Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁପିଏସସି ଓ ଭୂଟାନର ରୟାଲ ପ୍ରଶାସନିକ ସେବା କମିଶନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ୍ ଅନୁମୋଦନ


ସଂଘ ଲୋକସେବା ଆୟୋଗ(UPSC) ଓ ଭୂଟାନର ରୟାଲ ସିଭିଲ ସର୍ଭିସ କମିଶନ(RCSC) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମ୍ଓୟୁ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । UPSC ଓ RCSC ମଧ୍ୟରେ ଥିବା ସମ୍ପର୍କକୁ ଏହି ଏମ୍ଓୟୁ ଅଧିକ ସୁଦଢ଼ କରିବ । ନିଯୁକ୍ତି କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ଅନୁଭବ ଓ ବିଶେଷ ଜ୍ଞାନର ଆଦାନପ୍ରଦାନକୁ ଏହା ପ୍ରୋତ୍ସାହିତ କରିବ । ଦୁଇ ଦେଶ ମଧ୍ୟରେ ସମାନ ଚିନ୍ତାଧାରା ଥିବା ସଂସ୍ଥାଗତ ସମ୍ବନ୍ଧ ବିକଶିତ କରିବା ପାଇଁ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଐତିହାସିକ ରେକର୍ଡର ଡିଜିଟାଲକରଣ, ସଂରକ୍ଷଣ ଓ ପ୍ରଦର୍ଶନ ପାଇଁ ଏହି ଏମ୍ଓୟୁରେ ପ୍ରାବଧାନ ରହିଛି । ପରୀକ୍ଷା ପ୍ରକ୍ରିୟାରେ ଆଇଟିର ଉପଯୋଗ, କମ୍ପ୍ୟୁଟର ଆଧାରିତ ନିଯୁକ୍ତି ଓ ପରୀକ୍ଷା, ମେଧା (ମେରିଟ୍) ଆଧାରିତ କର୍ମଚାରୀ ବ୍ୟବସ୍ଥା ଆଦି ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ନିଯୁକ୍ତି ଓ ଚୟନ, ପେଷାଦାରଙ୍କ ପ୍ରଶିକ୍ଷଣ ଆଦି କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ଅଭିଜ୍ଞତା ଆଦାନପ୍ରଦାନ ପାଇଁ ସହମତି ହୋଇଛି । ସୂଚନାଯୋଗ୍ୟ ଯେ UPSC ପୂର୍ବରୁ କାନାଡ଼ାର ଲୋକ ସେବା ଆୟୋଗ ଓ ଭୂଟାନର ସହ ଏମ୍ଓୟୁ ସ୍ୱାକ୍ଷର କରିଛି ।