Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ-ମରକ୍କୋ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ମରକ୍କୋ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍ଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ନିମ୍ନୋକ୍ତ କ୍ଷେତ୍ରରେ ସହଯୋଗ ପାଇଁ ଏହି ଏମ୍ଓୟୁରେ ବ୍ୟବସ୍ଥା ରହିଛି ।

1) କର୍କଟ ଏବଂ ଶିଶୁ ହୃଦରୋଗ ସମେତ ଅଣ-ସଂକ୍ରାମକ ରୋଗ;

2) ଔଷଧ ନିୟନ୍ତ୍ରଣ ଏବଂ ଔଷଧପ୍ରସ୍ତୁତିରେ ଗୁଣବତ୍ତା ନିୟନ୍ତ୍ରଣ;

3) ସଂକ୍ରାମକ ରୋଗ;

4) ମାତୃ, ଶିଶୁ ଏବଂ ନବଜାତ ସ୍ୱାସ୍ଥ୍ୟ;

5) ଉତ୍ତମ ଅଭ୍ୟାସ ଆଦାନପ୍ରଦାନ ପାଇଁ ହସପିଟାଲଗୁଡିକୁ ପରସ୍ପର ସହ ଯୋଡ଼ିବା;

6) ହସପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପରିଚାଳନା ଏବଂ ପ୍ରଶାସନ ପାଇଁ ତାଲିମ;

7)ଆପୋଷ ନିଷ୍ପତ୍ତି ନିଆଯାଇଥିବା ଯେକୌଣସି କ୍ଷେତ୍ରରେ ସହଯୋଗ ।

ଏହି ଏମ୍ଓୟୁର କାର୍ଯ୍ୟକାରୀତା ତଦାରଖ କରିବା ଏବଂ ସହଯୋଗର ବିବରଣୀକୁ ଅଧିକ ବ୍ୟାପକ କରିବା ଲାଗି ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ।

**********