Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହରିୟାଣା ସ୍ୱର୍ଣ୍ଣ ଜୟନ୍ତୀର ଉଦ୍ଘାଟନ, ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ହରିୟାଣା ସ୍ୱର୍ଣ୍ଣ ଜୟନ୍ତୀର ଉଦ୍ଘାଟନ,
 ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ହରିୟାଣା ସ୍ୱର୍ଣ୍ଣ ଜୟନ୍ତୀର ଉଦ୍ଘାଟନ,
 ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଆଜି ହରିୟାଣା ନିଜର ସ୍ୱର୍ଣ୍ଣ ଜୟନ୍ତୀର ଶୁଭାରମ୍ଭ କରୁଛି । ଏଭଳି ମହତ୍ୱପୂର୍ଣ୍ଣ ଅବସରରେ ସମସ୍ତ ହରିୟାଣାବାସୀଙ୍କୁ ମୋର ବହୁତ ବହୁତ ଶୁଭକାମନା । ଯେମିତି ମୁଖ୍ୟମନ୍ତ୍ରୀଜୀ କହିଲେ ସ୍ୱର୍ଣ୍ଣ ଜୟନ୍ତୀର ଅବସର ନା କୌଣସି ଦଳର, ନା ହେଉଛି କୌଣସି ସରକାରଙ୍କର, ଏହି ଅବସର ହେଉଛି ପ୍ରତ୍ୟେକ ହରିୟାଣା ଲୋକଙ୍କର ।

ବ୍ୟକ୍ତିର ଜୀବନରେ ମଧ୍ୟ ବାର୍ଷିକ ଉତ୍ସବ ପାଳିବା, କିଛି ବିଶେଷ ଅବସର ପାଳନ କରିବା, ବ୍ୟକ୍ତିଙ୍କୁ ନୂଆ ସଂକଳ୍ପ ନେବା ପାଇଁ ପ୍ରେରଣା ଦେଇଥାଏ । ସେହିପରି ସମାଜକୁ ଏବଂ ରାଜ୍ୟକୁ ଏହି ପ୍ରକାରର ଅବସର କିଛି ନୂଆ କରିବା ପାଇଁ ସଂକଳ୍ପ କରିବାର ପ୍ରେରଣା ଦେଇଥାଏ ।

ଏହି ସ୍ୱର୍ଣ୍ଣିମ ଜୟନ୍ତୀର ସମୟଚକ୍ରରେ ମୁଁ ସବୁ ହରିୟାଣାବାସୀଙ୍କ ନିକଟରେ ପ୍ରାର୍ଥନା କରୁଛି କି ୧୯୬୬ରେ ହରିୟାଣା ଗଠନ ପାଇଁ ଯେଉଁ କଥା କୁହାଯାଇଥିଲା, ଯେଉଁ ଆନ୍ଦୋଳନ ହୋଇଥିଲା, ଯେଉଁ ଚିନ୍ତାଧାରା ପ୍ରସ୍ତୁତ କରାଯାଇଥିଲା, ସେହି ସମୟର ସମ୍ବାଦପତ୍ର, ସେହି ସମୟର ଜଣାଶୁଣା ଘଟଣାକ୍ରମ ହେଉ, ପୁଣି ଥରେ ସେହି ସବୁ କଥାକୁ ନେଇ ପ୍ରତ୍ୟେକ ହରିୟାଣାବାସୀଙ୍କୁ ଚିନ୍ତା କରିବା ଦରକାର କି କେଉଁ ଉଦ୍ଦେଶ୍ୟରେ ଚାଲିଥିଲେ, କେଉଁ ରାସ୍ତାରେ ଚାଲିଥିଲେ, କେଉଁ ଲକ୍ଷ୍ୟ ହାସଲ କରିବା ପାଇଁ ବାହାରିଥିଲେ, କେଉଁଠି ପହଞ୍ଚିଛନ୍ତି, ଏବେ ଆଉ କେତେବାଟ ଚାଲିବାକୁ ପଡିବ, ଶୀଘ୍ର ଶୀଘ୍ର ପହଞ୍ଚିବାକୁ ହେଲେ କ’ଣ କରିପାରିବା ଏହି ସବୁ ବିଷୟରେ ହିସାବ କିତାବ କରିବାର ଇଏ ହେଉଛି ପ୍ରକୃତ ସମୟ ।

ବିଗତ ୫୦ ବର୍ଷର ଗୌରବ ଗାଥା, ବିଗତ ୫୦ ବର୍ଷରେ ପ୍ରତ୍ୟେକଙ୍କର ପୁରୁଷାର୍ଥ ପରିଶ୍ରମ, ସଂକଳ୍ପ, ସେମାନେ ହରିୟାଣାକୁ ଆଜି ଏଠାରେ ପହଞ୍ଚାଇଛନ୍ତି । କିନ୍ତୁ ଆଜିଠାରୁ ୧୦ ବର୍ଷ ପୂର୍ବେ ଯେଉଁ ବେଗରେ ଚାଲୁଥିଲେ, ଚାଲିବାର ଥିଲା । ଗାଁରେ ଖଟ ଉପରେ ବସି, ହାଲ୍କା ଫୁଲ୍କା ହସକଥା ମଧ୍ୟରେ, ହରିୟାଣାର ଲୋକ ବଡ ସଠିକ୍ କଥା କହିବାର ସାମର୍ଥ୍ୟ ରଖୁଛନ୍ତି । ସେ ଭଲ ଭାବରେ ନିଜର ଗାଉଁଲି ଭାଷାରେ ବଡ ଗହନ କଥା କହିଦିଅନ୍ତି ।

ମୋର ସୌଭାଗ୍ୟ ଯେ, ଏହି ମାଟିରେ ଆପଣମାନଙ୍କ ସହିତ ବର୍ଷ ବର୍ଷ ଧରି କାମ କରିବାର, ଏବଂ ଏଥିପାଇଁ ମୁଁ ଭଲଭାବରେ ଏହି କଥାଗୁଡିକ ସହିତ ପରିଚିତ । ଯଦିଓ ହରିୟାଣା ଏକ ଛୋଟ ପ୍ରଦେଶ ଅଟେ, ଜୀବନର କୌଣସି ଏପରି କ୍ଷେତ୍ର ନାହଁ ଯେଉଁଥିରେ ହରିୟାଣା ଲୋକଙ୍କ ସ୍ୱେହର ବାସ୍ନା ନ ଥିବ । ଏମିତି ତ ଲାଗେ ଯେ ଅଧିକାଂଶ ହରିୟାଣାବାସୀ କୃଷି କାର୍ଯ୍ୟ କରନ୍ତି କିନ୍ତୁ ହରିୟାଣାର ଲୋକମାନେ ବ୍ୟବସାୟରେ ଯେଉଁଠି ପହଞ୍ଚିଛନ୍ତି ଏବଂ ହିନ୍ଦୁସ୍ଥାନର କେତେକ ରାଜ୍ୟରେ ସେମାନେ ଅଛନ୍ତି, ବ୍ୟବସାୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ।

ଲୋକଙ୍କୁ ଲାଗେ ଯେ ହରିୟାଣା ଲୋକମାନେ ଗାଁରେ କୃଷିକାର୍ଯ୍ୟ କରନ୍ତି, କିନ୍ତୁ ଏହି ଦେଶର ପ୍ରତି ଦଶଜଣ ଜବାନଙ୍କ ମଧ୍ୟରେ ସେନା ବାହିନୀରେ ଜଣେ ହରିୟାଣାର ହୋଇଥାଏ । କୌଣସି ଅଞ୍ଚଳ ଏଭଳି ନାହିଁ ଯେଉଁଠି ହରିୟାଣାର ଲୋକମାନେ ଦେଶ ପାଇଁ ବଳିଦାନର ସର୍ବୋକୃଷ୍ଟ ପରିଚୟ ଦେଇ ନାହାନ୍ତି । ଏବଂ ହରିୟାଣାର ଏହା ମଧ୍ୟ ବିଶେଷତ୍ୱ ଯେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀଙ୍କର ପ୍ରଭାବ ବହୁତ ଗଭୀର । ଆପଣଙ୍କୁ ଶହ ଶହ ଏମିତି ପରିବାର ମିଳିବେ ଯେଉଁଠାରେ ଆଜି ମଧ୍ୟ ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀଙ୍କୁ ସ୍ମରଣ କଲା ମାତ୍ରେ ତାଙ୍କ ଆଖିରେ ସତେଜ ହୋଇଉଠେ । ଏବଂ ଏହି ମାଟି ହେଉଛି ଯାହା ଉପରେ ଅନେକ ମହାପୁରୁଷଙ୍କ ନାମର ଛବି ଆଙ୍କି ହୋଇଯାଇଛି ।

ଦୁନିଆରେ ହୁଏତ ବହୁତ ଯୁଦ୍ଧ ହୋଇଥିବ, କିନ୍ତୁ ହୁଏତ ଦୁନିଆରେ କୌଣସି ଏମତି ଯୁଦ୍ଧ ହୋଇଥିବ ଯେଉଁଠାରେ ଯୁଦ୍ଧଭୂମିରେ ଜୀବନ ମୃତ୍ୟୁର ଖେଳ ଚାଲିଥିବ, ସେହିଠାରେ ଜୀବନର ଆଦର୍ଶର ସର୍ବୋତ୍ତମ ଏବଂ ହଜାର ବର୍ଷ ପର୍ଯ୍ୟନ୍ତ ମାର୍ଗ ଦର୍ଶନ କରିବ ଏମିତି ଗୀତାର ରଚନା ଯୁଦ୍ଧଭୂମୀରେ ହୋଇଥିବ । ଏହା ଅମେଳକ ଘଟଣା, ନହେଲେ ଚିନ୍ତନ, ମନନ, ଶାନ୍ତ ଚିତ୍ତ ମନ ଭିତରେ ମଜ୍ଜିଗଲା ପରେ କଛି କଥା ବହାରି ଆସେ । କିନ୍ତୁ ଯୁଦ୍ଧଭୂମୀର ବିଶେଷତା ଦେଖନ୍ତୁ, ଯୁଦ୍ଧର ମୈଦାନରେ ମଧ୍ୟ ଜୀବନ ଆଦର୍ଶର ତତ୍ତ୍ୱ ଜ୍ଞାନ ପରିବେଷଣ କରାଯାଇ ପାରୁଛି, ଇଏ ହେଉଛି ଏମିତି ଏକ ମାଟି । କିନ୍ତୁ ଯାହାର ଯେତିକ ମହାନତା ଅଛି, ସେତିକି ମଧ୍ୟ ତା’ର ଦାୟିତ୍ୱବୋଧ ରହିଛି । ମତେ ସବୁ ବେଳେ ଗୋଟିଏ କଥାକୁ ନେଇ କଷ୍ଟ ଲାଗୁଥିଲା, କି ଏମିତି ଏକ ସଂସ୍କାରୀ ପ୍ରଦେଶ, ଏମିତି ସାମର୍ଥ୍ୟବାନ ପ୍ରଦେଶ, ସବୁ ସମୟରେ ନୂଆ କଥାକୁ ସ୍ୱୀକାର କରୁଥିବା ପ୍ରଦେଶ, କ’ଣ କାରଣ ଅଛି କି ଗର୍ଭରେ ହିଁ ଝିଅ ମାନଙ୍କୁ ମାରି ଦିଆ ଯାଉଛି ।

ମୁଁ ମନୋହର ଲାଲାଜୀଙ୍କୁ ଅଭିନନ୍ଦନ ଜଣାଉଛି, ମୁଁ ମଧ୍ୟ ହରିୟାଣା ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେତେବେଳେ ମୁଁ ବେଟି ବଚାଓ-ବେଟି ପଢାଓ ପାଇଁ ହରିୟାଣାର ଲୋକମାନଙ୍କୁ ଝିଅମାନଙ୍କର ଜୀବନ ରକ୍ଷା କରିବାର ଭିକ୍ଷା ମାଗିଥିଲି । ଏବଂ ଆଜି ମୁଁ ସନ୍ତୋଷର ସହ, ଏହା କହି ପାରୁଛି କି, ହରିୟାଣାର ଲୋକମାନେ ଏହି ଭାବନାର ଆଦର କରିଛନ୍ତି । ଆଜି ସାରା ଦେଶରେ ଲିଙ୍ଗଗତ ତାରତମ୍ୟ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦ୍ରୁତ ଗତିରେ ଯେଉଁମାନେ ସୁଧାର ଆଣୁଛନ୍ତି, ସେ ହେଉଛି ହରିୟାଣା ପ୍ରଦେଶ । ମୁଁ ସେହି ମା’ମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯେଉଁମାନେ ବୋହୂର ଗର୍ଭରେ ଯେଉଁ ଝିଅ ଥିଲା, ଶାଶୁ ହିସାବରେ; ମା’ ହିସାବରେ; ତାହାର ରକ୍ଷା କରିବାର ସଂକଳ୍ପ ନେଲେ । ମୁଁ ସେହି ବୟସ୍କମାନଙ୍କ ଆଦର କରୁଛି, ଯେଉଁମାନେ ହରିୟାଣାରେ ଏବେ ଝିଅମାନଙ୍କୁ ମରିବାକୁ ଦେବେ ନାହିଁ, ମାରିବାକୁ ଦେବେ ନାହିଁ, ଏହି ସଂକଳ୍ପକୁ ନେଇ ସ୍ଥିତି ସୁଧାରିବାର ନେତୃତ୍ୱ ନେଉଛନ୍ତି । ସମାଜର ପ୍ରତ୍ୟେକ ବର୍ଗକୁ ମୋ ତରଫରୁ ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ହରିୟାଣାର ସମସ୍ତ ବୟସ୍କମାନଙ୍କୁ, ବରିଷ୍ଠ ଲୋକମାନଙ୍କୁ, ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇବାକୁ ମୋ ପାଇଁ ଇଏ ସୁଯୋଗ ଆଣିଦେଇଛି । ଏବଂ ଇଏ ହରିୟାଣାର ଝିଅମାନେ ଯିଏ କେବଳ ହରିୟାଣା କାହିଁକି, ସାରା ହିନ୍ଦୁସ୍ଥାନର ମାନ ସମ୍ମାନର କାରଣ ହୋଇପାରିଛନ୍ତି । ଏହି ସ୍ୱର୍ଣ୍ଣ ଜୟନ୍ତୀରେ ପ୍ରତ୍ୟେକ ହରିୟାଣାବାସୀ ସଂକଳ୍ପ କରନ୍ତୁ କି ଝିଅଙ୍କୁ ବଞ୍ଚାଇବା ଘଟଣାରେ ଏବେ ହରିୟାଣାରେ କେହି କେବେ କ୍ଷମା ପାଇବେ ନାହିଁ, ନା ଝିଅଙ୍କୁ ମାରିବାକୁ ଦିଆଯିବ, ପ୍ରତ୍ୟେକ ହରିୟାଣା ଝିଅମାନଙ୍କୁ ଜନ୍ମ ଦେବାର ଅଧିକାରର ରକ୍ଷା କରିବେ । ଏହାଠାରୁ ବଡ ସ୍ୱର୍ଣ୍ଣ ଜୟନ୍ତୀର ଆଉ କିଛି ଅବସର ହୋଇ ନ ପାରେ ।

ମୁଁ ଆଜି ଶ୍ରୀମାନ ମନୋହର ଲାଲଜୀଙ୍କର ସରକାରଙ୍କୁ ଏହି କଥା ପାଇଁ ସାଧୁବାଦ ଜଣାଉଛି କି, ସେ ଆଜି କିଛି ଜିଲ୍ଲାକୁ ଖୋଲା ମଳ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଆପଣ କଳ୍ପନା କରନ୍ତୁ ଏକବିଂଶ ଶତାବ୍ଦିର ଦେଢ ଦଶକ ଚାଲି ଯାଇଛି, ଏବଂ ଆଜି ମଧ୍ୟ ଆମର ମାଆମାନଙ୍କୁ, ଭଉଣୀମାନଙ୍କୁ ଗାଁରେ ଖୋଲା ଜାଗାରେ ଶୌଚ ହେବାକୁ ଯିବାକୁ ପଡୁଛି, ଏହାଠାରୁ ବଡ଼ ଲଜ୍ଜ୍ୟାର କଥା ଆଉ କ’ଣ ହୋଇପାରେ । ଏବଂ ସେମାନେ ଲାଜସରମ ଭୟରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶୌଚ ହେବାକୁ ଯାଆନ୍ତି, କିମ୍ବା ସୂର୍ଯ୍ୟ ଅସ୍ତ ହେବାକୁ ଅପେକ୍ଷା କରିଥାନ୍ତି । ଯେତେ କଷ୍ଟ ହେଉ ପଛେ ସାରାଦିନ ଲାଜସରମ ଭୟରେ କେଉଁଠିକୁ ଯାଇ ପାରନ୍ତି ନାହିଁ, ଏହା ଠାରୁ ବଡ଼ ଯନ୍ତ୍ରଣା ଆଉ କ’ଣ ହୋଇପାରେ, ଏବଂ ଏଥିପାଇଁ ମୁଁ ହରିୟାଣାର ଲୋକଙ୍କ ଠାରୁ ଆଶା କରୁଛି କି, ମୁଁ ହରିୟାଣା ସରକାରଙ୍କୁ ଅଭିନନ୍ଦନ ଜଣାଇ କହୁଛି କି ଏବେ ଆମ ଗାଁରେ କେଉଁଠି ମଧ୍ୟ, କାହାକୁ ମଧ୍ୟ, ଖୋଲାରେ ବାଧ୍ୟ ହୋଇ ଶୌଚ ହେବାକୁ ନ ପଡୁ । ହୋଇପାରେ ଏହି ସମୟରେ ଏଇ ସ୍ୱର୍ଣ୍ଣ ଜୟନ୍ତୀରେ ପୁରା ହରିୟାଣା ରାଜ୍ୟକୁ ଖୋଲା ମଳ ମୁକ୍ତ ଜିଲ୍ଲା କରିଦେବା ଦରକାର, ଖୋଲା ମନରେ ଖୋଲାରେ ହେଇଥିବା ଏହି ଶୌଚ ବ୍ୟବସ୍ଥାକୁ ମୁକ୍ତ କରିଦେବା ଦରକାର, ଏବଂ ମୋର ବିଶ୍ୱାସ ଯେ ହରିୟାଣା ଏହା କରି ପାରିବ, ନିଶ୍ଚୟ କରି ପାରିବ ।

ଆଜି ହରିୟାଣା ପୁରା ଦେଶକୁ ଏକ ନୂଆ ଦିଗ ଦେଖାଇଛି । ମୁଁ ଏଥିପାଇଁ ମୁଖ୍ୟମନ୍ତ୍ରୀଜୀଙ୍କୁ ଏବଂ ତାଙ୍କର ପୁରା ଟିମକୁ ହୃଦୟର ସହ ଅଭିନନ୍ଦନ ଜଣାଉଛି । ସେ କେତେକ ଜିଲ୍ଲ୍ଳାକୁ କିରୋସିନ ମୁକ୍ତ କରିଛନ୍ତି, ଯେଉଁଥିରେ ଆଠ ଆଠଟି ଜିଲ୍ଲା କିରୋସିନ ମୁକ୍ତ ହୋଇଯାଇଛି । ଏବେ ଏହା ବୁଝାପଡୁ ନାହିଁ କି ବିଜୁଳି ଆସି ଯାଇଛି, ଘରେ ଗ୍ୟାସ୍ ସଂଯୋଗ ଅଛି, ଗ୍ୟାସ ସିଲିଣ୍ଡର ଅଛି ପୁଣି ମଧ୍ୟ କିରୋସିନର କୋଟା ଚାଲୁ ରହିଛି । ସିଏ ତ କିରୋସିନ ନେଉ ନାହାନ୍ତି, ଆଉ କିଏ ନେଇ ଯାଉଛି । କେଉଁ ମଧ୍ୟସ୍ଥି, କେଉଁ ଦଲାଲ, ତାହାର କଳାବଜାରୀ ଖେଳରେ ବୁଡି ରହିଛି । ଏବଂ ସେମାନେ ଡିଜେଲରେ ମିଶାଇ ଦେଉଛନ୍ତି, ଯାନବାହାନ ସେଥିରେ ଚଳାଉଛନ୍ତି । ପରିବେଶକୁ ନଷ୍ଟ କରୁଛନ୍ତି, ବୈଦେଶିକ ମୁଦ୍ରାକୁ ନଷ୍ଟ କରୁଛନ୍ତି ।

ମୁଁ ସାରା ଦେଶର ସବୁ ସରକାରଙ୍କ ଠାରୁ ଆଶା କରେ ଯେ, ଆପଣ ଯେଉଁ କିରୋସିନ ବଞ୍ଚାଇବେ, ସେଥିରୁ ଯେତେ ପଇସା ବଞ୍ଚିବ, ତାଠାରୁ ଅଧିକ ପଇସା ମୁଁ ଆପଣଙ୍କୁ ଦେଇ ଦେବି, କିନ୍ତୁ ବଞ୍ଚାନ୍ତୁ । ଆଜି ହରିୟାଣାର ପୁରା ଆଠଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ କିରୋସିନ ମୁକ୍ତ କରି ଦେଇଛି ଏବଂ ମତେ କୁହାଯାଇଛି ମାର୍ଚ୍ଚ ମାସ ସୁଦ୍ଧା ପୁରା ହରିୟାଣାରେ କିରୋସିନର, ଯେଉଁ ଗୋଲକଧନ୍ଧା ଚାଲୁ ରହିଥିଲା, ସେଥିରୁ ମୁକ୍ତ କରି ଦିଆଯିବ । ସ୍ୱର୍ଣ୍ଣ ଜୟନ୍ତୀରେ ଏହାଠାରୁ ବଡ଼ କ’ଣ ଅବସର ହୋଇପାରେ ।

ମୁଁ ଏହି କଥାରେ ଖୁସି ଯେ, ସ୍ୱର୍ଣ୍ଣ ଜୟନ୍ତୀର ଏହି ଅବସର ସରକାରୀ କାର୍ଯ୍ୟକ୍ରମ ପାଲଟି ଯାଇ ନାହିଁ । ଏହାକୁ ଜନତାଙ୍କର ଏକ ସଂକଳ୍ପ ପର୍ବ କରି ଦିଆଯାଇଛି । ଜନ ଭାଗିଦାରୀରେ ହରିୟାଣା କେମିତି ଆଗକୁ ବଢିବ, ପ୍ରତ୍ୟେକ ହରିୟାଣାବାସୀ କିଛି ନା କିଛି ଯୋଗଦାନ କରନ୍ତୁ । ମୋର ହରିୟାଣାର ପ୍ରିୟ ଭାଇ ଭଉଣୀମାନେ, ଏହି ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଯଦି ହରିୟାଣାର ନାଗରିକ ଗୋଟିଏ ପାଦ ଆଗକୁ ବଢିବ, ଗୋଟିଏ ପାଦ, ତ ହରିୟାଣା ଅଢେଇ କୋଟି ପାଦ ଆଗକୁ ବଢି ପାରିବ । ଜଣେ ହରିୟାଣାବାସୀ ଗୋଟିଏ ପାଦ ଆଗକୁ ବଢିବ, ତ ହରିୟାଣା ଅଢେଇ କୋଟି ପାଦ ଆଗକୁ ବଢି ପାରିବ । ଯଦି ଗୋଟିଏ ଥର ହରିୟାଣା ଅଢେଇ କୋଟି ପାଦ ଆଗକୁ ବଢି ଯିବ ତ, ଏହି ସ୍ୱର୍ଣ୍ଣ ଜୟନ୍ତୀରେ, ତେବେ ହିନ୍ଦୁସ୍ଥାନରେ କେଉଁ ରାଜ୍ୟର ଦମ୍ ଅଛି ଯିଏ ହରିୟାଣା ଠାରୁ ଆଗକୁ ଚାଲିଯିବ?

କ’ଣ ହରିୟାଣାର ଲୋକଙ୍କୁ ସଂକଳ୍ପ କରିବାର ଅଛି ନା ନାହିଁ? ଆମକୁ ହରିୟାଣାକୁ ଏକ ନମ୍ବର କରିବା ଦରକାର ନା ନାହିଁ? ଆମର ଯେଉଁ ସାମର୍ଥ୍ୟ ଅଛି ସେଥିରେ ତ ଆମେ ଆଗରେ ଅଛୁ, କିନ୍ତୁ ଏମିତି ବହୁତ ଶକ୍ତି ଅଛି, ଯାହାକୁ ଏବେ ଆମେ ଚିହ୍ନିପାରି ନାହୁଁ, ଆମର ସେହି ଶକ୍ତିଗୁଡିକୁ ଜାଣିବା, ଏବଂ ଆମେ, କେବଳ ଆମେ ଆଗକୁ ବଢିବା; ଏମିତି ନୁହେଁ, ଏହି ଦିଲ୍ଲୀ, ତାର ଚାରିପଟେ ଆପଣମାନେ ତ ଅଛନ୍ତି, ଏବଂ ଯଦି ଆପଣ ଆଗକୁ ବଢୁଛନ୍ତି, ତେବେ ଦିଲ୍ଲୀ କ’ଣ ପଛରେ ରହିଯିବ । ଆପଣଙ୍କ ଶକ୍ତିର ଲାଭ, ଦିଲ୍ଲୀ ମଧ୍ୟ ଆଗକୁ ବଢିଯିବ । ଏବଂ ଯଦି ଦିଲ୍ଳୀ ଆଗକୁ ବଢିବ, ତ ସେ ହେଉଛି ଦେଶର ରାଜଧାନୀ, ହିନ୍ଦୁସ୍ଥାନକୁ ଆଗକୁ ବଢିବାର ଅବସର ଦେବାର ଶକ୍ତି ହରିୟାଣାର ରହିଛି ।

ଭୌଗଳିକ ରୂପରେ ଆପଣ ଯେମିତି ସ୍ଥାନରେ ଅଛନ୍ତି, ଯେଉଁଠାରୁ ଆପଣ ଦେଶକୁ ଶକ୍ତି ଦେଇ ପାରିବେ । ଏବଂ ଏଥିପାଇଁ ଏହି ସ୍ୱର୍ଣ୍ଣ ଜୟନ୍ତୀର ଅବସର ସେହି ନୂଆ ସୀମା-ଚିହ୍ନକୁ ଅତିକ୍ରମ କରିବା ହେଉ, ଜନସାଧାରଣଙ୍କ ପାଇଁ ସଂକଳ୍ପ ହେଉ, ପରିବର୍ତ୍ତନ ଆମ ଗାଁରେ ହେଉ, ଆମ ଅଞ୍ଚଳରେ ପରିବର୍ତ୍ତନ ହେଉ, ଏବଂ ଏହାର ପରିଣାମ ସମ୍ପୂର୍ଣ୍ଣ ହରିୟାଣାକୁ ପରିବର୍ତ୍ତନରେ ପ୍ରଭାବିତ କରିବା ଭଳି ହେଉ । ଯଦି ସେହି ଭାବକୁ ନେଇ ଏହି ସ୍ୱର୍ଣ୍ଣ ଜୟନ୍ତୀକୁ ଅମେ ପାଳନ କରିବା, ଅନେକ କାର୍ଯ୍ୟକ୍ରମ କରିବା, ଲୋକଙ୍କ ଭାଗିଦାରୀରେ କରିବା, ଏବଂ କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମ ପାଇଁ କରିବା ନାହିଁ, କିଛି ନା କିଛି ହାସଲ କରିବା ପାଇଁ କରିବା, କିଛି ନା କିଛି ପୂରଣ କରିବା ପାଇଁ କରିବା । ଆପଣ ଦେଖିବେ ହରିୟାଣାରେ ଏତେ ଶକ୍ତି ଅଛି, ସେ ଦେଶକୁ ମଧ୍ୟ ଆଗକୁ ନେଇ ଯିବାରେ ଏକ ବିକଶିତ ଇଞ୍ଜିନ ଭଳି କାମ କରି ପାରିବ ।

ମୁଁ ପୁଣି ଥରେ ସାରା ବିଶ୍ୱରେ ଖେଳେଇ ହୋଇ ରହିଥିବା ହରିୟାଣାବାସୀଙ୍କୁ, ହରିୟାଣାରେ ରହୁଥିବା ସମସ୍ତ ନାଗରିକମାନଙ୍କୁ ଏହି ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଅନେକ-ଅନେକ ଶୁଭକାମନା ଦେବା ସହ ଆଶା କରୁଛି କି, ଆମେ ଶାନ୍ତି, ଏକତା, ସଦ୍ଭାବନାର ମନ୍ତ୍ରକୁ ନେଇ, କାନ୍ଧରେ କାନ୍ଧ ମିଶାଇ, ଆଗାମୀ ପିଢୀର ଭାଗ୍ୟକୁ ସୁନିଶ୍ଚିତ କରିବା ପାଇଁ ସଠିକ୍ ମାର୍ଗରେ ଚାଲିବା ।

ଯେଉଁ ସ୍ୱପ୍ନକୁ ନେଇ ହରିୟାଣା ଗଠନ କରାଯାଇଥିଲା, ସେହି ସ୍ୱପ୍ନକୁ ପୂରା କରିବା ପାଇଁ ଏକ ବହୁତ ବଡ ଲମ୍ଫ ପ୍ରଦାନ କରିବାର ଉଦ୍ଦେଶ୍ୟ ନେଇ ଚାଲିବା, ଏବଂ ହରିୟାଣାର ଶକ୍ତି ଅଛି ଏହା ମୋର ପୁରା ବିଶ୍ୱାସ । ହରିୟାଣା ଏହା କରି ପାରିବ, ଏହା ମଧ୍ୟ ମୋର ପୁରା ଭରସା ଅଛି । ଏବଂ ଯାହା ଉପରେ ଭରସା ଥାଏ ତା’ଠାରୁ ଆଶା କରାଯାଏ । ଏବଂ ମୋର ବିଶ୍ୱାସ ଅଛି କି ସ୍ୱର୍ଣ୍ଣ ଜୟନ୍ତୀର ଅବସରରେ ଆପଣ ଏହି ନୂଆ ଶିଖରକୁ ଅତିକ୍ରମ କରିବେ, ମୋର ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା ।

ଧନ୍ୟବାଦ ।

**********