Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୧୧ ଡିସେମ୍ବର ୨୦୨୪ରେ ତାମିଲ କବି ତଥା ସ୍ୱାଧିନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ସଂକଳନ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର, ଦିନ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକର ସଂକଳନ ଉନ୍ମୋଚନ କରିବେ ।

ସୁବ୍ରମଣିଆ ଭାରତୀଙ୍କ ଲୋଖା ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିଥିଲା, ଭାରତୀୟ ସଂସ୍କୃତି ତଥା ଦେଶର ଆଧ୍ୟାତ୍ମିକ ଐତିହ୍ୟର ମହତ୍ୱକୁ ଏକ ଭାଷା ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ, ଯାହାଦ୍ୱାରା ଲୋକମାନେ ଏକତା ସୁତ୍ରରେ ବାନ୍ଧି ହୋଇପାରିବେ । ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକର ୨୩ ଖଣ୍ଡ ସେଟ୍ ସଂଗ୍ରହ ସିନି ବିଶ୍ୱନାଥନଙ୍କ ଦ୍ୱାରା ସଂକଳିତ ଏବଂ ସମ୍ପାଦିତ କରାଯାଇଛି ଓ ଆଲିଆନ୍ସ ପ୍ରକାଶକମାନଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଏଥିରେ ସୁବ୍ରମଣିଆ ଭାରତୀଙ୍କ ଲେଖାଗୁଡିକର ସଂସ୍କରଣ, ବ୍ୟାଖ୍ୟା, ଦସ୍ତାବିଜ, ପୃଷ୍ଠଭୂମି ସୂଚନା ଏବଂ ଦାର୍ଶନିକ ଉପସ୍ଥାପନା ରହିଛି ।

 

SR