Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଗୁଏନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟବୈଠକରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଗୁଏନା ଗଣତନ୍ତ୍ରର ପ୍ରାକୃତିକସମ୍ପଦ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍ଅନୁମୋଦନ କରିଛନ୍ତି ।

ବୁଝାମଣାପତ୍ରର ବିବରଣୀ :

ପ୍ରସ୍ତାବିତ ବୁଝାମଣାପତ୍ରରେ ଗୁଏନାରୁ ଅଶୋଧିତ ତୈଳ ଉତ୍ପାଦନ, ଗୁଏନାରଅନୁସନ୍ଧାନ ଓ ଉତ୍ପାଦନ (ଇ ଆଣ୍ଡ ପି) କ୍ଷେତ୍ରରେ ଭାରତୀୟ କମ୍ପାନୀର ଅଂଶଗ୍ରହଣ, ଅଶୋଧିତ ତୈଳ ବିଶୋଧନ କ୍ଷେତ୍ରରେ ସହଯୋଗ, ଦକ୍ଷତା ବୃଦ୍ଧି, ଦ୍ୱିପାକ୍ଷିକବାଣିଜ୍ୟକୁ ସୁଦୃଢ଼ କରିବା, ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ସହଯୋଗ, ଗୁଏନାରେ ତୈଳଓ ଗ୍ୟାସ କ୍ଷେତ୍ରରେ ନିୟାମକ ନୀତି ଢାଞ୍ଚା ବିକଶିତ କରିବା, ଜୈବ ଇନ୍ଧନ ସମେତସ୍ୱଚ୍ଛ ଶକ୍ତି ଏବଂ ସୌର ଶକ୍ତି ସମେତ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ସମେତହାଇଡ୍ରୋକାର୍ବନ କ୍ଷେତ୍ରର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ଅନ୍ତର୍ଭୁକ୍ତ । ।

ପ୍ରଭାବ :

ଗୁଏନା ସହିତ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର ଦ୍ୱିପାକ୍ଷିକବାଣିଜ୍ୟକୁ ସୁଦୃଢ଼ କରିବ, ପରସ୍ପର ଦେଶରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବଏବଂ ଅଶୋଧିତ ତୈଳର ଉତ୍ସରେ ବିବିଧତା ଆଣିବାରେ ସହାୟକ ହେବ, ଯାହାଦେଶର ଶକ୍ତି ଏବଂ ଯୋଗାଣ ନିରାପତ୍ତାକୁ ବୃଦ୍ଧି କରିବ । ଏହା ଦ୍ୱାରା ଭାରତୀୟକଂପାନିକୁ ଗୁଏନାର ଇ ଆଣ୍ଡ ପି କ୍ଷେତ୍ରରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବଏବଂ ଉଚ୍ଚମାନର ପ୍ରକଳ୍ପରେ ବୈଶ୍ୱିକ ତୈଳ ଓ ଗ୍ୟାସ କମ୍ପାନୀମାନଙ୍କ ସହ କାମ କରିଅଭିଜ୍ଞତା ହାସଲ ହେବ ଏବଂ ଏହା ଦ୍ୱାରା “ଆତ୍ମନିର୍ଭର ଭାରତ” ର ସ୍ୱପ୍ନକୁପ୍ରୋତ୍ସାହିତ କରାଯିବ ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :

ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦିନ ଠାରୁ କାର୍ଯ୍ୟକାରୀ ହେବ ଏବଂ ପାଞ୍ଚ ବର୍ଷପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପରେ ସ୍ୱତଃସ୍ଫୁର୍ତ୍ତ ଭାବରେ ନବୀକରଣକରାଯିବ , ଯେ ପର୍ଯ୍ୟନ୍ତ କୌଣସି ପକ୍ଷ ଏହି ବୁଝାମଣାକୁ ଉଚ୍ଛେଦ କରିବାକୁ ଏହାରଉଦ୍ଦେଶ୍ୟର ତିନି ମାସ ପୂର୍ବରୁ ଅନ୍ୟ ପକ୍ଷକୁ ଲିଖିତ ବିଜ୍ଞପ୍ତି ନ ଦିଅନ୍ତି ।

ପୃଷ୍ଠଭୂମି 

ନିକଟ ଅତୀତରେ ଗୁଏନା ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱର ସବୁଠାରୁ ନୂଆ ତୈଳଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ୧୧.୨ ବିଲିୟନ ବ୍ୟାରେଲ ତୈଳରନୂତନ ଆବିଷ୍କାର ବିଶ୍ୱର ମୋଟ ତୈଳ ଓ ଗ୍ୟାସ ଆବିଷ୍କାରର ୧୮% ଏବଂ ଆବିଷ୍କୃତତୈଳର ୩୨% ଅଟେ । ଓପେକ୍ ୱାର୍ଲ୍ଡ ଅଏଲ ଆଉଟଲୁକ୍ ୨୦୨୨ ଅନୁଯାୟୀ, ଗୁଏନାରେ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ଆକଳନକରାଯାଇଛି, ଯେଉଁଥିରେ ତରଳ  ଯୋଗାଣ ୨୦୨୧ରେ ୦.୧ ଏମବି / ଡି (ଦିନପିଛା ମିଲିୟନ୍ ହିସାବରେ) ରୁ ୨୦୨୭ରେ ୦.୯ ଏମବି / ଡିକୁ ବୃଦ୍ଧି ପାଇବ ।

ଏହା ବ୍ୟତୀତ ବିପି ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ୍ ୱାର୍ଲ୍ଡ ଏନର୍ଜି ୨୦୨୨ ଅନୁଯାୟୀ, ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା, ତୈଳର ତୃତୀୟ ବୃହତ୍ତମଉପଭୋକ୍ତା ଏବଂ ଚତୁର୍ଥ ବୃହତ୍ତମ ବିଶୋଧନାଗାର ଏବଂ ଶକ୍ତି ଆବଶ୍ୟକତା ବୃଦ୍ଧିସହିତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି । ବିପି ଏନର୍ଜି ଆଉଟଲୁକ୍ ଏବଂଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ଆକଳନ କରିଛନ୍ତି ଯେ ୨୦୪୦ ପର୍ଯ୍ୟନ୍ତ ଭାରତରଶକ୍ତି ଚାହିଦା ବାର୍ଷିକ ବିଶ୍ୱସ୍ତରୀୟ ହାର ୧% ତୁଳନାରେ ପ୍ରାୟ ୩% ହାରରେ ବୃଦ୍ଧିପାଇବ । ଏହା ବ୍ୟତୀତ ୨୦୨୦ ରୁ ୨୦୪୦ ମଧ୍ୟରେ ବିଶ୍ୱର ଶକ୍ତି ଚାହିଦାଅଭିବୃଦ୍ଧିରେ ଭାରତର ଭାଗ ପ୍ରାୟ ୨୫ – ୨୮ ପ୍ରତିଶତ ରହିବ ।

ଦେଶର ଶକ୍ତି ନିରାପତ୍ତା ଆଧାରରେ ନାଗରିକ ମାନଙ୍କୁ ଶକ୍ତି ଉପଲବ୍ଧତା, ଯୋଗାଣ, ସୁଲଭତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ଉଭୟ ଅଶୋଧିତ ତୈଳ ଉତ୍ସରବିବିଧତା ଏବଂ ଗୁଣାତ୍ମକ ବିଦେଶୀ ସମ୍ପତ୍ତି ହାସଲ ମାଧ୍ୟମରେ ହାଇଡ୍ରୋକାର୍ବନକ୍ଷେତ୍ରରେ ନୂତନ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଛି । ଏହାଗୋଟିଏ ଭୌଗୋଳିକ / ଅର୍ଥନୈତିକ ୟୁନିଟ୍ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାସହ ଭାରତର ରଣନୈତିକ କୌଶଳକୁ ବୃଦ୍ଧି କରିବ ।

ଗୁଏନାର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁନୂତନ ଗତି ଏବଂ ସହଯୋଗର ସମ୍ଭାବ୍ୟ କ୍ଷେତ୍ର ସଂଖ୍ୟାକୁ ଦୃଷ୍ଟିରେ ରଖିହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ପାଇଁ ଗୁଏନା ସହିତ ବୁଝାମଣାପତ୍ର ସ୍ୱାକ୍ଷରକରିବାକୁ ପ୍ରସ୍ତାବ ଦିଆଯାଇଛି ।

*******

SSP