Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଦିଲ୍ଲୀ ବିଦ୍ୟାଳୟରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏକ ବିଦ୍ୟାଳୟରେ  ଶ୍ରମଦାନ କରି ସ୍ୱଚ୍ଛତା ହିଁ ସେବାଅଭିଯାନରେ ଭାଗ ନେଇଛନ୍ତି  ।

ସାରା ଦେଶରେ 17ଟି ସ୍ଥାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ଭାବ ବିନିମୟ କରି ଅଭିଯାନ ଆରମ୍ଭ କରିବା ପରେ ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଦିଲ୍ଲୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ବାବାସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇଥିଲେ  । ସେଠାରେ ସେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ୱଚ୍ଛତା ଅଭିଯାନରେ ଭାଗ ନେଇଥିଲେ   । ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ଆଳାପ-ଆଲୋଚନା କରିବା ସହ ସ୍ୱଚ୍ଛତାର ଆବଶ୍ୟକତା ଦିଗରେ ସେମାନଙ୍କୁ ଅନୁପ୍ରେରିତ କରିଥିଲେ   ।

ପ୍ରଧାନମନ୍ତ୍ରୀ କୌଣସି ପାରମ୍ପରିକ ପ୍ରୋଟୋକଲ ବିନା ସାଧାରଣ ଯାତାୟତ ବ୍ୟବସ୍ଥାରେ ସ୍କୁଲକୁ ଯାଇଥିଲେ  ।

ଡା. ଆମ୍ବେଦକର 1946ରେ ଅନୁସୂଚିତ ଜାତି ପିଲାମାନଙ୍କ ଶୈକ୍ଷିକ, ସାମାଜିକ ଏବଂ ଆର୍ଥିକ କଲ୍ୟାଣ ନିମନ୍ତେ ନିଜେ ଏହି ସ୍କୁଲ ପରିସରଟିକୁ କିଣିଥିଲେ  ।

**********