Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହଷ୍ଟନଠାରେ ସେପ୍ଟେମ୍ବର 22ରେ ଭାରତୀୟ ସମ୍ପ୍ରଦାୟଙ୍କ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ


ହଷ୍ଟନଠାରେ ସେପ୍ଟେମ୍ବର 22ରେ ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ‘ହାଓଡି ମୋଦୀ’ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଯୋଗଦେବା ଖବରକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ଭାରତ ଓ ଆମେରିକା ମଧ୍ୟରେ ବିଶେଷ ବନ୍ଧୁତ୍ୱକୁ ସୂଚାଉଛି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଂଶଗ୍ରହଣକୁ ଏକ ବିଶେଷ ସଂକେତ ଭାବେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଦୃଢ଼ତା ଓ ଆମେରିକା ସମାଜ ଏବଂ ଅର୍ଥନୀତିରେ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ସୂଚାଉଛି ।

ଆଜି ଏହି କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ନେଇ ହ୍ୱାଇଟ ହାଉସ ଏକ ପ୍ରେସ ବିବରଣୀ ଜାରି କରିଥିଲା । କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ପ୍ରକାଶ କରି ପ୍ରେସ ବିବରଣୀରେ ଉଲ୍ଲେଖ ରହିଥିଲା ଯେ, “ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତର ଜନସାଧାରଣଙ୍କ ମଧ୍ୟରେ ଦୃଢ଼ ସମ୍ପର୍କକୁ ଗୁରୁତ୍ୱାରୋପ କରିବା, ବିଶ୍ୱର ସବୁଠାରୁ ପୁରୁଣା ଓ ସବୁଠାରୁ ବଡ ଗଣତନ୍ତ୍ର ମଧ୍ୟରେ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ଏବଂ ଶକ୍ତି ଓ ବାଣିଜ୍ୟିକ ସମ୍ପର୍କକୁ ଗଭୀର କରିବା ନେଇ ବିଭିନ୍ନ ଉପାୟ ସମ୍ବନ୍ଧରେ ଆଲୋଚନା କରିବା ନେଇ ଏହା ଏକ ଉତ୍ତମ ସୁଯୋଗ ହେବ ।”

‘ହାଉଡି ମୋଦୀ-ସେୟାର ଡ୍ରିମ୍ସ, ବ୍ରାଇଟ ଫ୍ୟୁଚର’ ହେଉଛି ଟେକ୍ସାସ ଭାରତୀୟ ମଞ୍ଚ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆମେରିକାର ଟେକ୍ସାସଠାରେ ହଷ୍ଟନର ଏନଆରଜି ଷ୍ଟାଡିୟମରେ ସେପ୍ଟେମ୍ବର 22 ରବିବାର ଦିନ ଆୟୋଜିତ ହେବାକୁ ଥିବା ଏକ ସମ୍ମିଳନୀ । ପଚାଶ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଭାଗନେବା ନେଇ ଆଶା କରାଯାଉଛି ।

*******