Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ୯୫ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି ।

ଦେଶ ପ୍ରତି ତାଙ୍କ ଉତ୍ସର୍ଗୀକୃତ ଓ ସେବା ମନୋଭାବ ପ୍ରେରଣାଦାୟକ ବୋଲି ଶ୍ରୀ ମୋଦୀ ପ୍ରଶଂସା କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ଏବଂ ମା’ ଭାରତୀଙ୍କ ବୀର ସୁପୁତ୍ର ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ନମନ । ସେ ତାଙ୍କ କ୍ରାନ୍ତିକାରୀ ପଦକ୍ଷେପରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଅଦ୍ଭୁତ ଶକ୍ତି ଭରିଥିଲେ । ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ ଓ ସେବା ଭାବ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେଉଥିବ ।”

SR