Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁରୋପୀୟ ପୁନଃନିର୍ମାଣ ଓ ବିକାଶ ବ୍ୟାଙ୍କରେ ଭାରତର ସଦସ୍ୟତା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁରୋପୀୟ ପୁନଃନିର୍ମାଣ ଏବଂ ବିକାଶ ବ୍ୟାଙ୍କ (ଇବିଆରଡି)ରେ ଭାରତର ସଦସ୍ୟତା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଇବିଆରଡିର ସଦସ୍ୟତା ଲାଗି ଆର୍ଥିକ ବ୍ୟାପାର ବିଭାଗ, ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯିବ ।

ପ୍ରଭାବ :

  • ଇବିଆରଡିର ସଦସ୍ୟତାରୁ ଭାରତର ଅନ୍ତର୍ଜାତୀୟ ପରିଚୟ ଆହୁରି ଅଧିକ ଉଜ୍ଜ୍ୱଳ ହେବ ତଥା ଏହାର ଆର୍ଥିକ ସ୍ୱାର୍ଥକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହାଛଡା ଇବିଆରଡି ସଦସ୍ୟ ଦେଶଗୁଡ଼ିକ ସହିତ ଆର୍ଥିକ ସମ୍ବନ୍ଧ ତଥା କ୍ଷେତ୍ରୀୟ ଜ୍ଞାନ ହାସଲ ଦିଗରେ ଭାରତର ପହଁଚ, ନିବେଶ ଏବଂ ସୁଯୋଗ ବୃଦ୍ଧି ପାଇବ ।
  • ଭାରତର ନିବେଶ ସୁଯୋଗରେ ବୃଦ୍ଧି ଘଟିବ
  • ଏହି ସଦସ୍ୟତା ଦ୍ୱାରା ବିନିର୍ମାଣ, ସେବା, ସୂଚନା ପ୍ରଯୁକ୍ତି ଏବଂ ଶକ୍ତି କ୍ଷେତ୍ରରେ ସହ-ଅର୍ଥଲଗାଣ ସୁଯୋଗ ଜରିଆରେ ଭାରତ ଏବଂ ଇବିଆରଡି ମଧ୍ୟରେ ସହଯୋଗର ସୁଯୋଗ ବୃଦ୍ଧି ପାଇବ ।
  • ଇବିଆରଡିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ନିଜ ପରିଚାଳନା କ୍ଷେତ୍ରର ଦେଶରେ ଘରୋଇ କ୍ଷେତ୍ରର ବିକାଶ ସାମିଲ ରହିଛି । ଏହି ସଦସ୍ୟତା ଦ୍ୱାରା ଭାରତକୁ ଘରୋଇ କ୍ଷେତ୍ରର ବିକାଶକୁ ଲାଭାନ୍ୱିତ କରିବା ଲାଗି ବ୍ୟାଙ୍କର ବୈଷୟିକ ସହାୟତା ତଥା କ୍ଷେତ୍ରୀୟ ଜ୍ଞାନରୁ ସହାୟତା ମିଳିପାରିବ ।
  • ଏହାଦ୍ୱାରା ଦେଶରେ ନିବେଶ ପରିବେଶ ସୃଷ୍ଟିରେ ଯୋଗଦାନ ମିଳିପାରିବ ।

 

  • ଇବିଆରଡିର ସଦସ୍ୟତା ଦ୍ୱାରା ଭାରତୀୟ ଫାର୍ମଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତା ଶକ୍ତି ବୃଦ୍ଧି ପାଇବ ଏବଂ ବ୍ୟବସାୟ ସୁଯୋଗ, କ୍ରୟ କାର୍ଯ୍ୟକଳାପ, ପରାମର୍ଶ କାର୍ଯ୍ୟ ଆଦିରେ ଅନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ ଏହାର ପହଁଚ ବଢ଼ିବ ।
  • ଏହାଦ୍ୱାରା ଗୋଟିଏ ପଟେ ଭାରତୀୟ ପେଶାଦାରଙ୍କ ପାଇଁ ନୂଆ କ୍ଷେତ୍ର ଉନ୍ମୁକ୍ତ ହେବ ଏବଂ ଅନ୍ୟ ପଟେ ଭାରତୀୟ ରପ୍ତାନୀକାରୀଙ୍କୁ ମଧ୍ୟ ଲାଭ ମିଳିବ ।
  • ବୃଦ୍ଧି ପାଇଥିବା ଆର୍ଥିକ ଗତିବିଧି ଦ୍ୱାରା ରୋଜଗାର ସୃଷ୍ଟି କ୍ଷମତା ବିସ୍ତାର ଲାଭ କରିବ ।
  • ଏହାଦ୍ୱାରା ଭାରତୀୟ ନାଗରିକ ମଧ୍ୟ ଏହି ବ୍ୟାଙ୍କରେ ରୋଜଗାର ସୁଯୋଗ ପ୍ରାପ୍ତ କରିପାରିବେ ।

ଆର୍ଥିକ ବ୍ୟୟ :

ଇବିଆରଡିର ସଦସ୍ୟତା ନିମନ୍ତେ ସର୍ବନିମ୍ନ ପ୍ରାରମ୍ଭିକ ନିବେଶ ପାଖାପାଖି 1 ନିୟୂତ ୟୁରୋ ଅଟେ । ତଥାପି, ଭାରତ ସଦସ୍ୟତା ପ୍ରାପ୍ତ କରିବା ଲାଗି ଆଶା କରୁଥିବା ସର୍ବନିମ୍ନ ଶେୟାର ସଂଖ୍ୟା (100) କ୍ରୟ କରିବା ଲାଗି ନିଷ୍ପତ୍ତି ନେବାର ଅନୁମାନ ଉପରେ ଏହା ଆଧାରିତ । ଯଦି ଭାରତ ଅଧିକ ସଂଖ୍ୟାରେ ବ୍ୟାଙ୍କ ଶେୟାର କିଣୁଛି ତା’ହେଲେ ଆର୍ଥିକ ବ୍ୟୟର ପରିମାଣ ଏହାଠାରୁ ଅଧିକ ହୋଇପାରେ । ଏହି ସ୍ତରରେ ବ୍ୟାଙ୍କର ସଦସ୍ୟତା ନିମନ୍ତେ କ୍ୟାବିନେଟଙ୍କଠାରୁ ନୀତିଗତ ଅନୁମୋଦନ ନିଆଯାଉଛି  ।

 

*********