ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦ ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ଯିଏ ଯୁବ ମନରେ ଉତ୍ସାହ ଏବଂ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଯୁବକମାନଙ୍କ ପାଇଁ ଏକ ଶାସ୍ୱତ ପ୍ରେରଣା, ସେ ଯୁବ ମନରେ ଉତ୍ସାହ ଓ ଉଦ୍ଦେଶ୍ୟକୁ ପ୍ରଜ୍ୱଳିତ କରିଚାଲିଛନ୍ତି । ଏକ ଶକ୍ତିଶାଳୀ ତଥା ବିକଶିତ ଭାରତର ତାଙ୍କର ଦୃଷ୍ଟିକୋଣ ପୂରଣ କରିବାକୁ ଆମେ ପ୍ରତିଶୃତିବଦ୍ଧ ।”
SR
Paying homage to Swami Vivekananda on his Jayanti. An eternal inspiration for youth, he continues to ignite passion and purpose in young minds. We are committed to fulfilling his vision of a strong and developed India. pic.twitter.com/ldTPWCW1aM
— Narendra Modi (@narendramodi) January 12, 2025