ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଜର୍ମାନୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଯୁଗ୍ମ ଘୋଷଣାନାମା(ଜେଡିଆଇ)କୁ ପିଛିଲା ଭାବେ ଅନୁମୋଦନ ମିଳିଛି । ଏହି ଘୋଷଣାନାମା 2017 ଜୁନ୍ 1 ତାରିଖରେ ସ୍ୱାକ୍ଷରିତ ହୋଇଥିଲା ।
ନିମ୍ନୋକ୍ତ କ୍ଷେତ୍ରରେ ସହଯୋଗ ଲାଗି ଉକ୍ତ ଜେଡିଆଇ ଉଦ୍ଦିଷ୍ଟ
(କ) ସ୍ନାତୋକତ୍ତର ଶିକ୍ଷା;
(ଖ) ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍;
(ଗ) ଫାର୍ମାସୁଟିକାଲ୍ ଏବଂ ଫାର୍ମାକୋଇକୋନୋମିକ୍ସ; ଏବଂ
(ଘ) ସ୍ୱାସ୍ଥ୍ୟ ଅର୍ଥବ୍ୟବସ୍ଥା ।
ଜେଡିଆଇର କାର୍ଯ୍ୟକାରୀତା ତଦାରଖ କରିବା ଲାଗି ଏବଂ ସହଯୋଗକୁ ବିସ୍ତୃତ ଭାବେ ଜାରି ରଖିବା ଲାଗି ଏହି ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବ ।
**********