Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁଏଇର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ


ଭାରତକୁ ଏକ ଔପଚାରିକ ଗସ୍ତରେ ଆସିଥିବା ଯୁକ୍ତରାଷ୍ଟ୍ର ଆରବ ଏମିରେଟ୍ସର ବୈଦେଶିକ ମନ୍ତ୍ରୀ ମହାମାନ୍ୟ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହୟାନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ମୋଦୀଙ୍କୁ ଭେଟିଛନ୍ତି ।

ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ୟୁଏଇ ରାଷ୍ଟ୍ରପତି ଓ ଯୁବରାଜଙ୍କ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ପୂର୍ବ ୟୁଏଇ ଗସ୍ତ ସମୟରେ ତାଙ୍କୁ ପ୍ରଦାନ କରାଯାଇଥିବା ହୃଦୟଭରା ଆତିଥ୍ୟ ସମ୍ବନ୍ଧରେ ସ୍ମରଣ କରି ରାଷ୍ଟ୍ରପତି ଓ ଯୁବରାଜଙ୍କ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ସର୍ବାଙ୍ଗୀନ ସଫଳତା ପାଇଁ ତାଙ୍କ ଶୁଭେଚ୍ଛା ଜଣେଇ ଦେବା ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଗତ ପାଞ୍ଚ ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ମଧ୍ୟ ସେ ଆନନ୍ଦ ପ୍ରକାଶ କରିଥିଲେ ।

ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଆଗରୁ କେବେ ହେଲେ ମଧ୍ୟ ଭାରତ-ୟୁଏଇ ସମ୍ପର୍କ ଏତେ ଉନ୍ନତ ନଥିଲା । ଉଭୟ ଦେଶର ଜନସାଧାରଣଙ୍କ ପାରସ୍ପରିକ ଲାଭ ଏବଂ ଏହି ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥାୟୀତ୍ୱ ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ନେଇ ୟୁଏଇର ଅନ୍ତର୍ଦ୍ଦୁଷ୍ଟି ଉପରେ ସେ ମଧ୍ୟ ଆଲୋକପାତ କରିଥିଲେ ।

ବାଣିଜ୍ୟ, ଅର୍ଥନୀତି, ଶକ୍ତି, ପର୍ଯ୍ୟଟନ ଏବଂ ଜନ-ଜନ ସମ୍ପର୍କ ଆଦି ସହିତ ସମସ୍ତ ସହଯୋଗିତା କ୍ଷେତ୍ରରେ ଏହି ସମ୍ପର୍କକୁ ଏକ ଉଚ୍ଚସ୍ତରକୁ ନେଇଯିବା ପାଇଁ ୟୁଏଇ ନେତୃବୃନ୍ଦଙ୍କ ସହ ମିଶି କାମ କରିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଦୃଢ଼ ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ ।

*******