ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଯୁକ୍ତିସଂଗତ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ସଂସ୍ଥାଗୁଡ଼ିକରେ ଜାତୀୟ ଆରୋଗ୍ୟ ପାଣ୍ଠି (ଆରଏଏନ) ଏବଂ ଜନସଂଖ୍ୟା ସ୍ଥିରତା ପାଣ୍ଠି (ଜେଏସକେ) ସାମିଲ ରହିଛି । ଏହାର କାର୍ଯ୍ୟପ୍ରଣାଳୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ରଖାଯିବାର ମଧ୍ୟ ପ୍ରସ୍ତାବ ରହିଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଯୁକ୍ତିସଂଗତ କରିବାରେ ଆନ୍ତଃମନ୍ତ୍ରଣାଳୟ ପରାମର୍ଶ ଏବଂ ଏହି ସଂସ୍ଥାଗୁଡ଼ିକର ପ୍ରଚଳିତ ଉପନିୟମର ସମୀକ୍ଷା ସାମିଲ ରହିଛି ।
ଜାତୀୟ ଆରୋଗ୍ୟ ପାଣ୍ଠିର ଗଠନ ଏକ ପଞ୍ଜିକୃତ ସୋସାଇଟି ରୂପରେ କରାଯାଇଥିଲା, ଯଦ୍ଦ୍ୱାରା କେନ୍ଦ୍ର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଉଥିବା ଗରିବ ରୋଗୀମାନଙ୍କୁ ଆର୍ଥିକ ଚିକିତ୍ସା ସହାୟତା ଦିଆଯାଇପାରିବ । ଅଗ୍ରୀମ ଅର୍ଥରାଶି ଏହି ହସପିଟାଲକୁ ଚିକିତ୍ସା ନିରୀକ୍ଷକମାନଙ୍କୁ ଦିଆଯିବ, ଏମାନେ ପ୍ରତ୍ୟେକ ମାମଲାକୁ ଦେଖି ସହାୟତା ପ୍ରଦାନ କରିବେ । ଯେହେତୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଡାକ୍ତରଖାନାଗୁଡ଼ିକୁ ଅର୍ଥରାଶି ପ୍ରଦାନ କରୁଛି ସେଥିପାଇଁ ବିଭାଗ ଦ୍ୱାରା ଡାକ୍ତରଖାନାଗୁଡ଼ିକୁ ସିଧାସଳଖ ଅନୁଦାନ ଦିଆଯାଇପାରିବ । ସେହିପରି ଆରଏଏନ କାର୍ଯ୍ୟପ୍ରଣାଳୀକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନକୁ ଅଣାଯିବ । ଆରଏଏନ, ସୋସାଇଟିର ପରିଚାଳନା ସମିତି ସୋସାଇଟି ପଞ୍ଜିକରଣ ଅଧିନିୟମ, 1860ର ବ୍ୟବସ୍ଥା ଅନ୍ତର୍ଗତ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକୁ ରଦ୍ଦ କରିବା ଲାଗି ବୈଠକ କରିବେ । ଏହାବ୍ୟତୀତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କର୍କଟ ରୋଗୀ ପାଣ୍ଠିକୁ ମଧ୍ୟ ବିଭାଗକୁ ସ୍ଥାନାନ୍ତରିତ କରିଦିଆଯିବ । ଏଥିପାଇଁ ଗୋଟିଏ ବର୍ଷର ସମୟ ଦିଆଯାଇଛି ।
ଜନସଂଖ୍ୟା ସ୍ଥିରତା ପାଣ୍ଠି 2003ରେ 100କୋଟି ଟଙ୍କାର ପାଣ୍ଠି ସହିତ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଜନସଂଖ୍ୟା ସ୍ଥିରୀକରଣ ରଣନୀତି ପ୍ରତି ସଚେତନତା ବୃଦ୍ଧି କରିବା ଥିଲା । ଜିଏସକେ ଲକ୍ଷ୍ୟ ରଖାଯାଇଥିବ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଗତିବିଧିର ଆୟୋଜନ କରିଥାଏ । ମନ୍ତ୍ରଣାଳୟ ଦ୍ୱାରା ଜିଏସକେର କୌଣସି ଲଗାତାର ଅର୍ଥ ଯୋଗାଣ କରାଯାଏ ନାହିଁ । ଜନସଂଖ୍ୟା ସ୍ଥିରୀକରଣ ରଣନୀତିର ଘରୋଇ ଏବଂ କର୍ପୋରେଟ ଅର୍ଥଯୋଗାଣର ଆବଶ୍ୟକତା ରହିଛି, ଯାହା ଜିଏସକେ ଜରିଆରେ ସମ୍ଭବ । ଯଦିଓ ଜିଏସକେ ଜନସଂଖ୍ୟା ସ୍ଥିରୀକରଣ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ତୁଲାଇବ, କିନ୍ତୁ ଏକ ସ୍ୱାୟତ୍ତ ଶାସନ ସଂସ୍ଥାରୂପରେ ଏହାର ଅସ୍ତିତ୍ୱ ଆବଶ୍ୟକ ପଡ଼ିବ ନାହିଁ । ସେହିପରି ଏକ ସ୍ୱାୟତ୍ତ ଶାସନ ସଂସ୍ଥା ରୂପରେ ଜିଏସକେକୁ ବନ୍ଦ କରି ଦିଆଯାଇପାରିବ କାରଣ ପାଣ୍ଠି ଆକାରରେ ଏହାର କାର୍ଯ୍ୟ ବିଭାଗ ଦ୍ୱାରା କରାଯିବା ସମ୍ଭବ ।
**********