ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜାନୁଆରୀ ୨୦୨୫ ସକାଳ ପ୍ରାୟ ୧୦:୩୦ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍ଘାଟନ କରିବେ। ଏହା ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ।
ଏହି ଏକ୍ସପୋ ୧୭ ଜାନୁଆରୀରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ତିନିଟି ପୃଥକ ସ୍ଥାନରେ ଆୟୋଜିତ ହେବ । ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ତଥା ଗ୍ରେଟର ନୋଏଡାରେ ଇଣ୍ଡିଆ ଏକ୍ସପୋ ଆଣ୍ଡ ମାର୍ଟରେ ଏହା ଆୟୋଜିତ ହେବ । ଏହି ଏକ୍ସପୋରେ ୯ଟି ଏକକାଳୀନ ୯ରୁ ଅଧିକ କାର୍ଯ୍ୟକ୍ରମ, ୨୦ରୁ ଅଧିକ ସମ୍ମିଳନୀ ଏବଂ ପାଭିଲିୟନ୍ର ଆୟୋଜିତ ହେବ । ଏଥିସହ, ଏକ୍ସପୋରେ ଶିଳ୍ପ ଏବଂ ଆଞ୍ଚଳିକ ସ୍ତର ମଧ୍ୟରେ ସହଯୋଗକୁ ସକ୍ରିୟ କରିବାକୁ ମୋବିଲିଟି ସେକ୍ଟରରେ ନୀତି ଏବଂ ପଦକ୍ଷେପ ପ୍ରଦର୍ଶନ କରିବାକୁ ରାଜ୍ୟ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ।
ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଲକ୍ଷ୍ୟ ସମଗ୍ର ମୋବିଲିଟି ମୂଲ୍ୟ ଶୃଙ୍ଖଳାକୁ ଏକତ୍ର କରିବା ରହିଛି । ଚଳିତ ବର୍ଷର ପ୍ରଦର୍ଶନୀରେ ପ୍ରଦର୍ଶକ ଏବଂ ପରିଦର୍ଶକ ଭାବରେ ସମଗ୍ର ବିଶ୍ୱରୁ ଅଂଶଗ୍ରହଣ ସହିତ ବିଶ୍ୱ ମହତ୍ତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହା ଏକ ଶିଳ୍ପ–ନେତୃତ୍ୱାଧିନ ତଥା ସରକାରୀ ସମର୍ଥିତ ପଦକ୍ଷେପ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ତଥା ସହଭାଗୀ ସଂଗଠନର ମିଳିତ ସହଯୋଗରେ ଭାରତୀୟ ଇଞ୍ଜିନିୟରିଂ ରପ୍ତାନି ପ୍ର୍ରୋତ୍ସାହନ ପରିଷଦ ଦ୍ୱାରା ସମନ୍ୱିତ ହେଉଛି ।
SR