ ନିମ୍ନଲିଖିତ ନଅଟି ପ୍ରମୁଖ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ବିକଶିତ କରିବାକୁ ଯୋଜନା କରାଯାଇଛି:
********
P.S.
Held productive discussions with President Putin at the Kremlin today. Our talks covered ways to diversify India-Russia cooperation in sectors such as trade, commerce, security, agriculture, technology and innovation. We attach great importance to boosting connectivity and… pic.twitter.com/JfiidtNYa8
— Narendra Modi (@narendramodi) July 9, 2024