ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଜାନୁଆରୀ ସକାଳ ପ୍ରାୟ ୧୦:୩୦ ସମୟରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ରେ ଭାରତ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ଆମ ଦେଶକୁ ‘ପାଣିପାଗ-ପ୍ରସ୍ତୁତ ଏବ ଜଳବାୟୁ-ସ୍ମାର୍ଟ’ ରାଷ୍ଟ୍ର କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ‘ମିଶନ ମୌସମ’ର ଶୁଭାରମ୍ଭ କରିବେ । ଏହି ମିଶନର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ ପାଣିପାଗ ନୀରିକ୍ଷଣ ପ୍ରଯୁକ୍ତିବିଦ୍ୟା ଏବଂ ସିଷ୍ଟମ ବିକାଶ, ହାଇ-ରିଜୋଲ୍ୟୁସନ୍ ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ, ପରବର୍ତ୍ତୀ ପୀଢ଼ିର ରାଡାର ଏବଂ ଉପଗ୍ରହ ତଥା ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟର ପ୍ରୟୋଗ କରି ଉଚ୍ଚସ୍ତରୀୟ କ୍ଷମତା ହାସଲ କରିବା । ଏହା ପାଣିପାଗ ଏବଂ ଜଳବାୟୁ ପ୍ରକ୍ରିୟାର ବୁଝାମଣାରେ ଉନ୍ନତି ଆଣିବା ଉପରେ ମଧ୍ୟ ଧ୍ୟାନ ଦେବ, ବାୟୁ ଗୁଣବତ୍ତା ତଥ୍ୟ ପ୍ରଦାନ କରିବ ଯାହା ଭବିଷ୍ୟତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିପାଗ ପରିଚାଳନା ରଣନୀତି କରିବାରେ ସାହାଯ୍ୟ କରିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପାଣିପାଗ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପାଇଁ ଆଇଏମ୍ଡି ଭିଜନ୍-୨୦୪୭ ଦସ୍ତାବିଜ ମଧ୍ୟ ଜାରି କରିବେ । ଏଥିରେ ପାଣିପାଗ ପୂର୍ବାନୁମାନ, ପାଣିପାଗ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସର ଯୋଜନା ଅନ୍ତର୍ଭୁକ୍ତ ରହିଛି ।
ଆଇଏମ୍ଡିର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ, ଗତ ୧୫୦ ବର୍ଷ ମଧ୍ୟରେ ଆଇଏମ୍ଡିର ସଫଳତା, ଭାରତକୁ ଜଳବାୟୁ ଉପଯୋଗୀ କରିବା ପାଇଁ ଏହାର ଭୂମିକା ତଥା ବିଭିନ୍ନ ପାଣିପାଗ ଓ ଜଳବାୟୁ ସେବା ପ୍ରଦାନ କରିବାରେ ସରକାରୀ ଅନୁଷ୍ଠାନଗୁଡିକର ଭୂମିକାକୁ ପ୍ରଦର୍ଶନ କରିବାକୁ କେତେକ କାର୍ଯ୍ୟକ୍ରମ, କାର୍ଯ୍ୟକଳାପ ଏବଂ କର୍ମଶାଳା ସିରିଜ୍ ଆୟୋଜନ କରାଯାଇଛି ।
SR