ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର, ଦିନ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣିଆ ଭାରତୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକର ସଂକଳନ ଉନ୍ମୋଚନ କରିବେ ।
ସୁବ୍ରମଣିଆ ଭାରତୀଙ୍କ ଲୋଖା ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିଥିଲା, ଭାରତୀୟ ସଂସ୍କୃତି ତଥା ଦେଶର ଆଧ୍ୟାତ୍ମିକ ଐତିହ୍ୟର ମହତ୍ୱକୁ ଏକ ଭାଷା ଜରିଆରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ, ଯାହାଦ୍ୱାରା ଲୋକମାନେ ଏକତା ସୁତ୍ରରେ ବାନ୍ଧି ହୋଇପାରିବେ । ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକର ୨୩ ଖଣ୍ଡ ସେଟ୍ ସଂଗ୍ରହ ସିନି ବିଶ୍ୱନାଥନଙ୍କ ଦ୍ୱାରା ସଂକଳିତ ଏବଂ ସମ୍ପାଦିତ କରାଯାଇଛି ଓ ଆଲିଆନ୍ସ ପ୍ରକାଶକମାନଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଏଥିରେ ସୁବ୍ରମଣିଆ ଭାରତୀଙ୍କ ଲେଖାଗୁଡିକର ସଂସ୍କରଣ, ବ୍ୟାଖ୍ୟା, ଦସ୍ତାବିଜ, ପୃଷ୍ଠଭୂମି ସୂଚନା ଏବଂ ଦାର୍ଶନିକ ଉପସ୍ଥାପନା ରହିଛି ।
SR